ବିଶାଳ ବିଜୟପୁର ରାଜ୍ୟକୁ ଲାଗି ସୌବୀର ନାମକ ଏକ ଛୋଟିଆ ରାଜ୍ୟଟିଏ ଥାଏ । ସୌବୀର ରାଜ୍ୟର ଲୋକେ ଖୁବ୍ ସୁଖରେ ଥାନ୍ତି । କାରଣ ସେ ରାଜ୍ୟର ସ୍ଥିତି ଏପରି ଯେ, ଆଖପାଖର ଭିନ୍ନ ଭିନ୍ନ ରାଜ୍ୟ ସହିତ ସୌବୀରର ଲୋକେ ସୁରୁଖୁରୁରେ ବେପାର କରି ପାରୁଥିଲେ । ପୁଣି ଅନ୍ୟ ରାଜ୍ୟର ବଣିକମାନଙ୍କୁ ସୌବୀର ରାଜ୍ୟ ଦେଇ ଭିନ୍ନ ଭିନ୍ନ ରାଜ୍ୟକୁ ଯିବାକୁ ପଡୁଥିଲା । ତେଣୁ ସୌବୀର...
Category - କାହାଣୀ
ଅନେକ ଦିନ ତଳର କଥା । ସାଗର ପାଟଣା ନାମକ ଗାଁରେ ଜଣେ ସାଧୁ ପ୍ରକୃତିର ଲୋକ ଥିଲେ । ତାଙ୍କ ନାମ ଜୟଦେବ ଆଚାର୍ଯ୍ୟ । ଲୋକେ ତାଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ଡାକୁଥିଲେ । ଆଚାର୍ଯ୍ୟଙ୍କର ଗୋଟିଏ ବିଶେଷ ଗୁଣ ଥିଲା । କେହି ତାଙ୍କୁ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ବେଳେ କିଛି ପ୍ରଶ୍ନ ପଚାରିଦେଲେ ସେ ତାଙ୍କ ପୂଜା କକ୍ଷକୁ ଯାଇ କିଛି ସମୟ ନିରବରେ ବସି ସେ...
ଉଷା ଅନିରୁଦ୍ଧଙ୍କ ଚିତ୍ରପଟକୁ ଧରି ଏକଲୟରେ ଚାହିଁ ରହିଥା’ଏ; ସତେ ଯେମିତି ତା’ର ସମଗ୍ର ଶରୀର ପୁଲକିତ ହୋଇ ଉଠୁଥାଏ । ସଖୀ ଚିତ୍ରରେଖା ଏକଥା ଦେଖି ହସି ହସି କହିଲା, “ଉଷା, ମୁଁ ବୁଝିଗଲି ତୁମେ ସ୍ୱପ୍ନରେ କାହାକୁ ଦେଖିଥିଲ । ସେ ଯେଉଁଠି ଥିଲେ ମଧ୍ୟ ମୁଁ ତାଙ୍କୁ ନିଶ୍ଚୟ ଖୋଜି ଆଣି ତୁମ ହାତରେ ସମର୍ପଣ କରିବି । ତୁମ ଉପରେ ଯେହେତୁ ଦେବୀ ପାର୍ବତୀଙ୍କର...
ରାମପୁରରେ ରଙ୍ଗଦାସ ନାମରେ ଜଣେ ବୈଦ୍ୟ ଥା’ନ୍ତି । ସେ ଥରେ ସ୍ଥିର କଲେ ସହରରେ ଯାଇ ବସବାସ କରିବେ । ସହରରେ ବୈଦ୍ୟ ଭାବରେ ସେ ଯାହା କିଛିବି ଉପାର୍ଜ୍ଜନ କରୁଥିଲେ ତାହା ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା, ତେଣୁ ସେ ନିଜର ଜୀବିକା ପରିବର୍ତ୍ତନ କରି, ଏକ ଛୋଟକାଟର ବ୍ୟବସାୟ ଆରମ୍ଭ କଲେ । କିଛିଦିନ ମଧ୍ୟରେ ସେ ସେହି ବ୍ୟବସାୟରେ...
ବର୍ଷ ପରେ ବର୍ଷ ବିତିଗଲା । ଏବେ ସାନ୍ ସୁ ଚଉଦ ବର୍ଷର ବାଳକ । ଦିନେ ସେ ତା’ ମା’ଙ୍କୁ ପଚାରିଲା, “ମା’ ମୋ ପାଇଁ କିଛି ରେଶମୀ ଲୁଗାର ପୋଷାକ ତିଆରି କରିଦେଉନ କାହିଁକି?” ଉତ୍ତରରେ ମା’ ତାଙ୍କ ଦାରିଦ୍ର୍ୟର କାରଣ ବିଷୟରେ ତାକୁ ସବୁ କଥା ବୁଝେଇ ଦେଲେ । ସାନ୍ ସୁ ସବୁ ଶୁଣି କହିଲା, “ମୋ ପିତା ତ ରାଜପ୍ରତିନିଧି ଥିଲେ ଆଉ ଆମେ ତ ତାଙ୍କର ମାତ୍ର...
ମଦନପୁର ଗ୍ରାମନିବାସୀ ମୋତିରାମ ଖୁବ୍ ସୌଖୀନ ସ୍ୱଭାବର ଲୋକ, ଖୁବ୍ ଭଦ୍ର ଭାବରେ ସେ କଥାବାର୍ତ୍ତା କରନ୍ତି ଓ ସମସ୍ତିଙ୍କୁ ସାହାଯ୍ୟ ସହାନୁଭୂତି ମଧ୍ୟ କରନ୍ତି । କିନ୍ତୁ ବିବାହ ପରେ ତାଙ୍କର ଏସବୁ ବ୍ୟବହାର ପ୍ରାୟ ବନ୍ଦ ହୋଇଗଲା । ପତ୍ନୀ ଈଶ୍ୱରୀ, କାହା ସହିତ ମିଳିମିଶି ଚଳିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ପ୍ରତ୍ୟେକ କଥାରେ ସେ ଖାଲି ଭୟ, ସନ୍ଦେହ ଓ ଓଲଟା...
ହୋଲାପୁରୀ ଜଙ୍ଗଲରେ ଶିକାରୀମାନଙ୍କ ସଂଖ୍ୟା କ୍ରମେ ବଢି ଚାଲିଲା ଓ ପଶୁଙ୍କ ସଂଖ୍ୟା କ୍ରମେ କମିଗଲା । ତେଣୁ ରାଜା ବିଦ୍ୟାଧର ଏହା ଘୋଷଣା କଲେ ଯେ ତାଙ୍କ ଅନୁମତି ପତ୍ର ବିନା କେହି ଯେପରି ଶିକାର କରିବାକୁ ଯିବେ ନାହିଁ, ଆଉ ଗଲେ କଠିନ ଦଣ୍ଡ ପାଇବେ । ଥରେ ଦୁଇଜଣ ଶିକାରୀ ଜଙ୍ଗଲରେ ଶିକାର କରୁଥା’ନ୍ତି । ରାଜାଙ୍କ ଲୋକ ସେଠାରେ ପହଁଚି...
(ମାଣିକୀପୁରୀର ଦକ୍ଷିଣରେ ଥିବା ସମୁଦ୍ରତଟସ୍ଥିତ, କେତେକ ଗ୍ରାମ ଅକସ୍ମାତ୍ ଧରାଶାୟୀ ହୋଇଗଲା । ଗ୍ରାମବାସୀମାନେ ଭୟରେ ଗ୍ରାମଛାଡି ପଳାଇଲେ । ନିଜର ପ୍ରାଣ ବଂଚାଇବା ପାଇଁ କେତେକ ଲୋକ ଆସି ରାଜଧାନୀରେ ପହଁଚିଗଲେ । ରାଜା, ରାଜକୁମାରୀ ଓ ସେନାପତି ସେମାନଙ୍କୁ ଆଶ୍ରୟ ଦେଇ ଥଇଥାନ କରିବାରେ ଲାଗିଗଲେ । ସମୁଦ୍ରତଟରୁ ଫେରିଥିବା ସୈନିକମାନେ କହିଲେ କି ସେପରି ଧ୍ୱଂସର...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ...
ଥରେ ରାଜା ବିକ୍ରମସେନ ଶିକାର କରିବାକୁ ଯାଇଥିଲେ । ଜଙ୍ଗଲରେ ବୁଲୁ ବୁଲୁ ସେ ରାସ୍ତା ହରାଇଲେ । ଏପରି ଅସହାୟ ଅବସ୍ଥାରେ ସର୍ପଦଂଶନ ଦ୍ୱାରା ସେ ମୂର୍ଚ୍ଛା ହୋଇଗଲେ । ତାଙ୍କର ଯେତେବେଳେ ମୂର୍ଚ୍ଛା ଭଙ୍ଗ ହୁଏ, ସେତେବେଳେ ସେ ନିଜକୁ ଏକ କୋମଳ ଶଯ୍ୟା ଉପରେ ଦେଖିଲେ । ଅର୍ଥାତ୍ ସେ ସ୍ଥାନଟି ହେଉଛି ଆଶ୍ରମ । ତାଙ୍କ ଶଯ୍ୟା ପାଖରେ ଜଣେ ସାଧୁ ବସିଥିଲେ । ସେ କହିଲେ...
କୋଶଳ ରାଜ୍ୟରେ ବୀରଦାସ ନାମରେ ଜଣେ ଯୁବକ ଥିଲା । ପିଲାଦିନରୁ ବାପମା’ ମରିଯାଇଥିବାରୁ ଜେଜେମା ତାକୁ ପାଳିଥାଏ; ଏତେ ଆଦରରେ ପାଳିଥାଏ ଯେ ସେ ତାକୁ କିଛି କାମ କରିବାକୁ ଦିଅନ୍ତି ନାହିଁ । ତେଣୁ ବୀରୁର ଦୁଇଟି ମାତ୍ର କାମ ଥାଏ ଖାଇବା ଓ ଶୋଇବା । କୋଶଳ ରାଜ୍ୟରେ ସେ ଜନ୍ମ ହୋଇ ମଣିଷ ହୋଇଛି । ଥରେ ପଡୋଶୀ ବିଦେହ ରାଜ୍ୟର ରାଜା ସିଂହସେନ କୋଶଳ ଉପରେ ଯୁଦ୍ଧ ଘୋଷଣା...
ଚୈତ୍ର ପଞ୍ଚମୀରେ ଶ୍ରୀରାମ ବନବାସ କରିବାକୁ ଯାଇଥିଲେ ଏବେ ଲଙ୍କାରୁ ଫେରିବା ରାସ୍ତାରେ ଚୈତ୍ର ଚତୁର୍ଥୀ ଆସି ହେଲାଣି, ଆଉ ଦିନଟିଏ ମାତ୍ର ଶ୍ରୀରାମ ପୁଷ୍ପକ ବିମାନକୁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରଖାଇ ମୁନିଙ୍କୁ ଯାଇ ଦେଖା କଲେ । ସେ ପଚାରିଲେ, “ମୁନିବର, ଅଯୋଧ୍ୟା ନଗରୀ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଅଛି ତ? ଭରତର ରାଜ୍ୟ ଠିକ୍ ଭାବରେ ଚଳୁଛି ତ? ଆଉ ଆମ ମା’ମାନେ...
ଚୀନ୍ର ଗୋଟିଏ ଗ୍ରାମରେ ଜଣେ ଜମିଦାର ଥିଲେ । ତାଙ୍କର ବଡ ମନ୍ଦ ପ୍ରକୃତି ଥିଲା । କେହି ଜଣେ ହେଲେବି ଚାକର ସେଠାରେ ତିଷ୍ଠି ପାରନ୍ତି ନାହିଁ । କାରଣ ସେ ବହୁତ କାମ ଖଟାନ୍ତି । କିନ୍ତୁ ପଇସା ଦେବାବେଳକୁ ସେ ଯାହାତାହା କହି ଓଲଟା ଘରୁ ତଡି ଦିଅନ୍ତି । ତାଙ୍କର ଏପରି ସ୍ୱଭାବ ଯୋଗୁଁ ସେ ଗ୍ରାମର କେହି ହେଲେ ମଧ୍ୟ ତାଙ୍କ ପାଖରେ ଚାକିରୀ କରିବାକୁ ଆସନ୍ତି ନାହିଁ ।...
ବହୁଦିନ ପୂର୍ବେ କାଶୀ ନଗରୀରେ ରାଜପାଳ ନାମକ ଯୁବକଟିଏ ଥାଏ । ପିଲାଟି ଦିନରୁ ତା’ର ବାପମା’ ମରିଯାଇଥାନ୍ତି । ସେ ନଗରୀର ଦୁଇଜଣ ବିଶିଷ୍ଟ ବ୍ୟକ୍ତି ତାକୁ ପାଳିପୋଷି ମଣିଷ କଲେ ଓ ଶିକ୍ଷାର ବ୍ୟବସ୍ଥା କଲେ । ସେ ସମସ୍ତ ବିଦ୍ୟା ଲାଭ କରିବା ପରେ ତାକୁ ରାଜଦରବାରରେ ଚାକିରୀଟିଏ ମଧ୍ୟ ଦେଲେ । ଏବେ ସେ ଭାବିଲା ବିବାହ କଲେ ଜଣେ ଜୀବନରେ ସହାୟତା...
ମଧୁପୁର ଗ୍ରାମରେ ବିନୟ ନାମକ ଜଣେ ଯୁବକ ଥାଏ । ବୟସରେ ସେ ଯୁବକ ହେଲେ କ’ଣ ହେବ ଦେଖିବାକୁ ସେ ଠିକ୍ ବୁଢା ଭଳି, ହାତଗୋଡ ସରୁ, ବେକ ପାଖରୁ ନଇଁ ପଡିଛି । ରୋଗୀଣାଟିଏ ପରି ସେ ଲାଗେ । ଅଳ୍ପ ଛୋଟେଇ ଛୋଟେଇ ସେ ଚାଲେ, ତାକୁ ଦେଖିଲେ ମନେହେବ ଖାଇବାକୁ ନ ପାଇ ସେ ଏଡେ କଷ୍ଟରେ ଅଛି । ଦୁନିଆରେ ତା’ର ନିଜର ବୋଲି ଆଉ କେହିବି ନାହିଁ । ଲୋକେ ତା’ଠାରୁ ଦୂରେଇ ରହନ୍ତି ।...