ମାତା ପାର୍ବତୀଙ୍କ କଥା ଶୁଣିବା ପରେ ଗଣେଶ ମାମୁଁ ଶ୍ରୀବିଷ୍ଣୁଙ୍କ ପାଖକୁ ଗଲେ । ତା’ପରେ ସେ ତାଙ୍କୁ ପଚାରିଲେ, “ଭଗବାନ, କୁମାରଙ୍କର ମୟୁର ବାହନ ଓ ମୋର ମୂଷା । ମୁଁ କିପରି ତାଙ୍କ ସହିତ ପ୍ରତିଯୋଗିତା କରିପାରିବି? ଏଇଟା କ’ଣ ଅନ୍ୟାୟ ନୁହେଁ?” ତହୁଁ ବିଷ୍ଣୁ କହିଲେ, “ବତ୍ସ, ତୁମେ ଚିନ୍ତା କରନାହିଁ । ତମେ ଲକ୍ଷେଥର ଶିବ ପଂଚାକ୍ଷରୀ ଜପ କରିବା ପରେ ପାର୍ବତୀ ଓ...
Category - କାହାଣୀ
ନଗେନ୍ଦ୍ର ଚାକିରୀ ଖୋଜିବା ପାଇଁ ସହରକୁ ଯାଇଥିଲା । ବହୁତ ଚେଷ୍ଟା ସତ୍ତ୍ୱେ ଚାକିରୀ ନ ମିଳିବାରୁ ସେ ତା’ ଗ୍ରାମକୁ ଲେଉଟି ଆସିଲା । ତାକୁ ଦେଖିବା ମାତ୍ରେ ତା’ ବୁଢୀମା କହିଲେ, “ଆରେ ନଗୀ, ତୁ ଫେରି ଆସିଛୁ? ପାଞ୍ଚଦିନ ଧରି ମୁଁ ତୋ ବାଟ ଚାହିଁ ବସିଛି । ମୋ ଦେହ ଦୁଇଦିନ ହେବ ଆଦୌ ଭଲ ନାହିଁ । ପୁଣି କାଲି ତୋ ମାମୁଁ ଝିଅ ଭଉଣୀ ଲକ୍ଷ୍ମୀର ବାହାଘର । ବହୁତ କମ୍...
ହଂଙ୍କ ନଗରୀଟି ଜନବହୁଳତା ଓ ସୌନ୍ଦର୍ଯ୍ୟ ପାଇଁ ପୃଥିବୀ ବିଖ୍ୟାତ । ଏହା ଦ୍ୱୀପରେ ଅବସ୍ଥିତ ଯେପରି ଏକ ସ୍ୱତନ୍ତ୍ର କ୍ଷୁଦ୍ର ଦେଶ । ଏହା ବ୍ରିଟେନ୍ ଅଧିକୃତ ଏକ ଉପନିବେଶ । ତୁମେ ଯଦି ଏସିଆର ମାନଚିତ୍ର ଦେଖିବ, ତେବେ ଦେଖିବ ଯେ ଏହା ଚାଇନାର ଗୋଟିଏ ଅଂଶ । ତେବେ ଏହା କିପରି ବ୍ରିଟିଶ୍ମାନଙ୍କ ଅଧିକାରକୁ ଆସିଲା? ଅନେକ ବର୍ଷ ଧରି ବ୍ରିଟିଶ୍ମାନେ ଚାଇନାକୁ ଅଫିମ...
ମଧୁପୁର ଗ୍ରାମରେ ଶ୍ରୀଧର ରହୁଥାନ୍ତି; ସେ ବଡ ଦୟାଳୁ ଓ ଦାନୀ ଥିଲେ । ଦାନ କରି କରି ସେ ଧନୀ ଅବସ୍ଥାରୁ କାଙ୍ଗାଳ ଅବସ୍ଥା ପ୍ରାପ୍ତ କଲେ । ବିଶେଷତଃ ତାଙ୍କ ବନ୍ଧୁ ବାନ୍ଧବମାନେ ଯିଏ ମିଛ ସତ କହି ତାଙ୍କଠାରୁ ଲାଭ ଉଠାଇଛନ୍ତି, ସେହିମାନେହିଁ ଆଜି ତାଙ୍କର ଦୁର୍ଦ୍ଦିନରେ ନାନା କଥା ଫାନ୍ଦି ତାଙ୍କ ବିରୁଦ୍ଧରେ ପ୍ରଚାର କରି ଚାଲିଛନ୍ତି । କେତେକ ଇର୍ଷୁକ ଲୋକ କହିଲେ...
ଥଜୟନଗରର ସାମନ୍ତ ରଜା ଶଙ୍କର ବର୍ମା କନକଦୁର୍ଗାଙ୍କ ସୁବର୍ଣ୍ଣ ବିଗ୍ରହ ହସ୍ତାନ୍ତର କରିବାକୁ ରାଜି ନହେବାରୁ ବୀରସିଂହର ସେନାପତି ଜବର୍ସେନ୍ ତାକୁ ଯୋର୍ କରି ନେଇଗଲା । ନୌକାରେ ପ୍ରତିମାକୁଧରି ବସିଥାନ୍ତି କେତେଜଣ ସୈନିକ । ଦୁଇ କୂଳରେ ସୈନ୍ୟମାନେ ଯାଉଥାନ୍ତି । ହଠାତ୍ ଗୋଟିଏ ବରଗଛରୁ ଦଉଡି ଯୋଗେ ଝୁଲି ଆସି କେହି ଜଣେ ଦୁଃସାହସିକ ରୀତିରେ ପ୍ରତିମାଟି ଟେକିନେଇ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ...
ସେ ସମୟରେ ବେଙ୍ଗଲ୍ର ପ୍ରଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରୁ କେଶବଚନ୍ଦ୍ର ସେନ୍ ଥିଲେ ଅନ୍ୟତମ । ସେ ବ୍ରାହ୍ମସମାଜର ସ୍ଥାପନ କରିଥିଲେ । ଥରେ ଶ୍ରୀ ରାମକୃଷ୍ଣ ତାଙ୍କ ପାଖରେ ଥିବାବେଳେ ହଠାତ୍ ସମାଧି ଅବସ୍ଥାକୁ ଚାଲିଗଲେ; କେଶବଚନ୍ଦ୍ର ଓ ବିଦ୍ୱାନ ମଣ୍ଡଳୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା । ଦିନେ ଶ୍ରୀ ରାମକୃଷ୍ଣଙ୍କ ମନରେ ଏକ ବିଚିତ୍ର ଅଭୀପ୍ସା ଜାଗ୍ରତ...
ଗଙ୍ଗାପୁରରେ ଜଣେ ଜମିଦାର ଥା’ନ୍ତି, ତାଙ୍କ ନାମ ସୁରେନ୍ଦ୍ର । ସୁରେନ୍ଦ୍ରଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ କମଳ । ସୁରେନ୍ଦ୍ର ଥିଲେ ଜଣେ ସାଧୁ ଲୋକ । ତେଣୁ ସେ ସର୍ବଦା ପରୋପକାର କାର୍ଯ୍ୟରେ ବ୍ୟସ୍ତ ଥା’ନ୍ତି । ପୁଅର ବିବାହ ବୟସ ହେବାରୁ ସେ ଚାହିଁଲେ ଏପରି ଏକ ବୋହୁ ଆସିବ ଯିଏ କି ତାଙ୍କ ପୁଅ ପରି ରୂପ ଓ ଗୁଣରେ ଖୁବ୍ ସୁନ୍ଦର ହୋଇଥିବ; ଯେପରି ତାଙ୍କ...
ବାଳୀ ଚକ୍ଷୁ ବନ୍ଦ କରି ପଡି ରହିଥିବାରୁ ସମସ୍ତେ ଭାବିଲେ ତାଙ୍କର ମୃତ୍ୟୁ ଘଟିଛି । ଟିକିଏ ପରେ ସେ ଚକ୍ଷୁ ଅର୍ଦ୍ଧ ନିମଳିତ କରି ଚାରିଦିଗକୁ ମଥାତୋଳି ଚାହିଁଲେ । ସେତେବେଳେ ତ ତାଙ୍କ ପାଖରେ ସୁଗ୍ରୀବ ଥିଲେ । ସେ ସୁଗ୍ରୀବଙ୍କୁ ଚାହିଁ କହିଲେ, “ମୁଁ ତୋତେ ରାଜ୍ୟରୁ ତଡି ଦେଇଥିଲି ଓ ତୋ ପତ୍ନୀକୁ ଛଡାଇ ନେଇଥିଲି; ହେଲେ ଏସବୁ ମୋର ଦୋଷ ନୁହେଁ ବରଂ ମୋ ଭାଗ୍ୟର ଦୋଷ...
ସୁରେଶ ନାମକ ଯୁବକଟିଏ ଥାଏ; ସେ ନିହାତି ଚିଡିଚିଡା ସ୍ୱଭାବର । ସେ ଟିକିଏ ଟିକିଏ କଥାରେ ରାଗିଯାଇ ବକିଦିଏ, ବେଳେ ବେଳେ ସେ ମରାମରି ମଧ୍ୟ କରେ ଘରେ ସମସ୍ତେ ତ ସେ କଥା ଜାଣନ୍ତି । ଗୋଟିଏ ପୁଅ ବୋଲି ମା, ବାପା, ଭଉଣୀ ସବୁ ସହିଯା’ନ୍ତି, ଚୁପ୍ ରହନ୍ତି । ରାଗୀଟା ତ ଆଉ କ’ଣ କରାଯିବ । ସୁରେଶର ବିବାହ ହେଲା । ତା’ର ସ୍ତ୍ରୀ ଶାନ୍ତି ବଡ ଶାନ୍ତ ଓ ସରଳ ଥିଲା ।...
ପ୍ରତିଷ୍ଠାନ ବୋଲି ଗୋଟିଏ ଦେଶ ଥାଏ । ସେଠାରେ ଆଦର୍ଶନଗର ନାମରେ ଗୋଟିଏ ନଗର ଥାଏ । ସେ ନଗରୀରେ ଜଣେ ଦରିଦ୍ର ବିଧବା ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ଦିନେ ମା’ ତାଙ୍କ ପୁଅକୁ କହିଲେ, “ପୁଅ, ତୁ ଜଣେ ବଣିକ ପୁତ୍ର । ବ୍ୟବସାୟ ଆମ ଜାତିର ପେଶା । ଦୁର୍ଭାଗ୍ୟକୁ ତୁ ଜନ୍ମରୁ ଧନହୀନ । ଏ ସହରରେ ଧନଗୁପ୍ତ ନାମକ ଜଣେ କୋଟିପତି ବଣିକ ଅଛନ୍ତି; ସେ ଦରିଦ୍ର...
ତିନିହଜାର ବର୍ଷ ତଳର କଥା । ଚୀନ୍ର ସମ୍ରାଟ ଚଉଦ ବର୍ଷର ସୁନ୍ଦର ଝିଅଟିଏ ବାହା ହେଲେ । ତା’ର ନାମ ସଲିଙ୍ଗସି ଥିଲା । ସେ ବଡ ଲଜ୍ଜାଶୀଳା ଥିଲା । ତାକୁ ଖୁସି ରଖିବା ପାଇଁ ସମ୍ରାଟ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥା’ନ୍ତି । ସବୁ ସତ୍ତ୍ୱେ ମଧ୍ୟ ସିଲିଙ୍ଗସି ସର୍ବଦା ଉଦାସ ରହିଥାଏ । କେବେ ବା ତା’ଆଖିରୁ ଅଶ୍ରୁବିନ୍ଦୁ ସବୁ ଝରିଯା’ନ୍ତି । ଯେତେ...
ଚିତ୍ରଦୁର୍ଗ ରାଜ୍ୟର ନରପତି କନକସେନ କଳା ସଂସ୍କୃତି ପ୍ରିୟ ଥିଲେ । ତାଙ୍କ ରାଜଦରବାରରେ କବି ପଣ୍ଡିତବର୍ଗଙ୍କୁ ସମୁଚିତ ଆଦର ସମ୍ମାନ ମିଳୁଥାଏ । ଚିତ୍ରଦୁର୍ଗର ରାଜକବି ପଣ୍ଡିତ ନରସିଂହ ଶର୍ମା ଜଣେ ଅତି ଉଚ୍ଚକୋଟୀର ବିଦ୍ୱାନ । ସେ ଅନେକ କାବ୍ୟ ରଚନା କରି ମହାରାଜଙ୍କର ପ୍ରିୟପାତ୍ର ହୋଇଥିଲେ । ଦିନେ କବି ଓ ପଣ୍ଡିତ ଶୋଭିତ ରାଜ ଦରବାରରେ...
ସୁଲତାନ୍, ନିଜର ପରମ ଦୋସ୍ତ ହୁସେନଙ୍କ ସହିତ ଥରେ ଏକ ଅରଣ୍ୟ ମାର୍ଗରେ ଯାତ୍ରା କରୁଥିଲେ । ନିଜେ ସୁଲତାନ୍ ହେଲେ ମଧ୍ୟ ତାଙ୍କର ହୁସେନଙ୍କ ପରି ଜଣେ ସାଧାରଣ ବ୍ୟକ୍ତି ସହିତ ପ୍ରଗାଢ ମିତ୍ରତା ରହିଥିଲା । କାରଣ ହୁସେନଙ୍କର ବୁଦ୍ଧିମତାକୁ ସୁଲତାନ୍ ଖୁବ୍ ଗୁରୁତ୍ୱ ଦେଉଥିଲେ । ସେଦିନ ସେମାନଙ୍କ ଠାରୁ ଅଳ୍ପ ଆଗରେ ଅନ୍ୟ ଏକ ଲୋକ ମଧ୍ୟ ସେହି ମାର୍ଗରେ ଯାଉଥାଏ ।...
(ବୃଦ୍ଧ ବିନ୍ଦୁସାର ଅସୁସ୍ଥ ହୋଇ ପଡିଥିଲେ । ଗ୍ରୀକ୍ଙ୍କ ଦ୍ୱାରା ପ୍ରରୋଚିତ ହୋଇ ତକ୍ଷଶିଳା ପ୍ରାନ୍ତରେ ବିଦ୍ରୋହ ସୃଷ୍ଟି ହୋଇଥିବାର ସମାଚାର ସେ ଜାଣିବାକୁ ପାଇଲେ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ନିଜର ଛଅ ପୁତ୍ରଙ୍କୁ ପାଖକୁ ଡକାଇ ଜାଣିବାକୁ ଚାହିଁଲେ ତକ୍ଷଶିଳାରେ ବିଦ୍ରୋହ-ଦମନର ନେତୃତ୍ୱ କିଏ ନେଇ ପାରିବ? ପିତାଙ୍କ ଆଦେଶ ପାଳନ କରିବା ପାଇଁ ଅଶୋକ...


