ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗଙ୍ଗାସ୍ନାନର ଫଳ

ଗୋଟିଏ ଗ୍ରାମରେ ଜଣେ ସରଳ ବ୍ରାହ୍ମଣ ରହୁଥିଲା । ସେ ଆଦୌ ପାପ କରେନି । କିନ୍ତୁ ଥରେ ଅଜାଣତରେ ତା ଦ୍ୱାରା ଏକ ପାପ ହେଲା । ଲୋକମାନେ ତାକୁ ପଚାରିଲେ ପାପର ପ୍ରାୟଶ୍ଚିତ କିପରି କରିବ? ତହୁଁ ସେ କହିଲା ଜୀବିତ ରହିଥିବା ପର୍ଯ୍ୟନ୍ତ ଗଙ୍ଗାରେ ସ୍ନାନ କରି ଭଗବାନଙ୍କୁ ଧ୍ୟାନ କଲେ, ମୋ ପାପର ନିଶ୍ଚୟ ପାୟଶ୍ଚିତ ହେବ ।                 ଦିନେ ସେହି ବ୍ରାହ୍ମଣ ଜଣକ...

Read More

ଚିକିତ୍ସା

ଯଦୁପୁର ଗ୍ରାମରେ ଶିବରାଜ ନାମରେ ଜଣେ କୃଷକ ଥାଏ । ତା’ର ପାର୍ବତୀବାଈ ନାମରେ ସ୍ତ୍ରୀ ଓ ଜୟଦେବ ନାମରେ ପୁଅଟିଏ ଥାଏ । ଜୟଦେବକୁ ଭଲଭାବରେ ପଢାଇବା ପାଇଁ ତା’ ବାପାର ବହୁତ ଇଚ୍ଛା ଥାଏ । ପନ୍ଦରବର୍ଷ ବୟସରେ ସେ ଗ୍ରାମର ଶିକ୍ଷା ଶେଷ କରି ସହରକୁ ଉଚ୍ଚଶିକ୍ଷା ପାଇଁ ଗଲା ।                 ପୁଅକୁ ଟଙ୍କା ଯୋଗାଇବାରେ କିଛି କଷ୍ଟ ହେଲା । ତଥାପି ମଧ୍ୟ ସେ...

Read More

ଅଣଅଜା

ଜୟସିଂହ ରାଜାଙ୍କ ସୈନ୍ୟ ବାହିନୀର ଏକ ନାମକରା ସୈନ୍ୟ ଥିଲେ । ମଧ୍ୟବୟସରେ ସେ ସୈନ୍ୟବାହିନୀରୁ ଛୁଟି ପାଇ ଘରେ ବସି ରାଜାଙ୍କଠାରୁ ମାସିକ ଖର୍ଚ୍ଚ ପାଇ ଅତି ଆନନ୍ଦରେ ଚଳୁଥାଆନ୍ତି । ଦିନେ ସେ କିଛି କାର୍ଯ୍ୟବଶତଃ ରାଜଧାନୀକୁ ଯାଇଥିଲେ । ସେଠାରେ ଗୋଟିଏ ଚିତ୍ର ଦୋକାନରେ ସେ ଜଣେ ବୀର ସୈନିକଙ୍କର ତୈଳଚିତ୍ର ଦେଖିଲେ । ସେ ବଡ ଆନନ୍ଦରେ ସେହି ଚିତ୍ରଟିକୁ ନିରେଖି...

Read More

ଯାଦୁ ମହଲ

(ରାଜକୁମାରୀଙ୍କୁ ସାରସ ସରୋବର ସ୍ଥିତ ମହଲରୁ ଯାଦୁମହଲକୁ ଅଣାଗଲା । ସେଠାରେ ତାଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂର୍ଣ୍ଣ କରାଯାଉଥାଏ । କିନ୍ତୁ କଥା କହିବା ସେଠାରେ ମନା, ଏପରିକି ନିଜ ପରିଚାରିକା ମାନଙ୍କ ସହିତ ବି ନୁହେଁ । ଥରେ ଥରେ ତାଙ୍କୁ ଏପରି ସଙ୍କେତ ମିଳେ ଯେ ତାଙ୍କୁ ସେଠାରେ ସେହିପରିହିଁ ରହିବାକୁ ହେବ ।) ରାଜକୁମାରୀ କ୍ଳାନ୍ତ ହୋଇ ପଡିଥିଲେ ।...

Read More

ଦୂର ପର୍ବତ ସୁନ୍ଦର

ଲଛମନ ନାମରେ ଗୋଟିଏ ବ୍ୟବସାୟୀ ଥିଲେ । ତାଙ୍କୁ କିଏ ବୁଝାଇ ଦେଲା ଯେ ଭାରତର ପୂର୍ବରେ ଥିବା ଦ୍ୱୀପପୁଞ୍ଜରେ ବ୍ୟବସାୟ ବାଣିଜ୍ୟ କଲେ ଯଥେଷ୍ଟ ପଇସା ହେବ । ଗ୍ରାମରେ କେତେଲୋକ ବା ହୀରାମୋତି କିଣିବେ । କିନ୍ତୁ ତାଙ୍କର ପତ୍ନୀ ଓ ପିତାମାତା କହିଲେ କି ଦୂର ପର୍ବତ ସୁନ୍ଦର ପରି ଦୂରରେ ଥିବା ଦେଶ ବିଷୟରେ ଯାହା ଶୁଣାଯାଏ ସେସବୁ ସୁନ୍ଦର । ଏତେ ଦୂରକୁ ଯାଇ, ନାନା...

Read More

ସତ୍ୟପାଳ ଓ ଦୁଇଶତ୍ରୁ

ନିଶା ଗରଜୁ ଥାଏ । ତୁହାକୁ ତୁହାକୁ ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଣବୁଦା ଭିତରୁ ସାଇଁସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେହେଲେବି ବିଚଳିତ ନହୋଇ ପୁନର୍ବାର ସେ...

Read More

ଶୁଭେଚ୍ଛା

ରୁଦ୍ରପୁରରେ ଗୁରୁଦାସ ନାମକ ଜଣେ ଧନୀ ଥିଲେ । ତାଙ୍କୁ କିଏ କିଛି ପଚାରିଲେ, ସିଏ ଏପରି କଥା ତାଙ୍କୁ ବତେଇ ଦିଅନ୍ତି ଯେ ଫଳ ସର୍ବଦା ଖରାପ ହୁଏ ।                 ଥରେ ତାଙ୍କର ପଡୋଶୀ ଜଗନ୍ନାଥ କୌଣସି ରୋଗରେ ଶଯ୍ୟାଶାୟୀ ହୋଇ ପଡିଲେ । ବୈଦ୍ୟ ଆସି ରୋଗ ପରୀକ୍ଷା କରି କହିଲେ, “କୃଷ୍ଣତୁଳସୀର ରସରେ ଏ ରୋଗର ଚିକିତ୍ସା ହୁଏ । କେବଳ ଗୁରୁଦାସ ବାଡିରେହିଁ ଏହି...

Read More

ଅଫିମିଆର ସାକ୍ଷ୍ୟଦାନ

ଜଣେ ବ୍ୟବସାୟୀ କୌଣସି ଏକ କାମ ପାଇଁ ଘୋଡାରେ ବସି ଅନ୍ୟ ସହରକୁ ଯାଉଥିଲେ । ବାଟରେ ଗୋଟିଏ ଗ୍ରାମ ନିକଟରେ ସଂଧ୍ୟା ହୋଇଯିବାରୁ ସେ ସେହିଠାରେ ରାତି ବିତାଇବାକୁ ମନସ୍ଥ କଲେ । ସେ ଘୋଡାରୁ ଓହ୍ଲାଇବା ମାତ୍ରେ ଦେଖିଲେ ଜଣେ ବ୍ୟକ୍ତି ଗଣଗଣିଆ କଣ୍ଠରେ କହୁଛି, “ବାବୁ, ମୁଁ ଅଫିମ ଖାଏ, ଦୁଇଦିନ ହେବ କିଛି ଖାଇ ନାହିଁ । କିଛି ପଇସା ଦିଅନ୍ତୁ ମୋ ଆତ୍ମା ଶାନ୍ତ ହୋଇଯିବ...

Read More

ବୀର ହନୁମାନ

କୈଳାସ ଶିଖର ଓ କାଂଚନ ଶିଖରରେ ପହଁଚି ହନୁମାନ ଔଷଧ ଗଛ ଗୁଡିକ ଖୋଜିବାରେ ଲାଗିଲେ । କିନ୍ତୁ ସବୁ ଗଛ ତ ପ୍ରାୟ ସମାନ ଦିଶୁଛି । ସେ ବିରକ୍ତ ହୋଇ ସମଗ୍ର ପର୍ବତଟିକୁ ଉପାଡି ଧରି ଆକାଶରେ ଉଡିଉଡି ଫେରିଲେ । ଦୂରରୁ ଏତେବଡ ପାହାଡ ଧରି ଉଡିଆସୁଥିବା ହନୁମାନଙ୍କୁ ଦେଖି ବାନର ସୈନ୍ୟମାନେ ସିଂହନାଦ କଲେ । ହନୁମାନ ଆକାଶରୁ ତଳକୁ ଓହ୍ଲାଇଲେ, ଗୁରୁଜନ ମାନଙ୍କୁ ପ୍ରଣାମ...

Read More

ବିଚିତ୍ର ଅନୁଭୂତି

ଉଦୟଭାନୁ ନାମକ ଏକ ବ୍ୟବସାୟୀ ବଜ୍ରନାଭ ଗ୍ରାମରେ ରହୁଥିଲେ । ତାଙ୍କର ଯୁବକ ବୟସ, ଏହି ସମୟରେ ପିତାଙ୍କର ଦେହାନ୍ତ ହୋଇ ଯିବାରୁ ଘରର ଓ ବ୍ୟବସାୟର ସମସ୍ତ ଦାଇତ୍ତ୍ଵ ତାଙ୍କ ଉପରେ ପଡିଲା ।                 ଏବେ ତାଙ୍କ ସମ୍ମୁଖରେ ଏକ ସମସ୍ୟା । ବଡ ଭଉଣୀଙ୍କ ନଣନ୍ଦର ବାହାଘର । ଏଣେ ସ୍ତ୍ରୀ ଆସନ୍ନପ୍ରସବା । ପୁଣି ବ୍ୟବସାୟର ବ୍ୟସ୍ତତା ମଧ୍ୟ ରହିଛି । ତେଣୁ...

Read More

ବଚନର ମୂଲ୍ୟ

ପୁରୁଣା ଦିନର କଥା – ତୁର୍କୀରେ ହମିଦ୍ ନାମକ ଏକ ବ୍ୟବସାୟୀ ରହୁଥିଲେ । ତାଙ୍କ ପାଖରେ ଏକ ଦାମୀ ଘୋଡା ଥିଲା । ନିଜେ ବୁଢା ହେବାରୁ ସେ ସେହି ଘୋଡାଟିକୁ ତିନିଶହ ଦିନାରରେ ବିକ୍ରି କରିବାକୁ ଚାହିଁଲେ । କିନ୍ତୁ ଏତେ ଦାମ୍ରେ କେହି କିଣିବାକୁ ରାଜି ହେଲେ ନାହିଁ ।                 ଦିନେ ଅଜିଜ୍ ନାମକ ଜଣେ ଯୁବକ ଆସି ତାଙ୍କୁ କହିଲା, “ମହାଶୟ, ଏକ ଖାନ୍ଦାନ୍...

Read More

କାହାର ଯୁକ୍ତି ଅଧିକ?

ପୁରାକାଳର କଥା । ଜଣେ ରାଜା ଥିଲେ ଯେ ସେ ଯାହା ମନ ତାହା କରୁଥିଲେ । କିନ୍ତୁ ସେ ସର୍ବଦା ବାହାଦୁରୀ ଦେଖାଇ କହୁଥାନ୍ତି କି ସେ କେବେବି ଅଯୌକ୍ତିକ କାମ କରନ୍ତି ନାହିଁ ।                 ଥରେ ସେ ଅସୁସ୍ଥ ହେଲେ । ବହୁତ ଦିନ ଧରି ସେ ଆରୋଗ୍ୟ ଲାଭ ନ କରିବାରୁ ସେ ଏହା ଘୋଷଣା କଲେ ଯେ, “ଯିଏ ମୋତେ ଭଲ କରିଦେବ, ସେ ମୋ ରାଜ୍ୟରୁ ଗୋଟିଏ ଅଂଶ ପାଇବ । କିନ୍ତୁ ଯିଏ...

Read More

ଭାଗ୍ୟର ବିଡମ୍ବନା

ବୀରପୁର ଗାଁରେ ଭୈରବ ନାମକ ଟୋକା ଥିଲା । ସେ ଗରୀବ ଥିଲା; କିନ୍ତୁ ତା’ଠାରୁ ଦୁଃଖର କଥା ହେଲା, ବିଚରା ପିଲାବେଳେ ଥରେ ଗୋଟାଏ ରୋଗରେ ପଡି କଥା କହିବା ଶକ୍ତି ହରାଇଥିଲା ।                 ଜୀବିକା ନିର୍ବାହ ଦିଗରେ ତା’ର ଅବଶ୍ୟ ବିଶେଷ ସେମିତି କିଛି ଅସୁବିଧା ନଥିଲା । ତା’ର ପଲେ ମେଣ୍ଢା ଥିଲେ । ଗାଁଠାରୁ ଏକ କୋଶ ଦୂରରେ ଗୋଟିଏ ବଣ ଥିଲା । ବଣ ଓ ଗାଁ ମଝିରେ...

Read More

ଦୁଇ ପକ୍ଷ

ରାମପୁର ଗାଁର ଜୟଦାସର ଗୋଟିଏ ବୋଲି ଝିଅ । ତା’ର ନାମ ସୁକୁମାରୀ । ସେ ଝିଅଟି ସତରେ ସୁକୁମାରୀ । ମାଛିକୁ ମ ସୁଧା ବି ସେ କହେନାହିଁ । ତା’ର ସ୍ୱଭାବ ଅତି ଧୀର ।                 ଜୟଦାସ ତା’ ପାଇଁ ବର ଖୋଜୁଥାନ୍ତି । ସୁକୁମାରୀର ଭାରି ଇଚ୍ଛା ସେ ଚମ୍ପେଇ ଗାଁର ସୁବ୍ରତକୁ ବିଭା ହେବ ବୋଲି । ଚମ୍ପେଇରେ ସୁକୁମାରୀର ମାମୁଁ ଘର । ଠିକ୍ ତା’ ମାମୁଁ ଘର ପାଖରେ...

Read More

କନକ ଉପତ୍ୟକାର କାହାଣୀ

(ଆପାତତଃ ରାଜୁ ଆସି ଏପରି ଏକ ରାଜ୍ୟରେ ପହଁଚିଛି, ଯେଉଁଠି ଲୋକେ ସର୍ବଦା ସନ୍ତୁଷ୍ଟ । କାହାରି ମନରେ କିଛି ପାଇବା ପାଇଁ ଆଶା ନାହିଁ; ତେଣୁ ହତାଶା ବି ନାହିଁ । ରାଜକୁମାରୀ ଯେପରି ଗୀତ ଗାଇ ପାରିବେ ସେହି ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ତାଙ୍କ ସାହାଯ୍ୟରେ ତା’ର ଲକ୍ଷ୍ୟ ସ୍ଥଳରେ ପହଁଚିବାକୁ ବହୁତ ଉଦ୍ୟମ କଲା । ତା’ପରେ…) ହରିଣଟିଏ ଦୌଡିଯାଉଥିବାର...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ