ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟି ମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ବୋଧ ନ କରି ସେହି...
Category - କାହାଣୀ
ବହୁଦିନ ତଳର କଥା । ରାଜଦରବାରରେ ନାରାୟଣ ଭଟ୍ଟ ନାମକ ଜଣେ ବିଦୂଷକ ଥିଲେ । ରାଜା ତାଙ୍କୁ ରାଜନଅରର ଅପରପାଶ୍ୱର୍ରେ ଏକ ସୁନ୍ଦର ନିବାସ ଉପହାର ଦେଇଥାଆନ୍ତି । ନାରାୟଣ ଭଟ୍ଟ ଏହି ଗୃହରେ, ଅନେକ ବର୍ଷ ବେଶ୍ ଆନନ୍ଦରେ କଟେଇଲେ । କିନ୍ତୁ ଅଳ୍ପଦିନ ତଳେ ସେହି ଗୃହର ସମୀପରେ ଅନ୍ୟ ଏକ ଗୃହ ବହୁମଲ୍ଲ ନାମକ ଜଣେ ମଲ୍ଲଯୋଦ୍ଧା କ୍ରୟ କଲେ । ସେ ସେଠାରେ...
ରତନପୁର ଗ୍ରାମର ଜଣେ ସାଧାରଣ କୃଷକଙ୍କର ପୁତ୍ର-ଶ୍ରୀମୟ । ତାଙ୍କର ଚେହେରା ବଳିଷ୍ଠ ଓ ସେ ଦେଖିବାକୁ ବେଶ୍ ଆକର୍ଷଣୀୟ । କିନ୍ତୁ ସେ ତା’ପିତାଙ୍କୁ କୃଷିକାର୍ଯ୍ୟରେ ଆଦୌ ସହଯୋଗ କରନ୍ତି ନାହିଁ । ସର୍ବଦା ଦିବାସ୍ୱପ୍ନରେ, କଳ୍ପନା-ବିଳାସରେ ବୁଡିରହିଥାନ୍ତି ଯେ କିପରି ସେ ରାଜକୁମାରୀଙ୍କୁ ବିବାହ କରିବେ ଓ ନିଜେ ରାଜା ହେବେ । ତାଙ୍କର ଏପରି ଆଚରଣ ଓ ଖିଆଲକୁ ତାଙ୍କ...
ଦୁର୍ବାସା ଓ ତାଙ୍କ ଏକ ହଜାର ଶିଷ୍ୟଙ୍କୁ କିପରି ଭୋଜନ ପ୍ରଦାନ କରିବେ, ଦ୍ରୌପଦୀ କିଛି ସ୍ଥିର କରି ପାରୁ ନ ଥାନ୍ତି । ଶେଷରେ କୌଣସି ଉପାୟ ନ ପାଇ ସେ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇ ତାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ସଂଗେ ସଂଗେ କୃଷ୍ଣ ଦ୍ରୌପଦୀଙ୍କ ସମ୍ମୁଖରେ ଦୃଶ୍ୟମାନ ହେଲେ । ତାଙ୍କର ପଦଯୁଗଳ ସ୍ପର୍ଶ କରି ଦ୍ରୌପଦୀ କହିଲେ, “ଦୁର୍ବାସା ମହାମୁନି ଏବେ...
ବେଦର ସଂକଳନ ଓ ମହାଗାଥା ମହାଭାରତର ରଚୟିତା ଋଷିଶ୍ରେଷ୍ଠ ବ୍ୟାସଦେବଙ୍କର ପୁତ୍ର ହେଉଛନ୍ତି ଶୁକଦେବ । ଦେବଗୁରୁ ବୃହସ୍ପତିଙ୍କ ନିକଟରେ ସେ କିଛିକାଳ ବିଦ୍ୟାଧ୍ୟନ କଲେ । ଅନେକ ବିଷୟରେ ଜ୍ଞାନଲାଭ କରି ସେ ପିତାଙ୍କ ପାଖକୁ ଫେରିଲେ । ଦିନେ ଶୁକ ପିତା ବ୍ୟାସଙ୍କ ନିକଟରେ ପ୍ରକାଶ କଲେ, “ପିତାଶ୍ରୀ, ବେଦ ବେଦାନ୍ତ ଅଧ୍ୟୟନ କଲି, ନିରନ୍ତର ଧ୍ୟାନରତ ରହି, ସର୍ବସଂଗ...
ଅବତାରର ଚାରି ଏକର ଜମି । ଠିକ୍ ସମୟରେ ବର୍ଷା ହେଉଥିବାରୁ ବହୁବର୍ଷ ହେଲା, ଫସଲରୁ ଭଲ ଆମଦାନୀ ହେଉଥାଏ । କିନ୍ତୁ ତାହା ତା’ମନକୁ ଆଦୌ ତୃପ୍ତ କରୁ ନ ଥାଏ । ମନରେ ତା’ର ତୀବ୍ର ଇଚ୍ଛା ଥାଏ ସେ କିପରି ଜଣେ ଖୁବ୍ ଭାଗ୍ୟବାନ, ଧନଶାଳୀ ବ୍ୟକ୍ତିଟିଏ ହେବ । ଦିନେ ସେହି ଗ୍ରାମକୁ ଜଣେ ଯୋଗୀ ଆସିଲେ । ସେ ଗ୍ରାମବାସୀଙ୍କୁ ଉପଦେଶ ଓ ସତ୍ପରାମର୍ଶ...
ଅରଣ୍ୟ ସମୀପରେ ଶରଭ ନାମକ ଜଣେ ବଳଶାଳୀ ଲୋକ ବାସ କରୁଥିଲା । ସଂସାରରେ ତା’ଠାରୁ ଅଧିକ ବଳଶାଳୀ ଆଉ କେହି ବି ନାହାଁନ୍ତି । ଏପରି ଭାବି ସେ ଖୁବ୍ ଗର୍ବିତ ଅନୁଭବ କରେ । ଏହା ପଛରେ ଗୋଟିଏ କାରଣ ଥିଲା, ତାହା ହେଉଛି, ଅନ୍ୟମାନଙ୍କ ତୁଳନାରେ ଦଶଗୁଣ ଅଧିକ କାଠର ବୋଝ ଜଙ୍ଗଲରୁ ସେ ବୋହି ଆଣିପାରେ । ତେଣୁ ସେ ତା’ ପତ୍ନୀକୁ ବଢାଇ କରି କହେ, “ମୁଁ କଳିଯୁଗ ଭୀମ । ନଚେତ୍...
ଧନଗିରି ରାଜ୍ୟର ରାଜକନ୍ୟାଙ୍କ ବିବାହ ସ୍ଥିର ହୋଇଗଲା । ବିବାହ ଦିନ ସେ ପିନ୍ଧିବା ନିମନ୍ତେ ରାଜା ଗୋଟିଏ ଅତ୍ୟନ୍ତ ମୁଲ୍ୟବାନ ହାର ଗଢାଇଲେ । ସେ ହାରଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ଖାଲି ସେଥିରେ ହୀରାର ଲକେଟ୍ ଖଣ୍ଡିଏ ଖଞ୍ଜିବାର ସ୍ଥିର ହେଲା । “ଝିଅ! ତୁ ନିଜେ ହୀରା ଖଣ୍ଡିକ ପସନ୍ଦ କର ।” ଏହା କହି ରାଜା ଧନଗିରି ରାଜ୍ୟର...
ଚିତ୍ରସେନ ରାଜା ହେବା ପରେ ସେ ତାଙ୍କର ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଥିବା ଡାକୁମାନଙ୍କୁ କୌଶଳକ୍ରମେ ସାଧାରଣ ନାଗରିକ ଭାବରେ ବନାଇ ରଖିଲେ । ରାଣୀ କାନ୍ତିମତି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ । ଯେଉଁଦିନ ତାକୁ ପାଞ୍ଚବର୍ଷ ପୁରିଲା, ସେହିଦିନ ସର୍ତ୍ତ ଅନୁସାରେ ରାକ୍ଷସ ଉଗ୍ରାକ୍ଷ ଆସି ତାକୁ ନେଇ ଯିବାପାଇଁ ପହଁଚିଗଲା । ତାକୁ ଗୋଟାଏ ଶିଶୁ ହସ୍ତାନ୍ତର...
ବିକାଶର ଶିକ୍ଷା ସମାପ୍ତ ହେବା ପରେ ବିନା କଷ୍ଟରେ ସେ ସହରରେ ଭଲ ଚାକିରୀଟିଏ ପାଇଲା । ତେଣୁ ଗ୍ରାମରୁ ସେ ତା’ ପରିବାରଙ୍କୁ ନେଇ ସହରରେ ଘର ଭଡା ନେଇ ରହିଲା । ପ୍ରତିଦିନ ସେ ଗାଡିଟିଏ ଭଡା କରି କାର୍ଯ୍ୟାଳୟକୁ ଯାଏ । ବୁଢାବୁଢୀମାନଙ୍କ ପ୍ରତି ବିକାଶ ହୃଦୟରେ ସର୍ବଦା ସହାନୁଭୂତି ଥାଏ । ଯେଉଁ ଗାଡିରେ ପ୍ରତିଦିନ ସେ ଯାଏ ସେଇ ଗାଡିର ଚାଳକ ନଟକୁ...
ଥଚନ୍ଦ୍ରବର୍ମା ନିଜ ସେନାପତି ଧୀରମଲ୍ଲଙ୍କୁ ସାଥିରେ ଧରି ଦୁର୍ଗ ପରିସର ଭିତରେ ପଶି ଲୁଣ୍ଠନ ଚଳାଇଥିବା ଶତ୍ରୁମାନଙ୍କୁ ଆକ୍ରମଣ କଲେ । କିନ୍ତୁ ଅଳ୍ପ ସମୟ ଭିତରେ ଦଳେ ନୂଆ ସୈନ୍ୟ ଧରି ସର୍ପକେତୁ ଆସି ସେଠାରେ ପହଁଚିଗଲା । ଚନ୍ଦ୍ରବର୍ମା, ସୁବାହୁ ଓ ଧୀରମଲ୍ଲ ଯାଇ ଦେଖିଲେ ଶତ୍ରୁପକ୍ଷ ରାଜମହଲର କବାଟ ଭାଙ୍ଗିବା ନିମନ୍ତେ ଚେଷ୍ଟା କରୁଛନ୍ତି । ଚନ୍ଦ୍ରବର୍ମା ହଠାତ୍...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଥିକୁ ବର୍ଷା ବି ହେଉଥାଏ । ବଜ୍ରପାତଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରିରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ଗୋଟିଏ ଗାଁରେ ଦୁଇଜଣ ବନ୍ଧୁ ଥା’ନ୍ତି, ଜଣକ ନାମ ଶିବ ଓ ଅନ୍ୟର ନାମ ଶଙ୍କର। ଦୁଇଜଣଙ୍କ ବନ୍ଧୁତା ଏତେ ନିବିଡ ଥିଲା ଯେ ଅନ୍ୟମାନେ ସେମାନଙ୍କୁ ଦେଖିଲେ ଇର୍ଷା କରୁଥିଲେ । ଶିବ ଥିଲା ଟିକିଏ ଚିଡିଚିଡା ସ୍ୱଭାବର । ଟିକିଏ କଥା ହେଲେ ବି ସେ ସହିପାରେ ନାହିଁ । କିନ୍ତୁ ଶଙ୍କରର ସ୍ୱଭାବ ଥିଲା ଅତି ଶାନ୍ତ । ଦିନେ ଶିବର ଘରେ ଭୋଜି ହେଉଥାଏ । ଅନେକ ବ୍ୟକ୍ତି...
ବ୍ରହ୍ମଦତ ଯେତେବେଳେ କାଶୀରେ ରାଜତ୍ୱ କରୁଥା’ନ୍ତି ସେତେବେଳେ ବୋଧିସତ୍ୱ ଏକ ପବିତ୍ର ବ୍ରାହ୍ମଣ ପଣ୍ଡିତଙ୍କ ପରିବାରରେ ଜନ୍ମ ନେଲେ । ବିଂଶବର୍ଷ ବୟସରେ ପଦାର୍ପଣ କରିବାର ବହୁ ପୂର୍ବରୁ ସେ ନାନା ଶାସ୍ତ୍ରରେ ପାରଦର୍ଶିତା ଲାଭ କରିଥିଲେ । ବୋଧିସତ୍ୱଙ୍କର ମାତା ପିତା ତାଙ୍କୁ ବିବାହ ଦେବାପାଇଁ ଚାହିଁଲେ । କିନ୍ତୁ ସେ ବିବାହ ନ କରି ସନ୍ନ୍ୟାସ...


