କବର ଭିତର ସୁନା ଛାଆଣି

ଯେଉଁ ଦିନଠାରୁ ସୁନା ସହ ମଣିଷର ଚିହ୍ନା ପରିଚୟ ହୋଇଛି, ସେହିଦିନଠାରୁ ସୁନାର ମୋହରେ ପଡିଯାଇଛି ସେ । ପୁରାକାଳରେ ମିଶର୍ ଦେଶରେ କୁଆଡେ ଗଚ୍ଛିତ ହୋଇ ରହିଥିଲା ସବୁଠାରୁ ବେଶୀ ସୁନା । ନୀଳନଦୀର ପଶ୍ଚିମ ତଟରେ ରହିଛି ଥେବିସ୍ ଉପତ୍ୟକା । ସେହି ଉପତ୍ୟକାରେ ମିଶର୍ର ସେତେବେଳର ରାଜା ଫାରାହୋମାନଙ୍କର କବର ରହିଛି ।                 ୧୯୦୭ ମସିହାରେ ମିଶର୍...

Read More

ସୁନାର ଘୋଡା

ସୁନା ଠୁଳ କରିବା ବିଷୟରେ ଖାନ୍ ବାଟୁଙ୍କୁ ନେଇ ରହିଛି ଏକ ମଜା କଥା । ବିଭିନ୍ନ ରାଜ୍ୟ ଜୟକରି ଖାନ୍ ବାଟୁ ବହୁ ପରିମାଣର ସୁନା ଲୁଣ୍ଠନ କରି ଆଣିଥିଲେ । ସେହି ସୁନାକୁ ବ୍ୟବହାର କରି ସେ ତିଆରି କରାଇଥିଲେ ବିରାଟ ଦୁଇଟି ଘୋଡା ମୂର୍ତ୍ତି । ପ୍ରତ୍ୟେକ ସୁନାଘୋଡାର ଓଜନ ଥିଲା ୧୫୦୦ କିଲୋଗ୍ରାମ୍ । ଘୋଡା ଦୁଇଟିକୁ ସେ ସ୍ଥାପନ କରିଥିଲେ ନିଜ ରାଜଧାନୀ ସାରାଇବାଟୁରେ ।...

Read More

ବିଶ୍ୱାସଘାତକ ପିଜାରୋ

ଦକ୍ଷିଣ ଆମେରିକାର ପେରୁ ଦେଶ । ୧୪୦୦-୧୫୫୩ ଖ୍ରୀଷ୍ଟାବ୍ଦ ସମୟରେ ସେଠାରେ ବାସ କରୁଥିଲେ ଇନ୍କାମାନେ । ସେମାନେ ଥିଲେ ଲୋହିତ ଇଣ୍ଡିଆନ ସଂପ୍ରଦାୟା ଇନ୍କାମାନେ ଆଦିବାସୀମାନଙ୍କ ଭଳି ଜୀବନଯାପନ କରୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ ସୁନା ହେଉଛି ଦେବତାମାନଙ୍କ ଭିତରେ ସବୁଠାରୁ ବଡ ସୂର୍ଯ୍ୟ ଦେବତାଙ୍କ ଦେହର ଝାଳ । ସେଥିପାଇଁ ସେମାନେ ପୂଜା ଉପାସନା କରୁଥିଲେ...

Read More

ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି

ସୁନା ମିଳୁଥିବା ଦେଶଗୁଡିକରୁ ଚୋରେଇ ଲୁଚେଇ ଅନ୍ୟ ଦେଶର ଲୋକେ ନିଜ ଦେଶକୁ ସୁନା ବୋହି ନେଉଥିଲେ । ଏଥିପାଇଁ ସେମାନେ ଯୁଦ୍ଧର ସାହାଯ୍ୟ ମଧ୍ୟ ନେଉଥିଲେ । ସୁନା ବୋଝେଇ ହୋଇଥିବା ବୋଇତ ବା ଜାହାଜମାନ ଯାତ୍ରା କରୁଥିଲା ସମୁଦ୍ରରେ । ତେବେ ସମୁଦ୍ର ମଧ୍ୟ ମଝିରେ ମଝିରେ ଏଭଳି ଅନ୍ୟାୟ କାର୍ଯ୍ୟର ପ୍ରତିରୋଧ କରୁଥିଲା । ସମୁଦ୍ରରେ ଭୀଷଣ ଝଡ ଉଠି ସମୁଦ୍ରରେ ବୁଡି...

Read More

ସୁନା ସଂଗ୍ରହ ପାଇଁ ଚାଲାକି

ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଆମେରିକାରେ ଘଟିଲା ଏକ ମଜାଦାର ଘଟଣା । ଫିଲାଡେଲ୍ଫିଆରେ ଥିବା ଟଙ୍କା ତିଆରି କାରଖାନା ବା ମୁଦ୍ରଶାଳା ନିକଟରେ ଥିଲା ଖୁବ୍ ପୁରୁଣା ଚର୍ଚ୍ଚଟିଏ । ଚର୍ଚ୍ଚଟିର ମରାମତି ଦରକାର ପଡିଲା । କିନ୍ତୁ ପାଖରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚର ଛାତକୁ ତିନିହଜାର ଡଲାର୍ ଦେଇ କିଣିନେବା ନିମନ୍ତେ ପ୍ରସ୍ତାବ ଦେଲେ । ଛାତଟି ଏତେ ଦୁର୍ବଳ ହୋଇ...

Read More

ସୁନାପାଇଁ ବନ୍ଦିଶାଳା

ଆମେରିକା ସରକାରଙ୍କ ସୁନା ଗଚ୍ଛିତ ହୋଇ ରହିଛି ଏକ ଦୁର୍ଗ ଭିତରେ । ଆଉ ସେ ଦୁର୍ଗଟିର ନାଁ ଫୋର୍ଟ ନକ୍ସ । ସେଇଠି ଭୂଇଁତଳେ ଏକ ସୁଦୃଢ ଅଟ୍ଟାଳିକା ହିଁ ତା’ କୋଳରେ ଧରିଛି ଆମେରିକା ସରକାରଙ୍କ ସୁନାତକ । ସେଠାରେ କେବଳ ସୁନା ରଖାଯାଇନି, ସୁନା ସମେତ ସଂରକ୍ଷିତ ହୋଇ ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ । ଫୋର୍ଟ ନକ୍ସକୁ ଛାଡିଦେଲେ ନିୟୁୟର୍କସ୍ଥିତ ଫେଡେରାଲ୍...

Read More

ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ

କହିଲ ଦେଖି, ସୁନାକୁ ଗୋଟିଏ ମୂଲ୍ୟବାନ୍ ଧାତୁ ବୋଲି କାହିଁକି କୁହାଯାଇଥାଏ? ଯେଉଁ ଧାତୁଗୁଡିକୁ ପ୍ରକୃତି ପୃଥିବୀରେ ସାଇତି କରି ରଖିଛି ଏବଂ ଯାହା ଅଳ୍ପ ପରିମାଣରେ ମିଳେ ତଥା ମୂଲ୍ୟବାନ, ସେଗୁଡିକୁ ଆମେ ମୂଲ୍ୟବାନ ଧାତୁ ବୋଲି କହୁ । ସୁନା, ରୂପା ଓ ପ୍ଲାଟିନମ୍ ଇତ୍ୟାଦି ହେଉଛି ମୂଲ୍ୟବାନ ଧାତୁର କେତୋଟି ଉଦାହରଣ ।                 ତୁମମାନଙ୍କ ଘରେ ତ...

Read More

ସୁନାର ଆବିଷ୍କାର

ପ୍ରକୃତରେ କିଏ ସୁନା ଆବିଷ୍କାର କରିଥିଲେ ଓ କେଉଁଠି ତାହା ସବାପ୍ରଥମେ ଆବିଷ୍କାର କରାହୋଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାନାହିଁ । ଗ୍ରୀସ ଦେଶର ପୁରୁଣା ବିଖ୍ୟାତ କାବ୍ୟ ଗୁଡିକରେ ସୁନା ବିଷୟରେ ଲେଖା ରହିଛି । ମିଶରର ପୁରୁଣା ଶାସ୍ତ୍ରଗୁଡିକରେ ମଧ୍ୟ ଉତ୍ପାଦନ ସଂପର୍କରେ ଉଲ୍ଲେଖ ଅଛି । ମିଶରର ସମ୍ରାଟମାନଙ୍କୁ କୁହାହେଉଥିଲା ଫାରାହୋ । ଫାରାହୋମାନଙ୍କ କବରର...

Read More

ସୁନାଖଣିର ଦେଶ

ପୃଥିବୀର କେଉଁ କେଉଁ ଦେଶରେ ସୁନାଖଣିମାନ ଅଛି ତାହା କହି ପାରିବ? ପୃଥିବୀର ୯୦ରୁ ବେଶୀ ଦେଶରେ ସୁନାଖଣି ରହିଥିବାର ଜଣାପଡିଛି । ବେଶୀ ସୁନାଥିବା ପ୍ରଥମ ଦଶଟି ଦେଶ ରହିଛି ପ୍ରଧାନତଃ ଚାରିଟି ମହାଦେଶରେ ।                 ୨୦୧୧ ମସିହାର ତଥ୍ୟ ଅନୁସାରେ ସେହିସବୁ ଦେଶ ଉତ୍ପାଦନ କରିଥିଲେ ୧୮ ଲକ୍ଷ କିଲୋଗ୍ରାମ୍ ସୁନା । ଚୀନ୍ରେ ହିଁ ସର୍ବାଧିକ ସୁନା ଉତ୍ପାଦିତ...

Read More

ସୁନା ସମ୍ପଦ

ସୁନା ସଂପର୍କରେ ଅନେକ କୌତୂହଳପୂର୍ଣ୍ଣ ଘଟଣାର ଉଲ୍ଲେଖ ରହିଛି । ଉଲ୍ଲେଖ ଅଛି ଯେ ୧୪୯୨ରୁ ୧୬୦୦ ମସିହା ଭିତରେ ସ୍ପେନ୍ର ସୈନ୍ୟବାହିନୀ ପେରୁର ଇନ୍କା ସାମ୍ରାଜ୍ୟରୁ ଲୁଟି ନେଇଥିଲେ ୨ ଲକ୍ଷ ୨୫ ହଜାର କିଲୋଗ୍ରାମ ପରିମାଣର ସୁନା ।                 ସୋଭିଏଟ୍ ରୁଷର ଅର୍ଥତତ୍ତ୍ୱବିତ୍ମାନଙ୍କ କହିବା ଅନୁସାରେ ପ୍ରାଚୀନ ବ୍ୟାକଟ୍ରିଆର ଡକାୟତଦଳ ସିଲ୍ମରୁଟ୍ଦେଇ...

Read More

ଲାମା ଓ ଦସ୍ୟୁ

ଜଣେ ଲାମା (ବୌଦ୍ଧ ସନ୍ନ୍ୟାସୀ) ଗୋଟିଏ ପାହାଡ ଗୁମ୍ଫାରେ ରହୁଥାନ୍ତି । ଅଧିକାଂଶ ସମୟ ସେ ଧ୍ୟାନରେ ବସିଥାନ୍ତି ।                 ଦିନେ ସଞ୍ଜବେଳେ ଗୋଟିଏ ଦସ୍ୟୁ ସେଠାରେ ଯାଇ ପହଁଚିଲା । ଗୁମ୍ଫା ଭିତରେ କେହି ରହୁନାହାଁନ୍ତି ଭାବି ସେ ଦସ୍ୟୁ ଜଣକ ଗୁମ୍ଫା ଭିତରେ ପଶିଲା । ଅନ୍ଧାରରେ ତ କିଛି ବି ଦେଖାଯାଉ ନଥାଏ । ଏହି ସମୟରେ ହଠାତ୍ ତା କାନରେ ବାଜିଲା...

Read More

କୁହୁକ ହାଣ୍ଡି

ଅନେକ ବର୍ଷ ତଳର କଥା । ଗରିବ କୃଷକଟିଏ ଥାଏ । ସବୁଦିନ ସେ ତା ବିଲକୁ କାମ କରିବାକୁ ଗଲାବେଳେ ଖାଇବା ପାଇଁ ସାତଟି ରୁଟି ଗୋଟିଏ ପୁଡିଆରେ ନେଇଥାଏ । ସେଥିପାଇଁ ସମସ୍ତେ ତାକୁ ଡାକୁଥା’ନ୍ତି ‘ରୁଟିଖିଆ’ ।                 ଦିନେ ସେ କୃଷକ ବିଲରେ କାମ କରୁଛି, ହଠାତ୍ ତାକୁ ଭାରି ଭୋକ ହେଲା । ତେଣୁ ସେ  ରୁଟିତକ ପୁଡିଆରୁ ବାହାର କରି ଗୋଟି ଗୋଟି କରି ଗଣିଲା –...

Read More

ନ୍ୟାୟ ବିଚାର

ଗୋଟିଏ ଗଛରେ କାଉଟିଏ ଓ ବଗଟିଏ ବସାକରି ରହିଥାନ୍ତି । କାଉ ଦେଖିବାକୁ କଳା; ଏବଂ ବଗଟି ଦେଖିବାକୁ ଧଳା । ସେଥିପାଇଁ ବଗ ସବୁବେଳେ ସେ କାଉକୁ ଡାକୁଥାଏ ‘କାଳିଆ’ । ଫଳରେ ସେ କାଉ ମନରେ ଭୀଷଣ କଷ୍ଟ ହେଉଥାଏ । ସୁବିଧା ଜୁଟିଲେ ବଗକୁ ସେ କିପରି ଉଚିତ୍ ଶିକ୍ଷା ଦେବ ବୋଲି କାଉ ଭାବୁଥାଏ ।                 ଥରେ କାଉ ଓ ବଗ ଏକ ସମୟରେ ନିଜ ନିଜ ବସାରେ ଅଣ୍ଡା ଦେଲେ ।...

Read More

କୁକୁର, ବିଲୁଆ ଓ ସିଂହ କଥା

ଦିନେ ଜଙ୍ଗଲରେ ଗୋଟିଏ ବିଲୁଆର କୁକୁର ସହିତ ଦେଖା ହୋଇଗଲା । କୁକୁର କହିଲା, ‘ବିଲୁଆ ଭାଇ, ଆମେ ଦୁହେଁ ଗୋଟିଏ ଘରେ ସାଙ୍ଗ ହୋଇ ରହିଲେ କେମିତି ହୁଅନ୍ତା?’ ବିଲୁଆ କୁକୁର କଥାଟାକୁ ଖୁବ୍ ପସନ୍ଦ କଲା । ତା’ପରେ ସେ ଦୁହେଁ ଜଙ୍ଗଲ ଭିତରେ ଘର ଖୋଜି ଖୋଜି ଶେଷରେ ଗୋଟିଏ ପାହାଡର ଗୁମ୍ଫା ପାଖରେ ଯାଇ ପହଁଚିଲେ । ସେତେବେଳେ ତ ସେ ଗୁମ୍ଫା ଭିତରେ କେହି ବି ନଥିଲେ ।...

Read More

ଗରିବର ଭଗବାନ

ଜାମ୍ଲା ଗାଁ’ରେ ଜଣେ ଗରିବ ଲୋକଟିଏ ରହୁଥାଏ । ହେଲେ ସେ କଥା କହିପାରୁ ନଥାଏ । ତା’ର ଥାଆନ୍ତି ଯୋଡିଏ ଗାଈ । ସବୁଦିନ ସେ ଲୋକଟି ତା ଗାଈମାନଙ୍କୁ ଚରାଇବାକୁ ପାହାଡ ନିକଟକୁ ନିଏ । ଆଉ ସେଇ ପାହାଡର ଗୁମ୍ଫାରେ ରହୁଥାଆନ୍ତି ଜଣେ ସାଧୁ । ସେ ଏ ଗାଈ ଦୁଇଟିଙ୍କୁ ବେଶ୍ ଭଲ ପାଉଥାନ୍ତି । ଏପରିକି ଗାଈମାନେ ଚରୁଥିବା ବେଳେ ସେ ସାଧୁଜଣକ ସେମାନଙ୍କ ଉପରେ ଆଖି ରଖିଥାନ୍ତି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ