ପୁରୋହିତ କାମଦେବ କାଶୀପୁର ଗ୍ରାମନିବାସୀ ଅଟନ୍ତି । ସେ ଦୁଇଟି କନ୍ୟା ସନ୍ତାନର ଜନକ ହୋଇଥିବାରୁ, ପୁତ୍ରର ଅଭାବ ଜନିତ ଦୁଃଖ ତାଙ୍କୁ ସବୁବେଳେ ଘାରୁଥାଏ । ଥରେ ନିକଟସ୍ଥ କୋଦଣ୍ଡପୁର ଗ୍ରାମର ପୁରୋହିତ ବାମଦେବ ତାଙ୍କ ଗ୍ରାମକୁ ଏକ ବିବାହ-ଉତ୍ସବ ଅବସରରେ ଆସିଥାନ୍ତି । ସେ କାମଦେବଙ୍କ ଘରେ ଅବସ୍ଥାନ କରୁଥାନ୍ତି । କାମଦେବ ସେହି ସମୟରେ ନିଜ ମନର...
Category - କାହାଣୀ
ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ...
ଜଟାଧର ପ୍ରଥମ ଥର ପାଇଁ ସହରକୁ ଆସି ଥାଆନ୍ତି । ରହିବା ପାଇଁ ସେ ଧର୍ମଶାଳାକୁ ଗଲେ । ସେଠାରୁ ହୋହଲ୍ଲା ଶୁଭୁଥାଏ । କିଛି ଲୋକ ତାସ୍ ଖେଳୁଥାନ୍ତି । ଆଉ କିଛି ଲୋକ ମଦ୍ୟପାନ କରୁଥାନ୍ତି । ସେ ବିସ୍ମିତ ହୋଇ ଭାବିଲେ ଯେ, ଏହା ‘ଧର୍ମଶାଳା, ନା ମଦ୍ୟପଙ୍କର ଏକ ଆଡ୍ଡାସ୍ଥଳୀ ।’ ଏହି ସମୟରେ କିଏ ଜଣେ ଚିତ୍କାର କଲା, “ଆରେ, ମହାବୀର ଆସିଗଲା ।” ...
ସୁରଜ କିଛି ରୋଜଗାର ଆଶାରେ ସହର ବାହାରିଥିଲେ । ପତ୍ନୀ, ପଥରେ ଭୋଜନ କରିବା ପାଇଁ କିଛି ଖାଦ୍ୟ ଏକ ପୁଟୁଳା କରି ଦେଇଥାନ୍ତି । ଦୂରତା କମିଯିବା ଆଶାରେ, ସେ ଜଙ୍ଗଲ ମଝିରେ ଜଣେ ଯୁବକ ତାଙ୍କୁ ଅଟକେଇଲା । ଚେହେରାରୁ, ସେ ଯୁବକ ଜଣକ ଉଚ୍ଚବଂଶଜ ମନେ ହେଉଥାନ୍ତି । ଖୁବ୍ ଦାମୀ ପୋଷାକ ସେ ପିନ୍ଧିଥାନ୍ତି । କିନ୍ତୁ ତାହା ଅପରିଷ୍କାର ହୋଇ ଯାଇଥାଏ । ସୁରଜଙ୍କୁ ଅଟକେଇ...
କମଳା ତା’ପିଲାଦିନରୁ ମାତୃହୀନା । ପିତାଙ୍କର ବିଶେଷ ରୋଜଗାର ନ ଥିଲେ ମଧ୍ୟ ଅତି ଆଦରରେ ଝିଅ କମଳାକୁ ସେ ଉଭୟ ପିତାମାତାଙ୍କ ସ୍ନେହ ଦେଇ ଲାଳନ ପାଳନ କରିଥାନ୍ତି । ଭଗବାନ ଧନ ସମ୍ପତ୍ତି ନ ଦେଇଥିଲେ ମଧ୍ୟ କମଳାକୁ ଅଶେଷ ସୌନ୍ଦର୍ଯ୍ୟ ଧନରେ ଧନୀ କରିଥାନ୍ତି । ସମସ୍ତେ କମଳାଙ୍କର ସୁନ୍ଦର ରୂପର ଭୁରିଭୁରି ପ୍ରଶଂସା କରନ୍ତି । କମଳା ଧୀରେ ଧୀରେ ଜାଣିପାରିଲେ, ସେ...
ସୁବର୍ଣ୍ଣପୁରୀ ରାଜ୍ୟର ରାଜା ଧର୍ମବର୍ଦ୍ଧନଙ୍କର ଏକମାତ୍ର କନ୍ୟା ସନ୍ତାନ ସ୍ୱର୍ଣ୍ଣମୁଖୀ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ ଥିଲେ । ତାଙ୍କୁ ପତ୍ନୀରୂପେ ପାଇବାକୁ ଅନେକ ଯୁବରାଜ ମନରେ ଆଶା ପୋଷଣ କରିବା ସମୟରେ, କୌଣ୍ଡିଲ୍ୟପୁରୀର ରାଜା ନିଜେ ବିବାହ କରିବା ପାଇଁ ପ୍ରସ୍ତାବ ପଠାଇଲେ । ଏବେ ତ ପୁଣି ବିବାହିତ ବୟସ ମଧ୍ୟ ବହୁତ । ସେ ଅବଶ୍ୟ ବଳଶାଳୀ ଥିଲେ ଓ ତାଙ୍କରାଜ୍ୟ...
ହେମନ୍ତପୁର ରାଜ୍ୟର କୋଷାଧ୍ୟକ୍ଷ ବୀରଭଦ୍ରଙ୍କ ବିରୁଦ୍ଧରେ ରାଜା ଅନେକ ଚିଠି ପାଇଲେ ଓ ଲୋକମାନେ ମଧ୍ୟ କହିଲେ କି ସେ ମିଛ ଦଲିଲ୍ ଲେଖି ଟଙ୍କା ଖାଆନ୍ତି ତେଣୁ ସେ ଭ୍ରଷ୍ଟାଚାରୀ । ଦିନେ ରାଜା ତାଙ୍କୁ ଡାକି ପଠାଇଲେ । ଅନ୍ୟମାନେ ଭାବିଲେ ଯେ ବୋଧହୁଏ ଏଥର ତାଙ୍କୁ ତାଙ୍କ ପଦବୀରୁ ବାହାର କରିଦିଆଯିବ । କିନ୍ତୁ ରାଜା ତାଙ୍କୁ ସାବଧାନ କରାଇ ଦେଇ...
ଏଣେ ନିଶା ଗରଜୁଥାଏ, ଠିକ୍ ସେହି ମୁହୂର୍ତ୍ତରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ...
ଗଣପତି ନଗରୀରେ ଶାନ୍ତାବାଇ ନାମକ ଜଣେ ବିଧବା ମହିଳା ଥିଲେ । ତାଙ୍କର ଦୁଇପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି । ବଡ ପୁଅ ଧନୀ ଥିଲା । ସାନ କୌଣସିମତେ ନିଜ ସଂସାର ଚଳାଉଥିଲା । ଏପରି ଅବସ୍ଥାରେ ଥରେ ଶାନ୍ତାବାଇ ଅସୁସ୍ଥ ହୋଇ ପଡିଲେ ଓ ଶେଷକୁ ମରିଗଲେ । ସେତେବେଳେ ସେ ତାଙ୍କ ସାନପୁଅ ଘରେ ଥିଲେ । ଏକଥା ଶୁଣି ବଡପୁଅ ଓ ତାର ପରିବାର...
ଚନ୍ଦନପୁର ଗ୍ରାମରେ କୁଶଳ ନାମରେ ଜଣେ ପଣ୍ଡିତ ଥିଲେ । ସେହି ଗ୍ରାମରେ ଅନେକ ଶ୍ରମିକ ଓ ବ୍ୟବସାୟୀ ମଧ୍ୟ ଥିଲେ । ତେଣୁ କୁଶଳଙ୍କର ପାଣ୍ଡିତ୍ୟକୁ ଚିହ୍ନିବା ଭଳି ଲୋକ କେହି ନ ଥିଲେ । ତେଣୁ ସେ ବାଧ୍ୟ ହୋଇ ରାଜାଙ୍କୁ ଦେଖା କରିବା ପାଇଁ ରାଜଧାନୀ ଗଲେ । ବହୁତ ଚେଷ୍ଟା କରି ମଧ୍ୟ ରାଜାଙ୍କ ସହିତ ଦେଖା ମିଳିଲା ନାହିଁ । ସେତିକିବେଳେ ଚତୁରଙ୍କ...
ମହୋଦରଠାରୁ ସବୁ ଶୁଣି କୁମ୍ଭକର୍ଣ୍ଣ ତୁରନ୍ତ ଯାଇ ରାବଣକୁ ଦେଖାକଲା । କେତେକ ରାକ୍ଷସ ଆଗରୁ ଯାଇ କୁମ୍ଭକର୍ଣ୍ଣଙ୍କ ଉଠିବା କଥା ରାବଣକୁ ଜଣାଇ ସାରିଥାନ୍ତି । ସେମାନେ ରାବଣକୁ ପଚାରିଲେ ସେ ସିଧା ଯୁଦ୍ଧ ଭୂମିକୁ ଯିବ ନା ରାବଣ ପାଖକୁ ଆସି ତାଙ୍କୁ ଦେଖା କରି ଯିବ । ରାବଣ କହିଲା “ମୁଁ ପ୍ରଥମେ ତାକୁ ଦେଖିବାକୁ ଚାହେଁ । ତେଣୁ ସମ୍ମାନର ସହିତ...
ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।” ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି ।...
ସ୍ପେନ୍ରେ ଜଣେ ନିରକ୍ଷର ସେନାପତି ଥିଲେ; ସେ ଭାବୁଥିଲେ ତାଙ୍କର ଯଥେଷ୍ଟ ଜ୍ଞାନ ଅଛି; ତେଣୁ ପଢାପଢିର ଆବଶ୍ୟକତା କେଉଁଠି? ଦିନେ ରାଜା ତାଙ୍କ ପାଖକୁ ଆଦେଶ ଦେଇ ଲେଖି ପଠାଇଲେ କି ରାଜ୍ୟର କୌଣସି ସ୍ଥାନରେ ଯୁଦ୍ଧ ହେଉଛି, ସେ ଯେପରି ଶୀଘ୍ର ତାଙ୍କ ସୈନ୍ୟମାନଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ସିଧା ଯାଇ ଯୁଦ୍ଧ କରିବେ । ସେନାପତି...
ଶ୍ରୀଧରପୁରରେ କମଳାକାନ୍ତ ନାମକ ଜଣେ ଧନୀ ବ୍ୟବସାୟୀ ଥା’ନ୍ତି । ତାଙ୍କର ଅନେକ କୋଠାବାଡି ଓ ଅନେକ ବ୍ୟବସାୟ । ପ୍ରତିଦିନ ରାତିରେ ଦୋକାନରୁ ହେଉଥିବା ଲାଭକୁ ଗଣାଗଣି କରି ରଖି ସେ ବହୁତ ରାତିରେ ଘରକୁ ଫେରନ୍ତି । ଦିନେ ପଇସା ଗଣିବା ବେଳେ କେହି ଦରଜା ଠକ୍ ଠକ୍ କଲା । କମଳାକାନ୍ତ ତରବରରେ ଟଙ୍କାସବୁ ଉପରେ କନା ଖଣ୍ଡେ ଘୋଡାଇ ଦେଇ କବାଟ ଖୋଲିଲେ...


