ଜ୍ଞାନ ଓ ଭାଷଣ

ଜଣେ ଶାସ୍ତ୍ରବିଦ୍ ପଣ୍ଡିତ ଥିଲେ । ତାଙ୍କ ନାମ ଲକ୍ଷ୍ମଣ ଆଚାର୍ଯ୍ୟ । ସେ ଆଚାର୍ଯ୍ୟଙ୍କର ତ ଅନେକ ଶିଷ୍ୟ ଥିଲେ । ଯେଉଁମାନେ ତାଙ୍କର ଶିଷ୍ୟ ନଥିଲେ, ସେମାନେ ବି ତାଙ୍କୁ ଗଭୀର ଶ୍ରଦ୍ଧା କରୁଥିଲେ । କାରଣ ଆଚାର୍ଯ୍ୟଙ୍କର ଯେପରି ଶାସ୍ତ୍ରଜ୍ଞାନ ଥିଲା, ସେହିପରି ଲୋକଙ୍କୁ ସରଳ ଭାବରେ ବୁଝାଇବାର ଶକ୍ତି ମଧ୍ୟ ତାଙ୍କର ଥିଲା । ଜଟିଳ ସମସ୍ୟା ସବୁର ସେ ଅତ୍ୟନ୍ତ ସରଳ...

Read More

ହସର କାରଣ

ଶିବପୁର ଓ ସ୍ୱର୍ଣ୍ଣପୁର ନାମରେ ଦୁଇଟି ପଡୋଶୀ ରାଜ୍ୟ ଥିଲା । କିନ୍ତୁ ପ୍ରାୟ ତିନି ଚାରି ପୀଢି ଧରି ସେ ଦୁଇରାଜ୍ୟ ମଧ୍ୟରେ ଶତୃତା ଲାଗି ରହିଥିଲା । ସେ ଦୁଇ ରାଜ୍ୟର ଅର୍ଥ-ଶକ୍ତି ସେନା-ଶକ୍ତି ପ୍ରାୟ ସମାନ; ତେଣୁ ସେମାନଙ୍କ ମଧ୍ୟରୁ କେହି ବି କାହାକୁ ଜିଣିପାରୁ ନଥିଲେ । କିଛିଦିନ ପରେ ଧୀରେ ଧୀରେ ସ୍ୱର୍ଣ୍ଣପୁରୀର ସେନାବଳ କମ୍ ହୋଇଗଲା । ସେତେବେଳେ ସେଠାକାର...

Read More

ବିଶ୍ୱାସ ଘାତକ

ଏକଦା ବ୍ରହ୍ମଦତ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ ତାଙ୍କ ରାଜ୍ୟରୁ ଗୋଟିଏ ବୋଇତ ଅନେକ ଲୋକ ଓ ଜିନିଷ ଧରି ଦେଶାନ୍ତରକୁ ବାଣିଜ୍ୟ ଉଦ୍ଧେଶ୍ୟରେ ଗଲା । କିନ୍ତୁ ଅଧ ବାଟରେ ଝଡ ହେବାରୁ ସେହି ବୋଇତଟି ଅଚାନକ ବୁଡିଗଲା ଓ ଜଣେ ବ୍ୟକ୍ତି ଛଡା ବାକି ଅନ୍ୟ ସମସ୍ତେ ବୁଡି ମରିଗଲେ । ଗୋଟିଏ କାଠକୁ ଧରି ଭାସି ଭାସି ଯାଇ ସେ କରମ୍ବି ନଗରର ଉପକୂଳରେ ପହଁଚିଲା...

Read More

କନ୍ୟା ନର୍ମଦା

ମଇକାଲ ପର୍ବତମାଳା ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରା ଅତ୍ୟନ୍ତ ଶୋଭନୀୟ ଅଂଚଳ ଥିଲା । ଛଅ ଋତୁଯାକ ସେଠାରେ ପୂର୍ଣ୍ଣ ଭାବରେ ବିକଶିତ ହେଉଥିଲେ । ସେଠି ଦେବଦେବୀମାନେ ଭ୍ରମଣ କରିବାକୁ ଭାରି ସୁଖ ପାଉଥିଲେ । ଶିବ ଥରେ ସେଠାରେ ଅବତରଣ କଲେ । ଉକ୍ତ ସ୍ଥାନର ସୌନ୍ଦର୍ଯ୍ୟ ଓ ଶାନ୍ତିରେ ମୁଗ୍ଧ ହୋଇ ସେ ସେଠାରେ ଧ୍ୟାନମଗ୍ନ ହେଲେ । ଏହି ଭିତରେ ଦୀର୍ଘକାଳ ବିତିଗଲା । ଶିବ...

Read More

କଞ୍ଜୁସ୍ ଓ କରିତ୍କର୍ମା

ବୀରପୁର ଗୋଟାଏ ସମୃଦ୍ଧ ଗାଁ । ଆଉ ସେହି ଗାଁରେ ବିକ୍ରମ ମହାପାତ୍ର ସବୁଠାରୁ ଧନୀକ ଶ୍ରେଣୀର ବ୍ୟକ୍ତି ଥିଲେ ।                 ସେ ଧନୀ ସିନା, କିନ୍ତୁ ଭୀଷଣ କୃପଣ । ଲୁହା ଚିପୁଡି ତହିଁରୁ ପାଣି ବାହାର କରିବା ଯେପରି ଅସମ୍ଭବ, ତାଙ୍କ ପକେଟରୁ ପଇସାଟିଏ ବାହାର କରିବା ବି ଠିକ୍ ସେହିପରି ଅସମ୍ଭବ ।                 ଥରେ ଗାଁ ଲୋକେ ଗୋଟାଏ ବିଦ୍ୟାଳୟ...

Read More

ବିଦୂଷକଙ୍କ ମନ୍ତ୍ରଶକ୍ତି

ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା । ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ ।                 ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି – ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ । କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ...

Read More

ବିନା ଲାଭରେ

ମହେନ୍ଦ୍ର ଓ ବସନ୍ତ ଦୁଇ ପ୍ରତିବେଶୀ ଥିଲେ । ମହେନ୍ଦ୍ର ଦୋକାନଟିଏ କରିଥାଏ । ସେ କାହାଠୁଁ ବେଶି ଲାଭ ନିଏ ନାହିଁ କି ଭେଜାଲ୍ ବିକେ ନାହିଁ କି କାହାକୁ ବି ସେ କେବେବି ଠକେ ନାହିଁ । କିନ୍ତୁ ତାହା ବୋଲି ସେ ବିନା ଲାଭରେ କାହାରି ପାଇଁ କିଛି କରିବ, ସେଭଳି ଦୃଷ୍ଟାନ୍ତ ବି ନଥାଏ । ବସ୍ତୁତଃ ସର୍ବଦା ସେ ଖୋଲା ଖୋଲି ଭାବେ କହୁଥାଏ, “ମୁଁ ବିନା ଲାଭରେ କେବେ ବି...

Read More

ହସ ଏବଂ ଲୁହ

ବାଗଦାଦ୍ ନଗରୀର ଅଦୂରରେ ଗୋଟିଏ ଗ୍ରାମ ଥାଏ । ସେ ଗ୍ରାମର ବିଶିଷ୍ଟ ଲୋକେ ଅପରାହ୍ନରେ ସାଧାରଣତଃ ଗୋଟାଏ ବିରାଟ ଗଛର ଛାଇରେ ବସି ଗପସପ ହେଉଥାନ୍ତି । ଦିନେ ସେମାନେ ଗପରେ ମଜ୍ଜି ରହିଛନ୍ତି, କେତେବେଳେ ଯେ ଜଣେ ଅଜଣା ପଥିକ ସେହି ଗଛର ଅନ୍ୟ ପଟରେ ଛାଇରେ ଆସି ବସି ଗଲାଣି, ସେକଥା ସେମାନେ ଜାଣି ନଥାନ୍ତି । ଜଣେ ଗ୍ରାମବାସୀ କହୁଥାନ୍ତି, “ଘରଟି ତିଆରି କରିବା ଦିନରୁ...

Read More

ଉପସ୍ଥିତ ବୁଦ୍ଧି

ଶ୍ୟାମଲାଲ ଓ ହରିମୋହନ ଉଭୟେ ବଣିକ । ଦୁହିଁଙ୍କ ଘର ଗୋଟାଏ ସହରରେ । ଦୁହେଁ ବାଣିଜ୍ୟ କରିବାକୁ ଶ୍ରୀପୁର ଯାଇଥିଲେ ସେଇଠି ହିଁ ସେ ଦୁହିଁଙ୍କର ଦେଖା ହୋଇଗଲା ।                 ଶ୍ୟାମଲାଲ ବୋଇତରେ ସେଠାକୁ ଯାଇଥିଲେ । ମାତ୍ର ସ୍ଥଳ ପଥରେ ହରିମୋହନ ସେଠାକୁ ଯାଇଥିଲେ । ଶ୍ୟାମଲାଲଙ୍କ ଅନୁରୋଧରେ ହରିମୋହନ ନିଜ ସହକାରୀ ତିନିଜଣଙ୍କ ସମେତ ତାଙ୍କ ବୋଇତରେ ଦେଶକୁ...

Read More

ଶିବ ପୁରାଣ

ମହାଶୂନ୍ୟରେ ପ୍ରଥମେ ଯେତେବେଳେ ବିଶ୍ୱର ଉଦ୍ଭବ ହେଲା, ସେତେବେଳେ ତାହା ଜଳମଗ୍ନ ଥିଲା । ଗଭୀର ଅନ୍ଧାର ତାକୁ ଘେରି ରହିଥାଏ । ସେତେବେଳେ ସେ ବିଶ୍ୱବ୍ୟାପି ଜୀବନର କ୍ଷୀଣତମ ପ୍ରମାଣ ମଧ୍ୟ ନ ଥାଏ । ଗଭୀର ଅନ୍ଧକାର ମଧ୍ୟରେ ନିମଦ୍ୱିତ ବିଶ୍ୱ ସମ୍ପୂର୍ଣ୍ଣ ନିର୍ଜୀବ ଥାଏ । ତେବେ ଜଡତା ଓ ଅନ୍ଧକାର ଭିତରେ ଚେତନା ଏବଂ ଆଲୋକ ଲୁଚି ରହିଥିଲା । କ୍ରମେ ତାହା ଏକ ଭାସ୍ୱର...

Read More

ବୃଷଭ ବୁଝିଲା

ବହୁଦିନ ତଳର କଥା । ମହାଦେବଶାସ୍ତ୍ରୀ ନାମକ ଜଣେ ମହାନ୍ ପଣ୍ଡିତ ଗୋଟିଏ ଗୁରୁକୂଳ ପ୍ରତିଷ୍ଠା କରି ସେଠାରେ ତାଙ୍କ ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥାନ୍ତି । ଶାସ୍ତ୍ରୀ ଅନେକ ପ୍ରକାର ମନ୍ତ୍ରତନ୍ତ୍ରରେ ସିଦ୍ଧି ଲାଭ କରିଥିବା କଥା ତ ସମସ୍ତଙ୍କୁ ଜଣାଥିଲା । ତେବେ ଶାସ୍ତ୍ରୀ କେବେବି ମନ୍ତ୍ରଚର୍ଚ୍ଚା କରୁ ନଥିଲେ କି ନିଜ ସିଦ୍ଧିର ପରିଚୟ କାହାରିକୁ ବି ଦେଉ ନଥିଲେ...

Read More

ଶାଶୁଙ୍କ ଆତ୍ମା

ରାମଚନ୍ଦ୍ର ନାମକ ଜଣେ ଧାନ ବ୍ୟବସାୟୀ ବାଲା ଗ୍ରାମରେ ରହୁଥା’ନ୍ତି । ସେ ଥରେ ତାଙ୍କର କୌଣସି ଏକ କାମ ପାଇଁ ସହରକୁ ଯାଇଥା’ନ୍ତି । ସେଠାରେ ପହଁଚି ସେ ନିଜର କାମଦାମ ଶେଷ କରି ଭାବିଲେ ଏବେ ସେ ରହିବେ କେଉଁଠି, ଠିକ୍ ସେତିକିବେଳେ ହଠାତ୍ ତାଙ୍କର ମନେ ପଡିଲା କି ତାଙ୍କ ଭଉଣୀ ଭାରତୀ ଓ ତା’ର ସ୍ୱାମୀ ସୁଭାଷ ସେହି ସହରରେ ରହୁଛନ୍ତି । ତା’ପରେ ସେ ରାମଚନ୍ଦ୍ର ଆଗ ପଛ...

Read More

ଗଜ ମୂର୍ଖ

ଗୋଲିଆ କାଠ କାଟି ସେସବୁ ବିକ୍ରି କରି ସେଇଥିରେ ହିଁ ସେ ତା’ର କୁଟୁମ୍ବ ଚଳାଏ । ଦିନେ ବଣକୁ ଯିବା ବାଟରେ ସେ ଏକ ଚକଚକିଆ ଛୋଟ ପଥର ପରି କିଛି ପଡିଥିବାର ଦେଖିଲା । ତା’ପରେ ସେଇଟିକୁ ସେ ହାତରେ ଉଠାଇ ନେଇ ଏପଟ ସେପଟ କରି ଦେଖିଲା । ତାହା ଦେଖିବାକୁ ସୁନ୍ଦର ହୋଇଛି । ପୁଣି ସେଥିରେ ସୂର୍ଯ୍ୟକିରଣ ପଡିବାରୁ ଯେମିତି ଲାଗୁଛି ସେଥିରୁ ଆଲୁଅ ବାହାରୁଛି ।...

Read More

ଅପୂର୍ବଙ୍କ ପରାକ୍ରମ

ଅପୂର୍ବ ହେଉଛି କୁନି ମଣିଷଟିଏ । କିନ୍ତୁ ତା’ ପାଖରେ ଅଲୌକିକ ଶକ୍ତି ସବୁ ଥାଏ । କାରଣ ତା’ର ଆବିର୍ଭାବ ଏହି ପୃଥିବୀ ଉପରେ ହିମାଳୟରେ ବାସ କରୁଥିବା ମୁନି ସଦାନନ୍ଦଙ୍କ ତପୋବନରୁ । ପୃଥିବୀର ଦୁଃଖୀ ଲୋକଙ୍କର ସମସ୍ତ କଷ୍ଟ ଦୂର କରିବାକୁ ସେ ଚାହେଁ । ପ୍ରଥମେ ସେ ଗୋଟିଏ ଗ୍ରାମରେ ଗରୀବଲୋକଙ୍କୁ ଜମିଦାରର ଅତ୍ୟାଚାରରୁ ମୁକ୍ତ କଲା । ପୁଣି ସମୀର ନାମକ ଏକ ବାଳକକୁ...

Read More

କାର୍ଯ୍ୟକୁଶଳତା

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତଳେ ମଧ୍ୟ ବିଚଳିତ ବୋଧ ନକରି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ