ମାଣିକପୁର ଗ୍ରାମରେ ମାଧବ ଓ ରାମ ଦୁହେଁ ପଡୋଶୀ ଭାବରେ ରହୁଥା’ନ୍ତି । ସେ ଦୁହେଁ ଶିକ୍ଷିତ । କିନ୍ତୁ ଚାକିରୀ ପାଉ ନଥିବାରୁ ସେମାନେ ଗ୍ରାମରେ ଛୋଟ ଛୋଟ କାମ କରି କିଛି କିଛି ରୋଜଗାର କରି ଚଳୁଥା’ନ୍ତି । ରାମ ନିଜର ଦରିଦ୍ରତା କଥା ଭାବି ଭୀଷଣ ରାଗିଯାଏ ଓ ସ୍ତ୍ରୀ ପିଲାଙ୍କୁ ଗାଳିଗୁଲଜ କରି ସେ ତା’ ମନ ଶାନ୍ତ କରେ । ମାଧବ କିନ୍ତୁ ନିଜ ସ୍ତ୍ରୀ ପିଲାଙ୍କ ସହିତ...
Category - କାହାଣୀ
ଦିନେ ଶିବ ଏବଂ ପାର୍ବତୀ ନନ୍ଦନ କାନନରେ ବୁଲୁଥିଲେ । ଶିବ ପାର୍ବତୀଙ୍କୁ କଳ୍ପବଟ ଦେଖାଇ ଦେଲେ । ସେ ବୃକ୍ଷର ଶକ୍ତି ପରୀକ୍ଷା କରିବା ନିମନ୍ତେ ପାର୍ବତୀ ତା’ ତଳକୁ ଯାଇ କହିଲେ, “କଳ୍ପବଟ, ତମେ ମୋତେ ଗୋଟାଏ କମନୀୟ ଶିଶୁ ଦେଇ ପାରିବ?” ତତ୍କ୍ଷଣାତ୍ ତାଙ୍କ ବାହୁ ଯୁଗଳ ଉପରେ ସୁନ୍ଦର ଶିଶୁ କନ୍ୟାଟିଏ ଦେଖାଦେଲା । ତା’ର ନାମ ଅଶୋକ ସୁନ୍ଦରୀ...
ସିଂହପୁରୀକୁ ଗୋଟାଏ ସହର ବୋଲି କୁହାଯାଇ ପାରିବ ନାହିଁ । ବରଂ ତାହା ଗୋଟାଏ ବଡ ଗ୍ରାମ ଥିଲା । ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ ବଜାର ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ୍ ସମୃଦ୍ଧ ଥିଲେ । ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ । ମାତ୍ର...
ଶିବପୁରର ରାଜା ଶ୍ରୀଦତ ଜଣେ ସୁଶାସକ ନଥିଲେ, ମାତ୍ର ମଣିଷ ହିସାବରେ ସେ ଅତ୍ୟନ୍ତ ଭଦ୍ର ଥିଲେ । ତେଣୁ ତାଙ୍କ ପାତ୍ର ମିତ୍ର ଓ ପ୍ରଜାକୂଳ ସମସ୍ତେ ତାଙ୍କୁ ଭାରି ଭଲ ପାଉଥିଲେ । ରାଜା କିନ୍ତୁ ରାଜସଭା ଡକାଇବାକୁ ଭାରି ଡରୁଥିଲେ । ଯଦି ବା ପାତ୍ର ମିତ୍ର ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ, ତେବେ ରାଜା ସେମାନଙ୍କ ବୈଠକ ଡାକିବାକୁ କୁଣ୍ଠାବୋଧ...
ଅଗ୍ନିଦ୍ୱୀପରୁ ଉଗ୍ରଦତ ନିଜର ପାଳକ ପିତା ରାକ୍ଷସ ଉଗ୍ରାକ୍ଷ ପାଖକୁ ଖବର ପଠାଇଲେ କି ସେ ତୁରନ୍ତ ତାଙ୍କ ସହାୟତା କରିବା ନିମନ୍ତେ ଆସିବା ଆବଶ୍ୟକ । ଫଳରେ ଉଗ୍ରାକ୍ଷ ସଙ୍ଗେ ସଙ୍ଗେ ତା’ ଅନୁଚରମାନଙ୍କୁ ଧରି ନୌକାରେ ଅଗ୍ନିଦ୍ୱୀପ ଅଭିମୁଖେ ବାହାରି ପଡିଲା । ସେମାନେ ଦ୍ୱୀପର ନିକଟବର୍ତ୍ତୀ ହେବା ବେଳକୁ ଗୋଟାଏ ଭୟଙ୍କର ପକ୍ଷୀ ସେମାନଙ୍କ ଉପରେ ଉଡିବାର ଦେଖାଗଲା ।...
ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ବର୍ଷା ବି ହେଉଥାଏ । ଶୀତଳ ପବନରେ ଗଛଲତାମାନେ ସତେ ଯେପରି ଥରି ଯାଉଥାନ୍ତି । ଭୀଷଣ ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ସବୁ ଶୁଭୁଥାଏ । ତାସହିତ ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ କ୍ଷଣିକ...
ହଠାତ୍ ରାଜାଙ୍କର କ’ଣ ଖିଆଲ ହେଲା କେଜାଣି, ସେ ତାଙ୍କ ଦରବାରର ଅମାତ୍ୟମାନଙ୍କୁ ପଚାରିଦେଲେ, “ଆଚ୍ଛା କହିଲ ଦେଖି, ସବୁଠାରୁ ବେଗବାନ ପ୍ରାଣୀ କିଏ?” ତା’ପରେ ଭିନ୍ନ ଭିନ୍ନ ଅମାତ୍ୟ ଭିନ୍ନ ଭିନ୍ନ ଉତ୍ତର ଦେଲେ । ସେଥିରେ ରାଜାଙ୍କ କୌତୁହଳ ବଢିଲା ସିନା, ମାତ୍ର କମିଲା ନାହିଁ । ବୟସ୍ୟ କହିଲା “ମଣିମା! ମୁଁ ହେଲି ସବୁଠାରୁ ବେଗବାନ୍ ପ୍ରାଣୀ!” ତାଙ୍କ କଥାରେ ରାଜା...
ଅନେକ ଦିନ ତଳର କଥା । ବ୍ରହ୍ମଦେଶର ଗୋଟିଏ ଗାଁରେ ବୁଢୀଟିଏ ରହୁଥିଲା । ତା’ର ପୁଅ ବୋହୁ ତ ପରଲୋକଗମନ କରିଥିଲେ । କିନ୍ତୁ ପଛକୁ ସେମାନେ ଯୋଡିଏ ପୁଅ ଛାଡି ଯାଇଥିଲେ । ବୁଢୀ ସେ ଦୁଇ ପିଲାଙ୍କୁ ନିଜ ସାଧ୍ୟାନୁସାରେ ମଣିଷ କରିଥାଏ । କିନ୍ତୁ ଦିନେ ସେ ବୁଢୀର ଶେଷ ସମୟ ଆସି ଉପସ୍ଥିତ ହେଲା । ତେଣୁ ସେ ତା’ର ଦୁଇ ନାତିଙ୍କୁ ଡାକି କହିଲା, “ପିଲାଏ, ମୁଁ ତମମାନଙ୍କ...
ଅବନ୍ତିପୁରର ରାଜା ଜୟରାଜ ଭାରି ଚହଟ ଚିକ୍କଣ ନିଶ ରଖିଥିଲେ । ତେଣୁ ସବୁବେଳେ ସେ ତାକୁ ଆଉଁଶୁଥାନ୍ତି । ଦିନେ ତାଙ୍କୁ ଖିଅର କଲାବେଳେ ତାଙ୍କ ନାପିତ ତାଙ୍କ ପଟେ ନିଶରୁ ଅଧା ଭୁଲ୍ରେ କାଟି ପକାଇଲା ଭାଗ୍ୟକୁ ସେତେବେଳେ ତ ସେ ରାଜାଙ୍କ ଆଗରେ ଦର୍ପଣ ନଥିଲା । ତେଣୁ ସେ କିଛି ବି ବୁଝିପାରିଲେ ନାହିଁ । କିନ୍ତୁ ଏଣେ ନାପିତ ବାପୁଡା ନିଜର ପ୍ରମାଦ...
ମେରୁପର୍ବତ ଉପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସହିତ ଦେବତାମାନେ ମଧ୍ୟ ସଭା କରୁଥିଲେ । ସେତେବେଳେ ନାରଦ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସଭା ଶେଷ ହେବା ମାତ୍ରେ ନାରଦ ସିଧା ଯାଇ ମଥୁରା ନଗରୀରେ ପହଁଚିଲେ । କଂସ ରାଜା ନାରଦଙ୍କୁ ସ୍ୱାଗତ କରି ତାଙ୍କୁ ଭିତରକୁ ନେଲା ଓ ପାଦଦୋକ ଦେଇ ତାଙ୍କୁ ପୂଜା କଲା । ଏହାପରେ ନାରଦ କଂସକୁ ଆଶୀର୍ବାଦ କରି କହିଲେ, “ବତ୍ସ, ମୁଁ...
ଶ୍ରାବସ୍ତିର ରାଜା ସୁକେତୁ ରାଜ୍ୟକାର୍ଯ୍ୟ ମଧ୍ୟରେ ଅବସର ପାଇବା ମାତ୍ରେ ଶିକାର କରିବାକୁ ସେ ଚାଲିଯାଉଥିଲେ । ଦିନେ ଶିକାର କରୁ କରୁ ସେ ରାଜା ନିଜ ପରିଜନ ଓ ଦେହରକ୍ଷୀମାନଙ୍କଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ଯାଉ ଯାଉ ସେ ଦେଖିଲେ ଗଛ ଛାଇରେ ଅତି ଗଭୀର ନିଦ୍ରାରେ ଗାଈଆଳ ପିଲାଟିଏ ଶୋଇଛି ଆଉ ତା’ର ଚିତ୍ର, ନିକଟରେ ଜଣେ ଚିତ୍ରକର ବସି ଆଙ୍କୁଛନ୍ତି ।...
ଇଣ୍ଡିଆ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ...
ଚଳିତ ବର୍ଷ ନୋବେଲ୍ ଶାନ୍ତି ପୁରସ୍କାର ବର୍ମାର ଶ୍ରୀମତୀ ଆଙ୍ଗ ସାନ ଚିଙ୍କୁ ମିଳିଛି । ଏହା ଇଣ୍ଡିଆ ପାଇଁ ମଧ୍ୟ ଅତ୍ୟନ୍ତ ଗୌରବର ବିଷୟ । କାରଣ ଶ୍ରୀମତୀ ସାନ୍ ଚି, ପିଲାବେଳେ ଇଣ୍ଡିଆରେ ହିଁ ବିଦ୍ୟାଶିକ୍ଷା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ମା’ ଶ୍ରୀମତୀ ଖିନ ଚି ଥିଲେ ଇଣ୍ଡିଆରେ ବର୍ମାର ରାଷ୍ଟ୍ରଦୂତ । ତାଙ୍କ ପ୍ରଶଂସାପତ୍ରରେ ଲେଖା...
କୋହ୍ଲାପୁର ଜଙ୍ଗଲ ପାଖରେ ଏକ ଛୋଟ ପାହାଡ ଉପରେ ଜଣେ ତାନ୍ତ୍ରିକ ବୁଢୀ ଘର କରିଥାଏ । ତାକୁ ସେ ଗାଁ ଲୋକେ ସମସ୍ତେ ଡାକିନୀ ବୋଲି କୁହନ୍ତି । ସେ ବୁଢୀ ପାଖରେ ବହୁତ ତନ୍ତ୍ରମନ୍ତ୍ରର ଶକ୍ତି ଥାଏ । ତେଣୁ ସେ କାହାରିକୁ ବି ଆଦୌ ଡରେ ନାହିଁ । ଦୁନିଆରେ ତା’ର ଗୋଟିଏ ବୋଲି ନିଜର ଲୋକ ଥାଏ । ସେ ହେଉଛି ତା’ର ଏକମାତ୍ର ଝିଅ କମଳା । ବୁଢୀ କମଳା ପାଇଁ ମନେ ମନେ ବର...
ବଲ୍ଲଭ ଥିଲା ଘୁସ୍ଖୋର୍ । ଘୁସ୍ ନେଉ ନେଉ ଥରେ ସେ ଧରା ପଡିଲା । ତାକୁ ରାଜା ସେବାସଦନକୁ ପଠାଇଦେଲେ ଯେଉଁଠି ଦୀର୍ଘକାଳ ପୀଡିତ ଶାରୀରିକ ଅସୁସ୍ଥ ବ୍ୟକ୍ତି ଓ ମାନସିକ ଅସୁସ୍ଥ ବ୍ୟକ୍ତି ରହୁଥିଲେ । ସେପରି ରୋଗୀମାନଙ୍କ ସେବା କରିବାକୁ ଅପରାଧୀମାନଙ୍କୁ ପଠାହୁଏ । ସେମାନଙ୍କର ସେଇଟାହିଁ ଦଣ୍ଡ । ଦିନେ ସେହି ସେବାସଦନକୁ ଜଣେ ମହାତ୍ମା ଆସିଲେ ।...


