ପାରସ୍ୟର ସମ୍ରାଟ୍ ଏବଂ ମହାରାଜ ଆକବର ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ । ଥରେ ପାରସ୍ୟ ସମ୍ରାଟ୍ ଭାରତ ଭ୍ରମଣରେ ଆସିଥାଆନ୍ତି । ସେ ଆକବରଙ୍କୁ ପଚାରିଲେ, “ବନ୍ଧୁ! ତୁମ ପାଖରେ ଏପରି ଏକ ଅଲୌକିକ ପଥର ଅଛି କି, ଯାହାକୁ ତୁମେ ଛୁଇଁଲା ମାତ୍ରକେ ସୁନା ପାଲଟିଯିବ? ସମ୍ରାଟ୍ ଙ୍କ କଥା ଶୁଣିବା ପରେ ଆକବର କିଛି ସମୟ ନୀରବ ହୋଇଗଲେ । ଏହାପରେ ବିରବଲଙ୍କୁ ପାଖକୁ ଡକାଇଲେ ।...
Category - କାହାଣୀ
ବିରବଲଙ୍କର ଯଶ, ଖ୍ୟାତି, ଚାରିଆଡେ ବ୍ୟାପୁଥାଏ । ସାରା ରାଜ୍ୟରୁ ଅନେକ ଲୋକ ତାଙ୍କଠାରୁ ଉପଦେଶ ଗ୍ରହଣ କରିବାପାଇଁ ଆସୁଥାଆନ୍ତି । ପଡୋଶୀ ରାଜ୍ୟର ରାଜା ତ୍ରିପୁର ଚନ୍ଦ୍ର ବର୍ମା ବିରବଲଙ୍କ ସଂପର୍କରେ ଅନେକ କଥା ଶୁଣି ଥାଆନ୍ତି । ରାଜାଙ୍କର ବିରବଲଙ୍କୁ ଦେଖା କରିବା ପାଇଁ ପ୍ରବଳ ଆଗ୍ରହ ହେଲା । ରାଜା ଜଣେ ବଣିକର ବେଶ ଧାରଣ କରି ଘୋଡା ପିଠିରେ ସବାର୍ ହୋଇ...
ବିରବଲଙ୍କର ଏକ ବଦଭ୍ୟାସ ଥିଲା । ସେ ତମାଖୁ ସେବନ କରିବାପାଇଁ ଭଲ ପାଉଥିଲେ । ଦିନରେ ଥରେ ଦୁଇଥର ସେ ତମାଖୁ ସେବନ କରୁଥିଲେ । ଆକବର କିନ୍ତୁ ବିରବଲଙ୍କର ଏପରି ଅଭ୍ୟାସକୁ ଆଦୌ ପସନ୍ଦ କରୁନଥିଲେ । କେମିତି ବିରବଲ ଏହି ଅଭ୍ୟାସ ଛାଡିବେ ସେ ମନେ ମନେ ଭାବୁଥାଆନ୍ତି । ଦିନେ ଆକବର ଏବଂ ବିରବଲ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । ବାଟରେ ଯାଉ ଯାଉ ତମାଖୁ କରାଯାଇଥିବା...
ପ୍ରତିଦିନ ନଗର ପରିଭ୍ରମଣ କରିବା ବିରବଲଙ୍କର ଏକ ଅଭ୍ୟାସ । ଏହି ନଗର ଭ୍ରମଣ ସମୟରେ ସେ ଲୋକମାନଙ୍କର ଭଲ ମନ୍ଦ କଥା ପଚାରି ବୁଝନ୍ତି । ଦିନେ ସକାଳେ ଆଗ୍ରା ସହରରେ ବୁଲୁଥିବା ସମୟରେ ହଠାତ୍ ଜଣେ ଲୋକ ଆସି ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ କହିପାରିବେ କି, ବିରବଲଙ୍କ ଘରକୁ ଯିବାକୁ ରାସ୍ତା କେଉଁଟା?” ଲୋକଟିର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ ତାଙ୍କୁ...
ଦିନେ ମହାରାଜ ଆକବରଙ୍କର ଦରବାର ଚାଲିଥାଏ । ନାନାଦି ସମସ୍ୟା ସଂପର୍କରେ ରାଜା ପଚାରି ବୁଝୁଥାଆନ୍ତି । ରାଜାଙ୍କର ତ’ ପ୍ରତିଦିନ ବିରବଲଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଅଭ୍ୟାସ । ସେ ଦିନ ବା’ କେମିତି ବାଦ ଯିବ । ରାଜା ହଠାତ୍ ତାଙ୍କର ସଭ୍ୟମାନଙ୍କୁ କହିଲେ, “ମହାଶୟ! ଆଜି ଏକ ଅଦ୍ଭୁତ ଘଟଣା ଘଟିଗଲା । ଘଟଣାଟି କ’ଣ ନା, ମୁଁ ଶୋଇଥିବା ସମୟରେ କେହି ଜଣେ ଆସି ମୋ...
ମହାରାଜ ଆକବର ପ୍ରତିଦିନ ଦରବାରକୁ ଆସି ରାଜ୍ୟର ଭଲ ମନ୍ଦ ଖବର ଗୁପ୍ତଚରମାନଙ୍କ ଠାରୁ ବୁଝନ୍ତି ଓ ସମସ୍ୟାର ଉଚିତ୍ ପଦକ୍ଷେପ ନିଅନ୍ତି । ଏଥିରେ ବିରବଲ ତାଙ୍କର ସହାୟତା କରନ୍ତି । ସେଥିପାଇଁ ବିରବଲଙ୍କୁ ପ୍ରତିଦିନ ଦରବାରକୁ ଆସିବାକୁ ପଡେ । ଦିନେ ଦରବାରରେ ଏପରି ଏକ ସମସ୍ୟା ଦେଖା ଦେଲା ଯାହାର ସମାଧାନ ବିରବଲ ଖୁବ୍ କମ୍ ସମୟ ମଧ୍ୟରେ କରିଦେଇଥିଲେ । ସମସ୍ୟାଟି...
ଆକବରଙ୍କର ଯେଉଁ ସବୁ ସମସ୍ୟା ଦେଖାଯାଉଥାଏ, ବିରବଲ ସବୁ ସମସ୍ୟାର ସହଜ ସମାଧାନ କରିଦେଉଥାଆନ୍ତି । ତେଣୁ ବିରବଲ ମହାରାଜାଙ୍କର ଏକାନ୍ତ ପ୍ରିୟ ହୋଇ ଉଠୁଥିଲେ । ବିରବଲଙ୍କ ପ୍ରତି ରାଜାଙ୍କର ଶ୍ରଦ୍ଧା ଦେଖି ଅନ୍ୟ ମନ୍ତ୍ରୀଗଣ ଈର୍ଷାପରାୟଣ ହୋଇପଡୁଥିଲେ । ଏକଥା ଆକବର ଜାଣିବାକୁ ପାଇଲେ । ମହାରାଜ ମନେ ମନେ ଠିକ୍ କଲେ କିପରି ଏହି ମନ୍ତ୍ରୀ ମାନଙ୍କୁ ଉପଯୁକ୍ତ...
ଆକବରଙ୍କ ପୁତ୍ର ସଲିମ୍ଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ରାଜାଙ୍କର ନାତି ହୋଇଥିବାରୁ ରାଜା ଖୁସିରେ ପାଗଳ ହୋଇଗଲେ । ରାଜା ସବୁ ସମୟ ନାତି ସହିତ କଟାଉଥିଲେ । ସବୁ ସମୟରେ ରାଜା ନାତିକୁ ଆଦରରେ ଗେହ୍ଲା କରିବା, ତା’ସହିତ ଖେଳିବାରେ କଟୁଥାଏ । ରାଜା ଏତେ ସମୟ କଟାଇଲେ ଯେ, ରାଜ୍ୟ ଖବର ବୁଝିବା ମଧ୍ୟ ଭୁଲିଗଲେ । ଯେତେବେଳେ ସେ ଦରବାରକୁ ଆସିଲେ, ସେତେବେଳେ...
ଥରେ ଆକବର ତାଙ୍କ ଦରବାରରେ ଥିବା ଜଣେ ମନ୍ତ୍ରୀଙ୍କ ଉପରେ ରାଗି ଗଲେ । ରାଗିଯାଇ କହିଲେ, “ଆପଣ ମୋର ଆଦେଶ ପାଳନ କରିନାହାଁନ୍ତି ମାନେ, ଆପଣ ଆଉ କେବେ ମୋତେ ମୁହଁ ଦେଖାଇବେ ନାହିଁ ।” ମହାରାଜାଙ୍କ କଥା ଶୁଣି ମନ୍ତ୍ରୀ ଜଣକ ମନ ଦୁଃଖରେ ସଭାସ୍ଥଳ ତ୍ୟାଗ କଲେ । ଏକଥା ଶୁଣି ବିରବଲ ମଧ୍ୟ କିଛି କରିପାରିଲେ ନାହିଁ । ବିରବଲ ଜାଣିଥିଲେ ଯେ, ମନ୍ତ୍ରୀ ଜଣକ ପ୍ରକୃତରେ...
ଆଗ୍ରା ସହରରେ କରିମ୍ ଏବଂ ହାସାନ୍ ନାମକ ଦୁଇଜଣ ଅଟା ବ୍ୟବସାୟୀ ବାସ କରୁଥିଲେ । ସେମାନେ ଉଭୟେ ବାଲ୍ୟକାଳରୁ ବନ୍ଧୁ ଥିଲେ । କରିମ୍ ସଚ୍ଚୋଟ ସ୍ୱଭାବର ଥିଲା, କିନ୍ତୁ ହାସାନ୍ ଠକ ସ୍ୱଭାବର ଥିଲା । କରିମ୍ ହାସାନ୍ ସହିତ ମିଶୁଥିଲା ହେଲେ ତା’ର ଏ ପ୍ରକାର ସ୍ୱଭାବ ସଂପର୍କରେ ସେ ଅଜ୍ଞ ଥିଲା । ସେମାନେ ଉଭୟେ ଏକ ପ୍ରକାର ବେପାର କରୁଥିଲେ । ନୂଆ ନୂଆ ସେମାନଙ୍କର...
ଦିନେ ଜଣେ ବୃଦ୍ଧା ବିରବଲଙ୍କୁ ସାକ୍ଷାତ କରିବାପାଇଁ ଆସିଲେ । ତାଙ୍କ ସମସ୍ୟାର ସମାଧାନ ବିରବଲ କରନ୍ତୁ ବୋଲି ସେ କହୁଥିଲେ । ବିରବଲ ପ୍ରଥମେ ବୃଦ୍ଧାଙ୍କର ସମସ୍ୟା ସଂପର୍କରେ ଜାଣିବାକୁ ଚାହିଁଲେ । ବୃଦ୍ଧା କହିଲେ, “ମୋର ଝିଅର ଶାଶୁ ଘର ଏଇ ପାଖ ଗାଁରେ । ମୋର ଝିଅ ପାଇଁ ଜୀବନ ସାରା ସଂଚି ସଂଚି କିଛି ଗହଣା ତିଆରି କରିଥିଲି । ସେହି ଗହଣା ଗୁଡିକ ମୁଁ ଆମ ଗାଁର...
ପ୍ରତିଦିନ ବିରବଲଙ୍କୁ ନାନାଦି ଅଜବ ପ୍ରଶ୍ନ ପଚାରି ଉତ୍ତର ଆଦାୟ କରିବା ଆକବରଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ଦିନେ ବିରବଲ ଭାବିଲେ, ମହାରାଜ ତ’ ସବୁଦିନ ମୋତେ ପ୍ରଶ୍ନ ପଚାରୁଛନ୍ତି । ଦିନେ ମୁଁ ତାଙ୍କୁ ପ୍ରଶ୍ନ ପଚାରିବି । ଦେଖିବା ମହାରାଜ କେମିତି ଉତ୍ତର ଦେଉଛନ୍ତି । ଏହା ଭାବି ବିରବଲ ଦିନେ ଦରବାର ବସିଥିବା ସମୟରେ ମହାରାଜାଙ୍କୁ ପଚାରିଲେ, “ମହାରାଜ...
ଆଗ୍ରା ସହର ନିକଟବର୍ତ୍ତୀ ଅଂଚଳର ଗ୍ରାମରେ ଜଣେ ବିଧବା ବାସ କରୁଥିଲେ । ବିବାହର କିଛି ଦିନ ପରେ ତାଙ୍କର ସ୍ୱାମୀ ଆରପାରିକୁ ଚାଲିଗଲେ । ବିଚାରୀ ସ୍ତ୍ରୀ ଲୋକଟିର ଆଗକୁ ପଛକୁ କେହି ନଥାନ୍ତି । ଗ୍ରାମର ଶେଷ ମୁଣ୍ଡରେ କୁଡିଆଟିଏ କରି ସେ ବାସ କରୁଥାଏ । ଧନୀ ବ୍ୟକ୍ତି ମାନଙ୍କର ଘରେ ବାସନ ମାଜିବା, ଘର ଝାଡୁ କରିବା, ଲୁଗା ସଫା କରିବା ଇତ୍ୟାଦି କାର୍ଯ୍ୟ କରି ଜୀବନ...
ବିରବଲ ତାଙ୍କର ଚତୁରତା ପାଇଁ ଦିନକୁ ଦିନ ଲୋକପ୍ରିୟ ହୋଇପଡୁଥାଆନ୍ତି । ରାଜା ଆକବର ମଧ୍ୟ କୌଣସି ମୁହୁର୍ତ୍ତ ରେ ବିରବଲଙ୍କୁ ପାଖଛଡା କରୁନଥାନ୍ତି । ରାଜା ଯେ କୌଣସି କାର୍ଯ୍ୟ କରିବସିଲେ ପ୍ରଥମେ ବିରବଲଙ୍କୁ ପଚାରୁଥିଲେ । ତାଙ୍କୁ ନଜଣାଇ କୌଣସି କାର୍ଯ୍ୟ କରାଯାଉନଥିଲା । ଏହା ଦେଖି ଆକବରଙ୍କ ଦରବାରରେ ଥିବା ଅନ୍ୟ ମନ୍ତ୍ରୀମାନେ ଈର୍ଷାପରାୟଣ ହୋଇଉଠୁଥିଲେ ।...
ବିରବଲ ମହାରାଜ ଆକବରଙ୍କୁ ପ୍ରତିଟି କାମରେ ସାହାଯ୍ୟ କରନ୍ତି । ଏପରିକି କୌଣସି ନା କୌଣସି ନିଷ୍ପତି ମଧ୍ୟ ରାଜା ବିରବଲଙ୍କ କଥାରେ ବଦଳାଇ ଦେଇଥାଆନ୍ତି । ଥରେ ଆଗ୍ରା ସହରରେ ଜଣେ ବ୍ୟକ୍ତିଙ୍କୁ ନେଇ ଜୋର୍ସୋର୍ରେ ଚର୍ଚ୍ଚା ଆରମ୍ଭ ହେଲା । ସେହି ବ୍ୟକ୍ତିଟିର ନାମ ହେଉଛି ସୂରଜ । ଏଇଥିପାଇଁ ତା’ ସମ୍ପର୍କରେ ଚର୍ଚ୍ଚା ହେଉଥିଲା ଯେ, ଯିଏ ସକାଳୁ ଉଠି ପ୍ରଥମେ ସୂରଜର...


