ସୋମଶାସ୍ତ୍ରୀ ନାମକ ଜଣେ ପୁରୋହିତ ଥିଲେ । ସଦାବେଳେ ସେ ଟିକିଏ ଟିକିଏ କଥାରେ ଖାଲି ବିବ୍ରତ ହୋଇ ପଡନ୍ତି । ତାଙ୍କର ଅଭ୍ୟାସ ହେଲା ତରବରରେ ସେ ସବୁ କାମ କରି ପକାଇବେ । ଥରେ ପାଖ ଗ୍ରାମରେ ଗୋଟିଏ ବିବାହ ଉତ୍ସବ ହେବାର ଥାଏ । ତାଙ୍କୁ ସେଥିରେ ପୌରାହିତ୍ୟ କରିବା ପାଇଁ ଡକାଗଲା । ଏହି କାରଣରୁ ସେ ବି ବହୁତ ଖୁସି ଥିଲେ । ତେଣୁ ସେ ପ୍ରଭାତରୁ ଉଠି ସୂର୍ଯ୍ୟୋଦୟ...
Category - କାହାଣୀ
ଗୋଟିଏ ଗ୍ରାମରେ ତିନିଭାଇ ରହୁଥାନ୍ତି- ଚତୁର ବିଦୁର, ପ୍ରବର । ପିତାଙ୍କ ମୃତ୍ୟୁ ଅନ୍ତେ, ସମ୍ପତ୍ତି ଓ ଗୃହକୁ ତିନିଭାଇ ଭାଗ କରିନେଇ ଜୀବନଯାପନ କରୁଥାନ୍ତି । ଯଥାତଥା ଖାଇପିଇ ବଂଚି ଜୀବନ କଟେଇବା ବ୍ୟତୀତ ସେମାନଙ୍କର ଅନ୍ୟ କିଛି ଉଚ୍ଚ ଚିନ୍ତାଧାରା ବା ଅଭିରୁଚି ନ ଥାଏ । ସେମାନଙ୍କର ପତ୍ନୀ, କୌଣସି ଫଳପ୍ରଦ କାର୍ଯ୍ୟରେ ମନୋନିବେଶ କରିବାକୁ ପତିମାନଙ୍କୁ ଯେତେ...
ରାମଗଡରେ ପ୍ରତିବର୍ଷ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥାନ୍ତି । ଏଠାରେ ପୁରସ୍କୃତ ହେବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗୌରବ ରୂପେ ପରିଗଣିତ ହୁଏ । ଏହି ବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ବିଭିନ୍ନ ଅଂଚଳରୁ ବହୁ ଚିତ୍ରକର ସେମାନଙ୍କର ଚିତ୍ରକଳା ସଙ୍ଗରେ ନେଇ ରାମଗଡଠାରେ...
(ଚାଣକ୍ୟଙ୍କ ସହାୟତାରେ ନନ୍ଦବଂଶଜଙ୍କୁ ପରାଜିତ କରି ଚନ୍ଦ୍ରଗୁପ୍ତ ମଗଧର ଶାସକ ହେଲେ । ପାଟଳୀପୁତ୍ରକୁ ନିଜ ରାଜଧାନୀ କରି ମୌର୍ଯ୍ୟବଂଶର ପ୍ରତିଷ୍ଠା ସେ କଲେ । ତାଙ୍କ ଅନ୍ତେ ପୁତ୍ର ବିନ୍ଦୁସାର ମୌର୍ଯ୍ୟ ସିଂହାସନ ଆରୋହଣ କରି ଦକ୍ଷତାର ସହିତ ନିଜର ଦାୟିତ୍ୱ ତୁଲାଇଲେ । ତିନିରାଣୀଙ୍କ ବ୍ୟତୀତ ସୁଭଦ୍ରାନାମ୍ନୀ ଜଣେ କନ୍ୟାଙ୍କୁ ବି ସେ ବିବାହ କରିଥିଲେ । ତାଙ୍କରି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ, ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନ କରି ସେ ପ୍ରାଚୀନ...
ରାଜା ଭୂପାଳଙ୍କ ରାଜବୈଦ୍ୟ ବେମାର ପଡି ଗଲେ । ପୁରା ଏକ ସପ୍ତାହ ଧରି ସେ ବିଛଣାରୁ ଉଠି ପାରିଲେ ନାହିଁ । ରାଜା ଚିନ୍ତିତ ହୋଇ ମନ୍ତ୍ରୀଙ୍କୁ କହିଲେ, “ମନେ ହେଉଛି, ରାଜବୈଦ୍ୟଙ୍କୁ ନିଜ ଔଷଧ କାଟୁ କରୁନାହିଁ । ତେଣୁ ଅନ୍ୟ କେଉଁ ବୈଦ୍ୟଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଇବା ସମୁଚିତ ହେବ ।” ମନ୍ତ୍ରୀ ତୁରନ୍ତ କହିଲେ, “ପ୍ରଭୁ, ଆମ ରାଜ୍ୟରେ...
ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ...
ଦୁର୍ଯ୍ୟୋଧନ ମରଣମୁହଁରୁ ବର୍ତି ଆସିଲେ । ତାଙ୍କ ପାଇଁ ଏହି ଅପମାନ ଦୁଃସହ ଥିଲା । ନିଜର ଲୋକମାନଙ୍କୁ ସଙ୍ଗରେ ନେଇ ସେ ହସ୍ତିନାପୁର ଫେରି ଆସିବା ପଥରେ ଏକ ସରୋବର ପାଶ୍ୱର୍ରେ ବିଶ୍ରାମ ନେବା ପାଇଁ ସେଠାରେ ରହିଲେ । ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବା କର୍ଣ୍ଣ ସେଠାରେ ଆସି ପହଁଚିଲେ । ଯୁଦ୍ଧକ୍ଷେତ୍ର ଛାଡି ଚାଲିଯିବା ପରେ, ସେଠାରେ ଘଟିଥିବା...
ଗୁରୁନାଥ ଥଣ୍ଡା ଓ ସର୍ଦ୍ଦିଜ୍ୱରରେ ପୀଡିତ ହେଲେ । ତାଙ୍କ ଗଳା ଦରଜ ହୋଇ କଣ୍ଠସ୍ୱର ଭାରୀ ଶୁଭୁଥାଏ । ଆଖି, ନାକରୁ ପାଣିସବୁ ବୋହିପଡୁଥାଏ । ତା ସାଙ୍ଗକୁ ଅସହ୍ୟ ମୁଣ୍ଡବ୍ୟଥା । ଖାଇବା ପିଇବାକୁ ରୁଚୁ ନ ଥାଏ । ଶରୀରରେ ଜ୍ୱର ମଧ୍ୟ ରହୁଥାଏ । ଏହି ଅବସ୍ଥା ଆଉ ସହ୍ୟ କରି ନ ପାରିବାରୁ ସେ ତାଙ୍କ ପୁତ୍ରଙ୍କୁ ବୈଦ୍ୟଙ୍କ ନିକଟକୁ ଔଷଧ ପାଇଁ...
ରତନ ନାମକ ଜଣେ ଗରିବ କୃଷକ ଏକ ଗ୍ରାମରେ ରହୁଥିଲା । ମନରେ ତାହାର ପ୍ରବଳ ଇଚ୍ଛା ଥାଏ ଯେ, ସେ କିପରି ଅଧିକ ଉପାର୍ଜନ କରିପାରିବ ଓ ଅନ୍ୟ ସ୍ୱଚ୍ଛଳ କୃଷକମାନଙ୍କ ପରି ହାଟକୁ କୃଷିଜାତ ସାମଗ୍ରୀ ବିକ୍ରୟ କରିବାକୁ ନେବ । କିନ୍ତୁ ସେ ବିଚରାର ଏହି ଅଭିଳାଷ କେବେବି ପୂରଣ ହୋଇପାରୁ ନ ଥାଏ । ବହୁତ ପରିଶ୍ରମ କରି ସେ ଯେତିକି କମାଉଥାଏ, ତାହା ତାର ଭରଣପୋଷଣ ପାଇଁ ଯଥେଷ୍ଟ...
ସୀତାରାମ ଜଣେ ମଦ୍ୟପ ଥିଲା । ମଦ୍ୟପାନ ପାଇଁ, ସେ ନିଜର ଘର, ଜମିବାଡି ସବୁ କିଛି ବିକିଦେଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ, ତା’ର ପତ୍ନୀ ମୃତ୍ୟୁବରଣ କରିଥିଲା । ଏପରିକି ନିଜର ଏକମାତ୍ର ସନ୍ତାନ ରାଜୁକୁ ମଧ୍ୟ ସେ ପଡୋଶୀ ଚରଣକୁ ବିକିଦେଇଥିଲା । ପ୍ରତିବଦଳରେ ଚରଣ ସୀତାରାମକୁ ପିଇବା ପାଇଁ ପଇସା ଦିଏ । ସମୟକ୍ରମେ ସୀତାରାମର ମୃତ୍ୟୁ ଘଟିଲା । ପିତାଙ୍କ ଦାହ...
ମହାନଦୀ କୂଳରେ ଗ୍ରାମଟିଏ । ତା’ର ନାଁ ପାଟପୁର । ରାମନାରାୟଣ ଏହି ଗ୍ରାମର ଜଣେ ସ୍ୱଚ୍ଛଳ କୃଷକ । କିନ୍ତୁ ସ୍ୱଭାବରେ ସେ ଅତି କୃପଣ । ଦିନେ ତାଙ୍କ ବିହନ ଗୋଦାମରେ ସାପଟିଏ ଦେଖି, ଚାକର ତୁରନ୍ତ ମାଲିକଙ୍କୁ ଜଣେଇଲା । ତା’ଉପରେ ଚିଡି ଉଠି ରାମନାରାୟଣ କହିଲେ, “ଯାଃ, ଯାଃ ତାକୁ ଠେଙ୍ଗାରେ ବାଡେଇ ମାରି ବାହାରେ ଫୋପାଡି ଦେ ।” “ମାଲିକ ସେଇଟି...
(“ରୂପଧର ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ତାଙ୍କ ପତ୍ନୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ସେଠାରେ ଠୁଳ ହୋଇଥିବା, ଗ୍ରୀକ୍ର ସମସ୍ତ ରାଜକୁମାରଙ୍କୁ ସେ ଓ ତାଙ୍କ ପୁତ୍ର ଧୀରମତି ହତ୍ୟା କଲେ । ଏହି ସଫଳତା କେବଳ ତାଙ୍କର ଶକ୍ତି ସାମର୍ଥ୍ୟ ଉପରେ ଆଧାରିତ ନ ଥିଲା । ସେଦିନ ଦେବା-ଦେବୀ ମଧ୍ୟ ତାଙ୍କ ସପକ୍ଷରେ ଥିଲେ । କିନ୍ତୁ ଏତିକିରେ ତାଙ୍କ ସମସ୍ୟାର ଅନ୍ତ ଘଟି ନ...
ବହୁଦିନ ତଳର କଥା । ପର୍ସିଆର ଗୋଟିଏ ଗ୍ରାମରେ ଜଣେ ଫକୀର ରହୁଥିଲେ । ତାଙ୍କର ଶାରିରୀକ ଗଠନ ସୁସ୍ଥ ଓ ବଳିଷ୍ଠ ଥିଲା । କିନ୍ତୁ ସେ ବୁଦ୍ଧିହୀନ, ମୂର୍ଖ ଥିଲେ । ଡଉଲ ଡାଉଲ ଚେହେରା, ମଜଭୁତ ହାତଗୋଡ ଥାଇ ମଧ୍ୟ, ପରିଶ୍ରମ କରି ପେଟ ପୋଷିବା ପାଇଁ ତାଙ୍କର ଇଚ୍ଛା ନ ଥିଲା । ଏଣୁ ଗୁଜୁରାଣ ମେଂଟାଇବା ପାଇଁ ସେ ଭିକ୍ଷା-ବୃତିକୁ ଆଦରି ନେଇଥାନ୍ତି । ଗୋଟିଏ ବର୍ଷ ସେହି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ...


