ମଣିପୁର ଗ୍ରାମର ଦୁଇଜଣ ଭଦ୍ରଲୋକ ମନ୍ଦିର ତିଆରି କରିବା ପାଇଁ ଚାନ୍ଦା ସଂଗ୍ରହ କରୁଥା’ନ୍ତି । ସେହି ଗ୍ରାମର ଧନୀ ଲୋକ ଭୂଷଣସିଂହ ବହୁତ କଞ୍ଜୁସ୍ ଥିବାରୁ ଚାନ୍ଦାଦାତାଙ୍କ ନାମ ତାଲିକାରେ ତାଙ୍କ ନାମ ଆଦୌ ନଥିଲା । ଏକଥା ଶୁଣି ସେ ମନେ ମନେ ବହୁତ ଅପମାନିତ ବୋଧ କଲେ । ଦିନେ ସେ ସହରରୁ ଗ୍ରାମକୁ ଫେରିବା ବେଳେ ଚାନ୍ଦା ସଂଗ୍ରହକାରୀଙ୍କ ସହିତ ତାଙ୍କର ଦେଖାହେଲା ।...
Category - କାହାଣୀ
ଶିବପୁରୀର କନକଦାସଙ୍କର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ଥିଲେ । ସେ ଦୁଇପୁତ୍ର ହେଲେ ମୋହନ ଦାସ୍, କୃଷ୍ଣ ଦାସ ଓ ଝିଅଟିର ନାମ ରାଧା ଥିଲା । ସେମାନଙ୍କର ଉପଯୁକ୍ତ ବୟସ ହେବାରୁ କନକ ଦାସ ସମସ୍ତିଙ୍କର ବିବାହ କରାଇଲେ । ତାଙ୍କ ପତ୍ନୀ ସୁଗୁଣା ବୋହୁମାନଙ୍କୁ ନିଜ ଝିଅ ପରି ଭଲ ପାଉଥା’ନ୍ତି । ଝିଅ ରାଧା ମଧ୍ୟ ସେହି ଗାଁରେ ବିବାହ କରି ରହିଥାଏ । ତା’ ସ୍ୱାମୀ ଗାଁରେ...
ହରିପୁର ଗ୍ରାମରେ ଦୁଇ ଭାଇ ଥା’ନ୍ତି । ସେମାନେ ହେଲେ ଗୋବିନ୍ଦ ଓ ମୁକୁନ୍ଦ । ସେମାନେ ତାଙ୍କ ପିତାଙ୍କ ଅନ୍ତେ ନିଜ ନିଜର ଘର ତୋଳାଇଲେ । ଗୃହପ୍ରବେଶ ଦିନ ଜ୍ୟୋତିଷ ଶିବଶାସ୍ତ୍ରୀ ସେମାନଙ୍କୁ କହିଲେ ଯେ ଗୃହନିର୍ମାଣଶାସ୍ତ୍ର ଅନୁସାରେ ଗୃହ ଦୁଇଟି ନିର୍ମାଣ କରାଯାଇଛି ସତ, କିନ୍ତୁ ବଡ ପୁଅ ଗୋବିନ୍ଦ ପାଇଁ ଦକ୍ଷିଣ ପଟ ଗୃହ ଓ ସାନ ପୁଅ ମୁକୁନ୍ଦ ପାଇଁ ବାମପଟର ଗୃହ...
ଦ୍ରୌପଦୀ, ଶ୍ରୀକୃଷ୍ଣଙ୍କ ପତ୍ନୀମାନେ ଓ ଅନ୍ୟ ସବୁ ନାରୀମାନେ ମଧୁର ବାର୍ତ୍ତାଳାପରେ ମଗ୍ନ । ପୁରୁଷମାନେ ମଧ୍ୟ ଏକତ୍ରିତ ହୋଇ ଆନନ୍ଦ ମନରେ କଥାବାର୍ତ୍ତା କରୁଥା’ନ୍ତି । ସମସ୍ତେ ନିଜ ନିଜର ଅଭିଜ୍ଞତା କହି ଅନ୍ୟମାନଙ୍କୁ ବିସ୍ମୟ ମୁଗ୍ଧ କରୁଥା’ନ୍ତି । ଠିକ୍ ସେହି ସମୟରେ ଅନେକ ସ୍ଥାନରୁ ମୁନିଗଣ, ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦେଖିବାକୁ ଆସିଥାନ୍ତି । ପାଣ୍ଡବ ଓ...
ପ୍ରାଚୀନ କାଳରେ ଆରବ ଦେଶରେ ଜଣେ ସୁଲତାନ୍ ଥା’ନ୍ତି । ସେ ସର୍ବଦା ନାନା ବିଳାସ-ବ୍ୟସନରେ ବୁଡି ରହିଥା’ନ୍ତି ଓ ସେ ତାଙ୍କ ରାଜ୍ୟକାର୍ଯ୍ୟ ଆଦୌ ଭଲ ଭାବରେ ଚଳାଉ ନଥାନ୍ତି । ସେଥିପାଇଁ ତାଙ୍କ ରାଜ୍ୟରେ ଅରାଜକତା ବ୍ୟାପି ଥାଏ । କର୍ମଚାରୀମାନେ ମଧ୍ୟ ଅଳସୁଆ ହୋଇଗଲେ । ବ୍ୟବସାୟ ମଧ୍ୟ ନଷ୍ଟ ହେଲା । ପ୍ରଜାମାନଙ୍କ ଜୀବନ ବିପନ୍ନ ହେଲା । ସୁଲତାନ୍ଙ୍କ ପାଖରେ...
ରାମଚନ୍ଦ୍ର ସ୍ନାନ କରିବା ପାଇଁ ଯାଇ ସ୍ନାନାଗାରରେ ପଶିଲେ । ଏହାପରେ ଭିତରୁ ଛିଟିକିଣି ଲଗାଇ ଦେଇ ବହୁତ ଆରାମରେ ସେ ସ୍ନାନ କଲେ । ତା’ପରେ ସେ ବାହାରକୁ ଆସିବାକୁ ଚାହିଁବାରୁ ଛିଟିକିଣି ତ ଆଉ ଖୋଲୁ ନାହିଁ । ବହୁତ ଚେଷ୍ଟା କରି କିଛି ବି ଫଳ ହେଲା ନାହିଁ । ଭାଗ୍ୟକୁ ସେହି ସ୍ନାନାଗାରର କଣରେ ହାତୁଡିଟିଏ ପଡିଥିଲା । ସେଥିରେ ବାଡେଇ ବାଡେଇ ଛିଟିକିଣି କୌଣସି ମତେ...
କୌଣସି ଏକ ଗ୍ରାମରେ ଦରିଦ୍ର ଚାଷୀଟିଏ ଥାଏ । ତା’ର ନାମ ଦୀନୁ । ସେ ଓ ତା’ର ସ୍ତ୍ରୀ ବଡ ଧର୍ମପରାୟଣ ଥିଲେ । ସେମାନଙ୍କର ପିଲାପିଲି ଗୁଡିଏ ଥିବାରୁ ତାଙ୍କର ସବୁ ପଇସା ଖାଲି ଖାଇବାରେ ହିଁ ଯାଏ, ତାହା ମଧ୍ୟ କେବଳ ପଖାଳ ତୋରାଣୀ । ଯଦି ଭାତ ତରକାରୀ ଥରେ କେବେ ହୁଏ ତ ତାହା ସେମାନଙ୍କୁ ଭୋଜି ପରି ଲାଗେ । ଏହିପରି ଭାବେ ସେମାନେ ବଡ ଦାରିଦ୍ର୍ୟରେ ଜୀବନ...
ତେଜପୁର ଗ୍ରାମର ସବୁଠାରୁ ବଡ ସାହୁକାର ରତନଲାଲ୍ ଥିଲେ । ତାଙ୍କର ବ୍ୟବସାୟ ହେଉଛି ଟଙ୍କା କରଜ ଦେଇ ବହୁତ ସୁଧ ନେବା । କଷିକରି ସୁଧ ସିଏ ନିଅନ୍ତି ବୋଲି ସମସ୍ତେ ତାଙ୍କୁ ସୁଧଖୋର୍ ବୋଲି ଜାଣନ୍ତି । ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ମଧ୍ୟ ଲୋକେ ତାଙ୍କ ପାଖରୁ ଟଙ୍କା ନେବାକୁ ଆସନ୍ତି । ଦିନେ ସେ ଅନ୍ୟ ଗ୍ରାମମାନଙ୍କରୁ ସୁଧ ଅସୁଲ କରି ଦଶହଜାର ଟଙ୍କା ଧରି...
କେଦାର ଓ ବଦ୍ରି ନାମକ ଦୁଇଜଣ ତପସ୍ୱୀ ଗୋଟିଏ ଜଙ୍ଗଲରେ ରହି ତପସ୍ୟା କରୁଥା’ନ୍ତି । ଦିନେ ବଦ୍ରି, କେଦାରଙ୍କୁ କହିଲେ, “ବେଳେ ବେଳେ ମୋର ଭାରି ଇଚ୍ଛା ହୁଏ କି ମୁଁ ଏ ଜଙ୍ଗଲ ଛାଡି ସହରକୁ ଯାଇ ସେଠାରେ ଜୀବନ ବିତାନ୍ତି । କିନ୍ତୁ ମୋର ଏ ଇଚ୍ଛାକୁ ମୁଁ ବରାବର ଚାପି ରଖେ ।” ବଦ୍ରିଙ୍କର ଏଭଳି କଥା ଶୁଣି କେଦାର କିଛି ସମୟ ଚୁପ୍ ରହିଲେ । ତା’ପରେ ସେ...
ଯେଉଁ ପର୍ବତ ଉପରେ ମୁନି ସଦାନନ୍ଦ ଠିଆ ହୋଇଥିଲେ ସେଠାରୁ ସୂର୍ଯ୍ୟୋଦୟ ଅତି ଚମତ୍କାର ଦିଶୁଥାଏ । ଉଦୟ ସୂର୍ଯ୍ୟଙ୍କର କିରଣଜାଲ ବରଫାବୃତ ପର୍ବତ ଶିଖର ଉପରେ ପ୍ରତିବିମ୍ବିତ ହେବାରୁ ତାହା ଅତୀବ ରମଣୀୟ ହୋଇ ଉଠିଥାଏ । ପର୍ବତ ତଳକୁ ସୁନ୍ଦର ନଦୀ ବହି ଯାଉଥାଏ । ମୁନି ସଦାନନ୍ଦ ପ୍ରକୃତିର ଏହି ଅପୂର୍ବ ଶୋଭାକୁ ନିରୀକ୍ଷଣ କରୁ କରୁ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଉଠିଲେ ।...
କାନ୍ୟକୁବ୍ଜ ରାଜ୍ୟରେ ପୁଷ୍ପମିତ୍ର ନାମରେ ଜଣେ ମହାନ୍ କବି ରହୁଥିଲେ, ଥରେ ପଣ୍ଡିତ ଶ୍ରୀଧର ପୁଷ୍ପମିତ୍ରଙ୍କର କିଛି କବିତା ପଢିଲେ । ସେ ତଦ୍ୱାରା ଖୁବ୍ ପ୍ରଭାବିତ ହୋଇ କହିଲେ, “ବନ୍ଧୁ, ତୁମର କବିତା ଅଦ୍ୱିତୀୟ, ଯଦି ରାଜା ଏହାକୁ ଶୁଣିବେ ନା ସେ ବହୁତ ଆନନ୍ଦ ହେବେ । ତାଛଡା ତୁମର ଦାରିଦ୍ର୍ୟ ମଧ୍ୟ ଦୂର ହେବ । ତେଣୁ ତୁମେ ଯଥାଶିଘ୍ର ଯାଇ ରାଜାଙ୍କୁ ଦେଖାକର ।...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଏଥି ସହିତ ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ । କିନ୍ତୁ ରାଜା...
ଅର୍ଗୋସର ରାଜା ପ୍ରୋଇଟସ୍ଙ୍କ ସହିତ ବେଲ୍ଲୋରୋଫନ୍ ନାମକ ଏକ ରାଜକୁମାର ସାକ୍ଷାତ୍ କରିବାକୁ ଆସି ତାଙ୍କ ପ୍ରାସାଦରେ ଅତିଥି ହୋଇ ରହିଥା’ନ୍ତି । ବେଲ୍ଲୋରୋଫନ୍ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ତଥା ବୁଦ୍ଧିମାନ୍ ଥିଲେ । ସେଥିପାଇଁ ରାଜା ପ୍ରୋଇଟସ୍ ତାଙ୍କୁ ଇର୍ଷ୍ୟା କରି ମାରିଦେବାକୁ ଚାହିଁଲେ । ସମ୍ମୁଖ ଯୁଦ୍ଧରେ ତ ସେ ତାଙ୍କର ଶତ୍ରୁଙ୍କୁ କେବେ ମଧ୍ୟ ମାରିପାରିବେ...
ଚନ୍ଦନପୁର ଗାଁର ମୁଖିଆ ବୀରସିଂହ ବଡ ଦୁଷ୍ଟ ପ୍ରକୃତିର ଲୋକ ଥିଲେ, ସରଳ ଲୋକଙ୍କୁ ହଇରାଣ କରି ସେ ବହୁତ ଖୁସି ହେଉଥିଲେ । ସେହି ଗାଁରେ ଦୀନୁ ନାମକ ଜଣେ ଯୁବକକୁ ଥରେ ସେ କହିଲେ, “ଆରେ ଦୀନୁ, ତୁ କେଉଁଠି ରହିଛୁ? ଆମ ଘରକୁ ଆସି, ମୋତେ ଜମିଜମା କାମରେ ଟିକିଏ ସାହାଯ୍ୟ କର; ଦେଖିବୁ ଭଗବାନ୍ ତୋତେ ନିଶ୍ଚୟ ଭଲ ଫଳ ଦେବେ ।” ଏହାପରେ ବିଚାରା ଦୀନୁକୁ ମୁଖିଆ ଅଳ୍ପ...
ରାଜା କୀର୍ତ୍ତି ବର୍ମାଙ୍କର ବିଶାଳ ଦେଶରେ ଶାସନ ଥିଲା । ତାଙ୍କ ଶାସନ ଯୋଗୁଁ ତାଙ୍କ ରାଜ୍ୟ ସମୃଦ୍ଧିଶାଳୀ ଥିଲା ଓ ସେଠାକାର ପ୍ରଜାମାନେ ଅତ୍ୟନ୍ତ ଶାନ୍ତି ତଥା ଆନନ୍ଦରେ ରହୁଥିଲେ । ପଡୋଶୀ ରାଜ୍ୟର ବିଦୁଷକ ଥରେ ସେ ରାଜାଙ୍କ ସହିତ ଆସି କଥା କହୁ କହୁ କହିଲେ, “ଆପଣଙ୍କ ରାଜ୍ୟରେ ଶାନ୍ତି, ଆନନ୍ଦ, ବିଭବ ସବୁ ବିରାଜମାନ କରୁଛି । ହେଲେ ମୁଁ ଲକ୍ଷ୍ୟ କରି ଦେଖିଲି...


