(ଶିଖିମୁଖ ଏବଂ ବିକ୍ରମକେଶରୀ ସିଦ୍ଧିଲାଲୟମ୍ର ପୂଜାରୀର ଝୁମ୍ପୁଡିକୁ ଘେରିଯାଇ ନାଗମଲ୍ଲୀକୁ ବନ୍ଧନମୁକ୍ତ କଲେ । ପୂଜାରୀ ଶବରଗିଧ ସହିତ ଜଂଗଲ ଭିତରକୁ ପଳାଇଗଲା । ନାଗମଲ୍ଲୀ ଶିଖିମୁଖକୁ ବଚନ ଦେଲା ଯେ ସେ ବ୍ରହ୍ମପୁତ୍ରର ଘାଟୀରୁ ଫେରିବା ପର୍ଯ୍ୟନ୍ତ ବିବାହ କରିବ ନାହିଁ । ତା’ପରେ…) ଶିବାଲ ତାଙ୍କ ଅନୁଚରମାନଙ୍କୁ ସାଥୀରେ ଧରି ରାସ୍ତା ସାରା ଚିନ୍ତା କରି...
Category - କାହାଣୀ
ରଙ୍ଗନାଥ ଏବଂ ରାମନାଥ ଉଭୟେ ପଡୋଶୀ ଥିଲେ । ସେମାନଙ୍କ ଭିତରେ ଉତ୍ତମ ବନ୍ଧୁତା ଥିଲା । ରଂଗନାଥଙ୍କର ପୁଅ କାମ ଖୋଜୁଥିଲା । ସେ ବହୁ ଥର ଉଦ୍ୟମ କରି ବି ବିଫଳ ହୋଇଥିଲା । ଥରେ ସହରରେ ସେ ଗୋଟିଏ କାମ ପାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାହା ହରାଇଲା । ଫଳରେ ସମସ୍ତଙ୍କର ମନଦୁଃଖ ହେଲା । କିଛି ଦିନ ପରେ...
ଯେତେବେଳେ ଇନ୍ଦୋର ରାଜ୍ୟରେ ରାଣୀ ଅହଲ୍ୟାବାଇ ରାଜୁତି କରୁଥିଲେ ସେତେବେଳେ ବିନାୟକ ରାଓ ମଧ୍ୟେକର ନାମକ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ସେଠାରେ ରହୁଥିଲେ । ସେ ଜଣେ ବହୁତ ବଡ କବି ଥିଲେ । ଭକ୍ତ ମଧ୍ୟ ଥିଲେ । ସେ ନିଜେ ଗୀତ ଲେଖୁଥିଲେ, ତାହା ସ୍ୱର ସଂଯୋଜନା କରୁଥିଲେ ଏବଂ ନିଜେ ବି ଗାଇ ଅନ୍ୟମାନଙ୍କୁ ଶୁଣାଉଥିଲେ । କବି ଏବଂ ଗାୟକ ଭାବରେ ସେ...
ନଦୀକୂଳରେ ମାଙ୍କଡଟିଏ ରହୁଥିଲା । ସେ ଯେଉଁ କୂଳରେ ରହୁଥିଲା ସେ କୂଳରେ ଯଥେଷ୍ଟ ଖାଦ୍ୟଦ୍ରବ୍ୟ ଆଉ ମିଳିଲା ନାହିଁ । ତେଣୁ ସେ ନଦୀ ପାର ହୋଇ ଆର କୂଳକୁ ଯାଇ ଯଥେଷ୍ଟ ଫଳ ଖାଇବାକୁ ଚାହୁଁଥିଲା । ଆର କୂଳରେ ବିଭିନ୍ନ ଜାତିର ଫଳ ଫୁଲ ଭରି ରହିଥିଲା । କିନ୍ତୁ ନଦୀ ଅତିକ୍ରମ କରିବାର କୌଣସି ଉପାୟ ନଥିଲା । ତେଣୁ ସେ ମନେ ମନେ ଚିନ୍ତା କଲା । ଅନେକ...
ବହୁ ଦିନର ତଳର କଥା, ଶ୍ରୀବସ୍ତିପୁରମ୍ ସହରରେ ନିଲା ବର୍ମା ଏବଂ ଲୁବ୍ଧ ବର୍ମା ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେମାନେ ସ୍ଥାନୀୟ ଅଂଚଳରେ ଉପଲବ୍ଧ ମସଲା, ମୁକ୍ତା, ରଂଗିନ୍ ପଥର ଏବଂ ଔଷଧୀୟ ବୃକ୍ଷଲତା ଓ ଜଡିବୁଟି ସଂଗ୍ରହ କରୁଥିଲେ । ସେମାନେ ସେ ସବୁ ନେଇ ବିଦେଶକୁ ଯାଉଥିଲେ ଏବଂ ସେଠାରେ ବିକ୍ରି କରୁଥିଲେ । ଏହି ବାଣିଜ୍ୟ କାରବାରରେ...
ନିକୁମ୍ଭ ନାମକ ଜଣେ ପଣ୍ଡିତ ଅନେକ ଦେଶ ଭ୍ରମଣ କରି ସେଠାକାର ପଣ୍ଡିତମାନଙ୍କୁ ନିଜ ପାଣ୍ଡିତ୍ୟ ବଳରେ ହରାଉଥିଲେ । ସେ ପ୍ରତ୍ୟେକ ଦେଶର ରାଜଧାନୀରେ ପହଁଚି ସେଠାକାର ରାଜାଙ୍କୁ ଦେଖା କରି କହୁଥିଲେ କି ସେ ଜଣେ ପଣ୍ଡିତ ଓ ସେ ସେହି ଦେଶର ପଣ୍ଡିତମାନଙ୍କ ସହିତ ତର୍କ କରିବାକୁ ଚାହାଁନ୍ତି । ରାଜା ପଣ୍ଡିତ ସଭା ଡାକନ୍ତି । ନିକୁମ୍ଭ ବାଜିରଖି ନାନା ତର୍କ ବିତର୍କ କରି...
ସୀତାପୁର ଗ୍ରାମରେ ଜଣେ ହରି-କଥା ବାଚକ ଥିଲେ । ତାଙ୍କ ନାମ କୃଷ୍ଣକାନ୍ତ ଥିଲା । ତାଙ୍କ ସହିତ ସଙ୍ଗତ ଦେବା ପାଇଁ ତିନିଜଣ ପାଶ୍ୱର୍ଗାୟକ ଓ ବାଦକ ମଧ୍ୟ ଥିଲେ । ସେମାନେ ହେଲେ ଶ୍ରୀହରି, ଗଣେଶ ଓ ଚନ୍ଦ୍ର । ସେମାନଙ୍କ ଗାୟନ ଓ ବାଦନ ଯୋଗୁଁ କୃଷ୍ଣକାନ୍ତଙ୍କର କଥା ସବୁ ଅତ୍ୟନ୍ତ ସରସ ହୋଇ ଉଠେ । ଫଳରେ ଆଖପାଖ ଗ୍ରାମମାନଙ୍କରେ ସେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟ...
ଅତ୍ୟାଚାରୀ ବୀରସିଂହ ରାଜସିଂହାସନ ମାଡି ବସିବା ପରେ ପ୍ରବୀଣ ମନ୍ତ୍ରୀଙ୍କୁ ମାରିଦେବା ପାଇଁ ସେ ଆତତାୟୀ ନିଯୁକ୍ତ କଲା । ବସନ୍ତ ନାମକ ଜଣେ ଯୁବକ ରାଜା ଶାନ୍ତିଦେବଙ୍କର କ’ଣ ହେଲା ବୋଲି ପ୍ରଶ୍ନ ଉଠାଇବାରୁ ତାକୁ ମଧ୍ୟ ସେ ପ୍ରାଣଦଣ୍ଡର ଆଦେଶ ଦେଲା । କିନ୍ତୁ କୌଣସି ରହସ୍ୟମୟ ବ୍ୟକ୍ତି ଉଭୟ ମନ୍ତ୍ରୀ ଓ ବସନ୍ତକୁ ରକ୍ଷା କଲେ । ତା’ପରେ… ସେ ରହସ୍ୟମୟ...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନରେ ଗଛଲତାମାନେ ସତେ ଅବା ପାଟିକରି ଉଠୁଥାନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...
ପ୍ରାଚନ କାଳରେ କେକୟ ଓ ଗାନ୍ଧାର ଦେଶ ମଝିରେ କୌମୁଦି ନାମକ ଏକ ଦେଶ ଥିଲା । କୁହାଯାଏ ଯେ ବହୁ ପୂର୍ବରୁ କୌମୁଦି ଦେଶ ଏକ ବିରାଟ ଦେଶ ଥିଲା । କିନ୍ତୁ ବାରମ୍ବାର ପଡୋଶୀ ଦେଶ ଦ୍ୱାରା ପରାଜିତ ହେବା ଦ୍ୱାରା ଏହାର କେତେକ ପ୍ରଦେଶ ଅନ୍ୟ ଦେଶ ସହିତ ମିଳିତ ହେବାରୁ ଏବେ ଏହା ଅନେକ ଛୋଟ ହୋଇଯାଇଛି । କୌମୁଦି ଦେଶର ରାଜା ଚନ୍ଦ୍ରକାନ୍ତଙ୍କର ତ କେହି ବି ପୁତ୍ରସନ୍ତାନ...
ଦିନେ ପ୍ରଖର ରୌଦ୍ରତେଜ ମଧ୍ୟରେ ଦୁଇ ସନ୍ନ୍ୟାସୀ ବନ୍ଧୁ ନନ୍ଦ ଓ ସୁନନ୍ଦ ଜଙ୍ଗଲ ଭିତର ଦେଇ ଯାଉଥିଲେ । ସେମାନଙ୍କ ଗୁରୁ ଜ୍ଞାନନେତ୍ରଙ୍କ ଆଶ୍ରମ ସେଠାରୁ କିଛି ଦୂରରେ ଥାଏ । ଯେମିତି ହେଉ ପଛେ ସୂର୍ଯ୍ୟାସ୍ତ ପୂର୍ବରୁ ଆଶ୍ରମରେ ଯାଇ ପହଁଚିବେ ଏଇ ଲକ୍ଷ୍ୟ ରଖି ସେ ଦୁହେଁ ଜୋର୍ରେ ଚାଲୁଥା’ନ୍ତି । ରାସ୍ତାରେ ଏକ ନଦୀ ପଡିଲା । ସେଥିରେ ପାଣି ବେଶି ନଥିଲେ ମଧ୍ୟ...
ପ୍ରାଚୀନ କାଳର କଥା । ଚାଙ୍ଗ ଲା ନାମକ ଟୋପି ବିକୁଥିବା ଜଣେ ଲୋକ ଚୀନ୍ର ଏକ ଗ୍ରାମରେ ରହୁଥାଏ । ତା’ର ପୂର୍ବପୁରୁଷମାନଙ୍କର ମଧ୍ୟ ମୌଳିକ ପେଶା ତାହାହିଁ ଥିଲା । ଚାଙ୍ଗ ଲାର ପିତା ଟୋପି ବ୍ୟବସାୟରୁ ବହୁତ ପଇସା ପାଇଥିଲେ । ତେଣୁ ମରିବା ସମୟରେ ସେ ତାଙ୍କ ପୁଅକୁ ପାଖକୁ ଡାକି କହିଲେ, “ପୁଅ, ଆମ ପରିବାରର ଏହି ବୃତିକୁ ତୁ କେବେ ମଧ୍ୟ ତ୍ୟାଗ କରିବୁ ନାହିଁ ।”...
ରାଜା ଇନ୍ଦ୍ରଦ୍ୟୁମ୍ନ ଯେପରି ପ୍ରଜାବତ୍ସଳ, ଠିକ୍ ସେହିପରି ଧର୍ମପ୍ରାଣ ମଧ୍ୟ ଥିଲେ । ତାଙ୍କ ମହତ୍ୱ ବର୍ଣ୍ଣନା କରି କେତେ କବି କବିତା ଲେଖିଥିଲେ, କେତେ ଗାୟକ ମଧ୍ୟ ତାଙ୍କ ପ୍ରଶସ୍ତି ଗାନ କରୁଥିଲେ । ସେ ରାଜା ବି କିଛି କମ୍ ଗୁଣଗ୍ରାହୀ ନଥିଲେ । ଦେଶର ଶିଳ୍ପୀ, ଭାସ୍କର, କବି, ନାଟ୍ୟକାର–ଏମିତିକି ତାଙ୍କ ପୃଷ୍ଠପୋଷକତାରୁ କେହି ବି ବଂଚିତ...
ପ୍ରାଚୀନ କାଳରେ ଉଜ୍ଜୟିନୀରେ ଅନେକ ବିଖ୍ୟାତ ରାଜା ସବୁ ରାଜତ୍ୱ କରୁଥିଲେ । କିନ୍ତୁ ଏକ ସମୟରେ ଏପରି ଜଣେ ରାଜା ଥିଲେ, ଯିଏକି ନିଜର ଅତ୍ୟାଚାର ଓ ବଦଗୁଣ ଯୋଗୁଁ କୁଖ୍ୟାତ ଥିଲେ । ଦିନକୁ ଦିନ ତାଙ୍କ ଅତ୍ୟାଚାରର ସୀମା ମଧ୍ୟ ରହିଲା ନାହିଁ । ତେଣୁ ସେ ରାଜ୍ୟର କେତେକ ଯୁବକ ପ୍ରଜାମାନଙ୍କୁ ନେଇ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା ।...
ଏକଦା ମଗଧରେ ରାଜା ଚନ୍ଦ୍ରସେନ୍ ରାଜୁତି କରୁଥା’ନ୍ତି । ତାଙ୍କର ଚାରିଜଣ କୁମାର ଥା’ନ୍ତି – ସେମାନେ ଯେତେବେଳେ ଗୁରୁକୁଳରେ ଶିକ୍ଷା ସମାପ୍ତ କରି ଫେରିଆସିଲେ, ରାଜା ସେମାନଙ୍କୁ ଆଦେଶ ଦେଲେ କି ସେମାନେ ଯେପରି ତାଙ୍କର ପ୍ରବୀଣ ମନ୍ତ୍ରୀଙ୍କଠାରୁ ବର୍ଷକ ପର୍ଯ୍ୟନ୍ତ ସମଗ୍ର ରାଜନୀତି ଶିକ୍ଷା କରିବେ । ମନ୍ତ୍ରୀ ଏକଥା ଶୁଣି ରାଜାଙ୍କୁ ଭେଟି...


