ନାରୀ ମାୟା ଦେବେ ଅଗୋଚର

ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ ।                 ଉଠ ଅବଲୋକରା ପାହିଲା ରାତି                 ଯିବା ତୀର୍ଥ ଜାଣ ଚଂଚଳ ମତି ।                 ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ...

Read More

ଚତୁରୀ ଦାସୀ

ପୂର୍ବ ଦିନ ଅନେକ ବିଳମ୍ବ ରାତ୍ରରେ ଉପଦେଷ୍ଟାଙ୍କର ନିଦ୍ରା ହୋଇ ଥିବାରୁ ସକାଳ ହେଲାରୁ ବିଳମ୍ବରେ ଉଠିଲେ ଚତୁର ବ୍ୟଙ୍ଗକାର । ଚତୁର ବ୍ୟଙ୍ଗକାର ଉଠିବା ମାତ୍ରେ ନିଜର ସ୍ନାନାଦି କାର୍ଯ୍ୟ ସମାପନ କରି କହିଲେ – ରେ ବୋଲକରା, ଉଠ ଏବେ ଝୁଟ ତେବେ ଗଣ୍ଠିଲିକୁ ସଜ କର ନାହିଁ ବିଳମ୍ବ ଯେତେ ସମ୍ଭବ କରିବା ତୀର୍ଥସାର ସଜ ସକାଳ ଖରା କୋମଳ କରନା ବିଳମ୍ବ ଆଉ ଚାଲିବା ଏବେ...

Read More

ଅଦ୍ଭୁତ ମଣିଚୁଳ କଥା

ଏହା ମଧ୍ୟରେ ବହୁ ପଥ ଗମନ କରିବା ମଧ୍ୟରେ କିଛି ଦିନ ବିତି ଯାଇଛି । ଗଙ୍ଗା କୂଳ ଯାଏଁ ଅନେକ ଗୁଡିଏ ପଥ ଅତିକ୍ରମ କରିବା ପରେ  ଚତୁର ବ୍ୟଙ୍ଗକାର ଓ ବୋଲକରା ଯାଇ ସିନ୍ଧୁ ନାମକ ଏକ ରାଜ୍ୟରେ ପହଁଚି ଗଲେ । ସେମାନେ ଯାଇ ଯେଉଁ ସ୍ଥାନରେ ପହଁଚିଲେ ସେହି ସ୍ଥାନରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରକୁ ଲାଗି ଅନ୍ୟ ଏକ ପଥର ଗୃହରେ ନିର୍ମିତ ହୋଇ ଥିଲା...

Read More

ମାୟାବିନୀ ଅସୁରୁଣୀ କଥା

ତା’ପରଦିନ ବୋଲକରା ଉପଦେଷ୍ଟାଙ୍କର ଗଣ୍ଠିଲି ଧରି ତାଙ୍କ ପଛେ ପଛେ ଚାଲି ଥାଏ । ଦୂର ଦେଶ, ଅଜଣା ରାସ୍ତା, ଦିନେ କେବେ ବି ବୋଲକରା ତା ଜୀବନରେ ଏପରି ପଥାଦି ଦେଖି ନଥିଲା, ରାସ୍ତା କଡେ କଡେ ସୁନ୍ଦର ସୁନ୍ଦର ପୁଷ୍ପ ବୃକ୍ଷ ମାନ ଦେଖି ସେ ବୋଲକରା ଆନନ୍ଦ ହୋଇ ଯାଉ ଥାଏ । ଅଦେଖା ନଦୀର ଜଳ ଭରା ଦେଖି କେତେ ଯେ ତା’ ମନରେ ଆନନ୍ଦ ଖେଳି ଗଲାଣି । ସେଥିରେ ପୁଣି ମଠ...

Read More

ଯୋଗିନୀ

ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି...

Read More

ପାପର ଫଳ

ତା’ପର ଦିନ ରାତ୍ର ପାହିବା ମାତ୍ରେ ଗଙ୍ଗା କୂଳରୁ ବିଦାୟ ନେଇ ସେମାନେ ଯମୁନା ତୀର୍ଥକୁ ବାହାରିଲେ । ରାସ୍ତାରେ ଯାଉ ଯାଉ ସଂଧ୍ୟା ହୋଇ ଆସିଲା । ଚତୁର ବ୍ୟଙ୍ଗକାର କହିଲେ – ଆରେ ବାବା ବୋଲକରା ସଂଧ୍ୟା ତ ହୋଇଯିବ । ନିକାଂଚନ ରାସ୍ତାରେ ଗତି କରିବା କଥାକୁ କଥାକାର ନା କହିଛନ୍ତି । ସେଥି ଲାଗି ମୁଁ କହୁଥିଲି କି ଆମ ଆଗରେ ଦେଖା ଯାଉ ଥିବା ସ୍ଥାନରେ ଯାଇ...

Read More

ମନ୍ତ୍ର ରାକ୍ଷସ କଥା

ଯମୁନାର ଉତ୍ତର ଦିଗରେ ଯାତ୍ରା କରୁ କରୁ ଚତୁର କଥାକାର ଓ ବୋଲକରାକୁ ରାସ୍ତାରେ ସଂନ୍ଧ୍ୟା ହୋଇ ଗଲା ।  ଚତୁର ବ୍ୟଙ୍ଗକାର ବୋଲକରା ଆଡକୁ ଚାହିଁ କହିଲେ ଏଥର ବାବା ଅନ୍ଧାର ହୋଇ ଯିବ । ଅନ୍ଧାର ହୋଇ ଯିବା ପରେ ଆମେ ଆଗକୁ ଯିବା କିପରି ବରଂ ଦେଖ ୟେ ହେଉଛି ମହାରାଷ୍ଟ୍ରର ଏକ ଛୋଟିଆ ରାଜ୍ୟ ବିନୟ ନଗର । ଏଠାରେ ପୁରାତନ କାଳରୁ ଏପରି ଅତିଥି ଶାଳା ଗୋଟିଏ ଅଛି । ତୁମେ...

Read More

ସୁନ୍ଦରୀ ଗଣିକା

ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ ।  ଚତୁର ବ୍ୟଙ୍ଗକାର କହିଲେ –                 ଦେଖ ବୋଲକରା ହୋଇଲା ବେଳ                 ଆଉ କ୍ଷଣିକରେ ଅନ୍ଧାର...

Read More

ଲକ୍ଷ୍ମୀଛଡା ରାଜା କଥା

ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ ।                 ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ...

Read More

ପାଷାଣ ବୋହୂ

ଦେଶର ନାମ ପୁଣ୍ୟ ଇଣ୍ଡିଆ ବର୍ଷ । ଏହି ଦେଶରେ କାଶୀ ନାମରେ ଏକ ପବିତ୍ର ସ୍ଥାନ ଥିଲା । ଉପଦେଷ୍ଟା ଓ ବୋଲକରା ଦୁହେଁ ସେହି ପୁଣ୍ୟ ସ୍ଥାନ ଦର୍ଶନ କରିବା ନିମନ୍ତେ ପୁଣ୍ୟ ଗଙ୍ଗା ନଦୀର କୂଳେ କୂଳେ ଚାଲିଲେ । ଏମିତି ଅନେକ ଦୂର ଚାଲିଯିବା ପରେ ଉପଦେଷ୍ଟା କହିଲେ –                 ରହ ବୋଲକରା କଥା ମୋ ଶୁଣ                 ପୁଣ୍ୟତୀର୍ଥ ପୁଣି ଏ କାଶୀ ଜାଣ...

Read More

ସେବା କରିବାର ଫଳ

ଏହି ପରି ଭାବରେ ବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ତୀର୍ଥ ଭ୍ରମଣରେ ଥାଆନ୍ତି । ସେମାନେ ଗୋଟିଏ ବର୍ଷ ପରେ ଯାଇ କାଶ୍ମୀର ରାଜ୍ୟରେ ପହଁଚିଲେ । ଚତୁର ବ୍ୟଙ୍ଗକାର କହିଲେ ଏଠାରେ ଭଲ ସୁସ୍ୱାଦୁ ଫଳ ମିଳେ । ପାଖରେ ଥିବା ବଜାରକୁ ଯାଇ ସେଠୁ କିଛି ଫଳ କିଣି ଆଣ ।                 ଅବୋଲକରା ଫଳ କିଣି ଆଣି ଉପଦେଷ୍ଟାଙ୍କୁ ଦିଅନ୍ତେ ଚତୁର ବ୍ୟଙ୍ଗକାର ସେହି ଫଳରୁ କିଛି...

Read More

ଅବୋଲକରାର ଜନ୍ମ କଥା

ଏହା ପଢିବା ପୂର୍ବରୁ “କାହାଣୀରେ ଅବୋଲକରା” ପଢନ୍ତୁ  ଏହି ପରି ଭାବରେ ବୋଲକରା ଉପଦେଷ୍ଟାଙ୍କ ସାଙ୍ଗରେ ପୁଣ୍ୟ ଇଣ୍ଡିଆ ବର୍ଷର ଚାରୋଟି ଧାମ ପରିଭ୍ରମଣ କଲା । ଯେଉଁ କାଳରେ ଆଜିପରି ଯାତ୍ରା ନିମନ୍ତେ ଯାତ୍ରୀଙ୍କ ଲାଗି କୌଣସି ଯାନ ବାହନ ନଥିଲା । ସେତେବେଳେ ତୀର୍ଥ ଯାତ୍ରୀ ମାନେ ଆବଶ୍ୟକ ଚୁଡା ଚାଉଳ ଡାଲିକୁ ଗଣ୍ଠିଲି କରି କାନ୍ଧରେ କାନ୍ଧେଇ ସାରା...

Read More

ଅଜବ ଚତୁରୀ ସ୍ତ୍ରୀ କଥା

ଏହା ଅଜଣା କଥା, ଗୁରୁ କହିଛନ୍ତି – ଯାହା ନଦେଖିବୁ ଦୁଇ ନୟନେ, ପରତେ ନଯିବୁ ଗୁରୁ ବଚନେ ।                 ଯାହା ନିଜ ଆଖିରେ କେବେ ଦେଖି ନଥିବ ତାହା କିନ୍ତୁ ଗୁରୁ ଯେତେ ବୁଝାଇଲେବି ବିଶ୍ୱାସ କରିବାର ନାହିଁ । କିନ୍ତୁ ଆଖିରେ ଦେଖି ନଥିବା କଥାତ ପୁଣି ସତ୍ୟ ହୁଏ । ସଂସାରରେ ସ୍ତ୍ରୀ ପୁରୁଷ ଦୁଇ ଜାତି । ସଙ୍ଗମ କାଳେ ରେତ ପଡିବା କିଏ କଣ କେବେ ନିଜ...

Read More

ସତୀ ସଉତୁଣୀ ମନ୍ଦିର କଥା

ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି ଯାଉଛି । ଗଙ୍ଗା ଯମୁନା କାଳେ ଦୁଇ ଭଉଣୀ । ଗଙ୍ଗା ନଦୀ ଯେପରି ପବିତ୍ର ସେହିପରି ଯମୁନା ନଦୀ ମଧ୍ୟ ପବିତ୍ର । ପବିତ୍ର ଯମୁନା ନଦୀର କୂଳେ କୂଳେ ଗଲେ ବହୁତ ଗୁଡିଏ ତୀର୍ଥ ସ୍ଥାନ ଦେଖିବାକୁ ପଡେ । ସେହି ଉପଦେଷ୍ଟାଙ୍କର ପଛେ...

Read More

ଶୁଆ ଶାରୀ କଥା

ବହୁ ପୁରାତନ କଥା । ଥରେ ଇନ୍ଦ୍ର ସଭା ବସିଥାଏ । ସ୍ୱର୍ଗର ଅପସରା ମାନେ ନାଚ, ଗୀତ କରି ସମସ୍ତଙ୍କର ମନୋରଞ୍ଜନ କରୁଥାଆନ୍ତି । ହଠାତ୍ ନୃତ୍ୟ ମଝିରୁ ମାଧବୀ ନାମକ ଅପସରା ସଭା ତ୍ୟାଗ କରି କେଉଁ ଆଡେ ଚାଲି ଗଲା । ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଇନ୍ଦ୍ର ଏକଥା ଜାଣି ପାରିଲେ । ବ୍ୟସ୍ତ ହୋଇ କହି ଉଠିଲେ – ଏତ ବିପରୀତ                           କଥା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ