ସେଦିନ ଉଆସରେ ଥାଆନ୍ତି ସମ୍ରାଟ୍ । କୌଣସି ଏକ ମଜା କଥାରେ ବେଗମ୍ ସାହେବ୍ଙ୍କ ସହିତ ମାତି ଯାଇଥିଲେ । ସେତିକି ବେଳେ ଦାସୀ ଆସି ସମ୍ରାଟଙ୍କୁ ପ୍ରଣାମ ନିବେଦନ କରି କହିଲା, ଜାହାଁପନା ଶଳା ସାହେବ ପ୍ରବେଶ ନିମନ୍ତେ ଜାହାଁପନାଙ୍କର ଆଦେଶ ଚାହୁଁଛନ୍ତି । ସମ୍ରାଟ୍ ସେ କଥା ଦାସୀଠାରୁ ଶୁଣି ହସି ଉଠି କହି ପକାଇଲେ ଯେ, ଆରେ ଶଳା ସାହେବଙ୍କର ଆସିବା ନିମନ୍ତେ...
Category - କାହାଣୀ
ସମ୍ରାଟ୍ ଆକବରଙ୍କ ଦରବାର ସେଦିନ ଖୁବ୍ ଜନାରଣ୍ୟ ଥାଏ । ସେଦିନ ଏପରି ଜନାରଣ୍ୟ ହେବାର କାରଣ ଥିଲା ଯେ ସେ ରାଜ୍ୟରେ ହୋଇଥିବା ସମସ୍ତ ଚୋରି ମାଲ ଗୁଡିକ ଦରବାରରେ ଜମା କରାଯାଉଥିଲା । ପାରିଷଦ ବର୍ଗ ଖୁବ୍ ଉତ୍ସୁକତାର ସହିତ ଦରବାରକୁ ଆସୁଥିବା ସମସ୍ତ ଚୋରି ମାଲ୍ ଦେଖୁଥାଆନ୍ତି । ସେଦିନ ଯେତେଗୁଡିଏ ଚୋରି ମାଲ୍ ମହଜୁଦ୍ କରାଗଲା, ସେଥି ମଧ୍ୟରେ ଦେଖିବାଲାଗି...
ସମ୍ରାଟ୍ ଆକବରଙ୍କର ରାଜତ୍ୱ ସମୟର କଥା । ଆଗ୍ରା ନାମକ ଏକ ସହର ଥିଲା । ସେହି ସହରକୁ ଲାଗି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମରେ ଜଣେ ବ୍ୟବସାୟୀ ବାସ କରୁଥିଲେ । ବିବାହର କେତେଦିନ ଅତିବାହିତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । କିନ୍ତୁ ବ୍ୟବସାୟୀଙ୍କ ସ୍ତ୍ରୀ, କେତେ ସୁନ୍ଦରୀ, ସେ ସୁନ୍ଦରୀଙ୍କୁ ଉପମା ଦେବାକୁ ଥିଲା । ସେ ଚନ୍ଦ୍ରମୁଖୀ, ସେ...
ସମ୍ରାଟ୍ ଆକବରଙ୍କ ପରି ଆଉ ଏକ ଦେଶରେ ଆଉ ଜଣେ ସମ୍ରାଟ୍ ଥିଲେ । ସେ ବୁଦ୍ଧିରେ ଯେପରି ବିଚକ୍ଷଣ ଯୁଦ୍ଧରେ ସେହିପରି ମଧ୍ୟ ବିଚକ୍ଷଣ । ସେଥିଲାଗି ସଦାସର୍ବଦା ସମ୍ରାଟ୍ ଯୁଦ୍ଧ କରି ଅନ୍ୟ ରାଜ୍ୟକୁ ହରାଇ ସେ ରାଜ୍ୟକୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଥାଆନ୍ତି । ଏକଦା ସେହି ସମ୍ରାଟ୍ ଗୋଟିଏ ରାଜ୍ୟ ସାଥିରେ ଯୁଦ୍ଧ କରିବାକୁ ଇଚ୍ଛା କରି ସେହି ରାଜ୍ୟ...
ସମ୍ରାଟ୍ ଆକବରଙ୍କର ଦରବାର । ସମ୍ରାଟ୍ ଦରବାରରେ ସେଦିନ ଏକା ଏକା ବସିଥା’ନ୍ତି । ଏଥି ମଧ୍ୟରେ ତାଙ୍କର ଭାବନା ବି ମନ ମଧ୍ୟରେ ଅନେକ ଥିବା ପରି ଜଣାପଡୁଥିଲା । ଠିକ୍ ଏହି ସମୟରେ ବିରବଲ ଆସି ସମ୍ରାଟଙ୍କ ଆଗରେ ଉଭା ହୋଇଗଲେ । ସଂଗେ ସଂଗେ ଆକବରଙ୍କୁ ନିଜର ଅଭିବାଦନ ଜଣାଇବାରୁ ସମ୍ରାଟ୍ ବିରବଲଙ୍କୁ ବସିବାକୁ କହି ପୁଣି ଚିନ୍ତାମଗ୍ନ ହେଲେ । ସେତିକିବେଳେ...
ରାଜସଭାରେ କାର୍ଯ୍ୟ ଖୁବ୍ ଗହଳି ମଧ୍ୟରେ ହେଉଥାଏ । ସାମାନ୍ୟ କଥା ହେଉ ହେଉ ସମ୍ରାଟଙ୍କ ସହିତ ବିରବଲଙ୍କର ଯୁକ୍ତି ଏପରି ହେଲା ଯେ ଶେଷରେ ବାଦ୍ଶାହା ରାଗିଗଲେ ଏବଂ ସଂଗେ ସଂଗେ ବିରବଲଙ୍କୁ ରାଜସଭାରୁ ବାହାରି ଯିବାକୁ ଆଦେଶ ଦେଲେ । ଆଉ ମଧ୍ୟ ରାଜ ସଭାକୁ ଆଉ ଆସିବ ନାହିଁ ବୋଲି ଆଦେଶ ଦେଲେ । ବିରବଲଙ୍କୁ ସମ୍ରାଟଙ୍କର ଏତାଦୃଶ ବ୍ୟବହାର ଖୁବ୍ ବାଧିଲା ।...
ଦିନକର କଥା । ସମ୍ରାଟ୍ ଆକବରଙ୍କ ରାଜସଭା ଚାଲିଥାଏ । କିନ୍ତୁ ସବୁଦିନ ପରି ସେଦିନ ରାଜସଭାରେ ବିରବଲ ଉପସ୍ଥିତ ନ ଥିଲେ । କୌଣସିଠାରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପଡିବାରୁ ସେ ଚାଲିଯାଇଥିଲେ । ବିରବଲ ଯେଉଁ ଦିନ ସଭାରେ ଅନୁପସ୍ଥିତ ରୁହନ୍ତି, ସେଦିନ ଉପସ୍ଥିତ ଅନ୍ୟ ପଣ୍ଡିତମାନଙ୍କ ବାରପାଳକ ପଡିଯାଏ । ସମସ୍ତେ ହିଁ ଲଗେଇ ଜୁଟେଇ ସମ୍ରାଟଙ୍କ ଆଗରେ...
ଅନେକ ଦିନ ତଳର କଥା । ‘ବାରଣାସୀ’ ପ୍ରତାପ ମୁକୁଟ ନାମକ ଜଣେ ରାଜାଙ୍କ ଦ୍ୱାରା ଶାସିତ ହେଉଥାଏ । ପ୍ରତାପମୁକୁଟଙ୍କର ଜଣେ ପତ୍ନୀ ଓ ଗୋଟିଏ ପୁତ୍ର ଥାଆନ୍ତି । ପୁତ୍ରର ନାମ ହେଉଛି ବଜ୍ର ମୁକୁଟ । ବଜ୍ରମୁକୁଟଙ୍କର ନିଜ ରାଜ୍ୟର ମନ୍ତ୍ରୀଙ୍କ ପୁତ୍ର ରତ୍ନରାଜଙ୍କ ସହିତ ସୁସମ୍ପର୍କ ଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ସେମାନେ ବାଲ୍ୟକାଳରୁ ସାଙ୍ଗ ଥିଲେ ।...
ରାଜା ବିକ୍ରମ ବେତାଳ ପଛରେ ଗୋଡାଇ ଗୋଡାଇ ଯାଇ ପୁଣି ସେହି ବୃକ୍ଷ ନିକଟରେ ପହଁଚିଲେ । ପୁଣି ରାଜା ଶବଟିକୁ କାନ୍ଧରେ ପକାଇ ବାଟ ଚାଲିବାକୁ ଆରମ୍ଭ କଲେ । ବେତାଳ କହିଲା- “ତୁମେ ବହୁତ ଜିଦ୍ଖୋର୍ ଅଟ । ତୁମେ ପୁଣି ମୋତେ ନେବାକୁ ଆସିଗଲ । ତା’ହେଲେ ମୁଁ ତୁମକୁ ଆଉ ଏକ କାହାଣୀ ବର୍ତ୍ତମାନ ଶୁଣାଉଛି ।” ବେତାଳ ଯେମିତି କାହାଣୀ କହିବାକୁ ଆରମ୍ଭ କରିଛି ବିକ୍ରମ ଚୁପ୍...
ରାଜା ବିକ୍ରମ ପୁଣି ଥରେ ବେତାଳକୁ ନିଜ ଅକ୍ତିଆରକୁ ଆଣି କାନ୍ଧ ଉପରେ ପକାଇ ଚାଲିଲେ । ଏହା ଦେଖି ବେତାଳ କହିଲା- “ ବିକ୍ରମ! ତୁମେ ତୁମ ଜିଦ୍ ରେ ଅଟଳ । କାହିଁକି ତୁମେ ମୋତେ ସେହି ଯୋଗୀ ପାଖକୁ ନେଇ ଯିବାକୁ ଚାହୁଁଛ? ମୁଁ ତୁମକୁ ପ୍ରଥମେ କହିଛି ସେ ଆଦୌ ଭଲ ଲୋକ ନୁହେଁ । କିନ୍ତୁ ତୁମେ ମୋ କଥା ଶୁଣୁ ନାହଁ । ଯଦି ମୋତେ ସାଙ୍ଗରେ ଆଣିଲଣି ରାସ୍ତା କାଟିବା ପାଇଁ...
ବେତାଳର ବାରମ୍ବାର ଏପରି କାର୍ଯ୍ୟକଳାପ ଦେଖି ରାଜା ବିକ୍ରମ ରାଗିଯାଇ ପୁଣିଥରେ ବୃକ୍ଷ ମୂଳକୁ ଆସିଲେ ଓ କହିଲେ- “ବେତାଳ! ତୁମେ ଏକ ବିଶ୍ୱାସ ଘାତକ ଅଟ । ମୁଁ ତୁମର ମସ୍ତକ ଚ୍ଛେଦନ କରିବି । ତୁମେ ଏମିତି ବାରମ୍ବାର କାହିଁକି ପଳାଇ ଆସୁଛ?” ଏହା କହି ବିକ୍ରମ ପୁଣିଥରେ ବେତାଳକୁ ଆଣି ନିଜ କାନ୍ଧ ଉପରେ ପକାଇ ଚାଲିବାକୁ ଆରମ୍ଭ କଲେ । ଏହାପରେ ପୁଣି ବେତାଳ ସବୁଥର...
ଏହାପରେ ବେତାଳ କହିଲା, “ବିକ୍ରମ ରାସ୍ତା କାଟିବା ପାଇଁ ମୁଁ ତୁମକୁ ବର୍ତ୍ତମାନ ଆଉ ଏକ କାହାଣୀ କହୁଛି ଶୁଣ । କାହାଣୀ ଶୁଣିବା ପରେ ତୁମେ ତୁମର ମତାମତ ପ୍ରଦାନ କରିବ । ଯଦି ମୋର ପ୍ରଶ୍ନର କୌଣସି ଉତ୍ତର ନଦିଅ ତା’ହେଲେ ତୁମର ମୁଣ୍ଡ ଶରୀରରୁ ଅଲଗା ହୋଇଯିବ ।” ବେତାଳ କଥାର କୌଣସି ଉତ୍ତର ନଦେଇ ବିକ୍ରମ ବାଟ ଚାଲିବାକୁ ଆରମ୍ଭ କଲେ । ବେତାଳ କାହାଣୀ କହିବାକୁ...
ବିକ୍ରମଙ୍କୁ ଦେଖି ବେତାଳ କହିଲା, “ତୁମେ ପୁଣି ମୋ ପଛେ ପଛେ ଏଠାକୁ ଚାଲି ଆସିଲ ।” ବେତାଳର କଥା ଶୁଣି ରାଜା କହିଲେ, “ବେତାଳ! ତୁ ମୋତେ କ’ଣ ଭାବିଲୁ, ମୁଁ ତୋତେ ନ ନେଇ ଛାଡିଦେବି ।” ଏହା କହି ପୁଣିଥରେ ବିକ୍ରମ ବେତାଳକୁ ଆଣି କାନ୍ଧରେ ପକାଇ ବାଟ ଚାଲିଲେ । ପଥ ଚାଲିବାର କଷ୍ଟ ଦୂର କରିବାପାଇଁ ବେତାଳ ପୁଣି ଥରେ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । ...
ଏହାପରେ ବିକ୍ରମ ପୁଣି ଥରେ ଯାଇ ବେତାଳକୁ ସେହି ଗଛରୁ ଆଣି କାନ୍ଧରେ ପକାଇ ସିଧା ଶ୍ମଶାନ ଅଭିମୁଖେ ଚାଲିଲେ । ବାଟ ଚାଲିବା ସମୟରେ ନୀରବତାକୁ ଦୂର କରିବାପାଇଁ ବେତାଳ ପୁଣି ଏକ କାହାଣୀ କହିବା ଆରମ୍ଭ କଲା । କାହାଣୀଟି ଅବନ୍ତୀ ଦେଶର ରାଜକୁମାରୀଙ୍କ କଥା । ଅବନ୍ତୀ ନରେଶଙ୍କର ଗୋଟିଏ ବୋଲି କନ୍ୟା ଥିଲା । ତାର ନାମ ଶଶିବାଳା ଅଟେ । ନାମ ଯେମିତି ରୂପ ମଧ୍ୟ ସେମିତି...
ଏହାପରେ ବିକ୍ରମ ସେଠାରେ ପହଁଚି ବେତାଳକୁ ପୁଣି ଅକ୍ତିଆର କରି ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଅଭିମୁଖେ ଚାଲିଲେ । ପୁଣି ବେତାଳ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । କାଶୀନଗରରେ ହରିଦାସ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ଲୀଳା ନାମକ ଏକ ରୂପବତୀ କନ୍ୟା ଥିଲା । ଦିନେ ଲୀଳା ତା’ର ଘରେ ଶୋଇଥାଏ । ହଠାତ୍ ସେ ଚମ୍କି ପଡି ଉଠିଗଲା । ଘର କୋଣକୁ...


