ଗୋଟିଏ ଜଙ୍ଗଲରେ ଗଛ ଡାଳରେ କପୋତଟିଏ ବସା ବାନ୍ଧି ରହିଥାଏ । ଥରେ ସେ ବସାରେ କେତୋଟି ଅଣ୍ଡା ଦେଲା । ମାଆ କପୋତ ମନରେ ଆନନ୍ଦ କହିଲେ ନସରେ । ଅଣ୍ଡାରୁ ଛୁଆ ବାହାରିବେ, ସେମାନଙ୍କର ଲାଳନ ପାଳନ କରି ବାତ୍ସଲ୍ୟ ମମତା ବାଂଟିଦେବ ଆଦି ଭାବନା ମନରେ ନେଇ ଖୁସି ହେଉଥାଏ ସେ । ହେଲେ ଦିନେ ମାଆ କପୋତର ସମସ୍ତ ଆଶା ମଉଳିଗଲା । ସେହି ଜଙ୍ଗଲରେ ରହୁଥିବା...
Category - କାହାଣୀ
ବୁଲୁ ଓ କୁଲୁ ଦୁଇ ସାଙ୍ଗ । ବୁଲୁ ଭାରି ଭଦ୍ର ଓ ନମ୍ର । ସେ ଗୁରୁଜନଙ୍କ କଥା ମାନେ, ଭଲ ପାଠପଢେ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି । ନାଚଗୀତ, ଖେଳକୁଦ ଓ ବକ୍ତୃତା, ଚିତ୍ରାଙ୍କନରେ ସେ ସମସ୍ତଙ୍କଠାରୁ ବଳେଇ ଯାଏ ବୋଲି ବିଦ୍ୟାଳୟରେ ଗୁରୁଜୀଙ୍କର ବି ପ୍ରିୟପାତ୍ର । ମାତ୍ର ତା’ର ସାଥୀ କୁଲୁର ସ୍ୱଭାବ ଠିକ୍ ବିପରୀତ । ବିଦ୍ୟାଳୟ ବଦଳରେ ବହିପତ୍ର ଧରି ତା’ର...
ଥରେ ଓଧଟିଏ ପାଣିରେ ବୁଡି ବୁଡି ମାଛ ଖାଉଥିଲା । କିଆବୁଦାମୂଳରେ ଥିବା ବଣଭୁଆଟିଏ ଏହା ଦେଖିଲା । ତା’ର ବି ମାଛ ଖାଇବାକୁ ପାଟିରୁ ଲାଳ ଗଡିଲା । ହେଲେ ସେ ଖାଇବ କେମିତି । ତାକୁ ତ ପାଣିରେ ଭଲ ବୁଡିଆସେନି । ଏପରି କଲେ ମରିଯିବା ସାରହେବ ସିନା । ବଣଭୁଆଟି ଯେମିତି ଚତୁର ସେମିତି ଠକ ବି ଥିଲା । ସେ ଏକ ଉପାୟ ପାଂଚିଲା କେମିତି ହେଲେ ଓଧ ହାତରୁ...
ଅନେକ ବର୍ଷ ତଳର କଥା । ଗୋଟିଏ ଦେଶରେ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ଧନଶାଳୀ ଓ ବଳଶାଳୀ ଥିଲେ । ସେ ସବୁବେଳେ ଗର୍ବ ଅହଂକାରରେ ବୁଡି ରହି ପ୍ରଜାଙ୍କ ମଙ୍ଗଳ ଚିନ୍ତା ପରିବର୍ତେ ସ୍ୱାର୍ଥ ଚିନ୍ତାରେ ବ୍ୟସ୍ତ ଥିଲେ । ଥରେ ରାଜା ରାଜଉଆସ ଛଡା ଆଉ ଏକ ସୁଗମ୍ୟ ଅଟ୍ଟାଳିକା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କଲେ । ତହୁଁ ସେ ମନ୍ତ୍ରୀଙ୍କୁ ଡକାଇ ଆଦେଶ ଦେଲେ...
ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି ।...
ଦିନେ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡିଯିବାକୁ ବସିଲେଣି । ପକ୍ଷୀମାନେ ବସାକୁ ଫେରୁଥାନ୍ତି। ଠିକ୍ ଏତିକିବେଳେ କେତୋଟି ଦୁଷ୍ଟ କୁଆ ସେହିବାଟ ଦେଇ ବସାକୁ ଫେରୁଥିଲେ । ସେହି କୁଆ ଦୁହିଁଙ୍କୁ ଦେଖି ପଡିଆରେ ବସିଥିବା ଅନ୍ୟ କୁଆମାନେ ଥଟ୍ଟା ପରିହାସ କରିବାକୁ ଲାଗିଲେ । ସେମାନେ କାଉ ଦୁଇଟିକୁ ଚିଡେଇ ଚିଡେଇ ଏମିତି କଥା କହିଲେ ଯେ, ନ ରାଗିବା ଲୋକ ବି ରାଗିବ । ...
ଗୋଟିଏ ଗାଁରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ନ୍ୟାୟ ବିଚାର କରିବାର ଦକ୍ଷତା ବେଶ୍ ଥିଲା । ଥରେ ସେ ଗ୍ରାମପଂଚାୟତ ସରପଂଚ ରୂପେ ନିର୍ବାଚିତ ହୋଇଗଲେ । ପୂର୍ବରୁ ସେ କେବଳ ନିଜ ଗାଁ ସମସ୍ୟା ବୁଝୁଥିଲାବେଳେ ଏବେ ଗ୍ରାମପଚାଂୟତ ଅଧୀନରେ ଥିବା ଏକାଧିକ ଗାଁର କଥା ବୁଝିଲେ । ହେଲେ ସେ ନିଜର ଘର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଉନଥିଲେ । ...
ଏକ ସହରରେ ଜଣେ ଶେଠ୍ ଥିଲେ । ଦାତାମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ସେ । ହେଲେ ତାଙ୍କର ଦାନଦେବାର ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ଥିଲା । ତାଙ୍କର ନାଁ ପ୍ରଚାରପାଇଁ ବଡ ବଡ ମନ୍ଦିର, ଧର୍ମଶାଳା, ଡାକ୍ତରଖାନା ଆଦି ନିର୍ମାଣ କରି ଖବର କାଗଜରେ ଫଟୋଚିତ୍ର ଦେଖିବାକୁ ଖୁସି ହେଉଥିଲେ । ତାଙ୍କ କୀର୍ତିରାଜି ନିକଟରେ ନିଜର ଦାନ ଫଳକକୁ ଦେଖି ଅତ୍ୟନ୍ତ ବିମୋହିତ...
ଜଣେ ବ୍ୟକ୍ତି ଘର ତିଆରି କରିବା ପାଇଁ ଇଟା ପ୍ରସ୍ତୁତ କରି ବିକ୍ରୀ କରୁଥାନ୍ତି । ପ୍ରଥମେ କଂଚା ମାଟିରେ ଇଟା ଛାଂଚରେ ତିଆରି ହୁଏ । ତାକୁ ଖରାରେ ଶୁଖାଇ ଭାଟିରେ ସଜାଡି ରଖି ପୋଡାଯାଇଥାଏ । ତାପରେ ତାକୁ ବିକ୍ରୀ କରାଯାଏ । ଦିନକର କଥା, ଇଟାକୁ ଭାଟିରେ ସଜାଡି ରଖାଯାଉଥାଏ । ସେହି କଂଚାଇଟାର ଭାଟିରେ ସେହି ବ୍ୟକ୍ତି ଦେଖିଲେ ଏକ ପକ୍ଷୀ ଘାସପତ୍ରରେ...
ଗୋଟିଏ ଚୋର ଥିଲା । ସେ ଧରାପଡିଯିବା ଭୟରେ ବଡ ଚୋରି ନକରି ଛୋଟ ଛୋଟ ଚୋରି କରୁଥାଏ । ଏହାଦ୍ୱାରା ସେ ତା’ର ପରିବାର ପୋଷଣ କରିବାରେ କଷ୍ଟ ଅନୁଭବ କରୁଥାଏ । ଦିନେ ସେ ଭାବିଲା ଧରାପଡିଯିବି ପଛେ ବଡ ବଡ ଚୋରି କରିବି । ଫଳରେ ପରିବାର ପ୍ରତିପୋଷଣରେ ଆଉ କିଛି ଅସୁବିଧା ହେବ ନାହିଁ । ଏବେ ଚୋରଟି କ’ଣ ଭାବିଲା କେଜାଣି ବଡ ଚୋରି ଆରମ୍ଭ କରିବା ପୂର୍ବରୁ...
ଏକ ସହରରେ ଶେଠ୍ ଶମ୍ଭୁଦୟାଲ ନାମରେ ଜଣେ ଧର୍ମପରାୟଣ ବ୍ୟକ୍ତି ରହୁଥିଲେ । ଏକଦା ସେ ପୁଣ୍ୟ ଅର୍ଜନ କରିବା ପାଇଁ ବ୍ରାହ୍ମଣ ଭୋଜନର ଆୟୋଜନ କଲେ । ଏଥିପାଇଁ ଆଖ ପାଖ ଅଂଚଳରୁ ଅନେକ ବ୍ରାହ୍ମଣ ନିମନ୍ତ୍ରିତ ହୋଇ ଆସିଲେ । ସେଦିନ ଶେଠ୍ ଙ୍କର ସୁସଜ୍ଜିତ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ବାସ୍ନାରେ ଚଉଦିଗ ମହକୁଥାଏ । ବ୍ରାହ୍ମଣ ଭୋଜନ ବେଳେ ଶେଠ୍ ପୁଣ୍ୟ...
ଜଣେ ଗରିବ ଭକ୍ତ ଥିଲେ । ଦୈନିକ ରୋଜଗାରରେ ତାଙ୍କ ପରିବାର ଦି’ ମୁଠା ଖାଇ କେବଳ ବଂଚିରହିବା ଛଡା ଆଉ କିଛି ବାଟ ନ ଥିଲା । ଭବିଷ୍ୟତ ବିପଦ ଆପଦ ପାଇଁ କାଣି କଉଡିଟିଏ ସଂଚିବା ପାଇଁ ବି କିଛି ବଳକା ରହୁ ନଥିଲା । ତାଙ୍କର ବାସଗୃହ ବୋଲି ଝୁମ୍ପୁଡି ଘର ଖଣ୍ଡିଏ, ସମ୍ପତି ବାଡି ବୋଲି ପିନ୍ଧାଲୁଗା ଦି’ଖଣ୍ଡ ଓ ରୋଷେଇ ସରଂଜାମ ଦି’ଟା ଛଡା ଆଉ କିଛି ନ ଥିଲା । ହେଲେ...
ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ । ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ...
ଅନେକ ବର୍ଷ ତଳର କଥା । ଏକ ନଗରୀରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ । ସେ ଭିକ୍ଷାବୃତି କରି ପରିବାର ପୋଷଣ କରନ୍ତି । ଦିନକର କଥା । ବ୍ରାହ୍ମଣ ଭିକ୍ଷା ଉଦ୍ଧେଶ୍ୟରେ ଜଣେ ଶେଠ୍ ଗୃହନିକଟରେ ପହଂଚିଲେ । ଶେଠ୍ ଅତି ଆନନ୍ଦିତ ଥିବା ଦେଖି ଭିକ୍ଷୁକ ବ୍ରାହ୍ମଣ ପଚାରିଲେ, ଆପଣ ଆଜି ଅତି ପ୍ରସନ୍ନ ଦେଖାଯାଉଛନ୍ତି, କାରଣ କ’ଣ?” ଶେଠ୍ ଜଣକ...
ଏକଦା ରାଜ ଦରବାରରେ ଜଣେ ଚୋରକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଆଗଲା । ରାଜା ଦଣ୍ଡ ସ୍ୱରୂପ ଚୋରର ନାକ କାଟି ଦେବାକୁ ଆଦେଶ ଦେଲେ । ଫଳରେ ଚୋରର ନାକଟି କଟାଗଲା । ଏବେ ଚୋର ଠିକ୍ କଲା, ରାଜା ମୋର ସିନା ନାକ କାଟିଦେଲେ, ହେଲେ ମୁଁ ଏଭଳି ଏକ କାମ କରିବି ଯେଉଁଥିରେ ଅନ୍ୟ ଲୋକଙ୍କର ବି ନାକ କଟାଯିବ । ଫଳରେ ମୋର ମାନସମ୍ମାନ କ୍ଷୁଣ୍ଣ ହେବ ନାହିଁ ।...


