ଧୂସର ଦୁର୍ଗ

ଅଜଣା ପାହଡମାଳା ଓ ଉପତ୍ୟକା ଭିତରେ ବୁଲୁ ବୁଲୁ ଚନ୍ଦ୍ରବର୍ମା ଗୋଟିଏ କୁଡିଆରେ ଯାଇ ପଶିଲେ । ପରେ ପରେ ସେ ଯେଉଁ ବୁଢାକୁ ସେଠାରେ ଭେଟିଲେ, ସେ ବୁଢା ପାଖରେ ରହସ୍ୟମୟ ଧୂସର ଦୁର୍ଗରେ ପହଁଚିବାର ମାନଚିତ୍ର ଥିଲା । ତାକୁ ରାଜାଙ୍କ ଲୋକେ ଖୋଜୁଥିଲେ । ରାଜସୈନ୍ୟମାନେ ଆସିବାର ଜାଣି ବୁଢା ସେଠୁ ଖସି ଚାଲିଗଲା । ଚନ୍ଦ୍ରବର୍ମା କବାଟ ଖୋଲିଲେ । ତା’ପରେ… କୁଡିଆ...

Read More

ସ୍ୱପ୍ନରୁ ବାସ୍ତବ

ଏଣେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ଚକ୍ ହୋଇ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର...

Read More

ପ୍ରେମ ଜ୍ୟୋତି

ପୋତନମ ନଗରୀର ଶାସକ ରାଜା ସୋମଚନ୍ଦ୍ର ଥିଲେ । ତାଙ୍କ ସ୍ତ୍ରୀ ଧାରିଣୀ ଅତ୍ୟନ୍ତ ପତିବ୍ରତା ଥିଲେ । ସେମାନଙ୍କର ପୁଅଟିଏ ଥାଏ । ତା’ର ନାମ ପ୍ରସନ୍ନଚନ୍ଦ୍ର ।                 ଦିନେ ରାଣୀ ରାଜାଙ୍କର କେଶଗୁଚ୍ଛ ସଜାଡି ଦେଉଥିଲେ । ସେ ଦେଖିଲେ ତାଙ୍କ ସ୍ୱାମୀ ତଥା ରାଜାଙ୍କର କେତୋଟି କେଶ ଧଳା ହୋଇ ଯାଇଛି । ରାଣୀ ରାଜାଙ୍କୁ ପରିହାସରେ କିଛି କଥା କହିଲେ; କିନ୍ତୁ...

Read More

ଶିବ ପୁରାଣ

ଭଗବାନ୍ ଶିବଙ୍କର ରୁଦ୍ରଗଣ ଓ ରାକ୍ଷସମାନଙ୍କ ମଧ୍ୟରେ ବହୁକାଳ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା । କିନ୍ତୁ ରାକ୍ଷସମାନେ କୌଣସି ମତେ ହାରିଯାଉ ନଥାନ୍ତି ଏହା ଦେଖି ଶିବ ଖୁବ୍ ବିସ୍ମିତ ହେଲେ । ସେ ବିଷ୍ଣୁଙ୍କୁ ସ୍ମରଣ କରି ତାଙ୍କୁ ପଚାରିଲେ, “ଏତେଦିନ ଧରି ଯୁଦ୍ଧ ହେଉଛି ଅଥଚ ରାକ୍ଷସ ସଂଖ୍ୟା ମୋଟେ କ୍ଷୟ ହେଉନାହିଁ ଏହାର କାରଣ କ’ଣ?”                 ବିଷ୍ଣୁ...

Read More

ଚୋରର ଭାବାନ୍ତର

ଥରେ ଚାରିଜଣ ବ୍ୟବସାୟୀ ବନ୍ଧୁ ବାଗଦାଦ୍ ସହରରେ ଯାଇ ପହଁଚିଲେ । ସେମାନେ ଗୋଟିଏ ପାନ୍ଥନିବାସରେ ତାଙ୍କର ଜିନିଷପତ୍ର ସବୁ ରଖି, ସ୍ନାନାଦି ଶେଷ କରି ବଜାରକୁ ଗଲେ । ସୁଯୋଗ ଦେଖି ଗୋଟିଏ ଚୋର ସେମାନଙ୍କ ଘରେ ପଶି ସେମାନଙ୍କର ଶୁଖୁଥିବା ଲୁଗା ସବୁ ନେଇ ଚାଲିଗଲା ।                 ଲୁଗାସବୁ ନେଇ ସେ ହାଟକୁ ବିକିବାକୁ ଗଲା । ହେଲେ ପୁରୁଣା ଲୁଗା ବୋଲି ସେଗୁଡିକୁ...

Read More

ଭଗବାନଙ୍କର ଧ୍ୟାନ

ଶ୍ରୀପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ବିଦ୍ୱାନ ପଣ୍ଡିତ ଓ ବକ୍ତା ରହୁଥାନ୍ତି । ପ୍ରତିବର୍ଷ ନବରାତ୍ର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ଏକ ବଡ ଧାର୍ମିକ ସଭା ହୁଏ । ସେଥିରେ କୃଷ୍ଣଶାସ୍ତ୍ରୀ ପୋରହିତ୍ୟ କରନ୍ତି; ଭଗବାନଙ୍କୁ ଧ୍ୟାନ କରିବା ବିଷୟରେ ଓ ନାନା ଧାର୍ମିକ ଉପଦେଶ ଦେଇ ସେ ବକ୍ତୃତାମାନ ଦିଅନ୍ତି । ଲୋକେ ତାଙ୍କ ଭାଷଣକୁ ଖୁବ୍ ପସନ୍ଦ କରନ୍ତି ।...

Read More

‘ପାଷାଣ୍ଡ’ର ପରାକ୍ରମ

ସୁପର୍ଣ୍ଣ ରାଜ୍ୟର ରାଜା ଦେବଳ ସିଂହଙ୍କର ଏକମାତ୍ର କନ୍ୟା ମୋହନା ଅନୁପମ ସୁନ୍ଦରୀ ଥିଲେ । ନିଜର ସୌନ୍ଦର୍ଯ୍ୟ ପାଇଁ ସେ ମଧ୍ୟ ବହୁତ ଗର୍ବ କରୁଥିଲେ । ସେଥିପାଇଁ ତାଙ୍କ ସକାଶେ ଭଲ ବରଟିଏ ଖୋଜିବା ରାଜାଙ୍କ ନିମନ୍ତେ ଏକ ବଡ ସମସ୍ୟା ଥିଲା । ଯେତେ ଚିତ୍ରପଟ ମୋହନାଙ୍କୁ ଦେଖାଇ ଦିଆଯିବ; ସେ ସବୁଥିରେ କିଛି ନା କିଛି ଦୋଷ ଦେଖାଇ ମୋହନା ସେମାନଙ୍କୁ ସବୁ...

Read More

ସାହସୀ ସତ୍ୟପାଳ

କୋଙ୍କଣ ରାଜ୍ୟର ସୀମାରେ ଏକ ପାହାଡ ଥାଏ । ତାକୁ ଭୂତ ପାହାଡ ବୋଲି କୁହାଯାଉଥାଏ । ଏହି ପାହାଡ ସମ୍ପର୍କରେ ଅନେକ ଗଳ୍ପ ଗୁଜ୍ଜବ ଥାଏ । ତେଣୁ ନିକଟବର୍ତ୍ତୀ ଗ୍ରାମବାସୀମାନେ ଭୟରେ ସେ ପାହାଡଠାରୁ ନିଜକୁ ସଦା ସର୍ବଦା ଦୂରରେ ରଖିଥା’ନ୍ତି । ପାର୍ଶ୍ଵବର୍ତ୍ତୀ ପ୍ରାନ୍ତରରେ ଗାଈ ଚରାଇବାକୁ ନେଲେ ଅକସ୍ମାତ୍ ଯଦି ଗାଈଟିଏ ସେ ଭୂତ ପାହାଡ ଆଡେ ଚାଲିଯାଏ, ତେବେ ଜାଣ ସେ...

Read More

ଜିଦ୍ଖୋର ଶାସକ

ଚନ୍ଦ୍ରପୁରୀ ଦେଶର ରାଜା ଚନ୍ଦ୍ରସେନ ଜଣେ ଖୁବ୍ ଭୟଙ୍କର ଜିଦ୍ଖୋର ମନୋବୃତିର ଶାସକ ଥିଲେ । ସେ ନିଜେ ଯାହା ଇଚ୍ଛା କରନ୍ତି ସର୍ବଦା ସେ ତାହାହିଁ କରନ୍ତି । ଅନ୍ୟ କାହାର ପରାମର୍ଶ ସେ କେବେବି ଗ୍ରହଣ କରନ୍ତି ନାହିଁ ।                 ଚନ୍ଦ୍ରସେନ ଗୁପ୍ତଚର ମାନଙ୍କ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ତାଙ୍କ ରାଜ୍ୟର ଅଧିକାଂଶ ପ୍ରଜା ଅସୁଖରେ କାଳାତିପାତ କରୁଛନ୍ତି...

Read More

ରାଜପଦର ମହତ୍ୱ

ଥରେ ପ୍ରବାଳ ଦେଶର ରାଜା ସ୍ନାନ କରୁଥିବା ସମୟରେ ତାଙ୍କ ପାଦ ଖସିଯିବାରୁ ସେ ତଳେ ପଡିଗଲେ । ତାଙ୍କ ପାଦରେ ଶକ୍ତ ଆଘାତ ବାଜିଲା ଯାହା ଫଳରେ କି ସେ ଆଉ ଚାଲବୁଲ କରି ପାରିଲେ ନାହିଁ । ରାଜ ବୈଦ୍ୟ ପାଦରେ ବିଭିନ୍ନ ଔଷଧୀୟ ବୃକ୍ଷର ରସ ଲେପନ କରି ପଟ୍ଟି ବାନ୍ଧିଦେଲେ ଏବଂ ଅତି କମ୍ରେ ପନ୍ଦର ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ରାଜାଙ୍କୁ ସେ ପରାମର୍ଶ ଦେଲେ ।...

Read More

ସମ୍ରାଟ ଅଶୋକ

(ଅଶୋକ ତାଙ୍କ ପିତାଶ୍ରୀ ବିନ୍ଦୁସାରଙ୍କ ଆଦେଶ ପାଳନ କରି ଅବନ୍ତୀର ରାଜଧାନୀ ଉଜ୍ଜୟିନୀ ଅଭିମୁଖେ ଯାତ୍ରା କଲେ । ସେହି ଦିନ ସାୟଂ କାଳରେ ସେ ପଥ ମଧ୍ୟରେ ବିଦିଶା ଘାଟୀରେ ବିଶ୍ରାମ ନେବାର ନିଷ୍ପତି ନେଲେ । ପର ଦିନ ପ୍ରାତଃ କାଳରେ ପ୍ରକୃତିର ଅପରୂପ ଶୋଭା ସଂଦର୍ଶନ ଲାଳସାରେ ଅଗ୍ରସର ହେଉଥିବା ଅଶୋକ ଏକ ଗଭୀର ଗର୍ତ୍ତ ମଧ୍ୟରେ ନିପତିତ ହେବାର ଠିକ୍ ପୂର୍ବ...

Read More

କାବ୍ୟ ସାଧନା

ଯେତେବେଳେ ନିଶା ଗରଜୁ ଥାଏ । ଠିକ୍ ସେତିକିବେଳେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ମଧ୍ୟ ହେଉଥାଏ । ବଣ ବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀ ମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଭୟାବହ ମୁହଁଟି ମାନ ଘନ ଘନ ବିଜୁଳି ଆଲୋକରେ ଦିଶିଯାଉଥାଏ ।                 କିନ୍ତୁ ସେ ରାଜା...

Read More

ସୋମସେନଙ୍କ ଚିତ୍ର

ପ୍ରତିବର୍ଷ ପରି ଏଥର ମଧ୍ୟ ହରିପୁର ଗ୍ରାମରେ ଚିତ୍ର ପ୍ରଦର୍ଶନୀ ଖୋଲାଯାଇଥାଏ । ଏହି ପ୍ରଦର୍ଶନୀରେ ଯୋଗ ଦେବା ପାଇଁ ଦେଶର ବହୁ ପ୍ରସିଦ୍ଧ ଚିତ୍ରକର ଆସିଥାନ୍ତି । ତତ୍ ସହିତ ଅନେକ ନୂତନ ଓ ଅଳ୍ପ-ପ୍ରସିଦ୍ଧ ଚିତ୍ରକର ମଧ୍ୟ ସେମାନଙ୍କର ଚିତ୍ର ସମ୍ଭାର ସହ ସେ ପ୍ରଦର୍ଶନୀରେ ଭାଗ ନେଇଥାଆନ୍ତି ।                 ଦେଶର ପ୍ରାୟ ସବୁ ଅଂଚଳର ଚିତ୍ରକର ଏହି...

Read More

ସର୍ପ – ମନ୍ତ୍ର

କାଶୀପୁର ଗ୍ରାମରେ ଶ୍ରୀଧର ନାମକ ଜଣେ ସାଧାରଣ କୃଷକ ବାସ କରନ୍ତି । ତାଙ୍କର ସ୍ୱଳ୍ପ ଭୂସମ୍ପତ୍ତିରୁ ଯାହା କିଛି ଆୟ ହୁଏ, ତାକୁ ସମ୍ବଳ କରି ସେ ନିଜର ଜୀବିକା ସୁଖେ ଦୁଃଖେ ନିର୍ବାହ କରନ୍ତି । ବହୁ ଦିନରୁ ସର୍ପମନ୍ତ୍ର ଶିକ୍ଷା କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥାଏ । କିନ୍ତୁ ମନ୍ତ୍ର ଶିଖାଇବା ପାଇଁ ଗୁରୁ ମିଳୁ ନଥିବାରୁ ତାଙ୍କର ଆଶା ପୂରଣ ହୋଇ ପାରୁ...

Read More

ମହାଭାରତ

ପାଣ୍ଡବ ସମେତ ଦ୍ରୌପଦୀ ଅତି ରହସ୍ୟଜନକ ଭାବେ ଅଜ୍ଞାତବାସ ସମୟ ଅତିବାହିତ କରୁଥିଲେ । ପଶାଖେଳରୁ ଧର୍ମରାଜ ଯେଉଁ ଅର୍ଥ ହାସଲ କରୁଥାନ୍ତି, ତାହା ସେ ତାଙ୍କ ଭାଇମାନଙ୍କ ମଧ୍ୟରେ ବଂଟନ କରି ଦେଉଥାଆନ୍ତି । ଭୀମ ନିଜେ ଯେଉଁ ସୁସ୍ୱାଦୁ, ରୁଚିକର ଭୋଜନ ପ୍ରସ୍ତୁତ କରନ୍ତି, ସେଥିରୁ ସେ ତାଙ୍କ ଭାଇମାନଙ୍କ ପାଇଁ ମଧ୍ୟ କିଛି ସଂରକ୍ଷିତ ରଖନ୍ତି । ଅନ୍ତଃପୁରରୁ ଅର୍ଜୁନ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ