ଗଡ ମଧୁପୂର ବୋଲି ଖଣ୍ଡିଏ ରାଜ୍ୟ । ସେହି ରାଜ୍ୟଟି ଆକାରରେ ବେଶି ବଡ ନ ହେଲେ ମଧ୍ୟ ଏତେ ଛୋଟ ବି ନୁହେଁ । ରାଜା ଶ୍ରୀ ବିଶ୍ୱଜିତ ସିଂହ ସେଠାରେ ରାଜପଣ କରନ୍ତି । ସେ ପୁଣି ପ୍ରବଳ ପ୍ରତାପୀ । ତେଣୁ ସେ ବହୁତ ସୈନ୍ୟ ସାମନ୍ତ ନିଜ ସଙ୍ଗେ ରଖିଥାନ୍ତି । ଯୁଦ୍ଧ କାର୍ଯ୍ୟ ପଡିଲେ ମାତି ଉଠନ୍ତି ସେମାନେ ଠିକ୍ ଭୀମସେନ ପରି । ତାଙ୍କ ନାଁ ଶୁଣିଲେ ଅନ୍ୟାନ୍ୟ ରାଜ୍ୟର...
Category - କାହାଣୀ
ପୋଛିକୋଟ ବୋଲି ଖଣ୍ଡିଏ ଛୋଟିଆ ରାଜ୍ୟ । ବୈତରଣୀ ନଦୀ କୂଳରେ ଅନେକ କୋଶ ବାଟ ଛଡା । ବଣ ଜଙ୍ଗଲରେ ପରିପୂର୍ଣ୍ଣ । ସେଠିକାର ଚାଷ ଜମି ମାନଙ୍କରେ ବଢିଆ ଫସଲ ହୁଏ । ଲୋକମାନେ ଖୁସିରେ ଚଳନ୍ତି । ଦେଢୀ ମହାଜନୀ ଲଗାନ୍ତି । କେହି କାହାକୁ ବି ଆଶ୍ରା କରନ୍ତିନି । ସମସ୍ତେ ଆତ୍ମନିର୍ଭରଶୀଳ ହୋଇ ଚଳନ୍ତି । ଅଭାବ ସିନା ମଣିଷ ଜୀବନରେ ଆଘାତ ଦେଇ ତାକୁ ଆଗେଇ ଦିଏନି, ଯାହାର...
ଗଡର ନାମ ଡମପଡା । ସେ ରାଜ୍ୟ ଖଣ୍ଡିକ ଖୁବ୍ ବିଖ୍ୟାତ । ସେଠାକାର ରାଜାଙ୍କ ନାମ ମହାମର୍ଦ୍ଦରାଜ ସିଂହ । ତାଙ୍କର ଥିଲେ ଯୋଡିଏ ରାଣୀ । ଗୋଟିଏ ଥିଲେ ବାଙ୍କୀଗଡ ଝିଅ, ଆଉ ଗୋଟିଏ ଥିଲେ ସରଣ୍ଡା ଗଡ ଝିଅ । ବାଙ୍କି ଝିଅଙ୍କ ନାମ କୁସୁମବତୀ, ଆଉ ସେ ସରଣ୍ଡା ଗଡର ଝିଅର ନାମ ସରୋଜବତୀ । ଦିହେଁଯାକ ଦେଖିବାକୁ ଖୁବ୍ ସୁନ୍ଦରୀ । ରାଜା ବି ଉଭୟ ରାଣୀଙ୍କୁ ସମାନ ଦୃଷ୍ଟିରେ...
ଫରାସୀ ଦେଶର ପରୀକାହାଣୀରେ ‘ହେନେରୀ’କୁ ସମସ୍ତେ ମନେ ରଖିଛନ୍ତି । ମାତ୍ର ସାତ ବର୍ଷର ପିଲା ହେଉଛି ସେ ହେନେରୀ । ତା’ର ମାଆ ଥିଲେ ଅତ୍ୟନ୍ତ ଦୁଃଖିନୀ । ମାଆ ଥିଲେ ହେନେରୀର ଏକମାତ୍ର ଭରସା । କାରଣ ପିଲାଟିଦିନରୁ ସେ ତା ବାପାକୁ ହରାଇଥିଲା । ଗାଁ ବାହାରେ ଛୋଟ କୁଡିଆ ଘରେ ମାଆ ପୁଅ ଦୁହେଁ ରହୁ ଥାଆନ୍ତି । ମା’ ପ୍ରତିଦିନ କିଛି କିଛି ସିଲେଇକାମ କରନ୍ତି ଓ ତାକୁ...
ସେ କାଳରେ ଫ୍ରାନ୍ସରେ ଜଣେ ରାଜା ରାଜୁତି କରୁଥିଲେ । ବହୁକାଳଯାଏଁ ତାଙ୍କ ରାଣୀଙ୍କର କିଛି ବି ସନ୍ତାନ ହେଲା ନାହିଁ । ଏହି କାରଣରୁ ରାଜା ରାଣୀ ଦୁହେଁ ବଡ ମନ ଦୁଃଖରେ ଥାଆନ୍ତି । କେତେ ଦିଅଁ ଦେବତା ଡାକିଲା ପରେ ଯାଇ ରାଣୀଙ୍କର ଚନ୍ଦ୍ରଉଦିଆ ପରି ଦୁଇଟି ଜାଆଁଳା ଝିଅ ହେଲେ । ସେ ଦୁହେଁ ଦେଖିବାକୁ ଭାରି ସୁନ୍ଦର ଥିଲେ । ଦୁଇଜଣଙ୍କ ନାଁ ଦିଆହେଲା ‘ଗୋଲାପ’ ଆଉ...
ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା । ରାଣୀଙ୍କର ଆନନ୍ଦ କହିଲେ ନ ସରେ । ମାତ୍ର ସେ ରାଣୀ ଯେତେବେଳେ ତାଙ୍କ ପୁଅକୁ ଦେଖିଲେ, ହଠାତ୍ ଆଖିରେ ତାଙ୍କର ଲୁହ ଜମିଗଲା । ଏତେକାଳପରେ ଭଗବାନ ତାଙ୍କୁ ପୁଅଟିଏ ଦେଲେ, ସେ ପୁଣି ଏଡିକି ଅସୁନ୍ଦର । ତାର (ପୁଅଟିର) ଅପରିଛନିଆ ବିକଟାଳ ମୁହଁକୁ ସେ ରାଣୀ ଜଣକ...
ବହୁ ପୁରାତନ କଥା । ଇଉରୋପର ଫ୍ରାନ୍ସ ରାଜ୍ୟରେ ଜଣେ ରାଜା ଥିଲେ । ତାଙ୍କର ଅବା କେଉଁ କଥାରେ ଅଭାବ । ଧନ, ସମ୍ପତ୍ତି, କ୍ଷମତା ତ ଯାହାକୁ ଯେତେ । ତେଣୁ ସେ ରାଜ୍ୟର ଲୋକେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ପାଖ ପାଡାଶୀ ରାଜାମାନେ ତାଙ୍କୁ ସର୍ବଦା ଭୟ କରି ଥାଆନ୍ତି । ହେଲେ ଏତେ ସୁଖ ସୌଭାଗ୍ୟ ମଧ୍ୟରେ କିନ୍ତୁ ରାଣୀଙ୍କର ମନରେ ଆଦୌ ସୁଖ ନଥାଏ । କାହିଁକିନା...
ପ୍ରାଚୀନ କାଳର କଥା । ରୁଷିଆ ଦେଶରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ଥିଲେ ତିନିପୁଅ । ସେ ତିନିପୁଅଙ୍କ ମଧ୍ୟରୁ ସାନପୁଅ ଇଭାନ୍ ଥିଲା ଅତ୍ୟନ୍ତ ଚତୁର । ରାଜା ତାଙ୍କୁ ସାନପୁଅ ବୋଲି ଯେତିକି ଗେହ୍ଲା କରୁଥାଆନ୍ତି, ତାର ବୁଦ୍ଧି ପାଇଁ ମଧ୍ୟ ତାକୁ ସେତିକି ପ୍ରଂଶସା କରୁଥାଆନ୍ତି । ସେ ରାଜାଙ୍କର ସୁନ୍ଦର ବଗିଚାଟିଏ ଥାଏ । ସେଠାରେ କେତେ ରକମର ଫୁଲ ଫଳର ଗଛ...
ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ...
ଋଷ୍ ଦେଶର ଛୋଟିଆ ଗାଁଟିଏ । ସେଇଠି ଦୁଇଜଣ ବୁଢାବୁଢୀ ବାସ କରୁଥିଲେ । ତାଙ୍କର ଗୋଟିଏ ଝିଅ ଥାଏ । ତାର ନାଁଟି ରୂପା । ସେ ଦେଖିବାକୁ ରୂପ ଗୁଣରେ ଭାରି ସୁନ୍ଦର । ମାଛିକି ‘ମଅ’ ବୋଲି ସେ କେବେବି କହେ ନାହିଁ । ଗାଁରେ ସମସ୍ତେ ସେ ରୂପାକୁ ଅତ୍ୟନ୍ତ ସୁଖ ପାଆନ୍ତି । ଦିନକର କଥା । ରୂପାର ବୋଉକୁ ବଡ ବାଧିକା ପଡିଲା । ବୁଢୀ ଜାଣିପାରିଲା ଯେ ସେ ଆଉ ଖୁବ୍ ଅଳ୍ପ ଦିନ...
ଗୋଟିଏ ଗାଁରେ ବୁଢାବୁଢୀ ଦୁଇଜଣ ବସବାସ କରୁଥିଲେ । ତାଙ୍କର ଦୁଇଟି ପୁଅ ଝିଅ – ଝିଅଟିଏ ଷୋଳ ବରଷର ଆଉ ପୁଅଟିଏ ମାତ୍ର ପାଂଚ ବରଷର । କିଛିଦିନ ଅନ୍ତେ ସେ ବୁଢାବୁଢୀ ମରିଗଲେ । ଭାଇଭଉଣୀ ଏବେ କିପରି ଚଳିବେ । ଘରେ ଯାହା ଅଳ୍ପ କିଛି ସମ୍ପତ୍ତି ଥିଲା ତହିଁରେ କିଛିଦିନ ସେମାନଙ୍କର ଗୁଜୁରାଣ ଚଳିଗଲା । ତାପରେ ସାନଭାଇକୁ ସାଙ୍ଗରେ ଧରି ଝିଅଟି ସହରକୁ ଚାଲିଲା...
ଛୋଟ ଗାଁଟିଏ । ସେହିଠାରେ ଜଣେ ଗରିବ ଚାଷୀ ବାସ କରୁଥାଏ । ତାର ସମ୍ପତ୍ତି କହିଲେ ଛୋଟ ଚାଳଘରଟିଏ, ଜମି ଦୁଇମାଣ ଓ ହଳୁଟିଏ ବଳଦ । ପରିବାର ଭିତରେ ତାର ସ୍ତ୍ରୀ ଓ ତିନୋଟି ପୁଅ । ସେ ଚାଷୀଟି ଚାଷ କରି ଯାହା ଅମଳ କରେ, ସେଥିରେ ତ ତା ପରିବାରକୁ ନିଅଂଟ ହୁଏ । ସେମାନେ ଦିନେ ଖାଇଲେ ଆଉ ଦିନେ ଉପବାସ ରହନ୍ତି । ଏଇମିତି ଦୁଃଖେ ସୁଖେ ଦିନ ଯାଉଥାଏ । ଦିନକର କଥା । ସେ...
ବାପ ମା ଛେଉଣ୍ଡ ଝିଅଟିଏ । ତା ନାଆଁଟି ଲଳିତା । ଦେଖିବାକୁ ସେ ଭାରି ସୁନ୍ଦରୀ । ପିଲାଟିଦିନୁ ସେ ଲଳିତା ତ ଜଣେ ବଡଲୋକ ଘରେ ଆଶ୍ରୟ ନେଇଥାଏ । ଏଇ ଦୁଃଖିନୀ ଝିଅଟି ଉପରେ ସେ ଘର ମାଲିକାଣୀଙ୍କର ଆଦୌ କୌଣସି ଦୟା ବି ନଥାଏ । ତେଣୁ ସେ ମାଲିକାଣୀ ଲଳିତାକୁ ଦିନରାତି ଖାଲି ଘର କାମରେ ଖଟାନ୍ତି । ଟିକେ ଦୋଷ ଦେଖିଲେ ଲଳିତାକୁ ସେ ମାଲିକାଣୀ ଜଣକ ନିର୍ଘାତ ପିଟନ୍ତି ।...
ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି ଉଜ୍ଜ୍ୱଳ ତାରା ଦେଖା ଯାଆନ୍ତି । ଗୋଟିଏ ଖୁବ୍ ଧଳା ରଙ୍ଗର, ଆରଟି କିଂଚିତ୍ ମାଟିଆ । ଚୀନ ଦେଶରେ ଏହି ଦୁଇ ତାରାଙ୍କ ବିଷୟରେ ଚମତ୍କାର କଥାଟିଏ ପ୍ରଚଳିତ ଅଛି । ସେ...
ଅନେକ ଦିନ ତଳର କଥା । ଚୀନ ଦେଶରେ ଗୋଟିଏ ଛୋଟ ଗାଁର ଏ କାହାଣୀ । ସେଇଠି ରହୁଥାଆନ୍ତି ଗୋଟିଏ ଛୋଟ ଖପରଲି ଘରେ କାଠୁରିଆ, ତାର ସ୍ତ୍ରୀ ଏବଂ ତାଙ୍କର ଛୋଟ ଝିଅଟିଏ । ସେମାନେ ତ ଭାରି ଗରିବ ଥିଲେ । ହେଲେ ପାଖ ଜଙ୍ଗଲରୁ କାଠ ଆଣି କାଠୁରିଆ ତାର ବ୍ୟବସାୟ କରୁଥିଲା । ବାରିରେ ପରିବା ଆଦାୟ କରି ଦୁଃଖେ ସୁଖେ ଦୁଇ ପ୍ରାଣୀ ଚଳି ଯାଉଥିଲେ । ତାଙ୍କର କେବେ ବି କିଛି ବଳୁ...


