ବୁଦ୍ଧି ପରୀକ୍ଷା

ହରିପୁର ଗାଁର ବିଜୟ ସାଆନ୍ତେ ତାଙ୍କ ନାତି ମହେଶକୁ କହିଲେ, “ଆରେ ଟୋକା, ଆମେ ବୁଢା ବୁଢୀ ତ ପୁଣି ମରିବୁ, ନା ବୁଢା ବୟସରେ ଘୁସୁରି ଘୁସୁରି କଷ୍ଟ କରି ଏମିତି ବଂଚି ରହିଥିବୁ?”                 ମହେଶ କହିଲା “ଏଭଳି ବିଚିତ୍ର ପ୍ରଶ୍ନର ଅର୍ଥ? ମୁଁ ଚାହେଁ ତୁମେ ଦୁହେଁ ବଂଚି ରହିଥିବ ଅଥଚ ବାର୍ଦ୍ଧକ୍ୟର ଦୁଃଖ କଷ୍ଟ ତୁମେ ମାନେ କେବେବି ଭୋଗିବ ନାହିଁ ।”...

Read More

ଦେଢଶହ ବର୍ଷର ଅପେକ୍ଷା

ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା ।                 ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି...

Read More

ପାଞ୍ଚ ପ୍ରଶ୍ନ

ଦ୍ୱିତୀୟ ଦିନ ଯେତେବେଳେ ଧୀରସିଂହ ରାଜକୁମାରୀ ସୁଲୋଚନାଙ୍କୁ ଭେଟିବାକୁ ଆସିଲେ, ସେତେବେଳେ ରାଜକୁମାରୀ ତାଙ୍କୁ ସ୍ୱାଗତ କରି କହିଲେ, “ରାଜକୁମାର, ଏ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଯେଉଁ ଅରଣ୍ୟ ରହିଛି, ତାହା ଭିତର ଦେଇ ନଈଟିଏ ବହିଯାଇଛି । ଯିଏ ବଣ ଭିତରକୁ ଯାଏ, ସିଏ କେବଳ ସେ ନଈହିଁ ଦେଖି ପାରେ । ବଡ ବିସ୍ମୟର କଥା ଯେ ଗତ ଦୁଇବର୍ଷ ହେବ ସେ ନଈର ଜଳ ଲାଲ୍...

Read More

ମହା ପଣ୍ଡିତ

ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବାରମ୍ବାର ବର୍ଷା ବି ହେଉଥାଏ । ଗଛଲତାମାନେ ପ୍ରବଳ ଭାବରେ ଦୋହଲୁଥାନ୍ତି । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ...

Read More

ଭାଗ ବଣ୍ଟା

ବଦ୍ରିପୁର ଗାଁର ଲକ୍ଷ୍ମଣ ପ୍ରଧାନ ଜଣେ ଥିଲାବାଲା ଲୋକ ଥିଲେ । ସେ ତାଙ୍କ ମୃତ୍ୟୁ ସମୟ ନିକଟ ହୋଇ ଆସୁଥିବାର ଜାଣି ଦୁଇ ପୁଅ ରମେଶ ଓ ହରିହରକୁ ପାଖକୁ ଡାକି କହିଲେ, “ମୋ ଅନ୍ତେ ତମେ ଦୁହେଁ ମୋ ସମ୍ପତ୍ତିକୁ ଠିକ୍ ସମାନ ଭାବରେ ବାଣ୍ଟିନେବ!”                 ଦୁଇଭାଇ ଆପତ୍ତି କରି କହିଲେ “ବାପା, ଆପଣ ସେଭଳି କଥା କାହିଁକି କହୁଛନ୍ତି? ଆପଣ ତ ଅଛନ୍ତି ।...

Read More

ମହାରାଜାଙ୍କ କଳା

ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ । ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ...

Read More

କୃଷ୍ଟାବତାର

ନାରଦ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀଙ୍କ ବିଷୟରେ ସମସ୍ତ ସମ୍ବାଦ ଦେବା ପରେ ଶ୍ରୀକୃଷ୍ଣ କୁଣ୍ଡୀନ ନଗରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ସେ ତାଙ୍କର ଭାଇ ବଳରାମ, ସେନାପତି ସାତ୍ୟକି ଓ ଅନ୍ୟାନ୍ୟ ଯାଦବବୀର ମାନଙ୍କୁ ଡକାଇ କହିଲେ, “ଆପଣମାନେ ଶୁଣିଲେ ତ ନାରଦ ଯାହା କହିଗଲେ? ଯେ କୌଣସି ମତେ ଆମେମାନେ ସେଠାକୁ ଯାଇ ରୁକ୍ମିଣୀକୁ ଉଦ୍ଧାର କରିବା । ଜଣେ ନିଃସହାୟ...

Read More

ଯଥାର୍ଥ ଚିକିତ୍ସା

ରାମନଗରରେ ଶିବୁ ନାମକ ଯୁବକଟିଏ ଥାଏ । ତା’ର ସାରା ଦୁନିଆରେ ଏକମାତ୍ର ନିଜଲୋକ ବୋଲି ବିଧବା ମା’ଟିଏ ଥାଏ । ଦିନେ ରୋଗୀ ମା’କୁ ନେଇ ଶିବୁ ବୈଦ୍ୟଙ୍କ ଘରକୁ ଗଲା । ଦେଖିଲା ଆଗରୁ ବହୁତ ଲୋକ ସେ ବୈଦ୍ୟଙ୍କ ଅପେକ୍ଷାରେ ଥା’ନ୍ତି । ଶିବୁ ମା’କୁ କହିଲା, “ମା’ ଏବେ ଏତେ ଲୋକଙ୍କ ଚିକିତ୍ସା ଶେଷ ହେବାକୁ ବହୁତ ସମୟ ଲାଗିବ । ତୁମର ପାଳି ପଡିବା ଭିତରେ ମୁଁ ଏଇ ଟିକିଏ...

Read More

ଭାଗ୍ୟ

ଗୋଟିଏ ଗାଁରେ ଦୁଇଟି ବୁଢା ଥା’ନ୍ତି । ଜଣେ ସ୍ୱଭାବରେ ଉତ୍ତମ, ଆଉ ଅନ୍ୟଟି ସ୍ୱଭାବରେ ଦୁଷ୍ଟ । ଥରେ ନୂଆବର୍ଷର ପ୍ରଥମ ଦିନରେ ସେ ଦୁହେଁ ପରସ୍ପରକୁ ଭେଟିଲେ ।                 ଉତ୍ତମ ବ୍ୟକ୍ତି କହିଲା, “ଗତ ରାତ୍ରିରେ ମୁଁ ଏକ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲି । ଆକାଶରୁହିଁ ମୋ ପାଇଁ ଧନ ସବୁ ତଳକୁ ଆସୁଛି ।”                 ଦୁଷ୍ଟ କହିଲା “ଆରେ ଏହା ବଡ ମଜା...

Read More

ଚାକରର ଯୁକ୍ତି

ଗୋଟିଏ ଗ୍ରାମରେ ଧ୍ରୁବ ନାମକ ଜଣେ ବ୍ୟକ୍ତି ଥାଏ । ତା’ର ନିଜର ବୋଲି ଏ ଦୁନିଆରେ ଆଉ କେହିବି ନଥାନ୍ତି; ବିବାହ ମଧ୍ୟ ସେ କରି ନଥାଏ ସେଥିପାଇଁ ଘର ଚଳାଇବା ପାଇଁ ଚାକରଟିଏ ସେ ରଖିଥାଏ । ସେ ଘରକାମ ଓ ରନ୍ଧାବଢା ସବୁ କରେ । ତା’ର ନାମ ଭୋଳା ।                 ଦିନେ ଧ୍ରୁବ ରାସ୍ତାରେ ଯାଉଛି । ଜଣେ ପରିଚିତ ବ୍ୟକ୍ତି ତାକୁ ଡାକି କହିଲେ, “ଆରେ ଧ୍ରୁବ, ବହୁଦିନ...

Read More

ପ୍ରତ୍ୟକ୍ଷ ଶିକ୍ଷା

ରମାକାନ୍ତ ଜଣେ ଛୋଟ ବ୍ୟବସାୟୀ ଥିଲା । ତା’ ଗ୍ରାମରୁ ସହର ଚାରିକୋଶ ଦୂର । ସେ ସହରରୁ ନାନା ପ୍ରକାର ଜିନିଷ କିଣିଆଣି ବେଶି ଦାମ୍ରେ ସେସବୁକୁ ନିଜ ଗ୍ରାମରେ ବିକେ ।                 ଦିନେ ସେ ଟଙ୍କା ପଇସା ଧରି ଘରୁ ବାହାରୁ ବାହାରୁ ଟିକିଏ ଡେରି ହୋଇଗଲା । ତେଣୁ ସବୁ ଭଡାଗାଡିମାନେ ଆଗରୁ ଚାଲିଯାଇଥା’ନ୍ତି । ମହା ହଇରାଣରେ ପଡି ସେ ଭାବିଲା, “ଯଦି ମୁଁ ଆଜି...

Read More

ବନ୍ଧ୍ୟା

ହରିପୁର ଗ୍ରାମରେ ରାମ ଓ ଜାନକୀ ନାମକ ସ୍ୱାମୀ ସ୍ତ୍ରୀ ରହୁଥା’ନ୍ତି । ତାଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ ମାଧବ । ଜାନକୀର ଭଉଣୀ, ଝିଅଟିଏ ଜନ୍ମ କରି ମରିଗଲା । ଜାନକୀ ସେ ଛୁଆକୁ ନିଜ ଘରକୁ ଆଣି ତା’ର ପାଳନ ପୋଷଣ କଲା । ସେ ଝିଅଟିର ନାମ ମଲ୍ଲିକା ରଖାଗଲା ।                 ମଲ୍ଲିକା ତା’ବାଳୁତ କାଳରୁ ମାତୃହୀନା ବୋଲି ରାମ ଓ ଜାନକୀ ଦୁହେଁ ତାକୁ...

Read More

ଚିକିତ୍ସା

ରୁଦ୍ରାଚାରୀ ନାମକ ଏକ ବୈଦ୍ୟ ଥିଲେ । ତାଙ୍କ ପାଖରେ ଶରଭ ଶିଷ୍ୟ ରୂପରେ କାମ କରୁଥିଲେ । ରୁଦ୍ରାଚାରୀ ଯାହା ଶିଖାନ୍ତି ସେ ସବୁ ଲେଖି ପକାନ୍ତି । କାଳେ ତାଙ୍କର ମନେ ନ ରହିବ ।                 ଦିନେ ରୁଦ୍ରାଚାରୀ ତାଙ୍କୁ କହିଲେ, “ବତ୍ସ, ତୁମେ ଭାବନାହିଁ ଯେ ସବୁ ରୋଗ ପାଇଁ ଔଷଧ ଅଛି । ଚିକିତ୍ସା ବିଭିନ୍ନ ପ୍ରକାରରେ କରାଯାଇ ପାରେ । ଯେମିତି ହିକ୍କା ରୋଗ...

Read More

ଅପୂର୍ବଙ୍କ ପରାକ୍ରମ

(ଅପୂର୍ବର ଆବିର୍ଭାବ ପବିତ୍ର ଯଜ୍ଞକୁଣ୍ଡରୁ ହୋଇଥିଲା । ପୂର୍ବପରି ତା’ର ଶରୀର ଗଠନ ଛୋଟପିଲା ପରି ହେଲେ ମଧ୍ୟ ସେ ମନ ଓ ବୟସରେ ଯୁବାବସ୍ଥା ପ୍ରାପ୍ତ ହେଲାଣି । ଜଣେ ରାଜାଙ୍କ ପଛରେ ମୁଖ୍ୟମନ୍ତ୍ରୀ ଓ ତାନ୍ତ୍ରିକ ଜଣେ ଡାହାଣୀର ସାହାଯ୍ୟ ନେଇ କିପରି ଏକ ଭୟଙ୍କର ଷଡଯନ୍ତ୍ରରେ ଲିପ୍ତ ରହିଛନ୍ତି, ସେକଥା ସେ ଜାଣିପାରିଲା । ସେମାନେ ରାଜକୁମାରୀଙ୍କୁ ତାଙ୍କର ଅମୂଲ୍ୟ...

Read More

ପାପ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ