କେତେଦିନ ପରେ ମହାରାଜ ବିକ୍ରମାଦିତ୍ୟ ନିଜ ରାଇଜକୁ ଫେରିଲେ । ଉଆସରେ ସମସ୍ତଙ୍କ ମୁହଁରେ କୁଜାର ପରଶଂସା ଶୁଣି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏହି କୁଜାକୁ ଦେଖିଲେ ଉଆସ ଲୋକେ ମୁହଁରେ ଲୁଗାଦେଇ ବସୁଥିଲେ । ଟାହିଟାପରା ରଙ୍ଗ ରହସ୍ୟ କରି ତାହାକୁ ବାଟ ଚଲାଇ ଦେଉନଥିଲେ । ସେ ସବୁ କଥା କେମିତି ଓଲଟିଗଲା । ଏବେତ ତାହାକୁ ଭା’ରି ଆଦର, ଭା’ରି ସେନେହ, ଭା’ରି ମନମିଶାରେ...
Category - କାହାଣୀ
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ଗହଳ ଗଛ ବୃକ୍ଷ ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । କୁକୁର, ବିଲୁଆଙ୍କ ରଡି ସାଙ୍ଗକୁ ଭୁତ, ପ୍ରେତ, ପିଶାଚମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳୀ ଆଲୋକରେ ଦିଶୁଥାଏ ସେମାନଙ୍କର ଭୟଙ୍କର ମୁହଁଟିମାନ । କିନ୍ତୁ ରାଜା ବିକ୍ରମାଦିତ୍ୟ ତିଳେମାତ୍ର ବିଚଳିତ...
ନିସ୍ତବ୍ଧ ରାତି । ଘନ ଅନ୍ଧକାର । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ବିଲୁଆମାନଙ୍କର ହୁ କ୍ୟା ହୁଆ ହୁ କ୍ୟା ହୁଆ ରଡି ସାଙ୍ଗକୁ କୁକୁରମାନଙ୍କର ଭୋ ଭୋ ରଡି । ତା’ ସାଙ୍ଗକୁ ଭୁତ ପିଶାଚ ମାନଙ୍କର ହିଁ ହିଁ ହୋ… ହୋ ଅଟ୍ଟହାସ୍ୟ । କିନ୍ତୁ ରାଜା ବିକ୍ରମାଦିତ୍ୟ ଏ ସବୁକୁ...
ରାଜା ବିକ୍ରମାଦିତ୍ୟ ଶିଂଶୁପା ବୃକ୍ଷ ନିକଟରେ ପହଁଚି ଦେଖିଲେ ଯେ, ଶବଟି ପୂର୍ବପରି ଶାଖାରେ ଲଟକି ରହିଛି । ତତ୍କ୍ଷଣାତ୍ ନିଜର ଅଭିଷ୍ଟ ସାଧନ କରିବା ନିମନ୍ତେ ଶବଟିକୁ କୌଶଳକ୍ରମେ ରାଜା ନିଜର ସ୍କନ୍ଧ ଉପରକୁ ଆଣି ଆପଣା ଗନ୍ତବ୍ୟ ପଥରେ ଗମନ କରିବାକୁ ଲାଗିଲେ । ତେବେ ତାକୁ ତଥା ସେ ଶବଟିକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା...
ପୁରାଣ ଯୁଗର କଥା । ସେତେବେଳେ ଦକ୍ଷିଣ ଇଣ୍ଡିଆର ଗୋଟିଏ ଜଙ୍ଗଲରେ ଇଲୋଳ ଓ ବାତାପି ବୋଲି ଦୁଇଟି ଅସୁର ଥିଲେ । ସେମାନେ ଦୁହେଁ ଦୁଇଭାଇ । ମାୟାବଳରେ ସେମାନେ ଦୁହେଁ ନିଜ ନିଜ ରୂପ ବଦଳେଇ ଲୋକଙ୍କ ମନରେ ଲୋଭ ସୃଷ୍ଟି କରୁଥିଲେ । ବିଶେଷ କରି ଜଙ୍ଗଲ ଭିତରେ ତ ମୁନି ଋଷିମାନେ ରହୁଥିଲେ । ତେଣୁ ଏହି ଦୁଇ ଅସୁର ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ମାରି ଦେଇ ସେମାନଙ୍କର...
ଉଦୟ ନଗର ବୋଲି ସୁନ୍ଦରଗଡରେ ଗୋଟିଏ ଗାଁ ଥାଏ । ଆଉ ସେହି ଗାଁଟିକୁ ବଣ ପାହାଡ ଘେରି ରହିଥାଏ । ତାର ଚାରିଆଡେ ବଡ ବଡ ଶାଳ, ପିଆଶାଳ, ଅସନ, ମହୁଲ ଗଛ ଥାଏ । ଗାଁ ପାଖରେ ଜଙ୍ଗଲ ଟିକିଏ ପତଳା, ମାତ୍ର ଭିତରକୁ ଭିତରକୁ ଜଙ୍ଗଲ ଭାରି ଘଂଚ । ଚାରିଆଡେ ସବୁଜ ଗଛଲତା । କେତେ ପ୍ରକାର ପଶୁପକ୍ଷୀ ସେ ଜଙ୍ଗଲରେ ବାସ କରୁଥା’ନ୍ତି । ଗାଁ ଲୋକମାନେ ସେଇ ଜଙ୍ଗଲରୁ କାଠ ସଂଗ୍ରହ...
ବିନ୍ଧ୍ୟ ପର୍ବତର ପାଦ ଦେଶରେ ଗୋଟିଏ ରାକ୍ଷସ ରାଜ୍ୟ ଥିଲା ତା ନାଁ ଦୈତ୍ୟପୁରୀ । ସେ ଦେଶର ରାଜାଙ୍କ ନାମ ହେଉଛି ସର୍ବଭକ୍ଷ । ସେ ପଶୁପକ୍ଷୀ ମଣିଷ ସବୁ ଖାଇଯାଆନ୍ତି । ତେଣୁ ସେ ରାଜ୍ୟସାରା ଖାଲି ଜଙ୍ଗଲ । ମଝିରେ ମଝିରେ ଜନ ବସତି । ସେଥିରେ ଆଦିବାସୀ ଲୋକମାନେ ବି ବାସ କରନ୍ତ । ରାକ୍ଷାସ ରାଜା ଜଙ୍ଗଲରୁ ହରିଣ, ବାରାହା ମାରି ସେମାନଙ୍କର ମାଂସ ରାନ୍ଧି ଖାଏ ।...
ଦେବନଗରୀ ରାଜ୍ୟର ରାଜା ତାଙ୍କ ପ୍ରଜାମାନଙ୍କ ଅବସ୍ଥା ନିଜ ଆଖିରେ ଦେଖିବା ପାଇଁ ସନ୍ନ୍ୟାସୀ ବେଶରେ ବୁଲୁଥାଆନ୍ତି । ବୁଲିଲାବେଳେ ଗୋଟିଏ ସମସ୍ୟା ବିଷୟରେ ସେ ଚିନ୍ତା କରୁଥିଲେ । ପ୍ରଥମ କଥା ହେଲା ତାଙ୍କ ରାଜବାଟିର ପ୍ରାଚୀର ଅନେକ ଜାଗାରେ ଭାଙ୍ଗିଗଲାଣି । କେତେବେଳେ ହୁଏତ ଝଡବର୍ଷାରେ ଭୁଷୁଡି ପଡିବ । ତାକୁ ମରାମତି କରିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ । ତେଣେ...
ବହୁତଦିନ ତଳର କଥା । ସେତେବେଳକୁ ମଟରଗାଡି, ରେଳଗାଡି, ବିଜୁଳିବତୀ କିଛି ବି ବାହାରି ନ ଥାଏ । ତେଣୁ ଦୂର ଦୂରାନ୍ତ ଜାଗାକୁ ଲୋକମାନେ ପାଦରେ ଚାଲି ଚାଲି ଯିବା ଆସିବା କରୁଥାଆନ୍ତି । ଘରେ ଘରେ ତେଲ ଦୀପ ଜଳେ । ସେଇଥିରେ ଲୋକମାନେ କାରବାର ହୁଅନ୍ତି । ଏହା ସେଇ ଯୁଗର କଥା । ସେତେବେଳେ କାଶୀକୁ ସଂସ୍କୃତ ବିଦ୍ୟାନଗରୀ ବୋଲି କୁହାଯାଉଥାଏ । ଯେତେ ବଡ ବଡ ସଂସ୍କୃତ...
ଗାଁ କଡ ଦେଇ ବହିଯାଇଛି ନଈଟିଏ । ଆଉ ସେହି ନଈର ଦୁଇ କୂଳରେ ବଡ ବଡ ବର, ଓସ୍ତ ଗଛ, ବାଉଁଶ ବୁଦା ସେମାନଙ୍କର ଡାଳପତ୍ର ସବୁ ମେଲେଇ ହୋଇ ନଈ ଉପରକୁ ନଇଁ ପଡିଥାଆନ୍ତି । ସେଠାରେ ଥାଏ ଗୋଟିଏ ତେନ୍ତୁଳିଗଛ । ବହୁଦିନର ପୁରୁଣା ସେହି ଗଛଟି । ଶାଖା ପ୍ରଶାଖା ତା’ର ସବୁ ମୋଟା ଶୋଟା । ସେଇ ତେନ୍ତୁଳି ଗଛକୁ ଲାଗି ରହିଛି ଗୋଟିଏ ଡେଙ୍ଗା ତାଳ ଗଛ । ସେଇ...
ଶରଧାପୁର ଗାଁରେ ହରି ବୋଲି ଗୋଟିଏ ଗରିବ ଲୋକଥାଏ । ବିଚରାର ଜମିବାଡି କିଛି ବି ନାହିଁ । ଖାଇବାକୁ ଘରେ ଦୁଇ ପ୍ରାଣୀ ସିଏ ଏବଂ ତା ସ୍ତ୍ରୀ । ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ ହାଣିକରି ଆଣେ, ସେତକ ନେଇ ସେ ସହରରେ ବିକ୍ରି କରେ । ସେଇ ପଇସାରେ ତେଲ, ଲୁଣ, ଚାଉଳ କିଣି ସେ ନିଜ ସଂସାର ଚଳାଏ । ଦିନେ ସେ ଜଙ୍ଗଲକୁ ଯାଇଛି କାଠ ହାଣିବାକୁ । ନଈକୂଳରେ ଗୋଟିଏ ଗଛ ଡାଳରେ...
ଦକ୍ଷିଣ ଇଣ୍ଡିଆର କର୍ଣ୍ଣାଟକ ରାଜ୍ୟରେ ମହିଶୁର ବୋଲି ଗୋଟିଏ ସହର । ସେହି ସହରରେ ଗୋପାଳ ସ୍ୱାମୀ ବୋଲି ଗୋଟିଏ ଗରିବ ପିଲା ଥାଏ । ପିଲାଟି ଦିନରୁ ତ ତା ମା’ ବାପା ମରିଯାଇଥା’ନ୍ତି । ପିଲାଟି କିନ୍ତୁ ଭଲ ପଢେ । ସେଥିପାଇଁ ସ୍କୁଲ ଶିକ୍ଷକ ମାନେ ତାକୁ ସାହାଯ୍ୟ କରନ୍ତି । ଅନ୍ୟର ସାହାଯ୍ୟରେ ଗୋପାଳ ମାଇନର୍ ପାଶ୍ କରିଗଲା । ଏଥର ହାଇସ୍କୁଲ୍ରେ ନାଁ ଲେଖାଇବା କଥା ।...
ଗୋଟିଏ ଘଂଚ ଜଙ୍ଗଲ । ଆଉ ସେଇ ଜଙ୍ଗଲ ଭିତରେ ଥାଏ ଗୋଟିଏ ପାହାଡ । ପାହାଡ ଦେହରୁ ଝରଣା ବହିଯାଇଛି । ସେସବୁ ଝରଣା ପାଣି ଗୋଟିଏ ଜାଗାରେ ଜମି ରହି ପୋଖରୀ ଭଳି ବଡ ଜଳଶୟଟି ହୋଇଛି । ସଂଧ୍ୟା ହେଲେ ସେହି ଜଳାଶୟ ପାଖକୁ ତ ଅନେକ ଜୀବଜନ୍ତୁ ପାଣି ପିଇବାକୁ ଆସନ୍ତି । ସେଠାରେ ଗୋଟିଏ ବିଲୁଆ ବୁଦା ଆଢୁଆଳରେ ଲୁଚି କରି ବସିଥାଏ । ସବୁ ଜୀବଜନ୍ତୁଙ୍କ ଆସିବା, ପାଣି ପିଇବା...
ଅତି ପୁରାଣ କାଳରେ ଜଣେ ସାହାଯ୍ୟକାରୀ ବାବା ଥିଲେ । ବାବା କେବଳ ଯେ ମନୁଷ୍ୟ ସମାଜର କଲ୍ୟାଣ କରୁନଥିଲେ ବରଂ ବିଶ୍ୱର ସମସ୍ତ ପ୍ରାଣୀ ତଥା ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ତାଙ୍କ ହୃଦୟରେ ଅଶେଷ ପ୍ରେମ ଓ କରୁଣା ଥିଲା । ତେଣୁ ସେ ବାବା ସର୍ବଦା କହୁଥିଲେ – ସମସ୍ତଙ୍କୁ ସାହାଯ୍ୟ କର, ଅନ୍ୟକୁ କଷ୍ଟ ଦିଅନାହିଁ । ଥରେ ବାବା ଅବସର ବିନୋଦନ ପାଇଁ ତାଙ୍କ ଭକ୍ତମାନଙ୍କ ସହ ଏକ...
ପୂର୍ବ କାଳରେ ଆମ ଉତ୍ତର ଇଣ୍ଡିଆର ବଣିକମାନେ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ, ମସଲା, ନେଇ ସମୁଦ୍ର ପଥରେ ବିଦେଶକୁ ବେପାର କରିବାକୁ ଯାଉଥିଲେ । ସେଠାରେ ଆମ ଦେଶ ଜିନିଷ ବିକ୍ରି କରି ସେ ଦେଶରେ ମିଳୁଥିବା ସୌଖୀନ ଜିନିଷ ସବୁ ଆଣି ଆମ ଦେଶର ଲୋକଙ୍କୁ ବିକ୍ରି କରୁଥିଲେ । ଏହି ପ୍ରକାର ବ୍ୟବସାୟ କରୁଥିବା ଲୋକମାନଙ୍କୁ ବଣିକ ବୋଲି କୁହାଯାଉଥିଲା । ଅହମଦାବାଦ ସହର...


