ଏକଦା ଜଣେ ରାଜାଙ୍କ ମନରେ ତିନୋଟି ପ୍ରଶ୍ନ ଜାଗି ଉଠିଲା । ସେଇ ପ୍ରଶ୍ନଗୁଡିକ ଥିଲା – ସବୁଠାରୁ ଭଲ ଲୋକ କିଏ? ସବୁଠାରୁ ଭଲ କର୍ମ କ’ଣ? ସବୁଠାରୁ ଭଲ ସମୟ କେତେବେଳେ ଆସେ? ଏହିସବୁ ପ୍ରଶ୍ନର ଉତ୍ତର ସଭାସଦ୍ଗଣ ଯିଏ ଯେଝା ଢଙ୍ଗରେ ଦେଉଥାନ୍ତି, ହେଲେ କାହାର ଉତ୍ତର ରାଜାଙ୍କ ମନକୁ ପାଉନଥାଏ । ଦିନକର କଥା। ରାଜା...
Category - କାହାଣୀ
ଏକଦା ଜଣେ ଅଭିନେତା ରାଜାଙ୍କ ଦରବାରରେ ଶଙ୍କରାଚାର୍ଯ୍ୟଙ୍କ ବେଶରେ ପହଁଚିଗଲେ । ସେ ଅତ୍ୟନ୍ତ ବିଦ୍ୱାନ ଥିବାରୁ ରାଜଦରବାରରେ ଅନେକ ସମୟ ଧରି ଧର୍ମଚର୍ଚ୍ଚାରେ ବ୍ୟସ୍ତ ରହିଲେ । ଆଲୋଚନା ଅତ୍ୟନ୍ତ ଭାବଗର୍ଭକ ଓ ଉପାଦେୟ ଥିବାରୁ ରାଜା ଏକାବେଳକେ ଭାବବିହ୍ୱଳ ହୋଇ ପଡିଥାନ୍ତି । ଏବେ ରାଜା ଅତ୍ୟନ୍ତ ଖୁସିହୋଇ ଶଙ୍କରାଚାର୍ଯ୍ୟ ବେଶଧାରୀ ସେହି ଅଭିନେତାଙ୍କୁ...
ଜଣେ ପଣ୍ଡିତ ତାଙ୍କର ଚାକରକୁ ନେଇ କୌଣସି ଏକ ସ୍ଥାନକୁ ଶାସ୍ତ୍ର ଆଲୋଚନା କରିବା ପାଇଁ ଯାଉଥାନ୍ତି । ଆଗେ ଆଗେ ପଣ୍ଡିତ ଛତାମୁଣ୍ଡେଇ ଯାଉଥିଲା ବେଳେ ପଛେ ପଛେ ଚାକର ଶାସ୍ତ୍ର ଲେଖାଥିବା ବହିଗୁଡିକ ଗଣ୍ଠିଲି କରି ମୁଣ୍ଡେଇ ଚାଲିଥାଏ । ବାଟରେ ଯିଏ ପଚାରେ ତାକୁ ପଣ୍ଡିତେ କହନ୍ତି ଇଏ ମୋର ଚାକର ନିହାତି ଗଜମୂର୍ଖଟାଏ ।” ଏହିଭଳି ସମସ୍ତଙ୍କ ଆଗରେ କହି...
ଜଣେ ଚୋର ରାତିରେ ଚୋରି କରିବା ପାଇଁ ଯାଉଥାଏ । ବାଟରେ ଦେଖିଲା ଏକ ମନ୍ଦିର ପ୍ରାଙ୍ଗଣରେ ଅନେକ ଲୋକ ରୁଣ୍ଢ ହୋଇଥାନ୍ତି ଓ ଏକ ଉଚ୍ଚସ୍ଥାନରେ ବସି ଜଣେ ସାଧୁ ଉପଦେଶ ଦେଉଥାନ୍ତି । ଏବେ ଚୋରଟି ସେହି ଲୋକଙ୍କ ମେଳରେ ବସି ସାଧୁଙ୍କ ଉପଦେଶ ଶୁଣିଲା । ସେଦିନ ଚୋରକୁ ଉପଦେଶଗୁଡିକ ବହୁତ ଭଲଲାଗିବାରୁ ସତ୍ସଙ୍ଗ ଶେଷ ହୋଇଗଲେ ବି ସେଠାରେ ବସି ରହିଲା । ଯିଏ ଯୁଆଡେ...
ଏକଦା ରାଜା ତାଙ୍କର ମନ୍ତ୍ରୀଙ୍କ ସହିତ ଗନ୍ଧମାର୍ଦ୍ଧନ ପର୍ବତରେ ବୁଲୁଥାନ୍ତି । ସେଠାରେ ବହୁ ସୁଗନ୍ଧିତ ପୁଷ୍ପ ଓ ଔଷଧୀୟ ବୃକ୍ଷ ଥିଲା । ଏହି ପର୍ବତର ନୈସର୍ଗିକ ଶୋଭା ଦେଖି ରାଜା ମୁଗ୍ଧ ହୋଇଗଲେ । ସେମାନେ ଦୃଶ୍ୟରାଜି ଉପଭୋଗ କରୁ କରୁ ଆଗକୁ ଚାଲିଥାନ୍ତି । କିଛି ବାଟ ଗଲାପରେ ଦେଖିଲେ ଏକ ପଥର ଉପରେ ଜଣେ ସାଧୁ ବସିଛନ୍ତି । ଶୀତକାଳଟାରେ...
ଥରେ କୌଣସି ଏକ କଲେଜ୍ ଅଧ୍ୟାପକ ଶିକ୍ଷାଦାନ ଦେଉଥାନ୍ତି । ସେ ଲକ୍ଷ୍ୟ କରୁଥିଲେ, ପାଠପଢା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜଣକ ପରେ ଜଣେ ଛାତ୍ର ଆସି ବିଳମ୍ବରେ ପହଁଚୁଥାନ୍ତି । ସେ ପିଲାଙ୍କର କାହିଁକି ଡେରି ହେଲା ବୋଲି ଅଧ୍ୟାପକ ଜଣଜଣ କରି ପଚାରିଲେ । ମାତ୍ର ସେମାନେ ଡେରିପାଇଁ ନାନା ବାହାନା ଦେଖାଇ ଖସି ଯିବାକୁ ଚାହିଁଲେ । ହେଲେ ପ୍ରକୃତ...
ଦିନେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଚୋରଟିଏ ଜେଲ୍ ର ପାଚେରି ଡେଇଁ ବାହାରକୁ ଚାଲିଆସିଲା । ହେଲେ ଜେଲ୍ ଜଗୁଆଳିମାନେ କିଛି ଜାଣି ପାରିଲେ ନାହିଁ । ପରେ ଖୋଜାଖୋଜି କରି ବି ପାଇଲେ ନାହିଁ । ଏଣେ ଚୋରଟି କ’ଣ କଲାନା, ଧରାପଡିଯିବା ଭୟରେ ଦୌଡିବାକୁ ଲାଗିଲା । ସେ ଦୌଡି ଦୌଡି ହାଲିଆ ହୋଇ ଗଲାଣି, ଚାଲିବାକୁ ଆଉ ବଳ ନାହିଁ । ପୁଣି ଭୋକରେ ପେଟ ଜଳିଲାଣି...
ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ । ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି...
ପ୍ରତିଦିନ ରାତି ପାହୁପାହୁ କାଉମାନେ କା’ କା’ କରି ଉଡି ବୁଲନ୍ତି । ଆମେ କାଉର ରାବ ଶୁଣି ଶେଯରୁ ଉଠୁ । କାଉ ଆମର ପରିବେଶକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଏଡେ ବଡ ଉପକାରୀ ପକ୍ଷୀ କାଉ ବି ଆମର ବେଳେବେଳେ କ୍ଷତି ଘଟାଇଥାଏ । ଆସ ସେଇ କାଉ କଥା ଶୁଣିବା । ସବୁଦିନ ଭଳି କାଉଟିଏ ବାଡିପଟ ଗଛ ଡାଳରେ ବସି କା’ କା’ ରାବ ଛାଡିଲା । ଏହାଦେଖି...
ଦେବଦତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶିଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱରବିଶ୍ୱାସୀ ଥିଲେ । ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ...
ଦୁଷ୍ଟ ପିଲାଟିଏ କିଛି ବୁଝେନି କି କାହାକଥା ଶୁଣେନି, ସବୁବେଳେ ଖାଲି କାନ୍ଦେ । ପିଲାଟିକୁ ତା’ର ବାପା ମାଆ ବୁଝେଇ ବୁଝେଇ ବେଦମ୍ ହୋଇ ଗଲେଣି । ସେହି ପିଲାଟିର ବାପା କୌଣସି ଏକ ଅଫିସ୍ ରେ କାମ କରନ୍ତି । ଦିନେ ଅଫିସ୍ ରେ ତାଙ୍କର କାମ ନ ସରିବାରୁ କିଛି ଫାଇଲ୍ ପତ୍ର ନେଇ ଆସିଥାନ୍ତି ଘରେ ବାକିଆ କାମ କରିବେ ବୋଲି । ଠିକ୍ ବେଳରେ କାମ...
ଗୋଟିଏ ଆଶ୍ରମରେ ଜଣେ ସନ୍ନ୍ୟାସୀ ଓ ତାଙ୍କର ଦୁଇଜଣ ଶିଷ୍ୟ ରହୁଥିଲେ । ଯଦୁ ଓ ମଧୁ ନାମରେ ଶିଷ୍ୟ ଦୁଇଜଣ ସନ୍ନ୍ୟାସୀଙ୍କର ଖୁବ୍ ଆଜ୍ଞାବହଥିଲେ । ଗୁରୁ ଯେଉଁ ଦିନ ଯାହା ଶିକ୍ଷାଦାନ ଦେଉଥାନ୍ତି ଯଦୁ ତାକୁ ମନ ଦେଇ ଶୁଣେ ଓ ତା’ର ଟିପାଖାତାରେ ଟିପି ଦିଏ । ମାତ୍ର ମଧୁ କେବଳ ଶୁଣେ । ଯଦୁ ସବୁବେଳେ ମଧୁକୁ କହୁଥାଏ, “ହଇରେ, ଗୁରୁଙ୍କ କଥା ତୁ କେବେ ମନେ...
ଗୋଟିଏ ସହରରେ ଜଣେ ଅପରାଧୀ ରହୁଥିଲା । ସେ ଖୁବ୍ ଚତୁର ଓ କ୍ରୂର ଥିଲା । ଫଳରେ ତାକୁ ଧରିବା ସମ୍ଭବପର ନଥିଲା । ସେହି ଅପରାଧୀର ଏକ ଭଲଗୁଣ ଥିଲା – ସେ ଯାହା କରିବ ବୋଲି ଚାହୁଁଥିଲା, ଶେଷ ନ ହେଲା ଯାଏଁ ଛାଡୁ ନଥିଲା । ସୁତରାଂ ତା’ର ଏଭଳି ପ୍ରକୃତି ଜାଣି କେତେକ ଲୋକ ତାକୁ ହାତେଇ ନିଜ ନିଜର ପ୍ରତିଶୋଧାତ୍ମକ କାର୍ଯ୍ୟରେ ଲଗେଇ ଦେଉଥିଲେ । ...
ଅନେକବର୍ଷ ତଳର କଥା । ଶେଠ୍ ରାଜ କିଶୋର ଥିଲେ ଜଣେ ଧନୀ ବ୍ୟବସାୟୀ । ମଥୁରା ନଗରୀରେ ବାସକରୁଥିବା ଏହି ଶେଠ୍ ଙ୍କର ତିନିପୁଅ ଥିଲେ – ରବୀନ୍ଦ୍ର, ଶଚ୍ଚୀନ୍ଦ୍ର, ଓ ଯତୀନ୍ଦ୍ର । ଶେଠ୍ ଙ୍କର ପରିଣତ ବୟସରେ ଉପସ୍ଥିତ ହେବାରୁ ତାଙ୍କର ତିନିପୁଅଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତି ବାଂଟିଦେବାକୁ ଚାହିଁଲେ । ତଦନୁଯାୟୀ ସମ୍ପତ୍ତି ବଂଟନ କରାଗଲା । ଶେଷରେ ବଳିପଡିଲା...
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ । କିଛି ସମୟ ପରେ ହାଲିଆ ହୋଇ ପଡିଥିବା...


