ବୃକ୍ଷ, ଲତା ଭରା ପ୍ରାଚୀ ନଦୀର ଏକ ପାଶ୍ୱର୍ରେ ଏକ ସୁରମ୍ୟ ଉପବନ ଥିଲା । ଠିକ୍ ପୁରାଣ ପ୍ରସିଦ୍ଧ ନିଆଳୀ ନଗରୀର ଉପକଣ୍ଠରେ । ଯେଉଁ ଉପବନରେ ଅନେକ ପ୍ରକାର ଫୁଲ ଫଳ ବୃକ୍ଷ ସୁଶୋଭିତ ହୋଇ ଥିଲା । ଆଉ ମଧ୍ୟ ମନ ଉଚ୍ଚାଟକାରୀ ପଦ୍ମ ପୋଖରୀ ସେଠାରେ ଥାଏ । ନାନା ରଙ୍ଗର ପକ୍ଷୀ କୋଇଲି, ହଳଦୀ ବସନ୍ତ, ଚକୋର, ହଂସ, ସାରସ ଏପରିକି ମୟୁର ପର୍ଯ୍ୟନ୍ତ ସେ ଉପବନରେ କ୍ରୀଡା...
Category - କାହାଣୀ
ଶୁଆ କହିଲା – ଶୁଣଲୋ ଶାରୀ, ରତନ ପୁର ନଗ୍ରରେ ଚନ୍ଦ୍ରଗୁପ୍ତ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ତାଙ୍କର ପୁଅ ମାନେ ଯେମିତି ବଳୁଆ ସେମିତି ପ୍ରତାପୀ । ସେମାନଙ୍କ ମଧ୍ୟରେ ବଡ ହେଉଛନ୍ତି ମଦନ ସେନ । ସେ ଦେଖିବାକୁ ଯେମିତି ସୁନ୍ଦର ସେହି ଭଳି ପରାକ୍ରମୀ । ଥରେ ମଦନ ସେନ ଗୁରୁତର ଅପରାଧ କରି ବସିଲେ । ରାଜା ଚନ୍ଦ୍ରଗୁପ୍ତ ଦଣ୍ଡ ସ୍ୱରୂପ ଦୁଇ ବର୍ଷ ପାଇଁ ରାଜ୍ୟରୁ...
ଚନ୍ଦ୍ରପୁର ନାମକ ନଗରରେ ଚକ୍ରଦତ ନାମକ ରାଜା ରାଜୁତି କରୁଥିଲେ । କୌଣସି କାରଣ ବଶତଃ ସେ ନିଜ ପୁତ୍ର ମଦନପାଳକୁ ରାଜ୍ୟରୁ ବାହାର କରି ଦେଲେ । ରାସ୍ତାରେ ଖର୍ଚ୍ଚ ପାଇଁ କିଛି ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ଦେଇଥାନ୍ତି । ପୁତ୍ର ପିତାଙ୍କ ଆଜ୍ଞା ପାଳି ସେଠାରୁ ବାହାରି ଗଲା । କେତେ ଦିନ ପରେ ଜଣେ ସାଧୁ ଆଶ୍ରମରେ ଯାଇ ପହଁଚିଲା । ସାଧୁଙ୍କୁ ନିଜର ପରିଚୟ ଦେଲା ।...
ବହୁ ଦିନ ତଳର କଥା । ଗୋଟିଏ ରାଇଜରେ ଜଣେ ଅସୁର ରାଜା ରହୁଥିଲେ । ସେ ବହୁତ ପ୍ରତାପୀ । ଦେବତା ମାନଙ୍କୁ ମାନୁ ନଥିଲେ । ଚାକର ଭଳି ସେମାନଙ୍କୁ ଖଟାଉ ଥିଲେ । ଅସୁର ରାଜା ଦିନେ ଆଦେଶ ଦେଲେ ରାଜ୍ୟରେ ଯାଗଯଜ୍ଞ ଦିଅଁ ଦେବତା ପୂଜାପୁଜି କେହି କରି ପାରିବେ ନାହିଁ । ଯିଏ ଏସବୁ କରିବ ତାର ମୁଣ୍ଡ କାଟ ହେବ । ଏ କଥା ଶୁଣି ସମସ୍ତେ ଭୟରେ ଥରହର...
ଗ୍ରୀଷ୍ମଋତୁ – ବୈଶାଖୀ ଝାଞ୍ଜି ପ୍ରବଳ ଭାବରେ ବହୁଥାଏ । ପୃଥିବୀ ଉତପ୍ତ, ଘରେ ବାହାରେ କେଉଁ ଠାରେ ହେଲେ ରହି ହେବ ନାହିଁ । ଶୋଇଲେ ବସିଲେ, ଗପିଲେ, ଯାହା କଲେ ବି କେଉଁ ଠାରେ ମନରେ ସରାଗ ଆସୁନାହିଁ । ସେ ଗାଁର ବନି ଅଜା, ସମସ୍ତଙ୍କର ଅଜା, ଖରା ବେଳିଆ ଖିଆ ପିଆ ସାରି ହାତରେ ଦୁଇ ଖଣ୍ଡ ଖବର କାଗଜ ଆଉ ଖଣ୍ଡିଏ ଅଚ୍ୟୁତ ବାଣୀ ବହି ଧରି ଆସି ପହଁଚି ଗଲେ...
ଭାରତରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ...
ରାତି ପାହି ସକାଳ ହେଲା, ରାଜା ଦିୱାନ୍କୁ ତୁରନ୍ତ ଆସିବାକୁ କହିଲେ । ସମ୍ବାଦ ପାଇ ଦିୱାନ୍ ସଙ୍ଗେ ସଙ୍ଗେ ଆସି ଛାମୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଗଲା । ଦିୱାନ୍ଙ୍କୁ ଦେଖି ରାଜା ତାଙ୍କୁ ଆଦେଶ ଦେଲେ – ଦେଖ ଆଜି ରାତ୍ରିର ଦ୍ୱିତୀୟ ଘଡି ପରେ ଏକ ସାପ ଆସି ମୋତେ ଦଂଶନ କରିବ । ସେଥି ଲାଗି ତୁମେ ମୁଁ ଯାହା କହୁଛି ପାଳନ କର । ଦିୱାନ୍ କହିଲା – ତାହା ହେଲେ ଆଦେଶ...
ରାଜା ଏବେ ରାଣୀଙ୍କୁ ଧରି ଗଙ୍ଗା କୂଳକୁ ଗଲେ । ଏ କଥା ରାଜ୍ୟ ସାରା ପ୍ରଚାର ହୋଇ ଯିବାରୁ ସମସ୍ତଙ୍କ ମନରେ ଦୁଃଖ ହେଲା । ରାଇଜ ସାରାର ପ୍ରଜା ମାନେ ଆସି ରାଣୀଙ୍କର ଗୋଡ ହାତ ଧରି ଅନୁରୋଧ କଲେ । ରାଣୀଙ୍କ ମନ ବଦଳିଲା ନାହିଁ । ସେ କହିଲେ ଯିଏ ଯାହା କୁହନ୍ତୁ ପଛେ, ମୁଁ କିନ୍ତୁ ରାଜାଙ୍କ ଠାରୁ ସେହି ସତ୍ୟ କଥାକୁ ଜାଣିବାକୁ ଚାହେଁ । ଶେଷରେ...
ଭାରତ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ...
ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା ପଡି...
ଶୁଆ କହିଲା ଶାରୀଲୋ ମୁଁ ତୋତେ ପୁରୁଷର ପରୋପକାର କଥା ସିନା କହିଲି, ହେଲେ ତୁମର ମାଇପ ଜାତିଯେ କେଡେ ବେଇମାନୀ ସେ କଥା ମଧ୍ୟ ଶୁଣ । ଏହା ପରେ ଶୁଆ ଆରମ୍ଭ କଲା – ରାଜା ଝିଅ ଛଇଳାକୁ । ବିଜୟ ସେନ୍ ସେହି ପଳାତକ ରାଜ କୁମାରୀଙ୍କ ସହିତ ବିବାହ କରାଇ ଦେଇ ନିଜର ପ୍ରତିଜ୍ଞା ପୂରଣ କଲେ ତାପରେ ସେମାନଙ୍କୁ ଛାଡି ଦେଇ ନିଜେ ଅଶ୍ୱରେ ବସି ଶୁଆ ସହିତ ନିଜ ରାଜ୍ୟକୁ ଫେରି...
ଏହା ପରେ ଅନେକ ଦିନ ବିତି ଯାଇଛି । ରାଜ କୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା । ଗ୍ରାମର ଲୋକ ମାନେ ରାଜ କୁମାର ବିଷୟରେ ସମସ୍ତ ଜାଣି ଥିଲେ । ରାଜ କୁମାର କେବଳ ରାଜ କନ୍ୟା ଛଇଳା ନିମନ୍ତେ ପାଗଳ ପ୍ରାୟ ହୋଇ ଥାଆନ୍ତି । ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନଥାନ୍ତି । ଜ୍ୟୋତିଷ କହି ଛନ୍ତି ଯେ ରାଜ କୁମାରୀ ଛଇଳା ବଂଚିଛି । ପୁଣି ସେ ଅନ୍ୟକୁ ବିବାହ...
ପ୍ରୀତିପୁର ନାମରେ ଗୋଟିଏ ଗ୍ରାମ ଥିଲା । ଗ୍ରାମଟି ସହରଠାରୁ ଖୁବ୍ ପାଖରେ ଥିଲା । ସେହି ପ୍ରୀତିପୁରରେ ଗୋଟିଏ ବଣିଆ ଘର ଥିଲା । ସେ ବଣିଆଟି ସାଧାରଣ ମଣିଷ ନଥିଲା । ଅମାପ ଧନର ଧନ ପତି ସେ । ଟଙ୍କା ଲଗାଣ ପୋତାଣରେ ସେ ଆଖ ପାଖ ପଚାଶ ଖଣ୍ଡି ଗ୍ରାମରେ ବଡ ଧନୀ ଲୋକ । ଆଜି କାଲି ଯା ପାଖରେ ଧନ ଅଛି ତାକୁ ମନୁଷ୍ୟମାନେ କହନ୍ତି ସେହି ହିଁ ବେଦଜ୍ଞାନୀ । ମହା ଜ୍ଞାନୀ...
ଏ ଦେଶରେ ଦେବତା ମାନଙ୍କର ଅବତାର ଗ୍ରହଣ ହେବା କଥା ସମସ୍ତେ ଜାଣନ୍ତି । ସେଥିପାଇଁ ଭାରତ ଦେଶକୁ ଦେବ ଭୂମି ଭାରତ ବର୍ଷ କହନ୍ତି । ଏହି ଭାରତ ଦେଶରେ କାଶୀ ନାମକ ଏକ ସହର ଥିଲା । ହିନ୍ଦୁ ମାନଙ୍କ ଲାଗି ତାହା ଥିଲା ତୀର୍ଥ ଭୂମି । କାଶୀ ନଗରରେ ହଜାର ହଜାର ମଠ ମନ୍ଦିର ଥିଲା । ଯାତ୍ରୀ ମାନଙ୍କ ଲାଗି ଭାରତର ଧନାଢ୍ୟ ବ୍ୟକ୍ତି ମାନେ ବଡ ବଡ ଧର୍ମଶାଳା ମାନ ନିର୍ମାଣ...
ଭାରତର ଭଦ୍ରପୁର ନାମକ ଗୋଟିଏ ନଗର ଥିଲା । ସେହି ନଗରରେ ଜଣେ ବଡ ଧନୀ ମହାଜନ ଥିଲା । ସେହି ମହାଜନର ନାମ ପ୍ରେମଚାନ୍ଦ । ମହାଜନ ପ୍ରେମଚାନ୍ଦର ସାତ ପୁଅକୁ ସାତ ବୋହୂ । ରୂପରେ ଗୁଣରେ କେହି କାହାକୁ ଊଣା ନଥିଲେ । ଦଇବ ଯୋଗ, କଥାରେ କହନ୍ତି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣିବ ତେଣିକି ଯାଇ । ଦଇବ ଯୋଗକୁ ସେ ଘରେ ଆସି ହାଡବାଇଟିଏ ବାସ କଲା ।...


