ଚମ୍ପାହାଟ ଗାଁ ଭିତର ଦେଇ ସେଦିନ ଜଣେ ଯୁବକ ଗୋଟାଏ ଘୋଡାର ଲଗାମ୍ ହାତରେ ଧରି, ଘୋଡା ଉପରେ ନବସି ଘୋଡା ସାଥେ ସାଥେ ଦୌଡିବାର ଦେଖାଗଲା । ଗାଁ ମୁଣ୍ଡ ଚଟିଘର ପିଣ୍ଡାରେ ହାଲିଆ ହୋଇ ସେ ଯୁବକଟି ବସି ପଡିବାରୁ ଚଟିଘର ମାଲିକ ଅର୍ଜୁନ ଦାସ ତାକୁ ପଚାରିଲେ, “ବାବୁ, ତମେ ଘୋଡା ସାଙ୍ଗରେ ଏଭଳି ଦୌଡୁଛ କାହିଁକି?” ତହୁଁ ସେ ଯୁବକ ଜଣକ କହିଲା “ମୋର...
Category - କାହାଣୀ
ପ୍ରାଚୀନ କାଳର କଥା । ସେତେବେଳେ କୋଶଳ ଦେଶରେ ରାଜା ଶାନ୍ତିବର୍ଦ୍ଧନ ରାଜୁତି କରୁଥିଲେ । ସେ ଅତ୍ୟନ୍ତ ଦକ୍ଷ ଓ ନ୍ୟାୟପରାୟଣ ଶାସକ ଥିଲେ ଓ ସବୁ ପ୍ରଜାଙ୍କ ଆପତ୍ତି ଅଭିଯୋଗ ବିଚାର କରି ସମସ୍ତଙ୍କୁ ଶାନ୍ତିରେ ରଖିବାକୁ ସେ ଚେଷ୍ଟା କରୁଥିଲେ । କିନ୍ତୁ କୋଶଳ ରାଜ୍ୟ ଆକାରରେ ଏଡେ ବୃହତ୍ ଯେ ସମସ୍ତଙ୍କ ସମସ୍ୟାର ସମାଧାନ ରାଜାଙ୍କ ଦ୍ୱାରା ହେବା ସମ୍ଭବପର ନଥିଲା ।...
ପୂଝାରି ସ୍ତ୍ରୀଲୋକଟି ବିଜୟ-ରୂପୀ ଜୟସିଂହଙ୍କୁ ସ୍ନେହଭାବ କଣ୍ଠରେ ଡାକିଲା “ପୁଅ, ତୁ ତ ଆଜି ଅଧାପେଟରେ ଚାଟଶାଳି ଯାଇଥିଲୁ । ତେଣୁ ଆ, ଭଲକରି ମୁଠେ ଖାଇବୁ ଆ ।” ଜୟସିଂହଙ୍କୁ ତାଙ୍କ ଆଜ୍ଞାବହ ପୂଝାରିର ଏଭଳି ସମ୍ବୋଧନ ଶୁଣି ବଡ ଅଡୁଆ ଲାଗିଲା । ତେବେ ସେ ଯାଇ ଚୁପ୍ଚାପ୍ ଖାଇବାକୁ ବସିଲେ । ତାଙ୍କୁ ପୂଝାରି ଯେତିକି ଖାଇବାକୁ ଦେଇଥାଏ, ତାହା...
ସୋମପୁର ଗାଁରେ ଜଣେ ଦୋକାନୀ ଥିଲା । ଦିନେ ସେ ଯାଇ ଗାଁର ପ୍ରଧାନଙ୍କ ପାଖରେ ଅଭିଯୋଗ କରି କହିଲା, “ଆଜ୍ଞା, କମଳା ଗଉଡୁଣୀ ମୋତେ ଠକୁଛି । ସେ ସବୁଦିନ ମୋତେ ସେରେ ଲେଖାଏଁ ମାଖନ ଦେବା କଥା । କିନ୍ତୁ ମୁଁ ଓଜନ କରି ଦେଖୁଛି, ସେ ମୋତେ ସେରକରୁ କମ୍ ଦେଉଛି ।” ପ୍ରଧାନ ତ ସେ କମଳାକୁ ଭଲକରି ଜାଣିଥିଲେ । କମଳା କେବେବି କାହାକୁ ଠକେ ନାହିଁ ।...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି...
ଶିବପୁରୀର ରାଜା ଧର୍ମନନ୍ଦନଙ୍କର ଦୁଇ ରାଣୀ ଥିଲେ । ବଡ ରାଣୀଙ୍କ ପୁଅର ନାମ ବିଜୟସେନ ଓ ସାନ ରାଣୀଙ୍କ ପୁଅର ନାମ ସତ୍ୟସେନ । ରାଜାଙ୍କ ଅନ୍ତେ ଯିଏ ବି ରାଜା ହେବ, ପୂର୍ବରୁ ତ ତାକୁ ଯୁବରାଜ ପଦରେ ଅଭିଷିକ୍ତ କରା ହେବା କଥା । ଦୁଇ ପୁଅଯାକ ଯୋଗ୍ୟ । ରାଜା କାହାକୁ ଯୁବରାଜ କରିବେ, ତାହା ସେ ଠିକ୍ କରିପାରୁ ନଥିଲେ । ସେଥିରେ ପୁଣି କିଛି ସମସ୍ୟା ବି ଥିଲା । ବଡ...
ସୋମେଶ୍ୱର ଏକ ବିରାଟ ଗ୍ରାମ! ସେଠାରେ ଅନେକ ଥିଲାବାଲା କୃଷକ, କେତେଜଣ ବ୍ୟବସାୟୀ ଓ ଜଣେ ଦୁଇଜଣ ଜମିଦାର ବସବାସ କରୁଥିଲେ । ତା’ଛଡା ସେ ଗ୍ରାମଟି ଦୁଇଟି ବଡ ବଡ ସହରର ମଝାମଝି ସ୍ଥାନରେ ଅବସ୍ଥିତ ହୋଇଥିବା ଯୋଗୁଁ ଗାଁ ମଝିଦେଇ ଅନେକ ଶଗଡ ଓ ସବାରୀ ତଥା ପଥଚାରୀମାନଙ୍କର ଚଳପ୍ରଚଳ ଲାଗି ରହିଥିଲା । ଗାଁରେ ଗୋଟିଏ ଯୋଡିଏ ଚଟିଘର ମଧ୍ୟ ଥିଲା । ସେ...
ବଳୀଙ୍କ ପୁତ୍ରର ନାମ ବାଣାସୁର ଥିଲା । ତା’ର ରାଜଧାନୀ ଶୋଣପୁର ନଗରୀ ଥିଲା । କୁହାଯାଏ ଯେ, ତା’ର ଅନେକ ଗୁଡିଏ ହାତ ଥିଲା; ସେ ତା’ ପିଲାଦିନରୁ ଭାରି ଦୁଷ୍ଟ ଓ ଉଦ୍ଦଣ୍ଡ ଥିଲା । ସେ ଦିନେ ଦେଖିଲା ଯେ ମଣିମାଣିକ୍ୟ ତଥା ସୁବର୍ଣ୍ଣରେ ପୂର୍ଣ୍ଣ ଏକ ଗୁମ୍ଫା ଭିତରେ ଭଗବାନ୍ କାର୍ତ୍ତିକେୟ ଖେଳୁଛନ୍ତି । ସେ ବାଳସୁଲଭ ଉତ୍ସାହର ସହିତ ଖେଳୁଥାନ୍ତି ଆଉ ତାଙ୍କର...
ପାଂଚ, ଛ ଶହ ବର୍ଷ ତଳର କଥା । ଚୀନର ଏକ ରାଜ୍ୟର ରାଜ-ପ୍ରତିନିଧି ଥିଲେ “ନି ଚିୟେନ୍” । ତାଙ୍କର ଅଗାଧ ସମ୍ପତ୍ତି । ଏକମାତ୍ର ପୁତ୍ର ତାଙ୍କର ଥାଏ । ତା’ ନାମ “ସାନ୍ ଚି” । ସାନ୍ ଚିର ବିବାହ ପରେ ତା’ର ମା’ ମରିଗଲେ । ପତ୍ନୀଙ୍କର ମୃତ୍ୟୁ ପରେ ନି ଚିୟେନ୍ଙ୍କର ଆଉ ରାଜକାର୍ଯ୍ୟରେ ମନ ଲାଗିଲା ନାହିଁ । ତେଣୁ ସେ ତାଙ୍କ କାର୍ଯ୍ୟରୁ ଇସ୍ତଫା ଦେଇ ଜମିବାଡି...
ସୌମେନ୍ଦ୍ର ନାମକ ଜଣେ ପଣ୍ଡିତ ଗୋଟିଏ ନଦୀକୂଳରେ ନିଜର ଏକ ଗୁରୁକୁଳ ଖୋଲିଥାନ୍ତି । ସେଠାକାର ବାତାବରଣ ଅତି ଚମତ୍କାର ଥାଏ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସେଠାରେ ରହିବାକୁ ସୁନ୍ଦର କୁଟୀର ସବୁ ଥାଏ । ତେଣୁ ସେଠାରେ ରହି ଶିକ୍ଷାପ୍ରାପ୍ତ କରିବାକୁ ବହୁତ ଛାତ୍ର ଲାଳାୟିତ ଥା’ନ୍ତି । ସେ ଗୁରୁକୂଳରେ ତ ଅନେକ ଛାତ୍ର ଥା’ନ୍ତି । ତନ୍ମଧ୍ୟରେ ରାଧାନାଥ...
କୌଣସି ଏକ ଗ୍ରାମରେ ଚିଦାମ୍ବର ନାମକ ଜଣେ ଧନୀ ଲୋକ ଥିଲା । ସେ ଅତ୍ୟନ୍ତ କଂଜୁସ ଥିଲା; କିନ୍ତୁ ତା’ର ସ୍ତ୍ରୀର ଦାନଧର୍ମ କରିବାରେହିଁ ବହୁତ ଶ୍ରଦ୍ଧା ଥିଲା । ଥରେ ସେହି ଗ୍ରାମରେ ସମସ୍ତେ ଚାନ୍ଦା କରି ଗୋଟିଏ ପର୍ବ ପାଳନ କରିବା ପାଇଁ ସ୍ଥିର କଲେ । ସେଥିପାଇଁ ବାହାରୁ ଭାଗବତ ଗୀତା ପାଠ କରିବା ପାଇଁ ଜଣେ ପଣ୍ଡିତଙ୍କୁ ଡକା ହେଲା । ଚିଦାମ୍ବରକୁ ଚାନ୍ଦା...
ଅବନୀ ନାମକ ଏକ ଯୁବକ ଜଣେ ସୁନାରୂପା ବ୍ୟବସାୟୀଙ୍କ ପାଖରେ ରହି ଚାକିରୀ କରୁଥାଏ । ହଠାତ୍ ସେ ବ୍ୟବସାୟୀଙ୍କର ଇଚ୍ଛା ହେଲା କି ସେ ସମୁଦ୍ରରେ ବାଣିଜ୍ୟ କରିବେ । ଯଦ୍ୱାରା ଦେଶବିଦେଶରେ ଜିନିଷ ବିକ୍ରି କରି ସେ ଖୁବ୍ ଅଳ୍ପ ସମୟରେ ବିପୁଳ ଧନ ପ୍ରାପ୍ତ କରିପାରିବେ । ତେଣୁ ସେ ଏ ବ୍ୟବସାୟ ଛାଡି ନିଜର ଧନସମ୍ପତ୍ତି ଓ ପିଲାପିଲିଙ୍କୁ ନେଇ ଅନ୍ୟ ସହରକୁ ଚାଲିଗଲେ ।...
ମୁକୁନ୍ଦ ନାମକ ଏକ ଯୁବକ କିଛି ସଉଦା କିଣିବାକୁ ଦୋକାନକୁ ଗଲା । ସେତେବେଳେ ତ ସେଠାରେ ଗ୍ରାହକମାନେ ଭିଡ କରିଥିଲେ । ତେଣୁ ସେ ସେଠାରେ କିଛି ସମୟ ଅପେକ୍ଷା କଲା, ଅନ୍ୟାନ୍ୟ ଗ୍ରାହକମାନେ ଯିବା ପରେ ସେ ଦୋକାନୀକୁ ସଉଦାର ତାଲିକା ଧରାଇ ଦେଲା । ତା’ପରେ ଦୋକାନୀ ସେ ତାଲିକା ମୁତାବକ ସବୁକିଛି ଦେଇ ସେସବୁର ମୂଲ୍ୟ ମଧ୍ୟ କହିଦେଲା । ମୁକୁନ୍ଦ ଟଙ୍କା ଦେଲା । ଦୋକାନୀ...
ସେନାପତି ବୀରସିଂହ ସୁମେଧ ରାଜ୍ୟ ମାଡି ବସିଛି । ପ୍ରଜାବତ୍ସଳ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେକଥା କେହି ବି ଜାଣନ୍ତି ନାହିଁ । ବସନ୍ତ ନାମକ ଜଣେ ଯୁବକ ରାଜାଙ୍କ ପାଖରେ ସେ ପ୍ରଶ୍ନ ଉଠାଇବା ମାତ୍ରେ ସେ ବନ୍ଦୀ ହେଲା । ବୃଦ୍ଧ ମନ୍ତ୍ରୀ ବୀରସିଂହକୁ ରାଜା ବୋଲି ସ୍ୱୀକାର କରିବାକୁ ଅନିଚ୍ଛୁକ ହେବାରୁ ବୀରସିଂହ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କଲା...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...


