ନମ୍ରତା ଶ୍ରେଷ୍ଠ ଭୂଷଣ

ଥରେ ଜଣେ ଯୁବ ବ୍ରହ୍ମଚାରୀ ଦେଶ ଭ୍ରମଣରେ ଗଲେ । ନାନା ଦେଶ ଭ୍ରମଣ କାଳରେ ସେ କିଛି ଗ୍ରନ୍ଥ ଅଧ୍ୟୟନ କଲେ । ସ୍ୱଦେଶକୁ ଫେରିଲା ପରେ ସେ ଅହଂକାରୀ ହୋଇଗଲେ । ପୁସ୍ତକ ଅଧ୍ୟୟନ ହେତୁ ସେ ମନେମନେ ଭାବିଲେ ମୋଠାରୁ ଅଧିକ ଜ୍ଞାନୀ କେହି ନାହାଁନ୍ତି । ମୁଁ ଶ୍ରେଷ୍ଠ ଜ୍ଞାନୀ, ଯେତେବଡ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନଚର୍ଚ୍ଚାରେ ମୁଁ ତାଙ୍କୁ ପରାସ୍ତ କରିଦେଇପାରିବି । ତାଙ୍କ...

Read More

ପୁଣ୍ୟର ପ୍ରଭାବ

ଅନେକ ବର୍ଷ ତଳେ ଜଣେ ଧର୍ମଜ୍ଞ ରାଜା ଥିଲେ । ‘ପୂର୍ବ ଜନ୍ମରେ ମୁଁ ଏପରି କି ପ୍ରକାର ପୁଣ୍ୟ ଅର୍ଜନ କରିଥିଲିଯେ, ଆଜି ମୋତେ ଏତେ ସୁଖ, ଶାନ୍ତି, ଆନନ୍ଦ ମିଳୁଛି?’ ଏହି କଥା ଜାଣିବା ପାଇଁ ସେ ଜ୍ୟୋତିଷମାନଙ୍କୁ ଡାକିଲେ । ସେମାନଙ୍କୁ କହିଲେ, “ମୋ ପୂର୍ବଜନ୍ମ ବିଷୟରେ ଯିଏ ଠିକ୍ କଥା କହିପାରିବ ତା’ର ପାଂଚ ପୁରୁଷ ପାଇଁ ଯେତେ ଧନ ଦ୍ରବ୍ୟ ଦରକାର ତାକୁ ଦିଆଯିବ ।”...

Read More

ଭଗବାନଙ୍କ ଉପରେ ଆସ୍ଥା

ଭୀଷ୍ମ ପିତାମହ ଯୁଦ୍ଧ କରୁଥିଲେ ମଧ୍ୟ ପାଣ୍ଡବମାନଙ୍କୁ ପରାସ୍ତ କରିବା ସମ୍ଭବ ହୋଇନଥାଏ । ଦୁର୍ଯ୍ୟୋଧନ ଏଥିରେ ଅତି ମାତ୍ରାରେ ବ୍ୟତି ବ୍ୟସ୍ତ ହୋଇପଡିଲେ । କ୍ରୋଧ ଜର୍ଜରିତ ହୋଇ କହିଲେ – ପିତାମହ ! ପାଣ୍ଡବମାନେ ଆପଣଙ୍କର ଅତି ପ୍ରିୟ । ସେଇ କାରଣରୁ ବୋଧହୁଏ ଆପଣ ସେମାନଙ୍କୁ ନମାରି ଖେଳାଉଛନ୍ତି । ଏହି ଆକ୍ଷେପୋକ୍ତି ପିତାମହଙ୍କୁ ବଜ୍ରତୁଲ୍ୟ ଆଘାତ ଦେଲା...

Read More

କଦମ୍ବ ଓ କାଦମ୍ବିନୀ

 ସତ୍ୟ ଯୁଗର କଥା । କଦମ୍ବ ଓ କାଦମ୍ବିନୀ ଥିଲେ ଭାଇଭଉଣୀ । ବାପା ମାଆ ଛେଉଣ୍ଡ । କଦମ୍ବକୁ ସାତବରଷ ଓ କାଦମ୍ବିନୀକୁ ନଅ ବରଷ ହୋଇଥାଏ । ବାପା ମା’ ଆର ପାରିକୁ ଚାଲିଗଲାପରେ ଦୁନିଆଁ ଏମାନଙ୍କୁ ଅନ୍ଧାର ଦିଶିଲା । କେହି ତାଙ୍କୁ ନିଜର କରିବାକୁ ଆଗେଇ ଆସିଲେ ନାହିଁ । ଭାରି କଷ୍ଟରେ ଏମାନେ ଦିନ କାଟିଲେ । ହେଲେ ଭିକ ମାଗିଲେନି । ସ୍ଥାନୀୟ ମନ୍ଦିରକୁ ଯାଇ ଦେବନୀତି...

Read More

ଗୁରୁଜନଙ୍କ ଆଶୀର୍ବାଦ

କୁରୁକ୍ଷେତ୍ର ପ୍ରାଙ୍ଗଣ । କୌରବ ଓ ପାଣ୍ଡବମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ରଣ ଭେରୀ ବାଜିବାମାତ୍ରେ ଉଭୟ ପକ୍ଷ ଯୁଦ୍ଧରେ ଲିପ୍ତ ରହିବେ । ସେଥିପାଇଁ ପ୍ରତୀକ୍ଷା । ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା । ଯୁଧିଷ୍ଠିର ରଥରୁ ଓହ୍ଲାଇ ଚାଲି ଚାଲି କୁରୁସେନାଙ୍କ ଆଡକୁ ଅଗ୍ରସର ହେଲେ ।          ଏହା ଦେଖି ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ ସହ...

Read More

ଯେମିତି ପୂର୍ବେ ସେମିତି ପରେ

ଅନେକ ଦିନ ତଳର କଥା । ମଣି ପାଟକ ରାଜ୍ୟରେ ଜଣେ ଦରିଦ୍ର ବ୍ରାହ୍ମଣ ବାସ କରୁଥିଲେ । ତାଙ୍କ ପରିବାରରେ ସ୍ୱାମୀ, ସ୍ତ୍ରୀ ଓ ପୁତ୍ର ବ୍ୟତୀତ ଅନ୍ୟକେହି ନଥିଲେ । ବ୍ରାହ୍ମଣ ଜଣକ ଜଣେ ଭାରି ଈଶ୍ୱରଭକ୍ତ ଥିଲେ । ପ୍ରତିଦିନ ଭକ୍ତିର ସହିତ ଈଶ୍ୱର ଉପାସନା କରି ସେ ସାତ୍ୱିକ ଜୀବନ ଯାପନ କରୁଥିଲେ । ତାଙ୍କର ଏ ଦରିଦ୍ର ଅବସ୍ଥା ସାଙ୍ଗକୁ ଈଶ୍ୱରଙ୍କ ପ୍ରତି ଭକ୍ତି କାରଣ...

Read More

ଗର୍ବ ଚୁନା ହେଲା

ଜଣେ ଫକୀର ଥିଲେ । ଥରେ ତାଙ୍କ ମନକୁ ଏକ ଅଦ୍ଭୁତ ଭାବନା ଆସିଲା ଯେ ଖୁଦା (ଈଶ୍ୱର) ମୋ ଉପରେ ବହୁତ ଖୁସୀ । ମୋ ଠାରୁ ବଳି ତାଙ୍କର ଶ୍ରେଷ୍ଠ ଭକ୍ତ କେହି ନାହାଁନ୍ତି । ସର୍ବଦା ସେ କହୁ ଥାଆନ୍ତି – “ହେ ଖୁଦା ! ଯଦି ମୋ’ ଠାରୁ ବଳି ଆପଣଙ୍କର କେହି ପ୍ରିୟ ଭକ୍ତ ଅଛନ୍ତି ତେବେ ମୋତେ କୁହନ୍ତୁ ମୁଁ ତାଙ୍କୁ ଦର୍ଶନ କରିବି ।          ଖୁଦା ଫକୀରଙ୍କର ଏଭଳି ଅହଂକାର...

Read More

ଭଲ ଓ ଭେଲ

ଏକଦା ସଇତାନମାନଙ୍କର ରାଜା ଜଙ୍ଗଲ ଭିତର ଦେଇ ଯାଉ ଯାଉ ବାଟରେ ଗୋଟିଏ ଆଶ୍ରମ ଦେଖି ସେଠି ଅଟକିଲେ । ସେ ଘୋଡାରୁ ଓହ୍ଲାଇ ନିଜର ରାଜ ପୋଷାକ ଖୋଲି ଜଣେ ସାଧାରଣ ଲୋକ ବେଶ ଧାରଣ କରି ସେହି ଆଶ୍ରମ ମଧ୍ୟକୁ ପ୍ରବେଶ କଲେ । ଆଶ୍ରମ ମଧ୍ୟରେ ପ୍ରବେଶ କରୁ କରୁ ସେ ଜଣେ ଯୁବ ସନ୍ନ୍ୟାସୀଙ୍କୁ ଦେଖିଲେ । ସଇତାନଙ୍କ ରାଜା ତାଙ୍କୁ ଖୁବ୍ କର୍କଶ ସ୍ୱରରେ ଏବଂ ଚଢାଗଳାରେ କହିଲେ...

Read More

ଯେମିତି ଅନ୍ନ ସେମିତି ମନ

ଏକଦା ରାଜା ଶିବିଙ୍କ ଦରବାରରେ ପରମହଂସ ନାମକ ଜଣେ ସାଧୁ ଥିଲେ । ସେ ସର୍ବଦା ରାଜା ଶିବିଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେଉଥିଲେ । ରାଜା ଶିବିଙ୍କ ରାଜ୍ୟରେ ଜଣେ ବ୍ରାହ୍ମଣ ଥିଲେ । ସେହି ବ୍ରାହ୍ମଣଙ୍କର କନ୍ୟାର ବିବାହ ନିମନ୍ତେ ସେହି ନଗରରେ ଥିବା ଜଣେ ସ୍ୱର୍ଣ୍ଣକାର (ବଣିଆ) ଙ୍କୁ ଗହଣା ତିଆରି କରିବା ପାଇଁ କିଛି ପରିମାଣରେ ସୁନା ଦେଲେ ।         ...

Read More

ମୂଲ୍ଲାଙ୍କ ଚତୁରତା

ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ ।          ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି...

Read More

ଶ୍ରେଷ୍ଠ ଭକ୍ତ କିଏ?

 ଏକଦା ସ୍ୱର୍ଗରେ ପୃଥିବୀରେ ଶ୍ରେଷ୍ଠ ଭକ୍ତ କିଏ ବୋଲି ଆଲୋଚନା ହେଉଥାଏ । ଏହି ସମୟରେ ନାରଦ ବିଷ୍ଣୁଙ୍କୁ କହିଲେ ପ୍ରଭୁ, ମୁଁ ହିଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ । ନାରଦଙ୍କ ମୁଖରୁ ଏକଥା ଶୁଣି ପ୍ରଭୁ ବିଷ୍ଣୁ କିଛି କହିଲେ ନାହିଁ । ନାରଦ ପୁଣି ଥରେ ପ୍ରଭୁଙ୍କ ମତ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ । ନାରଦ କିନ୍ତୁ ଅଜାଣତରେ ଜଣେ ଭଲ ଭକ୍ତର ପ୍ରଥମ ଯୋଗ୍ୟତା କଥା...

Read More

ସୁନ୍ଦର କିଏ?

ସେଦିନ ବାହାରେ ଖୁବ୍ ଜୋର୍ରେ ବର୍ଷା ହେଉଥାଏ । ସ୍କୁଲକୁ ଅଧିକାଂଶ ପିଲା ଆସିନଥାନ୍ତି । ରାଜୁ ସାର୍ ସପ୍ତମ ଶ୍ରେଣୀର ପିଲାମାନଙ୍କୁ କହିଲେ, ପିଲାଏ ଆଜି ତୁମମାନଙ୍କର ବୁଦ୍ଧି ପରୀକ୍ଷା କରାଯିବ । କହିଲ ପିଲାଏ ବଗ ସୁନ୍ଦର, ନା କୋଇଲି ସୁନ୍ଦର । ସମସ୍ତ ପିଲା ହାତ ଟେକିଲେ । ରାଜୁ ସାର୍ ସମସ୍ତଙ୍କୁ ଗୋଟି ଗୋଟି କରି ପଚାରିଲେ, ସମସ୍ତେ କହିଲେ ବଗ ସୁନ୍ଦର । କାରଣ...

Read More

ନିଃସ୍ୱାର୍ଥପର ଲୋକ

ଏକଦା ହିମାଳୟର ପାଦ ଦେଶରେ ଜଣେ ସାଧୁ ବାସ କରୁ ଥାଆନ୍ତି । ସେହି ସାଧୁ ଜଣକ ଦିନକୁ ମାତ୍ର ଥରେ ଲେଖାଏଁ ଖାଦ୍ୟ ଖାଇ ଥାଆନ୍ତି । ଦିନକର ଘଟଣା । ମଧ୍ୟାହ୍ନ ସମୟରେ ସନ୍ଥଙ୍କ ନିକଟରେ ଥିବା ବାଳକଟି ମୁହଁ ହାତ ଧୋଇ ତାକୁ ଦିଆଯାଇଥିବା ଖାଦ୍ୟ ଖାଇବାକୁ ଯାଉଥାଏ । ଠିକ୍ ଏଇ ସମୟରେ ହଠାତ୍ ସାଧୁ ଆସି ବାଳକଟିକୁ ନିର୍ଦେଶ ଦେବା ଭଙ୍ଗୀରେ କହିଲେ ଟିକେ ଅପେକ୍ଷା କର ।...

Read More

ନମ୍ରଭାବ ଶ୍ରେଷ୍ଠ କରାଏ

ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ ।          ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ...

Read More

ଚୋର ସାଧୁ ପାଲଟିଲା

ଏକଦା ଗୋସ୍ୱାମୀ ତୁଳସୀ ଦାସ ରାତିରେ କୌଣସି ଏକ ସ୍ଥାନରୁ ଫେରୁଥିଲେ । ସେ ଏକୁଟିଆ ଆସୁଥିବା ବେଳେ ବାଟରେ ଜଣେ ଚୋରକୁ ଭେଟିଲେ । ଅନ୍ଧାର ରାତିରେ ଚୋରଟି ତୁଳସୀ ଦାସଙ୍କୁ ଦେଖି ପଚାରିଲା କିଏ ତୁମେ? ତୁଳସୀ ଦାସ ଉତ୍ତର ଦେଲେ, ଭାଇ ତୁମରି ପରି ମଣିଷଟିଏ । ଚୋରଟି ନିଜ ବୁଦ୍ଧିରେ ବିଚାର କଲା ଇଏ ମୋ ଭଳି ଗୋଟାଏ ଚୋର ନିଶ୍ଚୟ । ସେ ଖୁସି ହୋଇ କହିଲା – “ହଁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ