ଅଦୃଶ୍ୟ ପରିଚାରିକା

ସୁନ୍ଦରୀ ଥିଲା ଧନୀ ସୁକୁମାରୀର ସାଙ୍ଗ । ସେ ବହୁତ ଗରୀବ ଥିଲା । କିନ୍ତୁ କୌଣସି ପରିସ୍ଥିତିରେ ବି ସେ କେବେ କାହା ଆଗରେ ହାତ ପାତୁ ନଥିଲା । ନିଜର ଆତ୍ମାଭିମାନ ତାକୁ ଏହା କରିବାକୁ କେବେବି ପ୍ରଶ୍ରୟ ଦେଉନଥିଲା । ଦୁଇଜଣ ସାଙ୍ଗ କୌଣସି ଭେଦଭାବ ନରଖି ମିଶୁଥିଲେ ।                 ଥରେ ଦୂରଯାଗାରୁ ଜଣେ ଗହଣା ବେପାରୀ ସୁକୁମାରୀ ଘରକୁ ଆସିଲେ । ତାଙ୍କ ପାଖରେ...

Read More

ସୁପାରିଶ୍ ପତ୍ର

ଚନ୍ଦ୍ର ନାମକ ଜଣେ ଦରିଦ୍ର, ଶିକ୍ଷିତ ଓ ବେକାର ଯୁବକଟିଏ ଥାଏ । ସେ ଶୁଣିଲା ଧନୀ ମାୟା ରାମଙ୍କର ଗୁମାସ୍ତାଟିଏ ଲୋଡା । ସେ ସେହି ଚାକିରିଟି ପାଇବା ଆଶାରେ ମାୟା ରାମଙ୍କୁ ଯାଇ ଦେଖା କଲା । ମାୟାରାମ କହିଲେ, “ତୁମକୁ ରଖିବାରେ ମୋର ତ କୌଣସି ଆପତ୍ତି ନାହିଁ । କିନ୍ତୁ ତୁମ ପୂର୍ବରୁ ଦୁଇଟି ଗୁମାସ୍ତା ମୋତେ ବହୁତ ଠକିଛନ୍ତି । ସପ୍ତାହରେ ମାତ୍ର ଗୋଟିଏ ଦିନ ମୁଁ...

Read More

ବିଚିତ୍ର ପୁଷ୍ପ

(ଉତୁଙ୍ଗ ‘ଶତାଦ୍ଦିକା’ ପୁଷ୍ପ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ନାଗପୁର ଦେଶରେ ପହଁଚିଲେ । ପାହାଡୀ ପ୍ରଦେଶର ମୁଖ୍ୟ କାବୁଇ ତାଙ୍କୁ ବହୁତ ଆଦର କଲେ ଓ ତାଙ୍କୁ ରାଜାଙ୍କ ପାଖକୁ ନେଇଗଲେ । ରାଜା ତାଙ୍କ ସାହସର ପ୍ରଶଂସା କରି କହିଲେ ତାଙ୍କର ସହାୟତା ସକାଶେ କେତେକ ସୈନ୍ୟ ସେ ଦେବେ । ରାଜକୁମାରୀଙ୍କ ଆଦେଶରେ ଜଣେ ଦେହରକ୍ଷୀ ଉତୁଙ୍ଗକୁ ରାଜକୁମାରୀଙ୍କ ପାଖକୁ...

Read More

ତିନି ମୁଦ୍ରିକା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର...

Read More

ଆଜ୍ଞାକାରୀ କୁକୁର

ହେଲାପୁରୀ ହାଟରେ ଜଣେ ଲୋକ ଗୋଟିଏ କୁକୁର ବିକିବାକୁ ଆଣିଲା । ସେଠାରେ ଜମିଥିବା ଲୋକମାନଙ୍କୁ କୁକୁରର ଗୁଣ ବିଷୟରେ ସେ କହିଲା, “ଏହି କୁକୁରକୁ ଆପଣ ଯାହାବି କହିବେ ସେ ତାହା ଶୁଣିବ ଏବଂ ମାନିବ । ତାକୁ ଯାହା କାମ ବତେଇବେ ଯେତେ କଷ୍ଟ ହେଲେ ବି ସେ ତାହା ଅବଶ୍ୟ କରିବ ।”                 ତାଙ୍କ କଥା ଶୁଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ପଚାରିଲା – “ଏହି...

Read More

ଚତୁର ଶତ୍ରୁ

ବିଶାଳପୁର ଗାଁରେ ଦୁଇଜଣ ମୁଖିଆ ଥିଲେ । ଜଣଙ୍କର ନାଁ ଭୁଷଣ ଓ ଅନ୍ୟ ଜଣେ ହେଲେ ରୋହିତ । ଚାଷୀ ଭୁଷଣ ପାଖରେ ଶାରୀରିକ ବଳ ଥିଲା । ମାତ୍ର ବ୍ୟବସାୟୀ ରୋହିତ ପାଖରେ ପ୍ରଚୁର ଧନ ବଳ ଥିଲା ।                 ରମଣ ଖାଲି ନାମକୁ ମାତ୍ର ଗ୍ରାମାଧିକାରୀ ଥିଲେ । ଭୁଷଣ ଏବଂ ରୋହିତ ସହିତ ପରାମର୍ଶ ନକରି, କୌଣସି ମୁଖ୍ୟ ବିଷୟରେ ନିଷ୍ପତି ନେବାକୁ ସେ କେବେବି ମଧ୍ୟ ସାହସ...

Read More

ବୀର ହନୁମାନ

ହନୁମାନ ହିମାଳୟରୁ ଅଯୋଧ୍ୟା ଯିବା ବାଟରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ଓହ୍ଲାଇ ବାଲ୍ମୀକିଙ୍କୁ ପଚାରିଲେ, “ମହାମୁନି, ଶ୍ରୀରାମଙ୍କର ଏପରି କାହିଁକି ହେଲା ।”                 ବାଲ୍ମୀକି ଅଳ୍ପ ହସି କହିଲେ, “ହନୁମାନ, ଠିକ୍ ଭାବରେ ରାଜ୍ୟ ପାଳନ କରିବା ବଡ କଠିନ କଥା । ତୁମେ ରାମଚନ୍ଦ୍ରଙ୍କର ଶମ୍ଭୁକ ପ୍ରତି ବ୍ୟବହାର କଥା ବୋଧହୁଏ ଶୁଣିନାହଁ ଜଣେ ଅବତାର...

Read More

ଦୁରାଶା

କଶ୍ୟପର ବାପାଙ୍କର ମରିବାର ଏକ ବର୍ଷ ଭିତରେ ତାର ବ୍ୟବସାୟରେ ବହୁତ କ୍ଷତି ହେଲା । ତେଣୁ ସେ ଋଣଗ୍ରସ୍ତ ହୋଇଗଲା । ଏଇ ଋଣରୁ ମୁକ୍ତି ପାଇବା ପାଇଁ ସେ ତା’ ବାପା ଜେଜେବାପାଙ୍କ ଅମଳର ଘର ମଧ୍ୟ ବିକିଦେଲା । ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସେ ନିଜ ଗାଁ ଧର୍ମପୁରୀରେ ଯାଇ ପହଁଚିଲା । ସେ ଗାଁରେ ତାର ଆଇ ନିଜ ନାତି ପାଇଁ ଟାଇଲ୍ ଛପର ଘରଟିଏ ଛାଡି ଦେଇ ଯାଇଥିଲେ...

Read More

ଅଦ୍ଭୁତ କବଚ

ଅନେକ ଦିନ ତଳର କଥା । ରାମଗଡ ରାଜ୍ୟରେ ସେତେବେଳେ ପ୍ରତାପ ସିଂହ ବୋଲି ଗୋଟାଏ ଡାକୁ ଥାଏ । ଦିନବେଳେ ଜଣେ ସାଧାରଣ ଗ୍ରାମବାସୀର ପୋଷାକ ପିନ୍ଧି ରାତି ହେଲେ ସେ କେଉଁ ଘରେ ପଶିବ, ତାହା ଠାବ କରୁଥାଏ । ଦିନେ ଦୁଇପହର ବେଳେ ସେ ଗୋଟାଏ ବଡ ଗାଁ ଭିତର ଦେଇ ଯାଉଛି, ଦେଖିଲା ଗୋଟାଏ ଗଛମୂଳରେ ଜଣେ ବାବାଜୀ ଶୋଇଛନ୍ତି । ସାଧୁ ବାବାଜୀଙ୍କ ପାଖରେ ବା କି ସମ୍ପଦ ଥିବ ଯେ ସେ...

Read More

ବହ୍ନି ଦ୍ୱୀପ

ଭଲ୍ଲୁକଚର୍ମଧାରୀମାନେ ଉଗ୍ରଦତଙ୍କୁ ସୁଡଙ୍ଗ ମାର୍ଗରେ ନିଜ ସର୍ଦ୍ଦାର କନ୍ଧ ପାଖକୁ ନେଇଗଲେ । କନ୍ଧ କହିଲା, ବ୍ୟାଘ୍ରଚର୍ମଧାରୀ ଦଳର ନେତା ଏକପାଦକୁ ସଂହାର କରିବା ନିମନ୍ତେ ସେ ରାକ୍ଷସମାନଙ୍କ ସହାୟତା କାମନା କରେ । ସେ ଉଗ୍ରଦତଙ୍କୁ ଚେତାଇଦେଲା କି ଏକପାଦକୁ ମାରିବା ଏତେ ସହଜ ନୁହେଁ । କାରଣ ସିଏ ଯାହାର ରକ୍ତ ଦେଖିବ, ସିଏ ମରିଯିବ । ଆଉ ଯିଏ ତା’ର ରକ୍ତ ଦେଖିବ...

Read More

ତିନି ପରୀକ୍ଷା

ନିଶା ଗରଜୁଥାଏ । ତୁହାକୁ ତୁହା ଝିପିଝିପି ବର୍ଷା ବି ହେଉଥାଏ । ଶୀତଳ ପବନରେ ଗଛଲତାମାନେ ଥରି ଯାଉଥାନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...

Read More

କାକୁଡି କାବ୍ୟ

ଭୁଷଣ କାଶୀରେ ପାଠ ପଢୁଥିଲା । ପାଠ ପଢା ଶେଷ ହେବା ମାତ୍ରେ ତାକୁ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ରୂପେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ମିଳିଲା । କାରଣ ସେ ଯେପରି ମେଧାବୀ, ଠିକ୍ ସେହିପରି ବିନୟୀ ମଧ୍ୟ ।                 କିନ୍ତୁ ଭୁଷଣ ନିଜ ଗାଁକୁ ଲେଉଟି ଆସିଲା । ତା’ର କାରଣ, ତା’ ବାପା ମାଆଙ୍କ ସ୍ୱାସ୍ଥ୍ୟ ମୋଟେ ଭଲ ରହୁ ନଥିଲା ।                ...

Read More

ଘୋଡା ଭଡା

ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି । କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର...

Read More

ଜାମାତା ନିର୍ବାଚନ

ରାଜଦୀପ ଓ ପ୍ରିୟମ୍ବଦା ସୁଡଙ୍ଗ ଭିତରେ ପଶି ଭିତରୁ କବାଟ ଦେଇଦେଲେ । କିଛି ସମୟ ଧରି ଗ୍ରାମବାସୀମାନେ ବାହାରେ ଖୋଜାଖୋଜି କରି ସେମାନଙ୍କୁ ନ ପାଇବାରୁ ଭାବିଲେ କି ସେମାନେ ପ୍ରକୃତରେ ମହାବିଷ୍ଣୁ ଓ ଲକ୍ଷ୍ମୀ ।                 ସେମାନେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ଜୟ ଓ ବିଜୟ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଏଣେ ଗ୍ରାମବାସୀମାନେ ସେମାନଙ୍କ ଉପରେ ଆକ୍ରମଣ...

Read More

ପୁଣ୍ୟ ଦାନ

ଆମ ଗାଁରେ ଜଣେ ଜ୍ୟୋତିଷ ଥିଲେ । ତାଙ୍କ ନାମ ରଘୁଦାଶ । ତାଙ୍କ ସ୍ତ୍ରୀ ମାଧୁରୀ ଗୋଟାଏ ଦିଗରେ ଖର୍ଚ୍ଚ କରିବେ ନାହିଁ, ଅନ୍ୟ ଦିଗରେ ପୁଣି ପୁଣ୍ୟ ଅର୍ଜନ କରିବାକୁ ତାଙ୍କର ଭାରି ମନ । ଦିନେ ଗୋଟିଏ ଗରୀବ ସ୍ତ୍ରୀଲୋକ ଝାଡୁ ବିକି ବିକି ଯାଉଥାଏ । ମାଧୁରୀ ତାକୁ ଡାକି ତା’ ଆଗରେ ଗୋଟିଏ ପୁରୁଣା ସାଢୀ ଥୋଇ ପଚାରିଲେ, “ଏ ଖଣ୍ଡିକ ବଦଳରେ କେତୋଟି ଝାଡୁ ଦେବୁ?”...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ