ଗୋଟିଏ ଜଙ୍ଗଲରେ ଭାରି ଶକ୍ତିଶାଳୀ ସିଂହଟିଏ ରହୁଥିଲା । ଦିନେ ଗୋଟିଏ ବିଲୁଆ ତା’ ପାଖରେ ଜୁଟି ତା’ ଆଗରେ ଚୁଗୁଲୀଆମି କଲା । ଚୁଗୁଲୀଆମିରେ ଖୁସି ସିଂହ ତାକୁ ବନ୍ଧୁ ଭାବେ ଗ୍ରହଣ କଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ନିବିଡ ହେଲାଯେ ସେମାନଙ୍କ ଭିତରେ ପାଣି ଗଳିଲା ନାହିଁ । ଦିନେ ଗୋଟିଏ ମସ୍ତବଡ ହାତୀ ଜଙ୍ଗଲକୁ ଆସିଲା । ସେଇ ଜଙ୍ଗଲରେ ହାତୀ ନଥିଲେ । ହାତୀର...
Category - କାହାଣୀ
ଜଣେ ଚୋର ଥିଲା, ମୃତ୍ୟୁ ସମୟ ନିକଟ ହୋଇଆସିବାରୁ ସେ ତା’ର ପୁଅକୁ ଡାକି କହିଲା ଚୋରି କରିବା ସମୟରେ କୌଣସି ଧର୍ମସ୍ଥଳୀ (ଉପାସନା ପୀଠ) ଧର୍ମଶାଳା ଭିତରେ ପଶିବୁ ନାହିଁ । ଯଦି ଧରାପଡୁ ଯେତେ ପିଟାପିଟି କଲେ ମଧ୍ୟ କୌଣସି ପରିସ୍ଥିତିରେ ଦୋଷ ସ୍ୱୀକାର କରିବୁ ନାହିଁ । ଏହାର କିଛି ଦିନପରେ ଚୋରଟି ମରିଗଲା । ପୁଅ, ବାପାଙ୍କ ଭଳି ପ୍ରାୟତଃ ଚୋରି କଲା । ଦିନେ ଚୋରି...
କର୍ଣ୍ଣାଟକରେ ଶ୍ରୀନିବାସ ନାମକ ସ୍ୱର୍ଣ୍ଣକାର ସଂପ୍ରଦାୟର ଜଣେ ଶେଠ୍ ଥିଲେ । ସେ ଅତି କୃପଣ ଥିଲେ । ଦିନେ ଜଣେ ଗରିବ ବ୍ରାହ୍ମଣ ଶ୍ରୀନିବାସଙ୍କୁ ଭେଟି ଝିଅ ବିଭାଘର ନିମନ୍ତେ କିଛି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ଶ୍ରୀନିବାସ ବହୁ ଚିନ୍ତା କଲା ପରେ ଦୁଇ ଥାଳିରେ ରଖାଯାଇଥିବା କିଛି ଅର୍ଥ ଆଣି ବ୍ରାହ୍ମଣଙ୍କ ସମ୍ମୁଖରେ ରଖି ଉଭୟରୁ ଗୋଟିଏ ଲେଖା ଟଙ୍କା...
ଏକଦା ରାଜା ଶିକାର କରିବାକୁ ବାହାରିଲେ । ସାଙ୍ଗରେ ଗଲେ ସେନାପତି ଓ କେତେଜଣ ସୈନ୍ୟ । ଜଙ୍ଗଲ ଟିକେ ଦୂରରେ ଥିଲା । ଭାରି ଶୋଷ ଲାଗିଲା ରାଜାଙ୍କୁ । ବାଟରେ ଥିଲା ଅନ୍ଧ ସୁରଦାସଙ୍କ କୁଡିଆ । କୁଡିଆ ବାହାରେ ଥିଲା ପାଣି ମାଠିଆ । ପାଣି ମାଠିଆ ନିକଟରେ ସୁରଦାସ ବସିଥିଲେ । ରାଜା ଜଣେ ସୈନ୍ୟଙ୍କୁ ଆଦେଶ ଦେଲେ – “ଯାଅ, ସେଠାରୁ ପାଣି ମୁନ୍ଦିଏ ମାଗିଆଣ ।” ...
ସହରରେ ଥିଲେ ଜଣେ ନୀତିବାନ୍ ଶିକ୍ଷକ । ସେ ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ । ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା । କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା । ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ୱିତ ହେଲେ ଏବଂ...
ଥରେ ଗୋଟିଏ ଗଞ୍ଜା ଖୁବ୍ ସକାଳୁ ସକାଳୁ ଗଛ ଉପରେ ବସି ବୋବାଉଥିଲା । ସେହି ଗଛ ମୂଳରେ ପୂର୍ବରାତିରୁ ଗୋଟିଏ ବିଲୁଆ ଶୋଇଥିଲା । କୁକୁଡାର ଏପରି ରାବ ଶୁଣି ବିଲୁଆର ନିଦ ଭାଙ୍ଗିଗଲା ଓ କିଏ ଏପରି ରାବୁଛି ଜାଣିବା ପାଇଁ ଗଛ ଉପରକୁ ଚାହିଁଲା । ନାଲି ଟହଟହ ପୃଥଳକାୟ ଗଞ୍ଜାଟାକୁ ଦେଖି ବିଲୁଆ ପାଟିରୁ ଲାଳ ବୋହିଲା ଏବଂ ମନେ ମନେ ଏହାକୁ ଖାଇବ ବୋଲି ଚିନ୍ତା କଲା । କିଛି...
ସୂର୍ଯ୍ୟବଂଶର ରାଜା ଧର୍ମାତ୍ମା ସଗରଙ୍କ ୬୦ ହଜାର ଏକକ ପୁତ୍ର ଥିଲେ । କିନ୍ତୁ ସେମାନେ ଦୁରାଚାରୀ, ଦୁଷ୍ପ୍ରବୃତିସମ୍ପନ୍ନ ଥିଲେ । ଥରେ ରାଜା ସଗର ଅଶ୍ୱମେଧ ଯଜ୍ଞ କଲେ । ଇନ୍ଦ୍ର ଯଜ୍ଞ ଅଶ୍ୱକୁ ଚୋରିକରି ନେଇ ପାତାଳ ପୁରୀରେ ତପସ୍ୟାରତ କପିଳମୁନିଙ୍କ ଆଶ୍ରମରେ ବାନ୍ଧିଦେଲେ । ସଗରପୁତ୍ରମାନେ ଅଶ୍ୱକୁ ଖୋଜିଖୋଜି ଯାଇ ପହଁଚିଲେ କୋଟି ସୂର୍ଯ୍ୟ ସମାନ ଦୀପ୍ତିମାନ...
କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର...
ଊନବିଂଶ ଶତାଦ୍ଦୀର କଥା । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ବୀରସିଂହ ଗ୍ରାମରେ ନିଜ ମାଆଙ୍କ ସହ ରହୁଥିଲା ବାଳକଟିଏ । ଦିନେ ବାଳକଟିଏ ମାଆଙ୍କୁ କହିଲା – ‘ମାଆ ! ତୁମର କେଉଁ ଗହଣା ପସନ୍ଦ? ତୁମପାଇଁ ଗହଣା ତିଆରି କରିଦେବାକୁ ମୋର ଭାରି ଇଚ୍ଛା । ମୁଁ ବଡ ହୋଇଗଲେ ତୁମ ପାଇଁ ଗହଣା ତିଆରି କରିଦେବି ।’ ମାଆ କହିଲେ – ‘ପୁଅରେ ! ତିନିଟି ଗହଣା ପାଇଁ ମୋର...
ଏକଦା ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଥୀମାନଙ୍କ ଠାରୁ ବହୁ ଦୂରକୁ ଚାଲିଗଲା । ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥିଲା । ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା । ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା । କିଛି ସମୟ ପରେ ବାଛୁରୀଟିଏ ଧାଇଁଆସି ସେଇ ଗୁମ୍ଫାରେ ପଶିଲା । ଛେଳିକୁ ଦେଖି ବାଛୁରୀ ଭାବିଲା...
ସଫଳତା ସ୍ୱାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ହାରିଯାଇ ପୁଣି ଜିତିବାର ଅଭୀପ୍ସା ନେଇ ଆଗେଇ ଯିବା ଉଚିତ୍ । ଏପରି ଉଦାହରଣ ଅନେକ କ୍ଷେତ୍ରରେ ଅନେକ ବ୍ୟକ୍ତିଙ୍କ ଜୀବନରେ ଘଟି ଚାଲିଛି । ମହାମୁର୍ଖ କାଳିଦାସ ଦୃଢ ସଙ୍କଳ୍ପ ନେଇ କଠିନ ଅଧ୍ୟବସାୟ ଓ ଆଧ୍ୟାତ୍ମିକ ମନୋବଳ ଦ୍ୱାରା ମାତା ସରସ୍ୱତୀଙ୍କ ଆଶିଷ ପ୍ରାପ୍ତ...
ଦିବ୍ୟ ଜୀବନ ମାର୍ଗରେ ଚାଲିବାର ଏହି ଯେଉଁ ମହତ୍ ଆକାଂକ୍ଷା ପୋଷଣ କରିଛନ୍ତି, ଏଥିରୁ ପ୍ରମାଣ ମିଳିଯାଉଛି ଯେ, ଆପଣମାନେ ଅତ୍ୟନ୍ତ ଧନ୍ୟ । ଭଗବାନ୍ କ୍ଷମତାଶୀଳ ଓ କରୁଣାମୟ । ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରଭୁ ନିଶ୍ଚୟ କୃପାବର୍ଷଣ କରନ୍ତି । ପ୍ରଭୁଙ୍କୁ ସତରେ ବିଶ୍ୱାସ କରନ୍ତୁ । ସକଳ ପରିସ୍ଥିତି ଓ ସବୁ...
ମହାପୁରୁଷମାନଙ୍କ ଜୀବନର ଗୋଟିଏ ଗୋଟିଏ ଘଟଣା ବେଳେବେଳେ ଆମ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ । ସେମିତି ସନ୍ଥ ତୁଳସୀ ଦାସଙ୍କ ଜୀବନୀ ତୁଳସୀ ଦାସ କାଶୀ କ୍ଷେତ୍ରରେ ରହୁଥିବା ସମୟରେ ଦିନେ ଏକ ବିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ ସେ ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ଅସ୍ତ ବୃକ୍ଷମୂଳରେ ଢାଳି ଦେଉଥିଲେ । ସେହି ଅସ୍ତ...
ଋଷି ଜମଦଗ୍ନି ଓ ରେଣୁକାଙ୍କ ପାଂଚପୁତ୍ର ଥିଲେ । ସର୍ବକନିଷ୍ଠ ରାମ ଥିଲେ ଅତ୍ୟନ୍ତ ଚତୁର, ବୁଦ୍ଧିମାନ, ବିବେକୀ । ବଳବିକ୍ରମରେ ମଧ୍ୟ ସେ ଅନ୍ୟ ଭାଇମାନଙ୍କଠାରୁ ଆଗରେ ଥିଲେ । ଏହାସହ ସେ ଭାରି ଦୁଷ୍ଟ ମଧ୍ୟ ଥିଲେ । ଥରେ ଜମଦଗ୍ନିଙ୍କୁ ମାତା ରେଣୁକା ରାମଙ୍କ ପାଇଁ ଉପଯୁକ୍ତ ଗୁରୁ ଯୋଗାଡ ପାଇଁ କହିଲେ । ଜମଦଗ୍ନି ଏହାର ଉତ୍ତରରେ କହିଲେ ମୁଁ କାହିଁକି ଗୁରୁ...
ଜଣେ ଅବଧୁତ ଜଙ୍ଗଲ ଭିତରେ ଯାଉଥିବା ବେଳେ ଦେଖିଲେ ଗୋଟିଏ ବ୍ୟାଧ ତାହାର ଜାଲ ପକାଇ ଜନ୍ତୁଟିକୁ କିଭଳି ଧରିବ ସେଥିପାଇଁ ଏକାଗ୍ର ଭାବରେ ଏକଲୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଚାହିଁ ବସିଛି । ଅବଧୁତ ଜଣକ ପଚାରିଲେ କେଉଁ ବାଟେ ଗଲେ ଏ ଜଙ୍ଗଲ ଆଖପାଖରେ ଗୋଟିଏ ନଈ ବା ପାଣି ମିଳିବ, ମୋତେ ଟିକେ କହିଦେବ, ମୋତେ ଭାରି ଶୋଷ ଲାଗୁଛି । ବ୍ୟାଧ ଜଣକ କିଛି ଶୁଣି ନାହିଁ, ହଲଚଲ...


