ଅପୂର୍ବ କଥା – ଅପୂର୍ବ ସମୀରକୁ ଡାକୁମାନଙ୍କ ହାତରୁ ଉଦ୍ଧାର କରିଥିଲା । ଅପୂର୍ବର ଆଦେଶ ପାଇ ସମୀର ଜଳଦସ୍ୟୁମାନଙ୍କ ହାତରୁ ପାଞ୍ଚଜଣ ବାଳକଙ୍କୁ ଉଦ୍ଧାର କଲା । ପୁଣି ଅପୂର୍ବର ଆଦେଶରେ ସମୀର ଓ ତା’ର ସାଥୀ ପାଞ୍ଚଜଣ ଶିଳାଦ୍ୱୀପରୁ ଜଳଦସ୍ୟୁଙ୍କ ସଂଚିତ ଅଜସ୍ର ଧନରାଶି ରାଜାଙ୍କୁ ଦେଲେ । ତା’ପରେ ରାଜାଙ୍କ ସୈନ୍ୟବଳ ନେଇ ସେଇ ଜଳଦସ୍ୟୁଙ୍କୁ ବନ୍ଦୀ କରାଗଲା ।...
Category - କାହାଣୀ
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ...
ଗୌତମପୁର ଗ୍ରାମରେ ସୋମୁ ନାମରେ ଚାଷୀଟିଏ ଥାଏ । ତା’ର ଲିମନ୍ ନାମରେ ପୁଅଟିଏ ଥାଏ । ତାକୁ ଆସି ଷୋଳବର୍ଷ ହେଲାଣି, କିନ୍ତୁ ସେ ତା’ବାପକୁ କୌଣସି କାମରେ ଟିକିଏ ହେଲେବି ସାହାଯ୍ୟ କରେନାହିଁ । ସବୁବେଳେ ଖାଲି ସେ ଇଆଡେ ସିଆଡେ ବୁଲୁଥାଏ । ଦିନେ ସୋମୁ ତା’ ପୁଅ ଲିମନ୍କୁ କହିଲା, “ଆରେ ଏମିତି ବେକାର ହୋଇ ସବୁବେଳେ ବୁଲୁଛୁ । କାମ ତ କିଛି କରିବୁ...
ସୋମନାଥ ଶାସ୍ତ୍ରୀ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଥିଲେ । ସେ ତାଙ୍କ ସଙ୍ଗୀତ ଦ୍ୱାରା ଶ୍ରୋତୃମଣ୍ଡଳୀଙ୍କୁ ମୁଗ୍ଧ କରି ରଖୁଥିଲେ । ରାଜାଙ୍କ ନଅରରେ ମଧ୍ୟ ସେ ସଙ୍ଗୀତ ଆସରରେ ଗାନ କରୁଥା’ନ୍ତି । ଥରେ ସେ ଏକ ଏତେ ସୁନ୍ଦର ଗୀତ ଗାଇଲେ ଯେ ରାଜା ତାଙ୍କ ଉପରେ ଅତ୍ୟନ୍ତ ମୁଗ୍ଧ ହୋଇ ନିଜ ଗଳାରୁ ରତ୍ନହାର କାଢି ତାଙ୍କୁ ଉପହାର ଦେଲେ ଓ ତାଙ୍କୁ “ସଙ୍ଗୀତାଚାର୍ଯ୍ୟ” ପଦବୀ...
ସୁମତି ଶାଶୁଘରକୁ ଆସିବା ଏକ ସପ୍ତାହ ହୋଇଗଲାଣି । ସେ ଇତିମଧ୍ୟରେ ଘରର ଚାଲିଚଳଣି ସବୁ କ୍ରମେ ବୁଝିଗଲାଣି । ସେ ଦେଖିଲା ସେ ଘରେ ତା’ ଶାଶୁ ହିଁ ମୁରବି । ଶଶୁର ନାମକୁ ମାତ୍ର ମୁରବି । ଦିନେ ସୁମତି ଦେଖିଲା ତା’ର ନଣନ୍ଦ ରାଧା ଥାଳିରେ ଖାଦ୍ୟ ଧରି କୁଆଡେ ଯାଉଛି । ତହୁଁ ସେ ପଚାରିଲା, “ରାଧା, ଏ ଖାଦ୍ୟ କାହାପାଇଁ ନେଉଛ?” ରାଧା ତା’ ଭାଉଜ ପ୍ରଶ୍ନର ଉତ୍ତର...
ରାବଣର ଦରବାରରେ ଥିବା ରାକ୍ଷସମାନେ ନିଜ ନିଜର ବାହାଦୁରୀ କହିସାରିବା ପରେ ବିଭୀଷଣ ନିଜ ଆସନରୁ ଉଠି ରାବଣକୁ ପ୍ରଣାମ କରି କହିଲେ, “ଶାସ୍ତ୍ର ବଚନ ହେଲା ସାମ, ଦାନ, ଓ ଭେଦ ଦ୍ୱାରା କାମ ନ ହେଲେ ଦଣ୍ଡ ଦିଆଯାଇଥାଏ । ଏଠାରେ ଆପଣଙ୍କ ଶତ୍ରୁ ହେଲେ ରାମ । ଏଠାରେ ଦଣ୍ଡ ବି କୌଣସି କାମ ହେବନାହିଁ; କାରଣ ତାଙ୍କ ଶକ୍ତି ଅପାର । ତାଙ୍କର ଶକ୍ତିକୁ ଅନୁମାନ କରିବାହିଁ...
ପୁରାକାଳର କଥା; ଚୁବାଙ୍ଗ ରାଜ୍ୟରେ ଏକ ମହାନ୍ ଶିଳ୍ପୀ ବାସ କରୁଥିଲେ । ଦିନେ ଜଣେ ଧନୀ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ । ଶିଳ୍ପୀ ଧନୀଙ୍କର ବୈଭବ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ଦେବୀଙ୍କୁ ପ୍ରାର୍ଥନା କଲେ ତାଙ୍କୁ ଜଣେ ଧନୀ ବ୍ୟକ୍ତି ବନାଇ ଦେବାକୁ । ଦେବୀ ତାଙ୍କର ଇଛା ପୂରଣ କଲେ । ଅବିଳମ୍ବେ ସେ ହୋଇଗଲେ ଏକ ବଡ ଧନୀ । ତା’ପରେ ସେ କିଛିଦିନ ବେଶ୍ ଆନନ୍ଦରେ ...
କୁନ୍ତଳ ଦେଶରେ ରାଜା କୁଶଳସେନ ରାଜୁତି କରୁଥା’ନ୍ତି । ଦୁର୍ଭାଗ୍ୟବଶତଃ ତାଙ୍କର ଶିକ୍ଷା-ଦୀକ୍ଷା ବିଶେଷ କିଛି ନଥିଲା । ଥରେ ତାଙ୍କ ମନରେ ପ୍ରଶ୍ନ ଉଠିଲା, “ମଣିଷ ବିଦ୍ୟାଶିକ୍ଷା କରେ କାହିଁକି?” ସେ ତାଙ୍କ ମନରେ ଥିବା ପ୍ରଶ୍ନ ଦରବାରରେ ପ୍ରକାଶ କଲେ । ତା’ପରେ ସମସ୍ତେ ନିଜ ନିଜ ବାଟରେ ଉତ୍ତର ଦେଲେ । “ଶିକ୍ଷିତ ଲୋକ ଭଲ...
କଣ୍ଠୀରବ ଅଳକାପୁରର ପ୍ରଧାନ ସେନାପତି ଥିଲେ । ଥରେ ବିଜୟାଦଶମୀ ରାତ୍ରିରେ ରାଜା ଓ କେତେକ ଘନିଷ୍ଟ ଲୋକଙ୍କ ସହିତ ସେ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ବାହାରୁ ଜଣେ ଲୋକ ଘୋଡା ଚଢି ଆସି ସେଠାରେ ପହଁଚିଲେ । ଘୋଡାରୁ ଓହ୍ଲାଇ ସେ କଣ୍ଠୀରବଙ୍କ ଆଡକୁ ଚାଲିଲେ । ଜଣେ ସେନାପତି ତାଙ୍କୁ ପଚାରିଲେ, “ତୁମେ କିଏ?” ସେ...
କୌଣସି ଏକ ରାଜାଙ୍କ ପାଖରେ ଜିତୁକୁ ଚାକିରୀ ମିଳିଗଲା । ରାଜାଙ୍କ ପାଖରେ ଚାକିରୀ ପାଇବା ତ ଭାରି କଷ୍ଟ । ଏଣେ ଜିତୁର ପିଲାଦିନର ଜଣେ ସାଙ୍ଗ ଥାଏ ତା’ର ନାମ ମିତୁ । ମିତୁ ପରିବା ବିକି ତା’ ପେଟ ପୋଷେ । ମଝିରେ ମଝିରେ କାମ ମିଳିଗଲେ ବି ତାକୁ ସେ କରେ । ଏମିତିକା ବେଶ୍ ଭଲରେ ସେ ଚଳିଯାଉଥାଏ । କିନ୍ତୁ ଜିତୁ ରାଜାଙ୍କ ପାଖରେ କାମ ପାଇଛି ବୋଲି...
ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ୮୦୦ ଦ୍ୱୀପ ପୁଞ୍ଜ ସମୁହକୁ ୧୬୪୩ ଶତାଦ୍ଦୀରେ ଆବିଷ୍କାର କରାଯାଇଥିଲା; ତା’ର ନାମ ଫିଜି । ୧୮୭୪ ମସିହାରେ ଏହା ଏକ ବ୍ରିଟିଶ୍ ଉପନିବେଶରେ ପରିଣତ ହୋଇଥିଲା । ଏହାର କ୍ଷେତ୍ରଫଳ ୧୮,୩୭୬ ବର୍ଗ କିଲୋମିଟର; ଏହାର ଜନସଂଖ୍ୟା ହେଲେ ମାତ୍ର ସାଢେ ସାତ ଲକ୍ଷ । ଏହାର ରାଜଧାନୀ ହେଲା ଶୁଭା । ଉନବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ...
ରବିଚନ୍ଦ୍ର ନାମକ ଜଣେ ଅବିବାହିତ ଯୁବକ ସରକାରୀ ଚାକିରୀ ପାଇ ସହରରେ ରହୁଥାଏ । ଦିନେ ସେ ତା’ର ବନ୍ଧୁର ବିଭା ଘରକୁ ଯାଇଥାଏ । ସେଠାରେ ସେ ଦେଖିଲା ଅନେକ ଅବିବାହିତ ଝିଅ ବିବାହ ଉତ୍ସବରେ କାମ କରୁଥା’ନ୍ତି । ରବି ଲକ୍ଷ୍ୟ କରି ଦେଖିଲା ସେମାନଙ୍କ ମଧ୍ୟରେ ସ୍ୱାତୀ ନାମକ ଝିଅଟିଏ ଯେମିତି ସୁନ୍ଦର, ଠିକ୍ ସେପରି ଗୁଣର, ତା’ର ବ୍ୟବହାର ଅତ୍ୟନ୍ତ ସୁସସ୍କୃତ । ସେ...
ଅବଶେଷରେ ଛଦ୍ମବେଶୀ ରାଜା ଶାନ୍ତିଦେବ ବିଦ୍ରୋହୀମାନଙ୍କୁ ରକ୍ଷା କରିବାକୁ ଯାଇ ମୃତ୍ୟୁବରଣ କଲେ । କ୍ରୁଦ୍ଧ ବସନ୍ତର ଆକ୍ରମଣରେ ବୀରସିଂହର ସେନାପତି ଦୁଷ୍ଟଶିରୋମଣି କପାଳଚାନ୍ଦ ବି ମଲା ।ତା’ପରେ… ଦିନ ଗଡି ଚାଲିଥାଏ । କିନ୍ତୁ ନା ବୀରସିଂହ ସୁଖୀ ହୋଇ ପାରୁଥାଏ, ନା ସୁମେଧ ରାଜ୍ୟର ଲୋକେ ଶାନ୍ତିରେ ରହିପାରୁଥାନ୍ତି । ଆଖପାଖର ରାଜ୍ୟ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ...
ରାଜାପୁର ଗ୍ରାମରେ ରଙ୍ଗନାଥ ନାମରେ ଜଣେ ଲୋକ ଥିଲା । ସେ ସବୁକଥା ଭୁଲି ଯାଉଥାଏ ଓ ସେଥିପାଇଁ ସେ ତା’ ସ୍ତ୍ରୀ ଜାନକୀଠାରୁ ଗାଳି ଖାଏ । ଦିନେ ଜାନକୀ ତା’ ସ୍ୱାମୀକୁ କହିଲା, “ଯାଅ ତ ପାଖ ସହରରୁ କିଛି ଜିନିଷ ନେଇଆସ ।” ରଙ୍ଗନାଥ ଏହାଶୁଣି କହିଲା, “ଶୁଣ, ତମେ ତ ଜାଣିଛ ମୁଁ ସବୁକିଛି ଭୁଲିଯାଏ; ତମେ ପୁଣି ଏତେଗୁଡାଏ ଜିନିଷ ବରାଦ କରିଛ । ତେଣୁ କାଗଜରେ ଲେଖିଦିଅ...


