ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ

ପ୍ରେମଚାନ୍ଦ ଥିଲେ ହିନ୍ଦୀ ସାହିତ୍ୟର ଜଣେ ଖ୍ୟାତନାମା ଲେଖକ । ଆମ ଦେଶରେ ତ ସେତେବେଳେ ଗୋରା ସରକାରର ଶାସନ ଚାଲିଥାଏ । ସେତେବେଳେ ଉତ୍ତର ପ୍ରଦେଶର ବଡଲାଟ୍ ଥାଆନ୍ତି – ସାର୍ ମାଲକମ୍ ହେଲି । ଥରେ ହେଲି ପ୍ରେମଚାନ୍ଦଙ୍କ ନିକଟକୁ ଖବର ପଠାଇଲେ ଯେ, ତାଙ୍କୁ ତାଙ୍କର ସାହିତ୍ୟକୃତି ପାଇଁ “ରାୟସାହେବ” ଉପାଧିରେ ସମ୍ମାନିତ କରାଯିବ ।                 ଏ ସମ୍ବାଦ...

Read More

ଶ୍ରଦ୍ଧାପୂର୍ବକ ସେବା କର

ଥରେ ଫ୍ରାନ୍ସର ଜଣେ ସାମ୍ବାଦିକ ମଦର ଟେରେସାଙ୍କୁ ପ୍ରଶ୍ନ କଲେ, “ମଦର! ଆପଣ କାହାର ପ୍ରେରଣାରେ ଜୀବନବ୍ୟାପୀ ଦୀନଦୁଃଖୀଙ୍କର ସେବା କରି ଚାଲିଛନ୍ତି?” ତହୁଁ ମଦର ଟେରେସା ଗୋଟିଏ ଗପଛଳରେ ଏହାର ଉତ୍ତର ଦେଲେ । ସେହି ଗପଟି ଥିଲା – ଏକଦା କଲିକତା ମହାନଗରୀରେ ମା’ ଓ ପୁଅ ରହୁଥିଲେ । ପୁଅଟି ଭଲପାଠ ପଢିଲା ଓ ବଡ ଚାକିରିଟିଏ ବି କଲା । ଠିକଣା ବେଳରେ ତା’ର ବିବାହ...

Read More

ଯିଏ ଅନ୍ୟର ଦୁଃଖ ଦୂର କରେ ସିଏ ହିଁ ଈଶ୍ୱର

 “ଦୀନ ଦୁଃଖୀରଙ୍କୀ ସେବା ଯେ’କରନ୍ତି ସେମାନେ ସାକ୍ଷାତ୍ ଈଶ୍ୱର ବୋଲି  ଯୁବକକୁ ଥରେ ଆଣ୍ଡୃଜ୍ ସାହେବ ଦୃଷ୍ଟାନ୍ତ ଛଳରେ କହିଲେ ଖୋଲି । ନାରାୟଣ ଆଉ କେଉଁଠି ନାହାଁନ୍ତି ନରଦେହେ ବିଦ୍ୟମାନ ସେ ଭବେ ଦୁଃଖୀର ଦୁଃଖ ଯେ’ ନାଶ କରିଥାନ୍ତି ତାଙ୍କୁ ଏକା ଭଗବାନ ମୁଁ ଭାବେ ।” ଆଣ୍ଡୃଜ୍ ସାହେବ ଜଣେ ଯୁବକଙ୍କୁ ବୁଝାଇବାକୁ ଯାଇ କହିଲେ, “ମହତ୍ ବ୍ୟକ୍ତିଙ୍କ ସଦ୍ଗୁଣାବଳୀ...

Read More

ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ

“ସ୍ୱାମୀ ଶ୍ରଦ୍ଧାନନ୍ଦ ନ ଥିଲେ କେବଳ ସାଧୁସନ୍ଥ ଶ୍ରେଣୀ ମଧ୍ୟରେ ଗଣା ସ୍ୱାଧୀନତା ଆନ୍ଦୋଳନରେ ଥିଲେ ସେ ସଚ୍ଚା ଦେଶପ୍ରେମୀ ଭାବରେ ଜଣା । ତାଙ୍କ ଦାମ୍ଭିକତା କଥାକୁ ଶୁଣିଲେ ଚକିତ ହୋଇବ ଶୁଣିବା ଲୋକ ଗେରୁଆବସ୍ତ୍ରରେ ସନ୍ନ୍ୟାସୀ ବେଶଟା କରିଥିଲା ସେି କେତେ ନିର୍ଭୀକ?” ସ୍ୱାମୀ ଶ୍ରଦ୍ଧାନନ୍ଦ କେବଳ ସାଧୁରୂପେ ଗଣା ନ ଥିଲେ । ସେ ମଧ୍ୟ ଜଣେ ସଚ୍ଚା ଦେଶପ୍ରେମୀ...

Read More

ସୂର୍ଯ୍ୟଙ୍କଠାରୁ କବି ଶିଖିଲେ

ନିଜର ସାଧନା ଓ ଅଧ୍ୟବସାୟ ବଳରେ ଯେଉଁମାନେ ଖ୍ୟାତି ଅର୍ଜନ କରି ଯୁଗଯୁଗକୁ ସ୍ମରଣୀୟ ହୋଇ ଯାଇଛନ୍ତି, ସେମାନଙ୍କ ଭିତରୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଜଣେ । କଲିକତା ମହାନଗରୀରେ ଏକ ସମ୍ଭ୍ରାନ୍ତ ପରିବାରରେ ତାଙ୍କର ଜନ୍ମ । ବାଲ୍ୟକାଳରୁ ସେ କବିତା ଲେଖିବାରେ ମନ ଦେଇ ବିଶ୍ୱକବି ପାଲଟି ଯାଇଥିଲେ । ଏପରିକି ତାଙ୍କର ଅମର କାବ୍ୟ କୃତି ‘ଗୀତାଞ୍ଜଳି’ ପାଇଁ ତାଙ୍କୁ...

Read More

ରେବତୀ

‘ଲୋ ରେବତୀ – ଲୋ ରେବି – ଲୋ ନିଆଁ, ଲୋ ଚୁଲି’ କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତା’ର ପାଟପୁର । ଆଉ ସେ ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଅଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି...

Read More

ପେଟେଂଟ ମେଡିସିନ୍

ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଯେମିତି ଏ ଘରୁ ଗୋଡ କାଢି କାହିଁ କୁଆଡେ ବି ଯାଇପାରିବେ ନାହିଁ । “କିଆଁ ଯିବ? କଣ ଲୋଡା? ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ । ହେଲେ ଖବରଦାର, ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଂଟା ଲାଗି ଦାଣ୍ଡଦୁଆର ପାଖ...

Read More

ରାଣ୍ଡୀପୁଅ ଅନନ୍ତା

ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର...

Read More

ଗାରୁଡି ମନ୍ତ୍ର

ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା...

Read More

ଅଧର୍ମ ବିତ୍ତ

ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ ।                 ସକାଳ ଓଳି...

Read More

ସଭ୍ୟ ଜମିଦାର

ବାବୁ ବଳରାମ ବଳ କଲିକତା ବଡବଜାରର ଜଣେ ଗଦିଆନା ମହାଜାନ । ଉତ୍କଳର ସମସ୍ତ ବେପାରୀଙ୍କର ସେ ଦଣ୍ଡିଦାର । ସମସ୍ତ ମାଲ ଆମଦାନି-ରପ୍ତାନି ତାଙ୍କ ହାତବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ସେତେବେଳେ ରେଳ ନାମ ତ କେହି ବି ଶୁଣି ନ ଥିଲେ, ଇଷ୍ଟିମାର ମଧ୍ୟ ଚଳୁ ନ ଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା...

Read More

ବିରେଇ ବିଶାଳ

ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି...

Read More

ଡାକମୁନ୍ସି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ ଅନେକ ପୋଷ୍ଟଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ ସେ କରି ଆସିଲେଣି । ଆଜିକୁ ଦଶବର୍ଷ ହେଲା କଟକ ସଦର ପୋଷ୍ଟଅଫିସରେ ବରାବର ରହି ସେ କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ସେ ପ୍ରମୋସନ ମଧ୍ୟ ପାଇଲେଣି । ବର୍ତ୍ତମାନ ସେ ହେଡ୍ପିଅନ, ଦରମା ମାସକୁ ତାଙ୍କର ନଅ ଟଙ୍କା । କଟକ ସହରରେ ତ ସବୁ ଜିନିଷ...

Read More

ସୁନାବୋହୂ

ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ...

Read More

ଧୂଳିଆବାବା

 ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ