ମାନସିକ ରୋଗୀ

ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା । ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ । ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ । କଥାବାର୍ତ୍ତା କରୁ କରୁ...

Read More

ଭୂତତାନ୍ତ୍ରିକ

ଭଦ୍ରପୁରର ପ୍ରିତୁ ବଡ ତାନ୍ତ୍ରିକ ଥିଲା । ସମସ୍ତେ କୁହନ୍ତି ତା’ର ନାମ ପଡିଲେ ଭୂତପ୍ରେତ ସେଠାରୁ ଛାଡି ପଳାନ୍ତି । ତା’ର ସ୍ତ୍ରୀ ଅନ୍ନପୂର୍ଣ୍ଣା ଅତି ଭଲ ସ୍ୱଭାବର ସ୍ତ୍ରୀଲୋକ, କିନ୍ତୁ ପ୍ରିତୁର ସ୍ୱଭାବ ସମ୍ପୂର୍ଣ୍ଣ ବିପରୀତ । ଦିନେ ସଂଧ୍ୟା ପରେ ଚାରିଜଣ ଲୋକ ଆସି ତାଙ୍କ ଘରେ ପହଁଚିଲେ । ସେମାନେ ଅନ୍ନପୂର୍ଣ୍ଣାର ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବ । ସେମାନେ...

Read More

ଚାକରର ବୁଦ୍ଧି

ରଥିପୁରର ଭୂପତିଙ୍କର ଜଣେ ଚାକର ଦରକାର ଥିଲା । ସେ ଏକଥା ତାଙ୍କ ବନ୍ଧୁ କିଶୋରଙ୍କୁ କହିଥିଲେ । କିଶୋର କହିଲେ, “ମୋ ପାଖରେ ଦୁଇ ଜଣ ଚାକର ଅଛନ୍ତି । ସେ ଦୁହେଁ ଭାରି ବିଶ୍ୱାସୀ । ସେ ଦୁହିଁଙ୍କର ସ୍ୱଭାବ ମଧ୍ୟ ବହୁତ ଭଲ । ସେମାନଙ୍କ ମଧ୍ୟରୁ ଜଣେ ଭାରି ଚତୁର । କାମରେ ବେଶି ମନ ଦିଏ ନାହିଁ କିନ୍ତୁ ବେଶି ବେତନ ମାଗେ । ଅନ୍ୟଟି ଟିକିଏ ବୋକା, ହେଲେ ସେ ଖୁବ୍...

Read More

ମହାଭାରତ

କୁନ୍ତୀ, ବ୍ରାହ୍ମଣ ପରିବାରର ବିପଦ ବିଷୟରେ ଖବର ନେବାକୁ ଗଲେ । ସେତେବେଳେ ଦୁଃଖୀ ବ୍ରାହ୍ମଣ ବିଳାପ କରୁ କରୁ କହୁଥାନ୍ତି, “ଏହି ସଂସାରରେ ପତ୍ନୀ ଓ ସନ୍ତାନଙ୍କୁ ନେଇ ସୁଖରେ ଦିନ ବିତାଇବାର ଆଉ କୌଣସି ଉପାୟ ନାହିଁ । ମୁଁ ତୁମକୁ କେତେ ଆଗରୁ କହୁଥିଲି ଯେ ଏହି ଗ୍ରାମ ଛାଡି ଆମେ ଅନ୍ୟତ୍ର ଚାଲିଯିବା; ହେଲେ ତୁମେ ତ ମୋ କଥା ଆଦୌ ଶୁଣିଲ ନାହିଁ । ସେତେବେଳେ ତୁମେ...

Read More

ଏକତା

ଜଗଦୀଶ ପାଖ ଗ୍ରାମରେ ଥିବା ତା’ର ବନ୍ଧୁ ରମେଶକୁ ଦେଖା କରିବାକୁ ଯାଉଥିଲା । ବାଟରେ ହାଟ ପଡିଲା । ସେ ସେଠାରୁ ଦୁଇଟି ଚିତ୍ର କିଣିଲା, ଗୋଟିଏ ବିଷ୍ଣୁଙ୍କର ଓ ଅନ୍ୟଟି ଶିବଙ୍କର ।                 ସେଠାରେ ପହଁଚି ଜଗଦୀଶ କହିଲା, “ଆରେ ରମେଶ, ତୁମକୁ ଉପହାର ଦେବାକୁ ମୁଁ କ’ଣ ଆଣିଛି ଦେଖ ତ ।” ଏତିକି କହି ସେ ଦୁଇଟି ଚିତ୍ର ତାକୁ ଦେଲା ।                ...

Read More

ବ୍ୟାକୁଳ ଭରତ

ଭରତ ନାମକ ଜଣେ ବଡ ଭଲ ମଣିଷ ଥିଲା । ସେ ବରାବର ପାଖ ପଡୋଶୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କୁ ସାହାଯ୍ୟ କରି ଆନନ୍ଦ ପାଉଥାଏ । ସେମାନେ କିନ୍ତୁ ତା’ପ୍ରତି କେବେବି ଭଲ ବ୍ୟବହାର କରନ୍ତି ନାହିଁ; ସେହି କାରଣରୁ ତା’ମନ ବଡ ବ୍ୟାକୁଳ ହୋଇଉଠେ । ଭରତର ସ୍ତ୍ରୀ ରାଣୀ ବଡ ଭଲ ସ୍ୱଭାବର ଝିଅ ଥିଲା । ଭରତର ଏପରି ଦୁଃଖ ସହି ନପାରି ଦିନେ ସେ କହିଲା, “ତୁମେ ଅନ୍ୟକୁ ସାହାଯ୍ୟ...

Read More

ଶିଆଳ ଓ ଠେକୁଆ

ଜଙ୍ଗଲରେ ସମସ୍ତ ପଶୁ ସଭା କରି ଏହା ସ୍ଥିର କଲେ ଯେ ଜଙ୍ଗଲ ପାଖରେ ଥିବା ଜମିକୁ ଚାଷ କରିବେ । ତେଣୁ ଛୋଟରୁ ବଡ ସମସ୍ତେ ଯାଇ କ୍ଷେତରେ କାମ କଲେ; ହଳ କଲେ, ମାଟି ହାଣିଲେ ଓ ନାନା ପ୍ରକାରର କାମ କଲେ ।                 ସମସ୍ତେ କାମରେ ଲାଗିଥାନ୍ତି । ଖରା ତ ଖୁବ୍ ଟାଣ । ବିଚାରା ଠେକୁଆ ବଡ କ୍ଳାନ୍ତ ହୋଇ ପଡିଲା । କିନ୍ତୁ ଭୟରେ ସେ କାମ ବନ୍ଦ କରୁ ନ ଥାଏ ।...

Read More

କଳାକାର

ପୁରୁଣାକାଳର କଥା । ଗୋଟିଏ ରାଜ୍ୟରେ ଧର୍ମସେନ ନାମକ ଜଣେ ଲୋକପ୍ରିୟ ରାଜା ରାଜୁତି କରୁଥିଲେ । ତାଙ୍କର ତିନିଜଣ ପୁତ୍ର ଥା’ନ୍ତି । ଜ୍ୟେଷ୍ଠ ପୁତ୍ର ନ୍ୟାୟବାଦୀ ଓ ଖୁବ୍ ଭଦ୍ର ଥିଲେ । କିନ୍ତୁ ସାନ ଦୁଇଜଣ ଅତିମାତ୍ରାରେ ବୁଦ୍ଧିମାନ୍ ଥିଲେ । ସେମାନେ ବଡ ହୋଇ ଯିବାରୁ ରାଜାଙ୍କ ମନରେ ଏହି ପ୍ରଶ୍ନ ଉଠିଲା ଯେ ସେ ଏବେ କାହାକୁ ନିଜର ଉତ୍ତରାଧିକାରୀ ରୂପେ ବାଛିବେ ।...

Read More

ଦସ୍ୟୁ ରାଜକୁମାର

ଅତ୍ୟାଚାରୀ ବୀରସିଂହ ବାରମ୍ବାର ହିନସ୍ତା ହେବାକୁ ଲାଗିଲା । ଜୟନଗରରୁ ସେ ଜବର୍ଦସ୍ତ୍ ନେଇଯାଇଥିବା କନକ ଦୁର୍ଗାଙ୍କ ପ୍ରତିମା ଅଦ୍ଭୁତ ଭାବରେ ଜୟନଗର ଫେରିଗଲା । ରାଜକୁମାରୀ ସୁକନ୍ୟା ମାଙ୍କଡ ପାଲଟିଗଲେ! ନଅରର ଐଶ୍ୱର୍ଯ୍ୟର ମୂଲ୍ୟାୟନ ପାଇଁ ଆସିଥିବା ବିଶେଷଜ୍ଞମାନେ ଦେଖିବାବେଳକୁ ବିଦ୍ରୋହୀ ଦଳର ଲୋକେ । ସେମାନେ ସବୁ ସମ୍ପତ୍ତି ଧରି ପଳାଇ ଗଲେ । ଅମୃତପୁର...

Read More

ସାହସୀ ଶ୍ରୀକାନ୍ତ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ...

Read More

ଶକରକନ୍ଦ

ପୁରୁଣା କାଳର କଥା । ଜଣେ ରାଜା ଓ ଜଣେ ଚାଷୀଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଗାଁ ମୁଣ୍ଡରେ ଜଙ୍ଗଲ ପାଖରେ ସେ ଚାଷୀଟିର ଗୋଟିଏ କୁଡିଆ ଥାଏ । ରାଜା ଯେବେ ଯେବେ ଶୀକାର କରିବାକୁ ଯା’ନ୍ତି, ସେ ନିଶ୍ଚିତ ଭାବରେ ଚାଷୀର ଘରକୁ ଯା’ନ୍ତି । ଚାଷୀର ସ୍ତ୍ରୀ ତାଙ୍କୁ ଶକରକନ୍ଦ ଖୁଆଏ । ରାଜା ତାକୁ ବହୁତ ଆନନ୍ଦରେ ଖା’ନ୍ତି ।                 ଚାଷୀଟି ଦିନେ ତା’ର...

Read More

ଆତ୍ମସମ୍ମାନ

ଶୋଭାପୁରରେ ସୁଧର୍ମ ନାମକ ଜଣେ ଶ୍ରମିକ ଥାଏ । ସେ ସର୍ବଦା ପରିଶ୍ରମ କରି, ଯାହା କିଛିବି ରୋଜଗାର କରେ ସେଥିରେ ସେ ତା’ ପରିବାର ଚଳାଏ; କାମ ନ ପାଇଲେ ସେ କେବେ କାହାଠୁ ମଧ୍ୟ ପଇସା ମାଗେନାହିଁ । ତା’ର ବହୁତ ଆତ୍ମସମ୍ମାନବୋଧ ଥିଲା ।                 ସେ ଗ୍ରାମରେ ସମସ୍ତେ ଭଲଭାବେ ଜାଣନ୍ତି ଯେ ଗରୀବ ହେଲେ ମଧ୍ୟ ସୁଧର୍ମର ସମ୍ମାନବୋଧ ଅଛି । କିନ୍ତୁ ଆଉ କେତେକ...

Read More

ବୀର ହନୁମାନ

ସ୍ୱୟଂପ୍ରଭାଙ୍କ ସହାୟତାରେ ବାନରମାନେ ଗୁମ୍ଫା ବାହାରକୁ ଆସି ଆଖି ଖୋଲି ଦେଖନ୍ତି ତ ସମୁଖରେ ମହାସମୁଦ୍ର । ବଡ ବଡ ଢେଉମାନ କୂଳରେ ପିଟି ହେଉଛନ୍ତି, ସମୁଦ୍ର ଗର୍ଜନରେ କାନ ସ୍ତବ୍ଧ ହୋଇଯାଉଛି, ଦିଗ୍ବଳୟ ପର୍ଯ୍ୟନ୍ତ ଅନନ୍ତ ସମୁଦ୍ର ବ୍ୟାପି ରହିଛି । ସେମାନେ ତାହାରି ଭିତରେ କିପରି କୁଆଡକୁ ଯାଇ ସୀତା ଠାବ କରିବେ ଭାବିଲା ବେଳକୁ ମଥା ଭ୍ରମି ଯାଉଛି । ରାବଣ ତାଙ୍କୁ...

Read More

ରୂପାର ମାଢି

ଗୋଟିଏ ଗ୍ରାମରେ ପୂର୍ଣ୍ଣ ଓ କିଶୋର ନାମକ ଦୁଇ ବନ୍ଧୁ ଥା’ନ୍ତି । ପିଲାକାଳରୁ ସେ ଦୁହେଁ ନିରାଶ୍ରୟ; ଏତେ ବଡ ସଂସାରରେ ସେମାନଙ୍କର ନିଜର ବୋଲି ଆଉ କେହିବି ନାହିଁ । ଦୁହେଁ ଦିନସାରା କାମ କରନ୍ତି । ରାତିରେ ଗୋଟିଏ ବରଗଛ ଛାଇରେ ସେମାନେ ରହନ୍ତି । ବରଗଛରେ ଗୋଟିଏ ବଡ କୋରଡ ଥାଏ ସେଇଠି ଅଳ୍ପ କିଛି ଜିନିଷପତ୍ର ରଖିଥା’ନ୍ତି । ପାଖରେ ପୋଖରୀଟିଏ ଥାଏ । ଚଳିବାରେ...

Read More

ନ୍ୟାୟ

ପୁରୁଣାକାଳର କଥା । ବାଗ୍ଦାଦ୍ରେ ଅଲି ନାମକ ଜଣେ ବାରିକ ଥାଏ । ସେ ତା’ ନିଜ ବୃତିରେ ଏତେ ପାରଙ୍ଗମ ଥିଲା ଯେ ନଗରୀର ସମସ୍ତ ବଡ ବଡ ଲୋକ ତାରି ପାଖକୁ ହିଁ ଆସନ୍ତି ।                 ଦିନେ ଅଲିର ଘରେ ଜାଳେଣୀ କାଠ ସରି ଯାଇଥାଏ । ବାହାରେ ସେ ଅପେକ୍ଷା କରିଥାଏ କେହି କାଠୁରିଆ ଯାଉଥିଲେ ତାକୁ ସେ ଡାକିବ ବୋଲି । କିଛି ସମୟ ପରେ ସେ ଦେଖିଲା ସେଇବାଟେ ବୁଢା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ