ସୀତାପୁରରେ ସୀତାରାମଙ୍କର ବିଶ୍ୱାସ ଯେ କୌଣସି ଯୁକ୍ତିତର୍କ, ଇତ୍ୟାଦିରେ ସେ ସମସ୍ତଙ୍କୁ ହରାଇ ଦେଇ ପାରିବେ, କିନ୍ତୁ ଗ୍ରାମବାସୀଙ୍କର ବିଶ୍ୱାସ ଯେ ସେହି ଗ୍ରାମର ରାଜାରାମ ଜିଦ୍ଖୋର୍ ହେଲେ ମଧ୍ୟ ଯୁକ୍ତିତର୍କରେ ଯାହାକୁ ହେଲେ ବି ସେ ହରାଇ ଦେଇ ପାରିବ । ଦିନେ ସୀତାରାମ ଓ ରାଜାରାମ କ୍ଷେତ ବାଡି ଦେଖିବାକୁ ଯାଇ ପରସ୍ପରକୁ ଭେଟିଲେ । କୌଣସି...
Category - କାହାଣୀ
ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି । ସେ ଶ୍ରମିକମାନଙ୍କୁ କହନ୍ତି...
କୌଣସି ପରିବାରରେ କିଛି ଉତ୍ସବ ବା ଶୁଭକାର୍ଯ୍ୟ ସକାଶେ ଖିଆପିଆ ହେବାର ଥିଲେ ଶିବ ରୋଷେଇ କାମ କରି ଜୀବିକାର୍ଜନ କରେ । ତା’ର ସୀତା ବୋଲି ଝିଅଟିଏ ଥାଏ । ସୀତାକୁ ପାଂଚବର୍ଷ ବୟସ ହୋଇଥିବା ବେଳେ ତା’ର ମା’ ମରିଯାଇଥିଲେ । ଏଣୁ ସେ ଶିବର ଏକମାତ୍ର ସନ୍ତାନ । ତେଣୁ ସେ ଯେଉଁଠିକି କାମ କରିବାକୁ ଯାଏ, ସୀତାକୁ ତା’ସାଙ୍ଗରେ ନେଇଯାଏ । ବାପା ରାନ୍ଧିବା ବେଳେ ଝିଅ...
ସମର ଭୂବନଗିରିରୁ ରାଜଗିରିକୁ ଯାଉଥାଏ । ମଝିରେ ଜଙ୍ଗଲ ପଡେ । ସେଠାରେ ଚୋରଭୟ ଥାଏ । ସେଥିପାଇଁ ସେ ହାତରେ ଲାଠିଟିଏ ନେଇ ଗଲା । ସେ ଜଙ୍ଗଲ ମଝିରେ ହୋଇଛି, ଗଛ ପଛପଟୁ ଚାରିଜଣ ଗୁଣ୍ଡା ଚୋର ଆସି ତା’ ଆଗରେ ଠିଆହେଲେ । ସମର ଧୈର୍ଯ୍ୟର ସହ ସେମାନଙ୍କର ସମ୍ମୁଖୀନ ହେଲା । ତା’ପରେ କିଛିଟା ପିଟାପିଟି ପରେ ସେମାନେ ସମରକୁ ବାନ୍ଧିପକାଇଲେ । ତା’ପରେ ଲୁଗାପଟା ଖୋଜି...
ଆନନ୍ଦପୁରରେ କାନ୍ତିବର୍ମା ନାମକ ଜଣେ ମଧ୍ୟବିତ୍ତ ବ୍ୟକ୍ତି ରହୁଥିଲେ । ତାଙ୍କର ସନ୍ତାନ ସନ୍ତତି କେହି ନଥିବାରୁ ସେ ସର୍ବଦା ବିଷାଦଗ୍ରସ୍ତ ହୋଇ ରହୁଥାନ୍ତି । ଥରେ ସେହି ଗ୍ରାମକୁ ଜଣେ ସାଧୁ ଆସିଲେ ସେ ସର୍ବଦା ଭ୍ରମଣ କରୁଥା’ନ୍ତି । ନିୟମ ଅନୁସାରେ କୌଣସି ସ୍ଥାନରେ ତିନିଦିନରୁ ଅଧିକ ରହିବା କଥା ନୁହେଁ । ତାଙ୍କ ପାଖରୁ ପ୍ରସାଦ ଖାଇବା ପାଇଁ ଲୋକେ ଭିଡ...
ମଲ୍ଲିପୁର ଗାଁର ରମେଶ ବାବୁ ଜଣେ ବେଶ୍ ଥିଲା ବାଲା ଲୋକ ଥିଲେ । ସେ ଅତ୍ୟନ୍ତ ଭଦ୍ରଲୋକ ବିବେକୀ ଓ ବିଚାରବନ୍ତ । ଆଖପାଖର ଲୋକେ ତାଙ୍କୁ ଭାରି ସମ୍ମାନ କରୁଥିଲେ । ତାଙ୍କର ଦୁଇ ପୁଅ : ବିନୟ ଏବଂ ରବି । ସେମାନେ ବି ଖୁବ୍ ଭଦ୍ର ଓ ବୁଦ୍ଧିମାନ୍ ଥିଲେ । ତେଣୁ ରମେଶବାବୁ ସୁଖୀଲୋକଙ୍କ ଭିତରେ ଗଣ୍ୟ ହେବା ଉଚିତ୍ । କିନ୍ତୁ ଦୁର୍ଭାଗ୍ୟ! ତାଙ୍କ...
ଭୟଙ୍କର ତୋଫାନ୍ରେ ଗୋଟିଏ ନୌକା ହଠାତ୍ ଡୁବି ଗଲା । ମାତ୍ର ସେଥିରେ ଥିବା ତିନିଜଣ ଲୋକ କୌଣସି ମତେ ପହଁରି ଗୋଟିଏ ଦ୍ୱୀପରେଯାଇ ପହଁଚିଲେ । ଯାହା ହେଉ ସେମାନଙ୍କର ପ୍ରାଣ ବଂଚିଗଲା । ସେହି ଦ୍ୱୀପଟି ଫଳଫୁଲରେ ଭରା, ଜନମାନବଶୂନ୍ୟ । ପାଖରେ ନଦୀଟିଏ ବହିଯାଉଥାଏ । ସେଥିରେ ମାଛ ଭର୍ତ୍ତି । ତିନିଜଣ ଯାକ ସେହିସବୁ ଖାଇ ଜୁଆ ଖେଳନ୍ତି ଓ ପ୍ରାଣ...
(ମୋହନ ଟ୍ରୋୟନଗର ରାଜା ବର୍ଦ୍ଧନଙ୍କ ପୁତ୍ର ଥିଲେ । ସେ ଗ୍ରୀକ୍ ରାଜାଙ୍କ ସାନଭାଇ ପ୍ରତାପଙ୍କ ପତ୍ନୀ ଭୂବନସୁନ୍ଦରୀଙ୍କୁ ଅପହରଣ କଲେ । ତାଙ୍କୁ ପୁଣି ଫେରିପାଇବା ପାଇଁ ଗ୍ରୀକ୍ ବୀରମାନେ ଜାହାଜ ଚଢି ଯାଇ ଟ୍ରୋୟରେ ପହଁଚିଲେ ଓ ଦୁର୍ଗକୁ ଘେରି ରହିଲେ । ଛୋଟ ଛୋଟ ଯୁଦ୍ଧ ଦଶବର୍ଷ ଧରି ଚାଲିଲା । ଶେଷକୁ ଗ୍ରୀକ୍ମାନେ ଏକ ବିରାଟ କାଠଘୋଡା ତିଆରି କରି, ସନ୍ଧିର ଛଳନା...
ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ବି ହେଉଥାଏ । ଅଦୂରରୁ ଶ୍ୱାନ ଶ୍ୱାପଦଙ୍କ ରଡି ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଅଶରିରୀମାନଙ୍କ ମୁହଁ ଝଲସି ଉଠୁଥାଏ, ସେମାନଙ୍କର ଚପା, ରହସ୍ୟମୟ ଅଟ୍ଟହାସ୍ୟ ଶୁଭୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି...
କଳିଙ୍ଗ ସାମ୍ରାଜ୍ୟର ଏକ ପ୍ରାନ୍ତରେ ଗୋଟିଏ ଛୋଟିଆ ରାଜ୍ୟ ଥାଏ । ତା’ର ନାମ ଭଦ୍ରପୁର । ରାଜା ସତ୍ୟବ୍ରତଙ୍କର ଏକ ମାତ୍ର ପୁତ୍ର ଜୟବ୍ରତ ଦୟାନଦୀ କୂଳରେ ଧଉଳି ପାହାଡର ପାଦଦେଶରେ ଥିବା ଗୁରୁକୁଳରେ ବିଦ୍ୟା ସମାପନ କରି ଯେତେବେଳେ ନିଜ ରାଜଧାନୀକୁ ଫେରିଗଲେ, ସେତେବେଳେ ତାଙ୍କ ପିତା ରାଜା ସତ୍ୟବ୍ରତ ଅସୁସ୍ଥ । ଶଯ୍ୟାଶାୟୀ ରାଜା ଯୁବରାଜଙ୍କୁ...
ସୌଶିଲ୍ୟ ଦେଶର ରାଜା ସର୍ବୋତମ ଜଣେ ଉତ୍ତମ ଶାସନକର୍ତ୍ତା ଥିଲେ । କିନ୍ତୁ କଳା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ବିଭିନ୍ନ କଳା ଓ କଳାକାରଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଉଥିଲେ ଓ ସେମାନଙ୍କୁ ସେ ନାନା ଭାବରେ ପୁରସ୍କୃତ ମଧ୍ୟ କରୁଥିଲେ । ଦିନେ ରାଜା ତାଙ୍କର ପାଟରାଣୀ ନିର୍ମଳାଦେବୀଙ୍କ ସହିତ ବଗିଚାରେ ବୁଲୁଥିଲେ, ସେତେବେଳେ ଦରବାରର କବି ସଞ୍ଜୟ...
ଦ୍ରୌପଦୀଙ୍କ ସ୍ୱୟମ୍ବର ପାଇଁ ବିଭିନ୍ନ ରାଜ୍ୟରୁ ଅନେକ ରାଜା ଆସିଲେ । ସେମାନଙ୍କର ରହିବା ପାଇଁ ନୂତନ ଗୃହ ସବୁ ନିର୍ମାଣ କରାଗଲା । ଜଣେ କୁମ୍ଭାର ଘରେ ପାଣ୍ଡବମାନେ ମାତା କୁନ୍ତୀଙ୍କ ସହ ରହିଲେ । ସେଠାରେ ସେମାନେ ଭିକ୍ଷା କରି ପେଟ ପୋଷୁଥା’ନ୍ତି । ଦ୍ରୁପଦଙ୍କର ବୀର ଅର୍ଜୁନଙ୍କୁ ଜାମାତା ରୂପରେ ପାଇବାକୁ ଭାରି ଇଚ୍ଛା ଥିଲା । କିନ୍ତୁ ସେ...
ରାଜପୁରରେ କନକ ନାମକ ଜଣେ ବ୍ୟବସାୟୀ ଥିଲେ । ସେ ଟଙ୍କା କରଜ ଦେଇ ବହୁତ ସୁଧ ନେଉଥିଲେ ଓ ଅନେକ ଧନ ରୋଜଗାର କଲେ । ଏଣେ ପୁଣି ସେ ଗ୍ରାମର ଲୋକେ ତାଙ୍କୁ ମହାକଞ୍ଜୁସ୍ ବୋଲି କହନ୍ତି । ସେ କିନ୍ତୁ ସେସବୁକୁ ଆଦୌ ଖାତିର୍ କରନ୍ତି ନାହିଁ । ସେ କହନ୍ତି, “ଯାହା ପାଖରେ କିଛି ନାହିଁ ସେ ପୁଣି କିପରି କଞ୍ଜୁସ୍ ହେବ? ଯାହା ପାଖରେ ଧନ ଅଛି, ତାକୁ ରକ୍ଷା କରିବା ଅର୍ଥ...
ସୀତାରାମଙ୍କର ଅରୁଣା ବୋଲି ଗୋଟିଏ ଝିଅ ଥିଲା । ସେ ଦେଖିବାକୁ ବଡ ସୁନ୍ଦର ଥିଲା । ନିକଟରେ ଥିବା ଗ୍ରାମର ବୀରଦାସ ଦିନେ ସୀତାରାମଙ୍କ ପାଖକୁ ଏହି ଖବର ପଠାଇଲେ କି ସେ ତାଙ୍କ ପୁଅ ଜୟନ୍ତ ସହିତ ଅରୁଣାର ବିବାହ ଦେବାକୁ ଚାହାଁନ୍ତି । ତା’ପରେ ସୀତାରାମ ତାଙ୍କ ଘର ବିଷୟରେ ସବୁ ଖବର ସଂଗ୍ରହ କରିବାକୁ ଗଲେ । ବୀରଦାସ ପଢାପଢି କରିଛନ୍ତି, ଶିକ୍ଷିତ...


