ଅନେକ ଦିନ ତଳର କଥା । କୋଶଳ ଦେଶର ଗୋଟିଏ ରାଜ୍ୟରେ ଜଣେ ସାଧବ ଥିଲେ । ତାଙ୍କର ଧନ ସମ୍ପତ୍ତିରେ କୌଣସି ଅଭାବ ନଥିଲା । ହେଲେ ତାଙ୍କର ଏକୋଇର ବଳା ବିଶିକେଶନ ମାତ୍ର ଗୋଟିଏ ପୁଅ ଥିଲା । ପୁଅଟି କିନ୍ତୁ ଭାରି ଚଗଲା । ଚାଲିଗଲା ଶଗଡରେ ହାତ ମାରିଦିଏ । ସାଧବ ତାକୁ ଯେତେ ଆକଟ କଲେ ମଧ୍ୟ ସେ କାହାରି କଥା ମାନେନାହିଁ । ଦିନକୁ ଦିନ ତା’ର ବୟସ ବଢିବା ସହିତ ଚଗଲାମିର...
Category - କାହାଣୀ
ଗାଁର ଶେଷମୁଣ୍ଡରେ ଗୋଟିଏ ମନ୍ଦିର । ମନ୍ଦିର ପାଖରେ ଗୋଟିଏ ବିରାଟ ପୋଖରୀ । ପୋଖରୀ ଚାରିପଟେ ଗୁଡାଏ ବଡ ବଡ ଗଛମାନ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ସେହି ଗଛରେ ଗୋଟିଏ କାଉ ବସା ବାନ୍ଧି ରହିଥାଏ । ସେହି ପୋଖରୀରେ ଗୋଟିଏ ହଂସ ରହିଥାଏ । କାଉ ଓ ହଂସ ନିଜ ନିଜର ସୁଖରେ ରହିଥାଆନ୍ତି । ଦିନେ ଦୁଇ ଜଣଙ୍କ ମଧ୍ୟରେ ସାକ୍ଷାତ ହେବାରୁ ଦୁହେଁ ସାଙ୍ଗ ହୋଇଗଲେ ।...
ପାଟନାଳୀ କୂଳରେ ଥିବା ଗୋଟିଏ ଛୋଟ ଗାଁ । ସେ ଗାଁଟିର ନାମ ଡଅଁରମୁହଁ । ସେହି ଗ୍ରାମରେ ରାଜକିଶୋର ନାମରେ ଜଣେ ଚାଷୀ ଥିଲା । ସେହି ଚାଷୀଟିର ଗୋଟିଏ ଗାଈ ଥିଲା । ସେହି ଗାଈର ଗୋଟିଏ ଅତି ଗେହ୍ଲା ବାଛୁରୀ ଥିଲା । ଚାଷୀଟି ସକାଳେ ଗାଈ ଠାରୁ ଦୁଧ ପାଇଲା ପରେ ବାଛୁରୀକୁ ଘର ବାରଣ୍ଡାରେ ବାନ୍ଧି ଦେଇ ଗାଈଟିକୁ ଚରାଇବାକୁ ନିକଟରେ ଥିବା କଂଟାଣିଆ ପଡିଆ ଜମିକୁ ନେଇଯାଏ...
ଅନେକ ଦିନ ତଳର କଥା । ତଳ ବରାଦ ଗ୍ରାମ ପାଖରେ କଂଟାଣିଆ ପଡିଆ ଶେଷମୁଣ୍ଡକୁ ରହୁଥିଲା କୋତରୀ ବୁଢୀଟିଏ । ତା’ର ଘର ଚାରି ପାଖରେ ଘଂଚ ଜଙ୍ଗଲ । ବୁଢୀର କିଛି ଛୁଆ ପିଲା ନଥିଲେ । ସେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଛେଳି, କୁକୁଡା ଓ ଗାଈଟିଏ ପାଳିଥାଏ । ବୁଢୀଟି କୋତରୀ ହେଲେ କ’ଣ ହେବ, ବହୁତ କଠିନ ପରିଶ୍ରମ କରୁଥିଲା । ଛେଳି, କୁକୁଡା ଓ ଗାଈ ରହିବା ଲାଗି ତା’...
ଅନେକ ଦିନ ତଳର କଥା । ଓଡିଶାର ଜଣେ ବଣିକ ସମୁଦ୍ର ପଥ ଦେଇ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓରେ ଓଡିଶାର ଦ୍ରବ୍ୟ ବିକ୍ରୟ କରି ସେଠାରୁ ସୁନା, ରୂପା, ହୀରା ଓ ନୀଳା, ମୋତି, ମାଣିକ୍ୟ ଆଦି ଜିନିଷ ନେଇ ଆସନ୍ତି । ସେଇ ସାଧବ ପୁଅମାନଙ୍କ ଲାଗି ଦେଶରେ ସୁନା ଫଳୁଥିଲା । ଏହାର ନାବିକମାନଙ୍କ ଉପରେ ଜଳ ଦସ୍ୟୁମାନେ ବାରମ୍ବାର ଆକ୍ରମଣକରି ସେମାନଙ୍କ ଠାରୁ ସେହି ମୂଲ୍ୟବାନ୍...
ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ...
ବହୁତ ଦିନ ତଳର କଥା । ଗୋଟିଏ ଜଙ୍ଗଲରେ ତିନିଟି ଗଛ ଥିଲେ । ସେମାନେ ପରସ୍ପର ମଧ୍ୟରେ ନିଜ ନିଜର ଭବିଷ୍ୟତକୁ ନେଇ ଦେଖିଥିବା ସ୍ୱପ୍ନ ସମ୍ପର୍କରେ ଆଲୋଚନା କରୁଥିଲେ । ସେମାନଙ୍କ ଆଲୋଚନା ସମୟରେ ପ୍ରଥମ ଗଛଟି କହିଲାଯେ, ସେ ଏକ ସିନ୍ଦୁକ ହେବାକୁ ଇଚ୍ଛା କରୁଛି । କାରଣ ଏହି ସିନ୍ଦୁକରେ ଲୋକେ ବହୁତ ସୁନା, ରୂପା, ହୀରା ଇତ୍ୟାଦି ମୂଲ୍ୟବାନ ଜିନିଷ ସବୁ ରଖିବେ ।...
ଏକଦା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଗରୀବ ଅଥଚ ଚତୁର ଭିକାରୀ ବ୍ରାହ୍ମଣ ଥିଲେ । ସେ ତାଙ୍କର ପାଂଚ ପ୍ରାଣୀ କୁଟୁମ୍ବକୁ କିପରି ପୋଷିବେ ଏହି ଚିନ୍ତାରେ ବ୍ୟଥିତ ହୋଇ ପଡିଲେ । ଜ୍ଞାନ ଚର୍ଚ୍ଚା ମାଧ୍ୟମରେ କିଛି ରୋଜଗାର କରିବା ନିମିତ ବାରମ୍ବାର ଚେଷ୍ଟାକରି ବିଫଳ ହେଲେ । ଭିକ୍ଷା ବୃତି କରି ଚଳିବା ଛଡା ତାଙ୍କର ଆଉ କୌଣସି ଉପାୟ ନଥିଲା । ପାଂଚ ପ୍ରାଣୀ...
ଗୋଟିଏ ରାଜ୍ୟରେ ଥିଲେ ଜଣେ ରାଜା । ସେ ଥିଲେ ଭାରି ଖିଆଲି । ଥରେ ତାଙ୍କ ମୁଣ୍ଡରେ ସବାର ହେଲା ଗୋଟିଏ ନିଶା । ସେ କେମିତି ଏ ବିଶ୍ୱର ସବୁଠାରୁ ଭଲ ରାଜା ହେବେ । ତେବେ ତାହା କେମିତି ସମ୍ଭବ ହେବ, ସେ ବାବଦରେ କୌଣସି ଲୋକ ତାଙ୍କୁ ବିଶେଷ କିଛି ସୂତ୍ର ପ୍ରଦାନ କରି ପାରିଲେ ନାହିଁ । ରାଜା ଯେତେ ନମ୍ର, ଭଦ୍ର ବା ଦୟାଶୀଳ ହେବାକୁ ଚାହିଁଲେ ବି ବେଶୀ ସମୟ ସେଭଳି...
ନାମଦେବ ଜଣେ ବଡ କୃଷ୍ଣଭକ୍ତ ଥିଲେ । ସେ ଭଗବାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଆଉ ସେ ଭଗବାନଙ୍କର ଅତି ପ୍ରିୟ ବୋଲି ତାଙ୍କର ଖୁବ୍ ଅଭିମାନ ଓ ଅହଂକାର ଥିଲା । ଏହା ମଧ୍ୟ ନାମଦେବଙ୍କ ଶିଷ୍ୟମାନେ ପ୍ରଚାର କରୁଥିଲେ । ଗୋଟିଏ ସନ୍ଥସଭା ହେଉଥିଲା, ସେହି ସନ୍ଥସଭାରେ ନାମଦେବ ବି ଥିଲେ । ସନ୍ଥମାନଙ୍କୁ ପରୀକ୍ଷା କରିବାକୁ ସନ୍ଥ ଗୋରା କୁମ୍ଭାର ବାହାରିଲେ । ସେ ତ...
ଏକଦା ଗୋଟିଏ ଆଶ୍ରମରେ ଗୁରୁଙ୍କୁ ଜଣେ ମହିଳା ପଚାରିଲେ, ମହାଭାଗ ମୁଁ ସବୁଦିନ ପରିବା କାଟି ରୋଷେଇ କରୁଛି । ଜାଣୁଛି ପରିବା ଭିତରେ ପୋକ ଅଛନ୍ତି । କିନ୍ତୁ ସେମାନଙ୍କୁ ମାରିବାକୁ ପଡୁଛି । ଏଇଟା କ’ଣ ପାପ ପର୍ଯ୍ୟାୟରେ ଯିବ? ଗୁରୁ ଏହା ଶୁଣି କହିଲେ, ତେବେ ଏ କଥାଟି ଶୁଣ । ଥରେ ସ୍ୱାମୀ ଯୋଗାନନ୍ଦ ପରମହଂସ ମହାରାଜ ଜର୍ମାନି ଯାଇଥିଲେ । ସେଠାରେ ତାଙ୍କ...
ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ହରି ଚେତନାରୁ ବିରତ କରିବା ଲାଗି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଷଣ୍ଢ ତଥା ଅମର୍କଙ୍କ ଆଶ୍ରମକୁ ଶିକ୍ଷାଦୀକ୍ଷା ନିମିତ ପଠାଇଲେ । ଦୁଇ ଆଚାର୍ଯ୍ୟଙ୍କୁ କଠୋର ନିର୍ଦେଶ ଥିଲା ପ୍ରହ୍ଲାଦଙ୍କୁ ଦୈତ୍ୟୋଚିତ ଶିକ୍ଷାଦେବା । ଆଚାର୍ଯ୍ୟ ଯାହା କିଛି ଶିକ୍ଷା ଦେଉଥିଲେ ପ୍ରହ୍ଲାଦ ତାହା ଗ୍ରହଣ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ମନ...
ଗୁରୁଭକ୍ତିର ପରାକାଷ୍ଠା ଦେଖାଇ ଏକଲବ୍ୟ ତାଙ୍କର ବୃଦ୍ଧାଙ୍ଗୁଳି ଦାନ କରିଥିଲେ । କୃଷ୍ଣ-ବଳରାମ ମଧ୍ୟ ଅନୁରୂପ ଭାବରେ ଗୁରୁଦକ୍ଷିଣା ସ୍ୱରୂପ ଯମରାଜଙ୍କ ନିକଟରୁ ଗୁରୁପୁତ୍ରଙ୍କୁ ଫେରାଇ ଆଣିଥିଲେ । ବୟଃପ୍ରାପ୍ତ ହେବାପରେ କୃଷ୍ଣ-ବଳରାମ ଦୁହେଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ରହି ଅଧ୍ୟୟନ କଲେ । ବିଦ୍ୟା ସମାପ୍ତ ପରେ ଉଭୟେ ଗୁରୁଦକ୍ଷିଣା ଦେବାକୁ ଚାହିଁଲେ ।...
ଜଣେ ସାଧୁ ପିଲାଦିନରୁ ଗୁରୁଙ୍କ ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ । ସ୍ତ୍ରୀ ଦର୍ଶନ ତାଙ୍କ ଭାଗ୍ୟରେ କେବେ ଘଟି ନଥିଲା । ଦିନେ ଗୁରୁଦେବଙ୍କ ଆଦେଶରେ ସେ ନଗରକୁ ଯାଇ ଜଣେ ଗୃହସ୍ଥଙ୍କ ଘରେ ଭିକ୍ଷା ମାଗିଲେ । ଗୃହସ୍ଥଙ୍କ କନ୍ୟା ତାଙ୍କୁ ଭିକ୍ଷା ଦେବାକୁ ଆସିଲା । ଯୁବତୀର ବକ୍ଷରେ ସ୍ତନଭାର ଦେଖି ସାଧୁ ଅବାକ୍ ହୋଇ ସରଳ ଏବଂ ସ୍ପଷ୍ଟ ଭାବରେ ପଚାରିଲେ, “ମା’ ! ତୁମ...
ଜଙ୍ଗଲ ମଧ୍ୟରେ ପୋଖରୀଟିଏ । କାଚକେନ୍ଦୁ ପରି ପାଣି । ସେଇ ପୋଖରୀରେ ରହୁଥିଲା ଗୋଟିଏ ବଡ କଇଁଛ । ପୋଖରୀ କୂଳରେ ଗୋଟିଏ ଝଙ୍କାଳିଆ ବରଗଛ ଏବଂ ତା’ ପାଖକୁ ଲାଗି ଘଂଚ ବୁଦା ସବୁ ଲମ୍ବିଯାଇଛି କିଛି ଦୂର । ସେଇ ବୁଦା ଭିତରେ ଘର କରି ରହିଥିଲେ ଦୁଇ ସାଙ୍ଗ-ମୂଷା ଏବଂ ଠେକୁଆ । ବରଗଛ ଉପରେ ବସା କରିଥିଲା କାଉଟିଏ । ଏ ଚାରିଙ୍କ ଭିତରେ ଭାରି ବନ୍ଧୁତା । କେହି କାହାକୁ...


