ଗଜପୁର ଗ୍ରାମରେ ଶଙ୍କରଦାସ ନାମକ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଥା’ନ୍ତି । ତାଙ୍କର ଯେତିକି ଧନ ଥିଲା ଯଶ ମଧ୍ୟ ଠିକ୍ ସେତିକି ଥିଲା । ଦିନେ ସେ ସଂଧ୍ୟାବେଳେ ପଡୋଶୀ ଗ୍ରାମରୁ ଫେରିବା ବେଳେ ବାଟରେ ତାଙ୍କ ଗୋଡ ଖସିଗଲା । ଯାହା ଦ୍ୱାରାକି ସେ ଗୋଟାଏ ପଙ୍କ ଗଡିଆରେ ପଡି ପ୍ରାୟ ଛାତି ପର୍ଯ୍ୟନ୍ତ ପଙ୍କରେ ବୁଡିଗଲେ । ସେ ତା’ଭିତରୁ ବାହାରିବାକୁ ଯେତେ ଚେଷ୍ଟା କଲେ ବି...
Category - କାହାଣୀ
ପ୍ରାଚୀନ କାଳର କଥା । ଚୀନ୍ ଦେଶରେ ଚ୍ୟାଙ୍ଗ ନାମରେ ଜଣେ ମହାବୀର ଥିଲେ । ଦୁଷ୍ଟ ଓ ଅତ୍ୟାଚାରୀମାନଙ୍କୁ ଦମନ କରିବାରେ ଓ ସାଧୁ ଲୋକଙ୍କୁ ସହାୟତା କରିବାରେ ସେ ନିଜର ବଳ ଉପଯୋଗ କରୁଥା’ନ୍ତି । ଥରେ ସେ ବୀର ଯୋଦ୍ଧା ଚ୍ୟାଙ୍ଗ ରାଜଧାନୀ ଅଭିମୁଖେ କୌଣସି ଏକ କାରଣରୁ ଯାଉଥା’ନ୍ତି । ମାତ୍ର ସଂଧ୍ୟ୍ୟା ହେବା ବେଳକୁ ସେ ବାଟ ଭୁଲି ଅନ୍ୟ ରାସ୍ତାରେ ଯାଉଥା’ନ୍ତି ।...
ଗୋଟିଏ ଗ୍ରାମରେ ତିନୋଟି ଭାଇ ରହୁଥାନ୍ତି, ସେମାନେ ହେଲେ ରାମ, ଶ୍ୟାମ ଓ ମୋହନ । ସେମାନଙ୍କ ବାପା ମରିଯିବା ପରେ ବଡ ଦୁଇଭାଇ ସବୁ ସମ୍ପତ୍ତି ଭାଗ କରିନେଲେ । ସାନ ମୋହନ ଥିଲା ଗଜମୂର୍ଖ । ତାକୁ ଗୋଟାଏ ବଳଦ ଓ କାଠ ବାକ୍ସଟିଏ ଦେଇ ତା’ର ବଡଭାଇମାନେ ତାକୁ ଠକିଦେଲେ । ଦିନେ ମୋହନ ଦେଖିଲା ରାମ ଓ ଶ୍ୟାମ ହାଟକୁ ଯାଉଛନ୍ତି ଓ ବ୍ୟବସାୟ କରି ପଇସା...
ଶ୍ରୀପତି ପ୍ରଧାନଙ୍କ ଘର ସୁଜନଗଡ ଗାଁରେ । ତାଙ୍କ ପୁଅ ଭୂପତି ଯୁବକ ହେଲେ ବି ସେ କିଛି କାମଦାମରେ ମୋଟେ ଆଗ୍ରହ ଦେଖାଉ ନଥାଏ । ଅର୍ଥାତ୍ ତା’ ବାପାଙ୍କ ଉପରେ ସେ ପୁରା ନିର୍ଭର କରି ରହିଥାଏ । ତା’ ବାପା ତ ବେଶ୍ ଥିଲାବାଲା ଲୋକ । ଜମି ଅନେକ । ତେଣୁ ଚିନ୍ତା ଆଉ କ’ଣ? କିନ୍ତୁ ହଠାତ୍ ଶ୍ରୀପତି ଅସୁସ୍ଥ ହୋଇ ପଡିଲେ । ସେ ବୁଝିପାରିଲେ ଯେ ଏଥର...
ସୁମେଧ ରାଜ୍ୟର ସୁନ୍ଦର ରାଜଧାନୀ ଶାନ୍ତିପୁର । ସେଠିକାର ରାଜା ଶାନ୍ତିଦେବ ସୁଖରେ ପ୍ରଜା ପାଳୁଥିଲେ । ଦିନେ ଉତ୍ସବମୁଖର ରାତିରେ ତାଙ୍କର ସ୍ୱାର୍ଥପର ସେନାପତି ବୀରସିଂହ ରାଜା, ରାଣୀ ଓ ଶିଶୁ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା । ରାଣୀ ଶିଶୁ ରାଜପୁତ୍ରଙ୍କୁ ଧରି ସୁଡଙ୍ଗ ପଥରେ ଖସି ଚାଲିଗଲେ । ରାଜା ବୀରତ୍ୱର ସହ ଲଢେଇ କରି ନଈ ଭିତରକୁ ଡେଇଁ ପଡି...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ବୋଧ ନକରି ପୁନରାୟ ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ମନୋହର ଥିଲାବାଲା ଘରର ପିଲା । ଶିଶୁ ବୟସରୁ ସେ ତ ତା’ ବାପାଙ୍କୁ ହରାଇଥାଏ । ତେଣୁ ମା ତାକୁ ବହୁତ ଆଦରରେ ବଢାଇଥାନ୍ତି । ତେଣେ ମା’ଙ୍କ ମା, ଅର୍ଥାତ୍ ତା’ର ଆଇ, ତାକୁ ଆହୁରି ଆଦର କରୁଥାନ୍ତି । ତା’ର ମାମୁଁ ନଥିବାରୁ ଆଇଙ୍କ ସବୁ ସମ୍ପତ୍ତି ମଧ୍ୟ ତାକୁ ମିଳିବ ବୋଲି ମନୋହର ଜାଣିଥାଏ । ମନୋହରର ଧାରଣା ହୋଇଯାଉଥାଏ, ସେ ଯାହାକୁ ଯାହା କହିଲେ...
ରାଜା ବିଜୟଦେବ ଅନୁପମ ନାମକ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେ ଜଣେ ଜ୍ଞାନୀ ଗୁଣୀ ରାଜା ଥିଲେ । ତାଙ୍କ ଦରବାରରେ ସେ ନାନା ଦେଶରୁ ବୁଦ୍ଧିମାନ ଓ ଜ୍ଞାନୀ ପଣ୍ଡିତମାନଙ୍କୁ ଡକାଉଥିଲେ । କାହିଁକିନା ତାଙ୍କ ଦରବାରରେ ଜ୍ଞାନର ବିଶେଷ ଆଦର ଥିଲା । ତେଣୁ ସେ ପଣ୍ଡିତମାନଙ୍କୁ ଡକାଇ ସେମାନଙ୍କ ଭିତରେ ପ୍ରଶ୍ନୋତ୍ତର ଓ ଆଳାପ ଆଲୋଚନା କରାଉଥିଲେ । ତଦ୍ୱାରା...
ଶ୍ରୀକୃଷ୍ଣ ଦୂରରୁ ଥାଇ ବାଣାସୁରର ନଗରୀକୁ ଅବଲୋକନ କରିବାକୁ ଲାଗିଲେ । ଠିକ୍ ସେତିକିବେଳେ ନାରଦ ଆସି ସେଠାରେ ପହଁଚିଲେ ଓ କହିଲେ, “ପ୍ରଭୁ, ଆପଣ ଏକଥା ଲକ୍ଷ୍ୟ କରିଛନ୍ତି କି ପାର୍ବତୀଙ୍କ ସହିତ ସ୍ୱୟଂ ପରମେଶ୍ୱର ମଧ୍ୟ ଏହି ନଗରୀକୁ ରକ୍ଷା କରୁଛନ୍ତି? ତେଣୁ ଆପଣଙ୍କ କାର୍ଯ୍ୟ ସଫଳ ହେବାକୁ ବହୁତ କଷ୍ଟ ହେବ । ସ୍ୱୟଂ ଶିବଙ୍କ ସହ ଯୁଦ୍ଧ କରିବା ତ କିଛି ସହଜ କଥା...
କୌଣସି ଏକ ଗ୍ରାମରେ ବଲ୍ଲଭ ନାମକ ଏକ କାଠୁରିଆଟିଏ ଥାଏ । ଦିନେ ଭୋର୍ରୁ ଉଠି ସେ କାଠ କାଟିବାକୁ ଯିବ ବୋଲି ବାହାରିଛି । ଠିକ୍ ସେହି ସମୟରେ ତା’ ସ୍ତ୍ରୀ ତାକୁ କହିଲା, “କାଲି ଆମ ଝିଅର ଜନ୍ମଦିନ, ଏହା ଜାଣିଛ ତ? ତେଣୁ ଆଜି ବେଶି କାଠ କାଟି ବଜାରରେ ବିକ୍ରିକଲେ ହାତକୁ କିଛି ଟଙ୍କା ଆସିବ । ଝିଅ ପାଇଁ ନୂଆ ପୋଷାକ ଅଣା ହେବ; ପୁଣି ପଡୋଶୀମାନଙ୍କୁ ବି ଆମେ ଖାଇବାକୁ...
ଦୁଇହଜାର ବର୍ଷ ତଳେ ଚୀନ୍ ଦେଶରେ ସୋ-ପୋ-ତାବୁ ନାମକ ଏକ ବୃଦ୍ଧ ପଣ୍ଡିତ ଥିଲେ । କିନ୍ତୁ ତାଙ୍କ ପାଣ୍ଡିତ୍ୟକୁ ଚିହ୍ନି ତାଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେବା ଭଳି ବ୍ୟକ୍ତି ତାଙ୍କ ଆଖପାଖରେ କେହି ବି ନଥିଲେ । ତେଣୁ ସେ ବଡ ଆର୍ଥିକ ସଂକଟ ମଧ୍ୟ ଦେଇ ଜୀବନ ନିର୍ବାହ କରୁଥା’ନ୍ତି । ସେଠାରୁ ଅନେକ ଦୂରରେ ଚୁ ନାମକ ଏକ ରାଜ୍ୟ ଥାଏ । ସେଠାକାର ରାଜା ଜ୍ଞାନୀ ଗୁଣି...
ରାମନଗର ଗ୍ରାମରେ ଦୁଇବନ୍ଧୁ ରହୁଥିଲେ, ସେମାନେ ହେଲେ ଧୀରଚନ୍ଦ ଓ ବୀରଚନ୍ଦ । ସେ ଦୁଇଜଣ ମିଶି ବଡ ବଗିଚାଟିଏ କିଣିଲେ । ଦୁହେଁ ମିଶି ନାନା ଫସଲ ଓ ଗଛ ସବୁ ଲଗାଇଲେ । ଧୀରଚନ୍ଦ ତ ତା’ପିଲାଟି କାଳରୁ ସେ ଭାରି ଅଳସୁଆ । ବସି ବସି ଭଜନ ଗାଏ । ଖଞ୍ଜଣୀ ବଜାଏ ଗୀତ ଗାଏ । କିନ୍ତୁ ବୀରଚନ୍ଦ ସାରାଦିନ ଖଟି ଖଟି ବଗିଚାଟିକୁ ସବୁଜ ସୁନ୍ଦର କରି ରଖିଥାଏ । କିନ୍ତୁ ଫଳ...
ବିଶ୍ୱନାଥ ତ ତାଙ୍କ ପିଲାକାଳରୁ ଅନେକ ମେହେନତ୍ କରି ସମ୍ପତ୍ତିବାଡି ସବୁ କରିଥିଲେ । ତାଙ୍କର ଜମିବାଡି ଥିଲା; ସେ ଟଙ୍କା ପଇସା ବି କରଜ ଲଗାଇ ସୁଧ ପାଉଥିଲେ; ତା’ଛଡା ତାଙ୍କର ଗୋଟାଏ ଦୋକାନ ବି ଥିଲା । ଏହିପରି ଭାବେ ତିନି ଦିଗରୁ ତାଙ୍କର ଭଲ ଆୟ ହେଉଥିଲା । ବିଶ୍ୱନାଥ କେବେ ବି କାହାରି ପ୍ରତି ଅନ୍ୟାୟ କରୁ ନଥିଲେ । ରାମନାଥ ବିଶ୍ୱନାଥଙ୍କର ଗୋଟିଏ ବୋଲି ପୁଅ...
ସୂର୍ଯ୍ୟବର୍ମାଙ୍କ ନିଧନ ସମ୍ବାଦ ତାଙ୍କ ପୁଅକୁ ଦେବା ନିମନ୍ତେ ସୁବାହୁ ନାମକ ସେବକ ଘୋଡା ଚଢି ପାର୍ବତ୍ୟ ପଥରେ ଯାଉଁ ଯାଉଁ ଘୋଡାଟି ମୃତ୍ୟୁ ମୁଖରେ ପଡିଲା । ସୁବାହୁ ଦଳେ ଲୋକଙ୍କୁ ଦେଖି ସେମାନଙ୍କଠିଁ ପହଁଚିଲା, କିନ୍ତୁ ସେଠି ତାକୁ ସନ୍ଦେହ କରି ଅନ୍ୟମାନେ ଘେରିଗଲେ । ତା’ପରେ– ସୁବାହୁ ମୁହୂର୍ତ୍ତକ ନିମନ୍ତେ ନିଶ୍ଚେଷ୍ଟ ହୋଇଗଲେ । ମୃତ୍ୟୁ ନିକଟ ହୋଇଗଲାଣି...
ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ବର୍ଷା ବି ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରିରୀମାନଙ୍କ ଅଟ୍ଟହାସ୍ୟ ମୃଦୁମୃଦୁ ବଜ୍ରଧ୍ୱନି ମଝିରେ ଶୁଭୁଥାଏ । ତତ୍ସହିତ ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଇତସ୍ତତଃ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ...


