ଅନ୍ୟ ରାଜାମାନଙ୍କ ପରି ଆକବରଙ୍କର ମଧ୍ୟ ବିଭିନ୍ନ ରକମର ଘୋଡା ପାଳିବା ଏକ ସଉକ୍ ଥାଏ । ସେ ତାଙ୍କର ଘୋଡାଶାଳରେ ଜାତି ଜାତିକା ଘୋଡା ରଖିଥାଆନ୍ତି । ଦିନେ ଜଣେ ବ୍ୟକ୍ତି ସାଂଗରେ କିଛି ଘୋଡାଧରି ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ସଂଗେ ସଂଗେ ଘୋଡା ବେପାରୀକୁ ଉପଯୁକ୍ତ ମୂଲ୍ୟ ଦେଇ ସବୁତକ ଘୋଡା ରଖିଦେଲେ । ଏପରିକି ଆହୁରି ଅଧିକ ଘୋଡା ଆଣିବା ପାଇଁ କିଛି ପଇସା...
Category - କାହାଣୀ
ଥରେ ଆକବର ତାଙ୍କର ମନ୍ତ୍ରୀମାନଙ୍କ ଉପରେ ଖୁସି ହୋଇ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଦେଲେ । ହେଲେ ଦିନ ପରେ ଦିନ ଗଡିଚାଲିଲା । ଆକବର ତାଙ୍କର ଘୋଷଣା ସଂପର୍କରେ ଭୁଲିଗଲେ । ମନ୍ତ୍ରୀ ବିରବଲ କିନ୍ତୁ ଏକଥାକୁ ଠିକ୍ ମନେରଖି ଥାଆନ୍ତି । ରାଜାଙ୍କୁ ତ’ ସିଧା ସଳଖ ପୁରସ୍କାର ମାଗିପାରିବେ ନାହିଁ । ସେଥିପାଇଁ ମନେ ମନେ ସୁଯୋଗ ଅପେକ୍ଷାରେ ଥାଆନ୍ତି ।...
ଦିନେ ଆକବର ଏବଂ ବିରବଲ ଏକତ୍ର ବସି ଭୋଜନ କରୁଥାଆନ୍ତି । ଖାଇବା ସମୟରେ ଆକବର ବାଇଗଣ ପରିବାର ଖୁବ୍ ପ୍ରଶଂସା କଲେ । ଆକବର କହିଲେ, “ବାଇଗଣ ହେଉଛି ଏକ ପୁଷ୍ଟିକର ପରିବା । ଏଥିରେ ପ୍ରଚୁର ପୁଷ୍ଟିକର ଉପାଦାନ ରହିଛି ।” ବିରବଲ ମଧ୍ୟ ଆକବରଙ୍କ କଥାରେ ସମ୍ମତି ପ୍ରଦାନ କଲେ । କିଛିଦିନ ବିତିଗଲା । ଆକବର ବିରବଲ ପୁଣି ଥରେ ଏକାଠି ଖାଉଥାଆନ୍ତି । ଏହି ସମୟରେ ରୋଷେୟା...
ସବୁ ସମୟରେ ଆକବର ନାନାଦି ଚତୁର ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ ତାଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ବିରବଲ ମଧ୍ୟ ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରୁଥିଲେ । ଦିନେ ରାତିରେ ଚନ୍ଦ୍ରାଲୋକରେ ଆକବର ଏବଂ ବିରବଲ ବଗିଚାରେ ବସି କଥାବାର୍ତ୍ତା କରୁଥାଆନ୍ତି । ଆକବର ଆକାଶକୁ ଚାହିଁଲେ । ତାରାମାନଙ୍କୁ ଦେଖି ହଠାତ୍ ତାଙ୍କ ମନରେ ଏକ ପ୍ରଶ୍ନ...
ଆଗ୍ରା ସହରରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ । ସହରରେ ତାଙ୍କୁ ମଧ୍ୟ ସମସ୍ତେ ସମ୍ମାନ ଦେଖାନ୍ତି । ପ୍ରତିଦିନ ବିଭିନ୍ନ ଲୋକ ତାଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲେ । ଯାହାର ଯାହା ଅସୁବିଧା ତାଙ୍କ ଆଗରେ ଖୋଲି କହନ୍ତି । ଧନୀ ବ୍ୟକ୍ତି ଜଣକ କିନ୍ତୁ ସମସ୍ତଙ୍କୁ ସାହାଯ୍ୟ କରିବାର ନିର୍ଭର ପ୍ରତିଶୃତି ଦିଅନ୍ତି । କିନ୍ତୁ କାହାକୁ ସାହାଯ୍ୟ କରନ୍ତି ନାହିଁ ।...
ଆଗ୍ରା ସହରରେ ଜଣେ ମାଂସ ବିକାଳୀ ମାଂସ ବିକ୍ରୀ କରୁଥାଏ । ଲୋକଟି ସଚ୍ଚୋଟ୍ ସ୍ୱଭାବର ହୋଇଥିବାରୁ ଏବଂ ଗ୍ରାହକ ମାନଙ୍କର ମନଜାଣି ଜିନିଷ ଦେଉଥିବାରୁ ସବୁ ସମୟରେ ତା’ର ଦୋକାନରେ ଗହଳି ଲାଗିରହୁଥାଏ । ଦିନେ ତା’ର ଦୋକାନରେ ଅସମ୍ଭବ ଗହଳି ହୋଇଗଲା । ମାଂସ ବିକାଳୀ ତା’ର କାରବାରକୁ ନେଇ ବ୍ୟସ୍ତଥାଏ । ଏହି ସମୟରେ ଜଣେ ବଣିକ ଆସି ମାଂସ ବିକାଳୀକୁ ଏକ କେ.ଜି...
ଦିନେ ଗୋଟିଏ ଶିକାରୀ ଏକ ଶୁଆକୁ ଧରି ଆଣି ରାଜ ଦରବାରରେ ପହଁଚିଲା । ଶୁଆଟି ବେଶ୍ କଉତୁକିଆ ହୋଇଥାଏ । ମିଠା ମିଠା କଥା ମଧ୍ୟ କହୁଥାଏ । ଶୁଆଟିର ମଧୁର କଥା ଶୁଣି ରାଜା ବିମୋହିତ ହୋଇଗଲେ । ଶିକାରୀକୁ କିଛି ଟଙ୍କା ଦେଇ ରାଜା ଦରବାରରୁ ବିଦାୟ ଦେଲେ । ଏହାପରେ ରାଜା ଜଣେ ବିଶ୍ୱସ୍ତ କର୍ମଚାରୀଙ୍କୁ ଶୁଆର ଦାୟିତ୍ୱ ଦେଇ କହିଲେ, “ଦେଖ! ଏ ଶୁଆକୁ ମୁଁ...
ମହାରାଜ ଆକବର ଏବଂ ପାରସ୍ୟର ସମ୍ରାଟଙ୍କ ମଧ୍ୟରେ ସୁସଂପର୍କ ଥାଏ । ଉଭୟେ ସବୁ ସମୟରେ ପରସ୍ପର ନିକଟକୁ ନାନାଦି ଜଟିଳ ପ୍ରଶ୍ନ ପଠାଉଥାଆନ୍ତି । ଯିଏ ସମସ୍ୟାର ସମାଧାନ କରିପାରେ, ସେ ଚତୁର ବୋଲି ପରିଗଣିତ ହୁଏ । ଦିନେ ପାରସ୍ୟ ସମ୍ରାଟ୍ ଗୋଟିଏ ପିଞ୍ଜରା ମଧ୍ୟରେ ଏକ ସିଂହ ତିଆରି କରି ତାଙ୍କର ଜଣେ କର୍ମଚାରୀ ହାତରେ ଏକ ଜଟିଳ ପ୍ରଶ୍ନ ଲେଖି ପଠାଇଥାଆନ୍ତି...
ଆକବରଙ୍କ ଦରବାରରେ ବିରବଲ ଯେମିତି ଜଣେ ମନ୍ତ୍ରୀ ଥାଆନ୍ତି, ସେହିପରି ‘ମୁଲ୍ଲା-ଦୋ-ପ୍ୟାଜା’ ନାମକ ଜଣେ ବ୍ୟକ୍ତି ମଧ୍ୟ ମନ୍ତ୍ରୀ ଥାଆନ୍ତି । ‘ମୁଲ୍ଲା’ ଜଣେ ସୈନିକ ପରିବାରରୁ ଆସିଥାଆନ୍ତି । ବିରବଲ କିନ୍ତୁ ଜଣେ କୃଷକ ପରିବାରରୁ ଆସି ଥାଆନ୍ତି । ରାଜା ଆକବରଙ୍କର ବିରବଲଙ୍କ ପ୍ରତି ମାତ୍ରାଧିକ ସ୍ନେହ ମୁଲ୍ଲାଙ୍କୁ ଈର୍ଷାନ୍ୱିତ କରାଉଥାଏ । ମୁଲ୍ଲା କେମିତି...
ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ...
ଥରେ ମହାରାଜ୍ ଆକବର ଗମ୍ଭୀର ଅବସ୍ଥାରେ ବସି କୌଣସି କଥା ଚିନ୍ତା କରୁଥାଆନ୍ତି । ହଠାତ୍ ରାଜାଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଆସିଲା । ରାଜା ମନେ ମନେ ଭାବିଲେ ଗୋଟିଏ ମାସ ଯଦି ତିରିଶ ଦିନ ନହୋଇ ଷାଠିଏ ଦିନ ହୁଅନ୍ତା ତା’ହେଲେ ବହୁତ ଭଲ ହୁଅନ୍ତା । ଏହି କଥା ମଧ୍ୟ ରାଜା ମନ୍ତ୍ରୀମାନଙ୍କ ଆଗରେ ପ୍ରକାଶ କଲେ । ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ...
‘ହରିନାଥ’ ନାମକ ଜଣେ ଚିତ୍ରକର ଆଗ୍ରା ସହରରେ ବାସ କରୁଥିଲେ । ସେ ତାଙ୍କର ଜୀବିକାକୁ ନେଇ ଖୁବ୍ ଖୁସିଥିଲେ ଏବଂ ଯାହା କିଛି ରୋଜଗାର କରୁଥିଲେ, ସେଥିରେ ସେ ଖୁସିରେ ଚଳି ଯାଉଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ଥିଲା ଯେ, ସେ ଗୋଟିଏ ଚିତ୍ର କରିବାପାଇଁ ବହୁତ ସମୟ ନେଉଥିଲେ । ତେଣୁ ସେ ଅଧିକ ଧନ ରୋଜଗାର କରିପାରୁନଥିଲେ । ଯେତିକି ଧନ ରୋଜଗାର କରୁଥିଲେ ତାହା...
ଆକବର ପ୍ରତିଦିନ ବିରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି । ବିରବଲ ମଧ୍ୟ ହାର ମାନିବା ଲୋକ ନୁହେଁ । ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି । ତେଣୁ ବିରବଲଙ୍କୁ କେମିତି ବୋକା ବନାଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ । ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ । ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ । ଦିନେ...
ଥରେ ମହାରାଜ ଆକବର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନଟି ଥିଲା ଆକବରଙ୍କର ସବୁ ଦାନ୍ତ ପଡିଯାଇଛି କେବଳ ଗୋଟିଏ ଦାନ୍ତ ରହିଛି । ସ୍ୱପ୍ନଟି ଦେଖିବାପରେ ଆକବରଙ୍କୁ କିଛି ଭଲ ଲାଗିଲା ନାହିଁ । ସେ ରାଜ୍ୟରେ ଥିବା ସମସ୍ତ ଜ୍ୟୋତିଷମାନଙ୍କୁ ଡକାଇଲେ । ଜ୍ୟୋତିଷମାନେ ଆସିବାପରେ ମହାରାଜ୍ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ଜ୍ୟୋତିଷମାନେ ସବୁ...
ଗ୍ରୀଷ୍ମ ଦିନ ହୋଇଥାଏ । ଖରା ତେଜରେ ନଦୀ, ନାଳ, କୂଅ, ପୋଖରୀ ସବୁ ଶୁଖିଗଲା । ରାଜ୍ୟର ଅବସ୍ଥା ଅନୁଧ୍ୟାନ କରିବାକୁ ଦିନେ ଆକବର ବିରବଲଙ୍କୁ ସାଙ୍ଗରେ ଧରି ବାହାରିଲେ । ରାସ୍ତାରେ ଯିବା ସମୟରେ ଏକ କୂପ ପଡିଲା । ରାଜା ବିରବଲଙ୍କର ବୁଦ୍ଧି ପରୀକ୍ଷା କରିବାପାଇଁ ହଠାତ୍ ନିଜ ହାତରୁ ମୁଦି ବାହାର କରି କୂପ ମଧ୍ୟକୁ ଫିଙ୍ଗିଦେଲେ । କୂପରେ ତ’ ପାଣି ନଥାଏ ।...


