ଛୁଆ କୁକୁଡା

ଥରେ ଗୋଟିଏ କୁକୁଡାଛୁଆ ବଗିଚାରେ ଖୋଲା ଆକାଶ ତଳେ ବୁଲୁଥିଲାବେଳେ ଗୋଟିଏ ଗୋଲାପ ଗଛରୁ ପତ୍ରଟିଏ ତା ଲାଞ୍ଜ ଉପରେ ପଡିଗଲା । ହଠାତ୍ ସେ ଚମକି ପଡିଲା ଏବଂ ଭାବିଲା ଆକାଶରୁ ଖଣ୍ଡେ ତା ଲାଞ୍ଜ ଉପରେ ଖସି ପଡିଛି । ଏକଥା ଭାବି ସେ ଦୌଡିବାକୁ ଲାଗିଲା । ସେ ଦୌଡି ଯାଉଯାଉ ବାଟରେ ‘ହେନିପେନି’ ନାମକ ଏକ କୁକୁଡାକୁ ଭେଟିଲା । ସେ ବଡପାଟିରେ ଚିତ୍କାରକରି କହିଲା ‘ହେ...

Read More

ବେଙ୍ଗ ରାଜକୁମାର

ଏକଦା ଗୋଟିଏ ଦେଶରେ ଜଣେ ରାଜା ଥିଲେ ଏବଂ ତାଙ୍କର କେତୋଟି ଝିଅ ଥିଲେ । ସବା ସାନ ଝିଅଟି ଖୁବ୍ ସୁନ୍ଦରୀ ଥିଲା ଏବଂ ତାକୁ ସମସ୍ତେ ଛୋଟ ରାଜକୁମାରୀ ବୋଲି ଡାକୁଥିଲେ । ସେ ରାଜାଙ୍କ ପ୍ରାସାଦ ନିକଟରେ ଗୋଟିଏ ବଡ ଘଂଚ ଜଙ୍ଗଲଥିଲା । ଆଉ ସେଇ ଜଙ୍ଗଲ ଭିତରେ ଗୋଟିଏ ପୁରୁଣାବଡଗଛମୂଳେ ଗୋଟିଏ କୂଅ ଥିଲା । ଗ୍ରୀଷ୍ମ ଋତୁରେ ଛୋଟ ରାଜକୁମାରୀ ସେଇ କୂଅର ଫନ୍ଦ ଉପରେ ବସି...

Read More

ପରୀକନ୍ୟା

ଏକଦା ଜଣେ ଲୋକର ସ୍ତ୍ରୀ ମରିଯିବାପରେ ସେ ଦ୍ୱିତୀୟ ବିବାହ କଲା । ତାର ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଖୁବ୍ ଗର୍ବୀ ତଥା ଅହଂକାରୀ ପ୍ରକୃତିର ଥିଲା । ସେ ସ୍ତ୍ରୀଲୋକଟିର ବି ତା’ ଆଗସ୍ୱାମୀର ଦୁଇଟି ଝିଅ ଥିଲେ ଏବଂ ସେମାନେ ତାଙ୍କ ମା ପ୍ରକୃତିର ଥିଲେ । ଏହି ବ୍ୟକ୍ତି ଜଣଙ୍କର ଆଗ ସ୍ତ୍ରୀର ଗୋଟିଏ ଛୋଟ ଝିଅ ମଧ୍ୟ ଥିଲା । ସେ ମଧ୍ୟ ତା ମା ପରି ଖୁବ୍ ସୁନ୍ଦର ଓ...

Read More

ରାଜକୁମାରୀ ଓ ଶିମ୍ବମଞ୍ଜି

ଏକଦା ଗୋଟିଏ ଦେଶର ରାଜକୁମାର ନିଜର ବିବାହ ପାଇଁ ରାଜକୁମାରୀଟିଏ ଖୋଜି ଆଣିବାକୁ ଇଚ୍ଛାକରି ବିଭିନ୍ନ ଦେଶ ଭ୍ରମଣରେ ବାହାରିଲେ । ସେ ଏମିତି ଏକ ରାଜକୁମାରୀ ଚାହୁଁଥିଲେ ଯେ, ଯାହାର କି ପ୍ରକୃତ ରାଜକୁମାରୀର ଗୁଣ ଥିବ । ସେ ବିଭିନ୍ନ ଦେଶ ବୁଲିଲେ ମଧ୍ୟ ଏମିତି ଜଣେ ରାଜକୁମାରୀର ସଂଧାନ ପାଇଲେ ନାହିଁ । ତେଣୁ ଶେଷରେ ସେ ନିରୁତ୍ସାହିତ ହୋଇ ଫେରିଲେ କାରଣ ସେ ଜଣେ...

Read More

ସୁବର୍ଣ୍ଣ ହଂସ

ଜଣେ ଲୋକର ତିନୋଟି ପୁଅ ଥିଲେ । ସେ ତିନୋଟି ପୁଅଙ୍କ ମଧ୍ୟରୁ ସବା ସାନ ପୁଅର ନାମ ବୋକାରାମ । ତାର ବୋକାପଣିଆ ଦେଖି ସମସ୍ତେ ତାକୁ ଖାଲି ଉପହାସ ଓ ପ୍ରତ୍ୟେକ କାମରେ ତାକୁ ବିଦ୍ରୂପ କରନ୍ତି । ଥରେ ସେ ବୋକାରାମର ବଡଭାଇ ବଣକୁ କାଠ କାଟିବାକୁ ଯିବାକୁ ସ୍ଥିର କଲା ଓ ଏ କଥା ତା ମା’କୁ ଜଣାଇଲା । ତାର ମା ଏଇ ବଡପୁଅ ପାଇଁ ଖୁବ୍ ସୁଆଦିଆ ପିଠା ତିଆରି କଲା ଓ ସେଇ ପିଠା...

Read More

କଡମାଛ ଓ ରାଜକୁମାରୀ

ଅନେକ ବର୍ଷ ପୂର୍ବେ ଗୋଟିଏ ରାଜ୍ୟର ସମୁଦ୍ର ଉପକୂଳରେ ବୁଢାବୁଢୀ ଦୁଇଜଣ ବାସ କରୁଥିଲେ । ସେ ବୁଢାବୁଢୀଙ୍କର କିଛି ବି ପିଲାପିଲି ନଥିଲେ ଓ ବୁଢାଟି ମାଛଧରି ତାର ଗୁଜୁରାଣ ମେଂଟାଉଥିଲା । ଦିନେ ବୁଢାଟି ସମୁଦ୍ରରୁ ମାଛ ଧରୁଧରୁ ତା ଜାଲରେ ଗୋଟିଏ ଛୋଟ କଡମାଛଟିଏ ପଡିଲା । ସେ ଛୁଆ କଡମାଛଟିକୁ ବୁଢାଟି ଯେମିତି ମାରିବାକୁ ବସିଛି ସେ କଡମାଛଟି କହିଲା ‘ମୋତେ ମାର...

Read More

ଉପକାରୀ ଇଗଲ୍

ଥରେ ଗୋଟିଏ ବଣରେ ଗୋଟିଏ ମୂଷା ଓ ଗୋଟିଏ ଚଢେଇ ସାଙ୍ଗ ହୋଇ ରହୁଥିଲେ । ଚଢେଇଟି ଗଛଡାଳରେ ଓ ମୂଷାଟି ଗଛ ମୂଳର ଗାତରେ ରହୁଥିଲା । ସେ ବଣରେ ଶୀତଦିନେ ଖୁବ୍ ବରଫ ପଡୁଥିବାରୁ ସେମାନଙ୍କୁ କିଛି ବି ଖାଦ୍ୟ ଶସ୍ୟ ମିଳୁନଥିଲା । ତେଣୁ ଚଢେଇ ଓ ମୂଷା ଦୁଇଜଣଯାକ ଶୀତ ଦିନ ପାଇଁ କିଛି ଖାଦ୍ୟ ସଂଗ୍ରହ କରି ଗୋଟିଏ ଗାତ ଖୋଳି ଖାଦ୍ୟ ପଦାର୍ଥ ସଂଚୟ କରିରଖିଲେ । ସେମାନେ...

Read More

ଥମ୍ବଲୀନା

ଥରେ ଜଣେ ସ୍ତ୍ରୀଲୋକ ଗୋଟିଏ ପିଲାଟିଏ ପାଇବା ପାଇଁ ଇଚ୍ଛା କଲା । ଏହା ଭାବି ସେ ଯାଇ ଜଣେ ଗୁଣି ସ୍ତ୍ରୀଲୋକ ପାଖରେ ପହଁଚି ତା ମନକଥା କହିଲା । ଏପରି କଥା ଶୁଣି ସେ ଗୁଣି ସ୍ତ୍ରୀଲୋକଟି ତାକୁ ଗୋଟିଏ ଫୁଲ ଗଛ ଦେଇ କହିଲା ‘ତୁ ଏ ଫୁଲ ଚାରାଟି ନେଇ ଗୋଟିଏ କୁଣ୍ଡରେ ଲଗାଇ ଦେବୁ ଓ କିଛିଦିନ ପରେ ତୋର ମନ କାମନା ନିଶ୍ଚୟ ପୂରଣ ହୋଇବ ।’ ତା’ପରେ ସ୍ତ୍ରୀଲୋକଟି ସେ ଫୁଲ...

Read More

ଝକମକି ବାକ୍ସ

ଦିନେ ଜଣେ ଯୁଦ୍ଧ ଫେରନ୍ତା ସୈନିକ ତାର ପୋଷାକପତ୍ର ପିନ୍ଧି ରାସ୍ତାରେ ମାର୍ଚ୍ଚିଂ କରି ଯାଉଥିବାବେଳେ ବାଟରେ ସେ ଜଣେ ବୁଢୀଲୋକକୁ ଭେଟିଲା । ସେ ବୁଢୀ ଜଣକୁ ଖୁବ୍ ଗୁଣିଗାରଡି ଜଣାଥିଲା ।                 ବୁଢୀଟି ସୈନିକଟିକୁ ଦେଖି ତାକୁ ପାଖକୁ ଡାକି କହିଲା ‘ତୁମେ ଜଣେ ପ୍ରକୃତ ସାହସୀ ସୈନିକ । ତୁମର ଏ ଯୁଦ୍ଧଫେରନ୍ତା ବେଶ ଖୁବ୍ ସୁନ୍ଦର ଦେଖାଯାଉଛି । କେବଳ...

Read More

ତୁଷାର ଶୁଭ୍ରା ଓ ସପ୍ତବାମନ

ଅନେକ ବର୍ଷ ତଳେ ଗୋଟିଏ ଦେଶର ରାଣୀ ରାଜପ୍ରସାଦରେ ଥିବା ତାଙ୍କ କକ୍ଷରେ କଳା ମଚମଚ କରୁଥିବା ଶିଶୁକାଠର ଆସନରେ ବସି ରେଶମ ସୂତାରେ କିଛି ବୁଣାବୁଣି କରୁଥିଲେ । ସେତେବେଳେ ଶୀତଋତୁ ହୋଇଥିବାରୁ ଚାରିଆଡେ ତ ତୁଷାର ବର୍ଷା ହେଉଥାଏ । ବାହାରର ତୁଷାର ବର୍ଷାର ସୌନ୍ଦର୍ଯ୍ୟକୁ ଚାହିଁ ରାଣୀ ଅନ୍ୟମନସ୍କ ହୋଇ ଉଠିବାରୁ ବୁଣୁଥିବା ଛୁଂଚିଟି ରାଣୀଙ୍କ ଆଙ୍ଗୁଠିରେ ଫୁଟି ଯାଇ...

Read More

ଦ୍ୱାଦଶ ରାଜକୁମାରୀ କାହାଣୀ

ସେହିଦିନ ସେହି ସଞ୍ଜ । ସେହି ବଉଳ ଫୁଲିଆ ନିରୋଳା ପବନ । ମନ ଭିତରେ ଗୁମୁରି ଉଠୁ ଥାଏ କେତେ ରାଇଜର କେତେ ରାଜକୁମାରୀଙ୍କ କାହାଣୀ । ଆଗରେ ପୁଣି ଥାଏ ରଜ ପର୍ବ । ଗାଁର ଝିଅମାନେ ଯେମିତି ସିହରି ଉଠୁ ଥାନ୍ତି ଦୋଳି ଖେଳିବାକୁ । ଠିକ୍ ସେହି ସମୟରେ ଗଣିଆ ବୋଉ ମାଲ୍ୟାଣୀ ସେହି ଝିଅମାନଙ୍କୁ କେବଳ ଟାହି ଟାପରା କରି କହୁଥାଏ ମରମ ଛିଣ୍ଡା କଥାରୁ ପଦେ ପଦେ । ସେହି...

Read More

ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଖଡାଖ ବୈଶାଖଡ ମାସ । କଡାକଡି ଖରା ତାପରେ ଲୋକେ ସିଝି ଯାଉଛନ୍ତି । ଇଚ୍ଛା ହେଲେ ପବନ ଧଡାଧଡ ଚାଲେ, ନୋହିଲେ ନାହିଁ । ବିନା ମଶାରୀରେ ଗଡାପଡ ହେଲେ ଫଡାଫଡ ମଶା ଲାଗନ୍ତି । ତା ପରେ ଚଡାଚଡ ଚାପୁଡା ବି ଚାଲେ । ସଡାସଡ ଝାଳ ମଧ୍ୟ ବାହାରେ । ମନ ବିଷେଇ ଉଠେ ।                 ଆଗକୁ ଥାଏ ଚନ୍ଦନ ଯାତ । ଲୋକେ ମଉଜ କରିବାକୁ ସଜବାଜ ହେଉ ଥାନ୍ତି । ମହାକ୍ଷେତ୍ର...

Read More

ବନଲତା କୁମାରୀ ଚରିତ

ବନଲତା ଯାଇ ଯେଉଁ କିନ୍ନର ରଥରେ ପଡିଲା ତା’ର ନାମ  ସୁନନ୍ତକ । ସେ ଏଭଳି ମୋହିନୀ ବିଦ୍ୟା ଜାଣେ ଯେ ଯାହାକୁ ପାରେ ତାକୁ ସେ ଆଖି ପିଛୁଳା ମାତ୍ରେ ବଶ କରିଦିଏ । ଘରେ ତା’ର ସ୍ତ୍ରୀ ଅଛି । ସତୀ ମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠା ନାରୀ ସେ । ସେ ମାଛିକୁ ମ ବୋଲି କହେନି କି ହଲିଲା ପାଣିରେ ଗୋଡ ମଧ୍ୟ ପୁରାଏନି । ପରର ଦୁଃଖ ଦେଖିଲେ ସତେ ଯେମିତି ତା’ ଆଖିରୁ ଲୁହ ଗଡି...

Read More

ପୁଷ୍ପାକୁମାରୀ କାହାଣୀ

ପୁଷ୍ପା କୁମାରୀ ଫୁଲ ଗଛଟିଏ ହୋଇ ସେହି ମନ୍ଦିର ଦ୍ୱାରେ ସେମିତି ରହିଥାଏ । ଆପଣା ଛାଏଁ ସେଥିରେ ଫୁଲ ଫୁଟେ ପୁଣି ଝଡି ପଡେ ମଧ୍ୟ । ଯଦି ଭଅଁର କି ମହୁମାଛି କେହି ସେ ବୃକ୍ଷ ନିକଟକୁ ଆସନ୍ତି ତେବେ ସେ ସଙ୍ଗେ ସଙ୍ଗେ ତା ଫୁଲକୁ ଲୁଚାଇ ଦିଏ । ସେମାନେ ପୁଷ୍ପକୁ ନଦେଖି ସେହି ଗଛଠାରୁ ନିରାଶରେ ଫେରନ୍ତି । ସେଦିନ କାହିଁକି କେଜାଣି ଜଣେ ବାଟୋଇ ରାଜାପୁଅ ହଠାତ୍ ଆସି...

Read More

ନନ୍ଦିତା କୁମାରୀ କାହାଣୀ

କାମସେଣୀ ପର୍ବତରେ ବାମଦେବ ଋଷିଙ୍କ ଆଶ୍ରମ ଥାଏ । ଧର୍ମକାକର ପରାମର୍ଶ ନେଇ ନନ୍ଦିତା ଯାଇଥାଏ ସେଇଠିକି । ନନ୍ଦିତା ଫଳ ଗଛ ହୋଇ ଭଲ ଭଲ ଫଳ ଫଳାଏ, ପାଚେ, ସକାଳୁ ଗୋଟିଏ ଝଡେ, ସଂନ୍ଧ୍ୟାକୁ ବି ଆଉ ଗୋଟିଏ ଝଡେ । ବାମଦେବ ଋଷି ଏସବୁ ଦେଖି ଜାଣି ପାରନ୍ତି ଯେ, ଝିଅଟି ଖୁବ୍ ଭକ୍ତିରେ ଆମକୁ ଏ ଫଳ ଦେଉଛି । ତେଣୁ ସେହି ଝିଅଟିର ଭକ୍ତିକୁ ବେଖାତିର ନକରି ୠଷିବର ଗୋଟାଇ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ