ବାନର ମକର କଥା

                ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା ।                 ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ...

Read More

କୃପଣ ଧନୀ କଥା

ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲା । ତା’ର ଟଙ୍କାପଇସା କି କୋଠାବାଡିର ସିନା ଅଭାବ ନଥିଲା । ହେଲେ ମନରେ ଆଦୌ ଶାନ୍ତି ନଥିଲା । ରାତିରେ ନିଦ ଲାଗୁ ନଥିଲା । ତାକୁ ଧନଲୋଭ ଏତେ ଗ୍ରାସ କରିଥିଲା ଯେ, ଦାନଧର୍ମ ତ ଦୂରର କଥା ନିଜେ ଭଲକରି ଗଣ୍ଡେ ଖାଇବା କି ଭଲ ଖଣ୍ଡିଏ ପିନ୍ଧିବାରେ ବି ଟଙ୍କାଖର୍ଚ୍ଚ କରୁନଥିଲା ।        ଧନୀ ଲୋକଟିର ସବୁବେଳେ ଧନ...

Read More

ସଚ୍ଚୋଟ ପଣିଆର ପୁରସ୍କାର

ପବିତ୍ର ନାମରେ ପିଲାଟିଏ । ତା’ର ହୃଦୟ ଯେଭଳି ପବିତ୍ର, ଠିକ୍ ସେହିପରି ତା’ର କାର୍ଯ୍ୟ, କଥାବାର୍ତ୍ତା ଆଚରଣ ମଧ୍ୟ । ମାତ୍ର ପିଲାଟି ଦିନରୁ ସେ ଅତ୍ୟନ୍ତ ଦୁଃଖୀ । ବାପଛେଉଣ୍ଡ ପବିତ୍ରର ସମ୍ପତ୍ତିବାଡି ବୋଲି ଝୁମ୍ପୁଡି ଘର ଖଣ୍ଡିକ,   ସେଇଠି ସେ ମାଆ ସହିତ ରହେ । ମାଆ ତା’ର ସାଇପଡିସା ଘରେ ବାସି ପାଇଟି କରି ଗୁଜୁରାଣ ମେଂଟାଇ ଦିଏ ।        ପ୍ରଥମେ ପ୍ରଥମେ...

Read More

ମାଆ କାନ୍ଦନ୍ତି କାହିଁକି

ପିଲାଟିଏ ତା’ର ବାପାମାଆଙ୍କ ସହିତ ପରିବାରରେ ଅତି ଖୁସିରେ ଥାଏ । ମାତ୍ର ସେ ତା’ର ମାଆଙ୍କୁ ଅନେକ ସମୟରେ କାନ୍ଦୁଥିବାର ଦେଖେ ।        ଦିନେ ଏହାର କାରଣ ପିଲାଟି ମାଆଙ୍କୁ ପଚାରି ବସିଲା । କହିଲା, “ମାଆ ତୁମେ ବେଳେବେଳେ କାନ୍ଦୁଛ କାହିଁକି? ତୁମେ ତ ପରିବାରରେ ସମସ୍ତଙ୍କ କଥା ବୁଝୁଛ ହେଲେ ତୁମର କେଉଁକଥା ଅବୁଝା ରହିଯାଉଛି ଯେ, ତୁମେ କାନ୍ଦୁଛ?”       ...

Read More

ପରର ମନ୍ଦ ଚିନ୍ତ ନାହିଁ

ଜଙ୍ଗଲ ପାଦଦେଶରେ ଝଙ୍କାଳିଆ ଗଛଟିଏ, ତା’ଡାଳରେ ବସାବାନ୍ଧିଥାଏ କାଉଟିଏ । ଏକଦା କାଉ କେତୋଟି ଅଣ୍ଡାଦେଇ ତା’ ଉପରେ ବସିରହିଲା । ଅଣ୍ଡାଗୁଡିକ ଉଷୁମ୍ ହେଲେ ତା’ ଭିତରୁ ଛୁଆ ବାହାରିବେ ।        ଏତିକିବେଳେ କୁଆଡୁ ଗୋଟିଏ ବିଲୁଆ ବୁଲିବୁଲି ଆସି ସେଇ ଗଛମୂଳେ ପହଁଚିଗଲା । ଗଛ ମୂଳଟି ବେଶ୍ ଗହଳିଆ ଓ ଅନ୍ଧାରୁଆ ଥିବାରୁ ସେଇଠି ବସାବାନ୍ଧି ରହିବବୋଲି ଠିକ୍ କଲା ।...

Read More

ବିଶ୍ୱାସଘାତକତାର ଫଳ ଅତି ବିଷମ

ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି ।        ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ ।...

Read More

ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ

ଜାମ୍ମୁ-କାଶ୍ମୀରର ଲୋକକଥା । ଏଠାରେ କାମଧନ୍ଦା ନ ମିଳିବାରୁ ଥରେ ଦଶ ଜଣ କୃଷକ ଅନ୍ୟତ୍ର କାମଧନ୍ଦାରେ ବାହାରିଗଲେ । ସେ ଅଂଚଳରେ ଶିକ୍ଷା ଦୀକ୍ଷାର ପ୍ରସାର ଘଟି ନଥିବାରୁ ସେମାନେ ପାଠପଢି ନଥିଲେ । ପ୍ରାୟତଃ ବୋକା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ ।        ଦଶଜଣଯାକ କୃଷକ ଚାଲିଥାନ୍ତି । ହଠାତ୍ କାହିଁକି କ’ଣ ମନହେଲା, ସେମାନଙ୍କ ଭିତରୁ ଜଣେ ସେମାନଙ୍କର ସଂଖ୍ୟା...

Read More

ସଫଳତା ପାଇଁ ଉଦ୍ୟମ ଲୋଡା

ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଆଦିମ ଅଧିବାସୀଙ୍କର ଜଣେ ରାଜା ଥିଲେ । ରାଜା ଜଣକ ଥିଲେ ଜଣେ ବିଚକ୍ଷଣ ଘୋଡା ଦୌଡାଳୀ । ସେ ଘୋଡା ଛୁଟାଇଲା ବେଳେ ଭୂଇଁରୁ ଧୂଳି ଉଡି ଆକାଶରେ ମେଘର ଭ୍ରମ ସୃଷ୍ଟି କରିଥାଏ । ସତେଯେମିତି ଆକାଶରେ ସୂର୍ଯ୍ୟ ଲୁଚି ଯାଇ ଦିନକୁ ରାତି କରିଦେଉଥିଲେ । ତାଙ୍କୁ କୌଣସି ଘୋଡାଦୌଡାଳି ଟପିଯାଉନଥିଲେ । ଫଳରେ ତାଙ୍କ ମନରେ ଅପାର ଗର୍ବ...

Read More

ମୌସୁମୀ ବର୍ଷା

       ପୂର୍ବକାଳରେ ବର୍ଷାର କୌଣସି ଠିକ୍ ଠିକଣା ନଥିଲା । ଯେତେବେଳେ ଇଚ୍ଛା ସେତେବେଳେ ବର୍ଷା ହେଉଥିଲା । ଫଳରେ ଚାଷକରି ଫସଲ ଉପୁଜାଇବା କାଠିକର ପାଠ ହୋଇଯାଉଥିଲା । ବିଶେଷକରି କଠିନ ମାଟିକୁ ଚାଷକରିବା ପାଇଁ ବଳଦମାନେ ବହୁ କଷ୍ଟ ଭୋଗୁଥିଲେ । ତଥାପି ଯେତେ କଷ୍ଟ ହେଲେ ବି ଚାଷ କାମ ଚାଲିଥାଏ ।        ମର୍ତ୍ତ୍ୟରେ ବଳଦମାନେ ଚାଷ କଲାବେଳେ ଯେଉଁ କଷ୍ଟ ହେଉଥିଲା...

Read More

ଅତି ଲୋଭ କରନାହିଁ

କାମ୍ବୋଡିଆର ଲୋକକଥା । ସୃଷ୍ଟି ସର୍ଜନା ବେଳେ ଈଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୋଟିଏ ଲେଖାଏଁ ଜିଭ ଦେଇଥିଲେ । ହେଲେ ମଣିଷକୁ ଜିଭଟିଏ ଦେଇ ନଥିଲେ । ଏହା ଦେଖି ମଣିଷ ଗୁହାରୀ ଜଣାଇବା ପାଇଁ ଈଶ୍ୱରଙ୍କ ନିକଟରେ ପହଁଚିଗଲା ।        ଅଭିଯୋଗ ଶୁଣିଲାପରେ ଈଶ୍ୱର କହିଲେ, “ମଣିଷ, ତୁ କାହିଁକି ମନ ଦୁଃଖ କରୁଛୁ? ତୋତେ ଜିଭସିନା ଦେଇନି ପ୍ରଖର ବୁଦ୍ଧିତ ଦେଇଛି । ଏଥିପାଇଁ...

Read More

ଅନ୍ଧବିଶ୍ୱାସ

ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ ।       ଦିନକର କଥା । ଲୋକଟି ମନରେ କ’ଣ ଭାବିଲା କେଜାଣି, ସେ...

Read More

ଯେ ପାଂଚେ ପରମନ୍ଦ

ଓଡିଶାର ଲୋକ କଥାଟିଏ । ଓଡିଶାର ମୁରୀବାହଲ ନାମକ ଅଂଚଳରେ ଧନୀରାମ ନାମକ ଜଣେ ଏକ ଗଉନ୍ତିଆ ଥିଲେ । ସେ ଗୋଟିଏ ଗଧ ଓ ଗୋଟିଏ ଛେଳି ପୋଷି ଥିଲେ । ଗଧଟି ଥିଲା ଭାରି ମଠୁଆ, ହେଲେ ବହୁତ ଖାଉଥିଲା । ଗଧର ଖାଦ୍ୟ ଯେତେ ଅଧିକ ହେଲେ ବି ମାଲିକର ଭାର ବୋହୁଥିବାରୁ ତାକୁ ଖାଦ୍ୟ ମିଳିଯାଉଥାଏ । ହେଲେ ଛେଳିକୁ ମାଲିକ ପଚାରୁନଥାଏ । ସେ ଆପେ ଆପେ ଗଛରୁ ଡାଳପତ୍ର ଖାଇ...

Read More

ସ୍ୱର୍ଗରେ ରାଜା ନିଯୁକ୍ତି

ଥରେ ସ୍ୱର୍ଗରେ ଦେବତାମାନଙ୍କର ରାଜା ପଦ ଖାଲି ପଡିଲା । ସେଥି ଲାଗି ଭଗବାନ ଠିକ୍ କଲେ, ମର୍ତ୍ତ୍ୟର ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ୱର୍ଗରେ ରାଜା ପଦରେ ନିଯୁକ୍ତି ଦେବେ । ଏହି କଥା ମର୍ତ୍ତ୍ୟରେ ପ୍ରଚାର ହୋଇଯିବା କ୍ଷଣି ମର୍ତ୍ତ୍ୟର ରାଜାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଲା । ଏହି ପଦବୀ ପାଇଁ ରାଜାମାନେ ନିଜକୁ ପ୍ରସ୍ତୁତ କରାଇନେଲେ ।       ...

Read More

ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ

କଥାଟା ସୃଷ୍ଟି ସର୍ଜନା ବେଳର । ସେତେବେଳେ ସାପ ଓ ମଣିଷ ଭିତରେ ପ୍ରଗାଢ ବନ୍ଧୁତ୍ୱ ରହିଥିଲା । କେହି କାହାକୁ ନ ଦେଖିଲେ ଦଣ୍ଡେ ରହିପାରୁ ନ ଥିଲେ । ସୃଷ୍ଟି ଆରମ୍ଭରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଜିନିଷ ବାଂଟିଲେ । ତହୁଁ ପ୍ରାଣୀମାନେ ପହଁଚି ନିଜ ନିଜକୁ ସୁହାଇଲା ଭଳି ଦ୍ରବ୍ୟ ମାଗିନେଲେ ।        ବଂଟାବଂଟି ଶେଷ ହେଲା ବେଳକୁ ମଣିଷ ଓ ସାପ ସାଙ୍ଗ ହୋଇ...

Read More

ଆଦର୍ଶ ଗୁରୁ

ଜଣେ ବୌଦ୍ଧ ସାଧୁ ତାଙ୍କର ଶିଷ୍ୟ ସହିତ ଯାଉଥିଲେ । ବାଟରେ ଶିଷ୍ୟ ଦେଖିଲା କୃଷକ ତା’ର ଜମିରେ ହଳ କରୁଛି । ଶିଷ୍ୟ ସେହି ଜମି ପାଖରେ ଚାଷ କାର୍ଯ୍ୟ ନିରୀକ୍ଷଣ କରୁକରୁ ଦେଖିଲା, ଲଙ୍ଗଳ ମୁନରେ ମାଟି ଭିତରୁ ନାନା କୀଟ ବାହାରି ଆସୁଛନ୍ତି । ମେସାନଙ୍କୁ ପକ୍ଷୀମାନେ ଥଂଟରେ ନେଇ ଖୁସିରେ ଖାଉଛନ୍ତି ।        ଏହା ଦେଖି ଶିଷ୍ୟଟି ଭାବିଲା ଏସବୁ ନିତାନ୍ତ ଅନ୍ୟାୟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ