ଇଣ୍ଡିଆର ନଦନଦୀ ସରସ୍ୱତୀ

ଋଷି ଗୌତମଙ୍କର ତିନି ପୁତ୍ର ଥିଲେ । ଏକକ, ଦ୍ୱିତ ଏବଂ ତ୍ରିତ । ସାନ ତ୍ରିତ ନିଜର ବୁଦ୍ଧି, ବିଦ୍ୟା ଓ ଆଚରଣ ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲା । ତେଣୁ ଋଷିମାନେ ତ୍ରିତର ବହୁତ ପ୍ରଶଂସା କରୁଥିଲେ । କ୍ରମେ ଗୌତମ ଋଷିଙ୍କର ତିନି ପୁତ୍ରଯାକ ବଡ ହେଲେ । ଥରେ ଦୂରରେ ଥିବା ଋଷିଙ୍କର ଶିଷ୍ୟମାନଙ୍କ ସହ ଦେଖା କରିବା ନିମନ୍ତେ ତିନିଜଣଯାକ ଋଷିପୁତ୍ର ଆଶ୍ରମରୁ...

Read More

ଦୋଷ କାହାର

ଯେଉଁ ସମୟର କଥା କୁହା ଯାଉଛି, ସେତେବେଳେ ସୀତାପୁର ରାଜ୍ୟରେ ରାଜା ମିହିର ବର୍ମା ରାଜୁତି କରୁଥିଲେ ।                 ତାଙ୍କ ରାଜଧାନୀରେ ଜଣେ ସାଧୁ ଆସି ଦେଖା ଦେଲେ । ନିଜକୁ ସେ ସାଧୁ ସ୍ୱାମୀ ନିର୍ମଳାନନ୍ଦ ବୋଲି ପରିଚୟ ଦେଉଥାନ୍ତି । ତାଙ୍କ ସହ ତାଙ୍କର ଦୁଇଜଣ ଶିଷ୍ୟ ବି ଥିଲେ । କ୍ରମେ ପ୍ରଚାର ହୋଇଗଲା ଯେ ସାଧୁଜୀଙ୍କର ଗୁଣ ବହୁତ । ସେ ଲୋକଙ୍କୁ ଧନୀ...

Read More

ଚମତ୍କାର ହିସାବ!

ଜୟଗଡ ଗାଁର ଲୋକେ ଗୋଟାଏ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କଲେ ଓ ମହାଜନ ପାଖକୁ ଯାଇ ସେମାନଙ୍କ ଯୋଜନା କଥା କହିଲେ ଓ ଚାନ୍ଦା ବି ମାଗିଲେ ।                 ସବୁ ଶୁଣି ସେ ମହାଜନ କହିଲେ “ଶୁଣ । ଗାଁ ସୀମାରେ ଆମ୍ବତୋଟା ପାଖରେ ମୋର ଖଣ୍ଡିଏ ଜମି ପଡିଆ ପଡିଛି । ତା’ର ମୂଲ୍ୟ ଏକହଜାର ଟଙ୍କା । ତମେ ମୋ ନାମରେ ହଜାରେ ଟଙ୍କା ଚାନ୍ଦା ବସାଇ ଦିଅ ଓ ସେହି ଜମି...

Read More

ନର୍ତକ ଛାଗଳ

ସେ ଅନେକ ଦିନ ତଳର କଥା । ରୋହିତପୁର ସହର ନହେଲେ ବି ସେଠାରେ ସହର-ପ୍ରାୟ ଜନପଦ । ସେଠି ଦେବ ମନ୍ଦିର, ବିଦ୍ୟାଳୟ ଏବଂ ବଡ ହାଟ ବି ଥିଲା ।                 ସର୍ବୋପରି ସେ ରୋହିତପୁରରେ ମହାଜନ ମାକୁନ୍ଦ ମୁଦୁଲି ରହିଥିଲେ । ରହିଥିଲେ ବୋଲି କହିଲିଟି? ହଁ; କାରଣ ଏ କଥା ଲେଖିବା ବେଳକୁ ସେ ଆଉ ସେଠି ନଥିଲେ । ସେତେବେଳକୁ ସେ ସହରକୁ ଉଠି ଯାଇଥିଲେ । ଉଠି ଯିବାର...

Read More

ବିପରୀତ ଫଳ

ବହୁତ ଦିନ ପୂର୍ବେ ମିଥିଳା ଦେଶରେ ମନ୍ଦଭାଗ୍ୟ ନାମକ ଜଣେ ରାଜା ଶାସନ କରୁଥା’ନ୍ତି । ସେ ମୂର୍ଖ, କ୍ରୋଧୀ ଓ ଅହଂକାରୀ ମଧ୍ୟ ଥିଲେ । ତାଙ୍କ ମନକୁ ଯେତେବେଳେ ଯାହା କିଛି ବି ଆସିବ ତତ୍କ୍ଷଣାତ୍ ସେ ତା’ର ପରିଣାମ ଚିନ୍ତା ନକରି କାର୍ଯ୍ୟରେ ପରିଣତ କରିବେ ।                 ଦିନେ ସେ ରାଜା ତାଙ୍କ ପ୍ରାସାଦର ଛାତ ଉପରେ ବୁଲୁଥା’ନ୍ତି, ହଠାତ୍ ସେ ଦେଖିଲେ...

Read More

ଶିବ ପୁରାଣ

ମେନକା ଓ ହିମବାନ୍ ତା’ପରେ ନିଜ ପ୍ରାସାଦକୁ ଲେଉଟି ଆସିଲେ । କାଳକ୍ରମେ ମେନକାଙ୍କର ଶହେଟି ପୁତ୍ରସନ୍ତାନ ଜନ୍ମ ହେଲେ । ସେଥି ମଧ୍ୟରୁ ଜୈଷ୍ଠ ପୁତ୍ର ହେଲେ ମୈନାକ । କିଛି କାଳ ପରେ ଚୈତ୍ର ଶୁକ୍ଳ ନବମୀ ଦିନ ଆଦ୍ରା ନକ୍ଷତ୍ରର ଶୁଭ ସମୟରେ ଏକ କନ୍ୟା ଭୂମିଷ୍ଠ ହେଲେ । ପର୍ବତଙ୍କ କନ୍ୟା ଯୋଗୁଁ ତାଙ୍କ ନାମ ପାର୍ବତୀ ରଖାଗଲା । ସେ କନ୍ୟା ଜନ୍ମ ହେବା ମାତ୍ରେ ଦଶଦିଗ...

Read More

ଏକ କ୍ରୀତଦାସର କାହାଣୀ

ଥରେ ଦୁଇବର୍ଷ ଧରି ବର୍ଷା ନ ହେବାରୁ ବସୋରା ନଗରୀ ଓ ତା’ ଆଖପାଖର ସବୁ ଲୋକେ ପାଣି ବିନା ବହୁ କଷ୍ଟ ଭୋଗିଲେ ।                 ସମସ୍ତ ପ୍ରକାର ଚେଷ୍ଟା କରାଗଲା । ଅନ୍ତତଃ ଆଶା ଥିଲା ଯେ ଏଇ ବର୍ଷ ବରଷା ହେଲେ ଆଗବର୍ଷମାନଙ୍କର ଦୁଃଖ ଦୂର ହୋଇଯିବ । କିନ୍ତୁ ସମସ୍ତିଙ୍କ ଆଶା ଧୁଳିସାତ୍ ହୋଇଗଲା ଯେତେବେଳେ କି ସେମାନେ ଦେଖିଲେ କ୍ରମେ ବର୍ଷାଋତୁ ଶେଷ ହୋଇ ଆସୁଛି...

Read More

କଳାବତୀ

କଳାବତୀ କାଶୀର ରାଜକନ୍ୟା ଥିଲେ । ସେ ଯେତେବେଳେ ଶିଶୁ ଥିଲେ, ସେତେବେଳେ ବି ସେ ଶିବଙ୍କୁ ଧ୍ୟାନ କରୁଥିଲେ । ଋଷି ଦୁର୍ବାଷା ତାଙ୍କୁ ଧ୍ୟାନ ଓ ପ୍ରାର୍ଥନା କିପରି କରିବାକୁ ହୁଏ ତାହା ଶିଖାଇଥିଲେ । ତା’ସହିତ ସେ ତାଙ୍କୁ ଅନେକ ଗୁଡିଏ ଶକ୍ତିଶାଳୀ ମନ୍ତ୍ର ବି ଶିଖାଇଥିଲେ  । ମଥୁରାର ରାଜକୁମାର ଦଶାର୍ହଙ୍କ ସହ କଳାବତୀଙ୍କ ବିବାହ ହୋଇଥିଲା । ପ୍ରଥମେ ପ୍ରଥମେ ମନେ...

Read More

ରାଜା ଓ ବିଦ୍ୱାନ

ଚନ୍ଦ୍ରଗିରିର ରାଜା ମୃତ୍ୟୁଶଯ୍ୟାରେ ଶାୟିତ ଥିବା ଅବସ୍ଥାରେ ସେ ତାଙ୍କ ମନ୍ତ୍ରୀ ଓ ସଭାସଦ୍ମାନଙ୍କୁ ଡାକି କହିଲେ, “ମୋର ତ ସନ୍ତାନସନ୍ତତି କେହି ବି ନାହାଁନ୍ତି । ମୋର ମୃତ୍ୟୁ ପରେ ମୋର ଜ୍ଞାତି କୁଟୁମ୍ବଙ୍କ ଭିତରୁ ବୋଧହୁଏ ଆପଣମାନେ ଜଣେ ଯୁବକକୁ ରାଜଗାଦିରେ ବସାଇବେ । ସେମାନଙ୍କ ଭିତରେ ସେଭଳି ଯୋଗ୍ୟ ଯୁବକ କେହି ଅଛନ୍ତି ବୋଲି ମୋର ମନେ ହୁଏନା । ଖାଲି ମୋର...

Read More

ଦୁଇ ବିଦ୍ୟାର୍ଥୀ

ଉଜ୍ଜୟିନୀ ନଗରୀଠାରୁ ଅଳ୍ପ ଦୂରରେ ସିପ୍ରା ନଦୀ କୂଳରେ ଗୁରୁ ପ୍ରଜ୍ଞାସାଗରଙ୍କର ଆଶ୍ରମ ଅବସ୍ଥିତ ଥିଲା । ସେ ବହୁ ବିଦ୍ୟାରେ ଏଭଳି ଜ୍ଞାନୀ ଥିଲେ ଯେ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ନିମନ୍ତେ ଅନେକ ରାଜ୍ୟରୁ ଆଶାୟୀ ଯୁବକମାନେ ଆସୁଥିଲେ ।                 ଗୁରୁଙ୍କ ଆଶ୍ରମରେ ଆଉ ସ୍ଥାନ ନଥିଲା । ବହୁ ସଂଖ୍ୟକ ଛାତ୍ର ଆଶ୍ରମରେ ରହିଲେ ସମସ୍ତଙ୍କ ପ୍ରତି ଯଥାର୍ଥ...

Read More

କନକ ଉପତ୍ୟକାର କାହାଣୀ

ଥରେ ଭୂମିକମ୍ପରେ କେତେଖଣ୍ଡ ଶିଳା ପଥର ଅପସରି ଯିବା ଫଳରେ ପର୍ବତର ମଧ୍ୟଦେଶରେ ଅତୀତର ଜଣେ ଶିଳ୍ପୀ-ରାଜକୁମାର ନିର୍ମାଣ କରିଥିବା ସୁବର୍ଣ୍ଣ ପ୍ରତିମା ଦୃଷ୍ଟି ଗୋଚର ହେଲା । ତାକୁ ଜୀବନ୍ୟାସ ଦେବାର ରହସ୍ୟ ଜାଣିବା ନିମନ୍ତେ ରାଜୁ ପ୍ରପାତ ପାରି ହୋଇ ଚାଲିଯିବା ପୂର୍ବରୁ ତା’ର ସୁରକ୍ଷା ଦାୟିତ୍ୱ ଦେବା ପାଇଁ ସେ ରାଜ୍ୟର ମୂଢ ରାଜାକୁ ଡାକିନେଇ ଆସିଲା । ପ୍ରଥମେ...

Read More

ଶତ୍ରୁ – ମିତ୍ର

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତାମାନଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ...

Read More

ବାୟାଣୀ ବାସନ୍ତୀ

ଯଦି କେବେ ମୋତିପୁର ଗାଁକୁ ଯାଇ ଦୁଇ ଚାରିଦିନ ରହିବ, ତେବେ ବାୟାଣୀ ବାସନ୍ତୀ କଥା ନିଶ୍ଚୟ ଶୁଣିବ ।                 ବାସନ୍ତୀକୁ ଲୋକେ ବାୟାଣୀ ବାସନ୍ତୀ ବୋଲି କହିବାର କାରଣ, ସେ ଏଡେ ବୋକୀ ଯେ ତା’ କଥାରେ ଲୋକେ ଯେତେ ହସନ୍ତି, ତା’ପ୍ରତି ସେତିକି ଦୟା ବି କରନ୍ତି ।                 ପ୍ରଥମେ ଯେଉଁଦିନ ସେ ବୋହୁ ହୋଇ ଆସିଲା, ସେଦିନ କଥା ତା’ ଶାଶୁ କେବେ ବି...

Read More

କିନ୍ତୁ!

ଅନେକ ଦିନ ତଳର କଥା । ମହାନଦୀ କୂଳରେ ହରିହର ନାମରେ ଜଣେ ବ୍ୟକ୍ତି ଗୋଟାଏ ଗାଁରେ ରହୁଥାଏ । ନଦୀ ପାରି ହୋଇ କେହି କେହି ତୀର୍ଥ କରିବାକୁ ଯାଉଥାନ୍ତି ତ ଆଉ କେହି କେହି ବେପାର କରିବାକୁ ବି ଯାଉଥାନ୍ତି । ହରିହର ସେମାନଙ୍କ ମାଲପତ୍ର ନେଇ ଅଳ୍ପ ଦୂରରେ ଥିବା ହାଟ ଉପରେ ସେମାନଙ୍କୁ ପହଁଚାଇ ଦେଉଥାଏ, ସେଠାରୁ ତୀର୍ଥକୁ ଓ ସହରକୁ ଯିବା ନିମନ୍ତେ ଶଗଡ ଏବଂ ଘୋଡାଗାଡି...

Read More

କୃଷ୍ଣାବତାର

ଶ୍ରୀକୃଷ୍ଣ ଓ ବଳରାମଙ୍କ ପରାମର୍ଶ କ୍ରମେ ଗୋକୂଳ-ନିବାସୀମାନେ ସମସ୍ତେ ନିଜ ନିଜ ସ୍ଥାନ ଛାଡି କିଛି ଦୂରବର୍ତ୍ତୀ ସ୍ଥାନ ଅଭିମୁଖେ ଚାଲିଲେ । ସେ ନୂତନ ସ୍ଥାନ ଥିଲା ଅତ୍ୟନ୍ତ ମନୋରମ । ଯମୁନା ନଦୀ କୂଳରେ ଅସଂଖ୍ୟ ଫଳ ପୁଷ୍ପମୟ ବୃକ୍ଷଲତାରେ ସେ ସ୍ଥାନ ଶୋଭା ପାଉଥିଲା । ସେଠାରେ ଛଅଟିଯାକ ଋତୁ ନିଜ ନିଜ ବିଶେଷତ୍ୱ ପ୍ରଦର୍ଶନ କରୁଥିଲେ । ପକ୍ଷୀମାନଙ୍କ କୁଜନରେ ସେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ