ଥରେ ଜଣେ ସାଧୁ ତୀର୍ଥାଟନ କରି ରାମପୁରରେ ଆସି ପହଁଚିଲେ । ସେଠାରେ ବରଗଛ ତଳେ ପୋଖରୀ କୂଳରେ ସେ ତାଙ୍କ ଆସନ ପାତିଲେ । ଗ୍ରାମବାସୀମାନଙ୍କୁ ନିତି ସେ ବେଦ ବେଦାନ୍ତ ବୁଝାଉ ଥା’ନ୍ତି । ଗ୍ରାମବାସୀମାନେ ମଧ୍ୟ ପାଳିକରି ତାଙ୍କୁ ଖୁଆଉଥା’ନ୍ତି । ଦିନେ ସେ ସାଧୁ ଜଣକ ରାମଦାସଙ୍କ ଘରେ ଭୋଜନରେ ବସିଥା’ନ୍ତି । ସେତେବେଳେ “ପୁରୁ” ନାମକ ଜଣେ ବ୍ୟକ୍ତି...
Category - କାହାଣୀ
ରାମରାଜ୍ୟରେ ନ୍ୟାୟ ସମସ୍ତିଙ୍କ ପାଇଁ ସମାନ ଥିଲା । କାହାକୁ ଅଧିକ ବା କାହାକୁ କମ୍ ନ୍ୟାୟ ଦିଆ ହେଉ ନଥିଲା । ଯେକୌଣସି ସାଧାରଣ ପ୍ରଜା କୌଣସି ଅଭିଯୋଗ ନେଇ ରାଜାଙ୍କୁ ଭେଟି ପାରୁଥିଲା ଓ ଉପଯୁକ୍ତ ନ୍ୟାୟ ପାଉଥିଲା । ଥରେ ରାତିରେ କୁକୁରଟିଏ ରାଜପ୍ରାସାଦକୁ ଚାହିଁ ଭୁକିଲା, ମନେ ହେଲା ତା’ର ଶେଷ ସମୟ ଅବସ୍ଥିତ । ଶ୍ରୀରାମ ନିଦ୍ରାରୁ ଜାଗ୍ରତ ହୋଇ କୁକୁରଟିକୁ...
ବହୁ ବର୍ଷ ପୂର୍ବରୁ ସମୁଦ୍ର ତଟରେ କେରଳ ରାଜ୍ୟର ଏକ ଦ୍ୱୀପର ମାଟି ଚାଷ ପାଇଁ ଉପଯୋଗୀ ନଥିଲା । ସେଥିରେ ଅଧିକାଂଶ ସ୍ଥାନ ପଥରରେ ପୂର୍ଣ୍ଣ ଥିଲା । ତେଣୁ ସେଠାକାର ଅଧିବାସୀମାନଙ୍କ ମଧ୍ୟରେ ଅଧିକାଂଶ ମତ୍ସ୍ୟଜୀବୀ ଥିଲେ, ଅଥବା ବୋଇତ ବା ଜାହାଜରେ ଚାକିରୀ କରୁଥିଲେ । କେହି କେହି ବା ଗଭୀର ସମୁଦ୍ରରୁ ମୁକ୍ତା, ପ୍ରବାଳ ପ୍ରଭୃତି ସଂଗ୍ରହ କରି ବ୍ୟବସାୟୀମାନଙ୍କୁ...
ମାଳତୀ ନାମରେ ସୁନ୍ଦର ଝିଅଟିଏ ଶିବପୁରୀରେ ରହୁଥାଏ । ଦିନେ ସେ ବଗିଚାକୁ ଫୁଲ ତୋଳିବାକୁ ଯାଇଛି । ହଠାତ୍ ଗୋଟିଏ ଚୋର ଆସି ତାକୁ ଛୁରା ଦେଖାଇ କହିଲା, “ସବୁ ଗହଣା ଖୋଲି ଶୀଘ୍ର ଦେଇଦେ, ନହେଲେ ଛୁରା ମାରିଦେବି ।” ମାଳତୀର ବେକରେ ହାରଟିଏ ଥିଲା, ହାତରେ ଚାରିପଟ ଚୁଡି ଓ ପାଦରେ ରୂପା ପାଉଞ୍ଜି । ଜୀବନସାରା ପରିଶ୍ରମ କରି ସେତକ ଅଳଙ୍କାର ସେ...
ଶ୍ରଦ୍ଧାପୁରୀର ଜମିଦାର ଭୂପତି ବର୍ମା ଥରେ ଅସୁସ୍ଥ ହୋଇ ପଡିଲେ । ବୈଦ୍ୟ ବେମାର ଭଲ କରିଦେଲେ ସତ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଗଲା ନାହିଁ । ବୈଦ୍ୟ କହିଲେ “ବାବୁ, ଆପଣଙ୍କ ପକ୍ଷେ ଜଳବାୟୁ ପରିବର୍ତ୍ତନ କରିବା ନିହାତି ଲୋଡା । ମୁଁ ଏପରି ଗୋଟିଏ ସ୍ଥାନ କଥା ଜାଣେ, ଯେଉଁଠି ମାସଟିଏ ରହିଲେ ଆପଣଙ୍କ ମନ ଓ ସ୍ୱାସ୍ଥ୍ୟରେ...
ଆଚାର୍ଯ୍ୟ ଜଗନ୍ନାଥ ଦେବ ଥରେ ତାଙ୍କ ଶିଷ୍ୟ ସହ ମଳୟବତୀ ନଗରୀ ଆଡେ ଯାଉଥାନ୍ତି । କାହିଁକିନା ନଗରୀର ରାଜସଭାରେ ବେଦବିଦ୍ ପଣ୍ଡିତମାନଙ୍କର ସଭା ହେବାର ଥାଏ । ସେ ସେଥିରେ ସଭାପତିତ୍ତ୍ୱ କରିବା କଥା । ଆଚାର୍ଯ୍ୟ ତାଙ୍କ ଯୁବା ବୟସରେ ଥରେ ମଳୟବତୀ ଯାଇଥିଲେ । ମଳୟବତୀ ସେ ରାଜ୍ୟର ରାଜଧାନୀ । କିନ୍ତୁ ରାଜାଙ୍କ ପାଖରେ ବା ରାଜଧାନୀରେ ଆଚାର୍ଯ୍ୟଙ୍କର କିଛି କାମ ନଥାଏ...
ଦିନେ ଉତ୍ସବମୁଖର ରଜନୀରେ ସୁମେଧର ରାଜା ଶାନ୍ତିଦେବଙ୍କୁ ସବଂଶେ ନିପାତ କରିବାର ଚକ୍ରାନ୍ତ କରି ସେନାପତି ବୀରସିଂହ ପ୍ରାସାଦ ଭିତରେ ପ୍ରବେଶ କଲା । କିନ୍ତୁ ରାଜା ଗୋପନ ସୁଡଙ୍ଗ ପଥରେ ରାଣୀ ଓ ତାଙ୍କ ଶିଶୁ ରାଜପୁତ୍ରଙ୍କୁ ବଣ ଭିତରକୁ ପଠାଇ ଦେଇ ନିଜେ ବୀରତ୍ୱର ସହ ଯୁଦ୍ଧ କରି ନଈ ଭିତରକୁ ଲଂପ ଦେଲେ । ରାଣୀ ବଣ ଭିତରେ ପହଁଚି ଶିଶୁ ପୁତ୍ରକୁ ସନ୍ନ୍ୟାସୀ...
ଗୋଟିଏ ସହରରେ ମାର୍କ ନାମକ ଜଣେ ଲୋକ ଥାଏ । ସେ ଯେତିକି ଧନୀ, ସେତିକି କୃପଣ । କେହି କେବେ ତାହାଠୁଁ କୌଣସି ଉପକାର ପାଇଥିବାର ଜଣା ନଥିଲା । ଦିନେ ମାର୍କ ସହର ରାସ୍ତାରେ ଯାଉଛି, ଜଣେ ଅତିଶୟ ଗରୀବ ଲୋକ ତା’ ଆଗରେ ହାତ ପତାଇ କହିଲା, “ବାବୁ, ମୁଁ ଦୁଇଦିନ ହେଲା କିଛିବି ଖାଇନାହିଁ । ମୋତେ ଗୋଟିଏ ପଇସା ଦିଅନ୍ତୁ । ମୁଠେ ଖାଇନିଏ ।”...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି...
ମୋତିଲାଲ ନାମକ ଜଣେ ବିଶିଷ୍ଟ ବ୍ୟବସାୟୀ ଶ୍ରୀରଙ୍ଗପତନରେ ରହୁଥିଲେ । ସେ ହୀରା ମାଣିକ୍ୟ ଇତ୍ୟାଦି ରତ୍ନରେ ବେପାର କରୁଥିଲେ । ଥରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ସହରରୁ ସୁବୁଦ୍ଧି ରାଓ ନାମକ ଜଣେ ଜମିଦାର ଶ୍ରୀରଙ୍ଗପତନ ଆସିଥାନ୍ତି । ଖଣ୍ଡିଏ ଭଲ ହୀରା କିଣିବା ପାଇଁ ଏ ଜମିଦାରଙ୍କର ବିଶେଷ ଇଚ୍ଛା ଥାଏ । ସେ ମୋତିଲାଲଙ୍କ ଖ୍ୟାତି ଶୁଣି ତାଙ୍କ...
ଦିନେ ପ୍ରଭାତ ସମୟରେ ଶ୍ରୀକୃଷ୍ଣ, ସାତ୍ୟକି ଓ ଉଦ୍ଧବଙ୍କ ସହ ଆଲୋଚନା କରୁଥିବା ବେଳେ ଜଣେ ଅତିଥି ଆସି ସେଠାରେ ଉପସ୍ଥିତ ହେଲେ । ଶ୍ରୀକୃଷ୍ଣଙ୍କୁ ନିବେଦନ କରି ସେ କହିଲେ, “ମହାତ୍ମନ୍, ଦୁଷ୍ଟ ଜରାସନ୍ଧ ପ୍ରାୟ କୋଡିଏ ହଜାର ରାଜାଙ୍କୁ ବନ୍ଦୀ କରି ରଖିଛି । ସେମାନଙ୍କୁ ସେ କିଛି ହେଲେବି ଖାଇବାକୁ ଦେଉ ନାହିଁ । ଭାରି ହଇରାଣ କରି କଷ୍ଟ ଦେଇ ଅତ୍ୟାଚାର କରି...
ଅବନ୍ତୀ ରାଜ୍ୟର ଅମରପୁରୀ ନାମକ ଏକ ଗ୍ରାମରେ ଶମ୍ଭୁଦତ ନାମକ ଜଣେ ଯୁବକ ରହୁଥା’ନ୍ତି । ତାଙ୍କର ଅଭିଳାଷ ଥାଏ ସେ ନିଜ ପିତାଙ୍କର ଏକ ଯୋଗ୍ୟ ପୁତ୍ର ହେବେ । ତାଙ୍କର ପିତା ଶିବଦତ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତାଙ୍କର ଲୋକହିତକର କାର୍ଯ୍ୟ ପାଇଁ ଲୋକମାନେ ସର୍ବଦା ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେତେବେଳେ ଅବନ୍ତୀର ରାଜା ଚକ୍ରନେମୀ ଥିଲେ ଯିଏ କି ନିଜ ଖଳ...
ବୀରଭଦ୍ର ନାମକ ଜଣେ ବଣିକ ସହରରୁ ଘରକୁ ଫେରୁଥାନ୍ତି । ସେତେବେଳକୁ ତ ରାତି ହୋଇଯାଇଥାଏ । ଅଳ୍ପବାଟ ଯିବା ପରେ ଜଣେ ଦାଢିବାଲା ବ୍ୟକ୍ତି ଗାଡି ଅଟକାଇ କହିଲେ, “ମହାଶୟ, ମୁଁ ଏକଘଂଟା ଧରି ଏଠାରେ ଗାଡିଟିଏ ପାଇଁ ଅପେକ୍ଷା କରିଛି, କିନ୍ତୁ ପାଉନାହିଁ । ମୁଁ ଗାଜିପୁର ଯିବି । ଦୟାକରି ଆପଣଙ୍କ ଗାଡିରେ ମୋତେ ଟିକିଏ ଜାଗା ଦିଅନ୍ତୁ ।” ଗାଡିବାଲା...
ଅନେକ ଦିନ ତଳର କଥା । ସେତେବେଳେ କୋଶଳ ଦେଶରେ ବଲ୍ଲଭବର୍ମା ରାଜୁତି କରୁଥିଲେ । ସେ ଯେପରି ସୁଶାସକ ଥିଲେ, ଠିକ୍ ସେହିପରି ସେ ବୁଦ୍ଧିମାନ ବି ଥିଲେ । ଲୋକେ କହୁଥାନ୍ତି, “ଏମିତି ରାଜା ସହଜରେ ମିଳନ୍ତି ନାହିଁ ।” ସେ ରାଜାଙ୍କର ଦୁଇ ପୁଅ ଥିଲେ: ସେମାନେ ହେଲେ ସୁମନ୍ତ ଓ ପ୍ରବୀର । ରାଜା ସେ ଦୁହିଁଙ୍କୁ ସମାନ ପ୍ରକାରେ ସ୍ନେହ କରୁଥିଲେ । ଏହା...
ପୁରୁଣା କାଳର କଥା । ସେତେବେଳେ ଦେଶରେ ଜମିଦାରମାନଙ୍କ ରାଜୁତି ଚାଲିଥାଏ ବୋଲି କହିଲେ ଚଳେ । ରାଜା ଥା’ନ୍ତି । କିନ୍ତୁ ରାଜା ତ ଆଉ ଗାଁ ଗଣ୍ଡା ବୁଲି ବୁଲି ହାଲ୍ ଚାଲ୍ ଦେଖିବେ ନାହିଁ! ତା’ଛଡା ସେତେବେଳେ ଆଜିକାଲି ଭଳି ଏତେ କର୍ମଚାରୀ ବି ନଥିଲେ । ତେଣୁ ଗାଁ ଗଣ୍ଡାର ଆଇନ୍ କାନୁନ୍, ନିୟମ ଶୃଙ୍ଖଳା ସବୁ ଜମିଦାରମାନଙ୍କ ଉପରେ ନ୍ୟସ୍ତ ରହିଥାଏ । ଖଣ୍ଡିଏ ଖଣ୍ଡିଏ...