ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଧି ନିର୍ଦ୍ଦିଷ୍ଟ

“ଆମ ଆର ପାଖ ଘରେ ଯିଏ ଆସି ରହିଛନ୍ତି, ସେ ଜଣେ ଖୁବ୍ ଭଲ ଜ୍ୟୋତିଷ । ତାଙ୍କ ନାମ ହରି ଶର୍ମା । ତାଙ୍କୁ ଆମ ଝିଅର ଜାତକ ଦେଖାଅ । ସେ ତା’ ବିବାହ ବିଷୟରେ କିଛି କହି ପାରିବେ ।” କଳ୍ପନା ଦେବୀ ତାଙ୍କ ସ୍ୱାମୀ ରବିବାବୁଙ୍କୁ ଏକଥା ବାରମ୍ବାର କହିଲେ । ରବିବାବୁ ବି ଲକ୍ଷ୍ୟ କଲେ, ଜଣେ ଭଦ୍ରଲୋକ ସେଦିନ ସକାଳେ ଯାଇ ପଡୋଶୀ ଘରେ ଖଣ୍ଡିଏ ଜାତକ ଦେଇ ଆସିଲେ । ରବିବାବୁ...

Read More

ବହ୍ନି ଦ୍ୱୀପ

ରାକ୍ଷସ ଉଗ୍ରାକ୍ଷର ଅତିଥି ଭାବରେ ଥିବା ବେଳେ ରାତିରେ ରାଜା ଚିତ୍ରସେନ ଅଗ୍ନିଦ୍ୱୀପର ଭୟଙ୍କର ପକ୍ଷୀମାନଙ୍କ କଥା ଶୁଣି ସେମାନଙ୍କୁ ଦେଖିବାକୁ ଗଲେ । ଉଗ୍ରାକ୍ଷର ଅନୁଚରମାନଙ୍କ ସହ ସେ ପକ୍ଷୀମାନଙ୍କ ଉପରେ ସବାର୍ ହୋଇ ଆସିଥିବା ଲୋକଙ୍କର ଲଢେଇ ହେଲା । ଉଗ୍ରାକ୍ଷ ଆହତ ହେଲା । ତା’ପରେ… ଉଗ୍ରାକ୍ଷ ନିଜ ସେବକ କାନ୍ଧରେ ଭରାଦେଇ ଠିଆ ହେଲା । ଯନ୍ତ୍ରଣା...

Read More

ସାଧୁ ଓ ଛଦ୍ମବେଶୀ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ତୀର୍ଥଯାତ୍ରୀ

ମହେନ୍ଦ୍ର ମହାରଣା ଦେବପୁରୀରେ ରହୁଥିଲେ । ସେ ଅଳଙ୍କାର ବ୍ୟବସାୟ କରୁଥିଲେ । ଭିନ୍ନ ଭିନ୍ନ ପ୍ରକାର ରତ୍ନ ଚିହ୍ନିବାରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ଥିଲା । ଜୀବନରେ ସେ ନ୍ୟାୟସଙ୍ଗତ ମାର୍ଗରେ ବେଶ କିଛି ଉପାର୍ଜନ କରିଥିଲେ ।                 ଥରେ ସେ ତାଙ୍କ ସ୍ତ୍ରୀ ଲୀଳାବତୀଙ୍କୁ ନେଇ ତୀର୍ଥ ପର୍ଯ୍ୟଟନରେ ବାହାରିଲେ । ବାହାରିବା ବେଳେ ସେ ତାଙ୍କ ଗୁରୁଙ୍କୁ...

Read More

ଦୃଷ୍ଟିକୋଣ

ଯୁବରାଜ ସୁରସିଂହ ଯେତେବେଳେ ପିତାଙ୍କ ମୃତ୍ୟୁ ପରେ ଯଶୋଦାପୁର ରାଜ୍ୟର ସିଂହାସନରେ ବସିଲେ, ସେତେବେଳେ ତାଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ଉପରେ ବିଶେଷ ଭାବରେ ନିର୍ଭର କରିବାକୁ ପଡିଲା । ମନ୍ତ୍ରୀଙ୍କୁ ସୁରସିଂହଙ୍କ ପିତା ବିଶେଷ ଶ୍ରଦ୍ଧା କରୁଥିଲେ । ମନ୍ତ୍ରୀ ଯେ ଜଣେ ସୁଦକ୍ଷ ଶାସକ, ଏଥିରେ ବି ସନ୍ଦେହ ନଥିଲା । କିନ୍ତୁ ମନ୍ତ୍ରୀଙ୍କର ବଡ ଦୋଷ ହେଲା, ସେ...

Read More

ଉତ୍ତର ରାମାୟଣ

ମହର୍ଷି ଅଗସ୍ତ୍ୟ ଶ୍ରୀରାମଚନ୍ଦ୍ରଙ୍କୁ କହିଲେ – ସୁକେଶର ପୁତ୍ର ମାଲ୍ୟବନ୍ତ, ମାଳୀ ଓ ସୁମାଳୀ ଲଙ୍କାକୁ ଯାଇ ସେଠାରେ ଅବସ୍ଥାନ କଲେ । ସେଠାରେ ସେମାନଙ୍କ ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କର ମଧ୍ୟ ବସବାସର ବ୍ୟବସ୍ଥା କଲେ । ବରପ୍ରାପ୍ତ ହୋଇଥିବାରୁ ସେ ତିନିଭାଇଯାକ ଅତ୍ୟନ୍ତ ଅହଂକାରୀ ଓ ପ୍ରଜାଙ୍କ ଉପରେ ଇଚ୍ଛା ମୁତାବକ ଅତ୍ୟାଚାର କରିବାରେ ଲାଗିଲେ ।...

Read More

ବର ନିର୍ବାଚନ

ଦେବଦତ ଜଣେ ଧନୀବ୍ୟକ୍ତି; ତାଙ୍କର ଚନ୍ଦ୍ରକଳା ନାମରେ ଗୋଟିଏ ବୋଲି ଝିଅ ଥାଏ । ସେ ଝିଅଟି ଖୁବ୍ ସୁନ୍ଦରୀ ଓ ଗୁଣବତୀ । ତା’ପାଇଁ ବରପାତ୍ର ଖୋଜିବାକୁ ସେ ଗଲେ ।                 ପରେ ଫେରିଆସି ସେ ଝିଅକୁ କହିଲେ, “ଦେଖ ଝିଅ ଚନ୍ଦ୍ରପୁର ଗ୍ରାମର ପିଲାଟି ଦେଖିବାକୁ ବହୁତ ଭଲ, ତା’ର ଗୁଣ ମଧ୍ୟ ବହୁତ ଭଲ । କିନ୍ତୁ ତା’ର ବନ୍ଧୁବାନ୍ଧବମାନେ କେହି ସେମିତି ଭଲ ଲୋକ...

Read More

ମୂଲ୍ୟ

ମାଧବ ହରିପୁରର ଏକ ଘୋଡାଗାଡିବାଲା ଥିଲା । ସେ ନିକଟସ୍ଥ ସହରକୁ ଗାଡିରେ ଯାତ୍ରୀ ନେଇ ଯିବା ଆସିବା କରେ ଓ ସେହିଥିରେହିଁ ସେ ତା’ ଜୀବିକା ନିର୍ବାହ କରେ । ଦିନେ ସେ ସହରରୁ ଫେରୁଛି । ସେତେବେଳେ ତା’ ଗାଡି ଖାଲି ଥାଏ । ହରିପୁରର ଜମିଦାର ବିଶ୍ୱବନ୍ଧୁ ରାସ୍ତାରେ ଏକେଲା ଠିଆ ହୋଇଥିଲେ । ଏ ଗାଡିଟିକୁ ଦେଖି ସେ ପଚାରିଲେ, “ମାଧବ, ତୁ ଗାଁକୁ ଫେରୁଛୁ ତ? ଭଲ ହେଲା...

Read More

ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ

ଗୋଟିଏ ଗ୍ରାମରେ ଫଜଲ ଓ ଅସଲ ନାମରେ ଦୁଇଟି ଭାଇ ଥା’ନ୍ତି । ବଡଭାଇ ଫଜଲ୍ ଭାଗ୍ୟବାନ୍ ଓ ଧନୀ ଥିଲା, କିନ୍ତୁ ସାନଭାଇ ଅସଲ ନିପଟି ଦରିଦ୍ର ଥିଲା । ହେଲେ ମଧ୍ୟ ସେ ସାଧୁ ସ୍ୱଭାବର ଥିଲା ।                 ଫଜଲର କ୍ଷେତରେ କାମ କରି ଅସଲ କୌଣସି ମତେ ଆପଣା ପେଟ ପୋଷେ । ଦିନେ ଭାଇର କ୍ଷେତ ଜଗୁଥିବା ବେଳେ ସେ ଦେଖିଲା ଜଣେ ଶ୍ୱେତବସ୍ତ୍ର ପରିହିତା ମହିଳା ସେହି...

Read More

ରଘୁର ରସିଦ୍

ଜମୀରସାହି ଗାଁରେ ରଘୁଦାସର ଘର । ସେ ଅତ୍ୟନ୍ତ ପରିଶ୍ରମୀ । ତା’ର ଦୁଇ ଚାରିଖଣ୍ଡି କ୍ଷେତବାଡି ଥାଏ । ସେଥିରେ ସେ ନାନା ପ୍ରକାରର ଶାକ୍ ସବ୍ଜୀ ଉପୁଜାଏ । ସେ ତା’ ଫସଲର ଏପରି ଯତ୍ନ ନିଏ ସତେ ଅବା ସେସବୁ ଅମୂଲ୍ୟ ରତ୍ନ । ବାସ୍ତବରେ ସେସବୁ ମଧ୍ୟ ଠିକ୍ ରତ୍ନ ଭଳିହିଁ ଥିଲେ । ତା’ ଜମିର ପନିପରିବା ଉପରେ ସମସ୍ତଙ୍କ ଆଖି । ସେଠାରୁ ତିନିକୋଶ ଦୂରରେ ବଜାର ।...

Read More

ସତ୍ୟ ଅସତ୍ୟ

ଥରେ ପ୍ରହରୀମାନେ ଜଣେ ବିଦେଶୀକୁ ଆଣି ତାକୁ ରାଜାଙ୍କ ଆଗରେ ହାଜର୍ କଲେ । ସେ ଚୋରି କରିଥିଲା ।                 ସେ ଯୁଗର ନିୟମ ଅନୁସାରେ ରାଜା କହିଲେ, “ତାକୁ ପ୍ରାଣଦଣ୍ଡ ଦିଆଗଲା ।”                 ଲୋକଟି କିଛି କହିବାର ଶୁଣାଗଲା । କିନ୍ତୁ ତା’ ଭାଷା ରାଜା ତ ଆଉ ଜାଣି ନଥିଲେ । ଏଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ସେ କ’ଣ କହୁଛି ଜାଣ?”...

Read More

ଦୂର ପରବତ

ମହେନ୍ଦ୍ରପୁରର ତରୁଣ ରାଜା ଯେପରି ବୁଦ୍ଧିମାନ ସେ ଠିକ୍ ସେହିପରି ସହାନୁଭୂତିଶୀଳ ଥିଲେ । ଯେତେବେଳେ ତାଙ୍କ ବିବାହ ପାଇଁ ନାନା ଆଡୁ ପ୍ରସ୍ତାବ ସବୁ ଆସିଲା, ସେତେବେଳେ ସେ ଏହା ଜଣାଇ ଦେଲେ କି ସେ ଯେ କୌଣସି ରାଜପରିବାରରେ ବିବାହ କରିବେ, ସେଭଳି କିଛି କଥା ନାହିଁ । ଯେ କୌଣସି ସାଧାରଣ ଘରର ଝିଅ ପସନ୍ଦ ହେଲେ ସେ ତାକୁ ବିବାହ କରିବାକୁ ପ୍ରସ୍ତୁତ ।...

Read More

ବୋଝ

ଶ୍ୟାମ ଶାସ୍ତ୍ରୀ ଜଣେ ସଚ୍ଚା ପଣ୍ଡିତ ଥିଲେ । ସେ ବହୁକାଳ ଧରି ନାନା ଶାସ୍ତ୍ର ଅଧ୍ୟୟନ କଲେ । ଲୋକେ କାହିଁକି ଧର୍ମ ନାମରେ ପରସ୍ପର କନ୍ଦଳ କରନ୍ତି, ସେ ଏଇକଥା ବୁଝିବାକୁ ଚାହୁଁଥିଲେ । ସେ ଦେଖିଲେ ହିନ୍ଦୁ ଧର୍ମଶାସ୍ତ୍ରର ପ୍ରଧାନ ସତ୍ୟ ହେଲା, ଧର୍ମ ମଣିଷ ସହ ଭଗବାନଙ୍କର ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ । ମଣିଷ ମଣିଷ ଭିତରେ ଝଗଡା ଉପୁଜାଇବା...

Read More

କନକ ଉପତ୍ୟକାର କାହାଣୀ

କ୍ରୁର ରାଜା କବଳରୁ ଖସିଯାଇ ସୁବର୍ଣ୍ଣ ପ୍ରତିମାରେ ଜୀବନ୍ୟାସର ରହସ୍ୟ ସନ୍ଧାନରେ ରାଜୁ ଏକ ପରେ ଏକ ଅଦ୍ଭୁତ ମୁଲକ ଅତିକ୍ରମ କରୁଥାଏ ଓ ନୂଆ ନୂଆ ଅଭିଜ୍ଞତା ଲାଭ କରୁଥାଏ । ଏଣେ ଅଧୈର୍ଯ୍ୟ ହୋଇ ରାଜା ଜଣେ ଧୂର୍ତ୍ତ ଯାଦୁକର ସାହାଯ୍ୟରେ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା ପାଇଁ ଯୋଜନା କରୁଥାନ୍ତି । ତା’ପରେ… ରାଜା ପ୍ରଭାତରେ ସମସ୍ତ ମନ୍ତ୍ରୀ ଓ ଅତିଜ୍ଞାନୀ...

Read More

ଅସଲ କବିରାଜ

ପୁରୀଧାମରେ ସେତେବେଳେ ବିଶ୍ୱପତି ନାମକ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ତାଙ୍କର ଆୟୁବିଜ୍ଞାନ ଶାସ୍ତ୍ରରେ ଯେପରି ବ୍ୟୁତ୍ପତି ଥିଲା, ପ୍ରତ୍ୟକ୍ଷ୍ୟ ଚିକିତ୍ସାରେ ବି ଠିକ୍ ସେହିପରି ଯଥେଷ୍ଟ ସୁନାମ ଥିଲା । ଅନେକ ଶିକ୍ଷାର୍ଥୀ ତାଙ୍କ ପାଖରେ ରହି ଆୟୁବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବୈଦ୍ୟରାଜ ବିଶ୍ୱପତି ଏକାବେଳେ ବେଶି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ