କୁବେର ତ ହେଉଛନ୍ତି ଧନର ଅଧିପତି । ସେ ଧନର ଅଧିପତି ହୋଇଥିବାରୁ ତାଙ୍କ ମନରେ ବହୁତ ଗର୍ବଥିଲା । ସେ ଧନର ଆଧିପତ୍ୟ ଦେଖାଇବା ପାଇଁ ଥରେ ସେ ଈଶ୍ୱରଙ୍କର ସହିତ ଶ୍ରୀମାଟିର ମୂର୍ତ୍ତିଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ । ଶ୍ରୀମାଟିର ମୂର୍ତ୍ତି ସମସ୍ତ ଦେବତାଙ୍କ ଆଗରୁ ପୂଜା ପାଉଥିବାରୁ କୁବେରଙ୍କର ତାଙ୍କ ପ୍ରତି ମନରେ ଈର୍ଷାଭାବଥିଲା । କୁବେର ସେହି କାରଣରୁ ମାଟିର...
Category - କାହାଣୀ
ଜଣେ ବ୍ୟବସାୟୀଙ୍କର ଏକମାତ୍ର ଝିଅଟିଏ ଥିଲା । ସେ ଝିଅଟିର ନାମ ପୂର୍ଣ୍ଣମାସୀ । ନିଜ ଇଚ୍ଛା ଅନୁଯାୟୀ ବିବାହ କରିବାରୁ ପିତାମାତା ତାଙ୍କୁ ଘରୁ ତଡିଦେଇଥିଲେ । ସମୟ କ୍ରମେ ସେ ବିବାହ କରି ଦୁଇଟି ପୁତ୍ର ସନ୍ତାନର ଜନନୀ ହେଲେ । ହଠାତ୍ ଦିନେ ପୂର୍ଣ୍ଣମାସୀଙ୍କର ମନକୁ ଆସିଲା – “ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଦୀର୍ଘ ଦିନପରେ ହୁଏତ ବାପା ମା’ ଏହି ଦୁଇ...
ଏକ ବିରାଟ ଜଙ୍ଗଲକୁ ଲାଗି ଗାଁଟିଏ । ଗାଁଟିର ନାମ ତଳବରାଦ । ସେଇ ଜଙ୍ଗଲ ମଝିରେ ବିରାଟ ପାହାଡଟିଏ । ସେଇ ପାହାଡରେ ଗୋଟିଏ ମହାବଳ ବାଘ ରହେ । ରାତି ହେଲେ ବାଘଟି ପାହାଡରୁ ଓହ୍ଲାଇ ଆସି ଗାଁ ଲୋକ ମାନଙ୍କର ଛେଳି, ବାଛୁରୀ, ମେଣ୍ଢା ପ୍ରଭୃତି ଗୁହାଳରେ ପଶି ଖାଇଯାଏ । ଗାଁ ଲୋକଙ୍କ ମନରେ ଭାଳେଣି ପଡିଲା, ବାଘକୁ କେମିତି ମାରିବେ । ସନ୍ଧ୍ୟା ହେବା ମାତ୍ରେ ଗାଁଟିରେ...
ଜଙ୍ଗଲରେ ଗୋଟିଏ ଷଣ୍ଢକୁ ସିଂହ ଗୋଡେଇଲା । ତାପରେ ଭୟରେ ଦୌଡି ସେ ସିଂହ ଯାଇ ଗୋଟିଏ ବଣୁଆ ଛେଳି ରହୁଥିବା ଗୁମ୍ଫା ଭିତରେ ପଶିଗଲା । ଛେଳି ଷଣ୍ଢକୁ ଆଶ୍ରୟ ଦେବା ପରିବର୍ତ୍ତେ ନିଜ ଶିଙ୍ଘ ଦେଖାଇ ଷଣ୍ଢକୁ ମାରି ଗୋଡେଇଲା । ଷଣ୍ଢ ତ ସେତେବେଳକୁ ପୁରାପୁରି ହାଲିଆ ହୋଇଯାଇଥାଏ । ପୁଣି ବାହାରେ ସିଂହ ତାକୁ ଖୋଜୁଛି । ଛେଳିର ଏପରି ଔଧତ୍ୟ ଦେଖି ଷଣ୍ଢ ତାକୁ କହିଲା –...
ଥରେ ବଣରେ ଗୋଟିଏ ବିଲୁଆର ଲାଞ୍ଜ ବୁଦାରେ ଛନ୍ଦି ହୋଇଗଲା । ଯେତେ ଛାଟିପିଟି ହେଲେ ବି ସେ ବିଲୁଆ ସେ ବିପଦରୁ ଆଦୌ ମୁକୁଳି ପାରିଲା ନାହିଁ । କିଛି ସମୟ ପରେ ବଣୁଆ ମଶାମାନେ ଆସି ସେ ବିଲୁଆ ଲାଞ୍ଜକୁ ବେଢିଗଲେ । ଫଳରେ ମଶାଙ୍କୁ ପ୍ରଚୁର ଖାଦ୍ୟ ମିଳିଗଲା । ଗୋଟିଏ ଝିଙ୍କ ସେ ବାଟେ ଯାଉଥିଲା । ବିଲୁଆର ଦଶା ଦେଖି ତାକୁ ଭାରି କଷ୍ଟ ଲାଗିଲା ।...
ଥରେ ଜଣେ ପହିଲିମାନ୍ ଦର୍ପଣ ସାମନାରେ ଛିଡା ହୋଇ ଦେଖିଲା ଯେ, ସେ ବୁଢାଳିଆ ଦିଶିଲାଣି । କେବେଠାରୁ ତା’ର ତ ବାଳ ଉପୁଡୁଥିଲା । କିନ୍ତୁ ଏବେ ସେ ତ ପୂରା ଚନ୍ଦା! ନିଜର ଚନ୍ଦାମୁଣ୍ଡ ଘୋଡେଇବାକୁ ସେ ପହିଲିମାନ୍ ଗୋଟିଏ ପରଚୂଳ (ୱିଗ୍) ପିନ୍ଧିଲା । ଥରେ ନିଜ ବନ୍ଧୁମାନଙ୍କ ସହିତ ସେ ପହିଲିମାନ ଶିକାରକୁ ବାହାରିଲା । ବଢିଆ ପୋଷାକ ପିନ୍ଧି ପରଚୁଳ...
ଗୋଟିଏ ଚଢେଇ ଶିକାରୀ ଜାଲରେ ଧରାପଡିଥାଏ । ତାକୁ ଛାଡି ଦେବାକୁ ଚଢେଇଟି ସେ ଶିକାରୀକୁ ଖୁବ୍ ଅନୁନୟ ହେଲା । କହିଲା, ଯଦି ଶିକାରୀ ତାକୁ ମୁକ୍ତି ଦିଅନ୍ତି ତେବେ ତା ଜାତିଭାଇଙ୍କୁ ଭୁଲେଇଆଣି ସେ ତାଙ୍କ ଜାଲରେ ନିଶ୍ଚୟ ପକାଇଦେବ । ଏ କଥା ଶୁଣି ସେ ଶିକାରୀ ଜଣକ ହଠାତ୍ ଟାଣ କରି କହିଲା – ଯିଏ ନିଜ ସ୍ୱାର୍ଥ ପାଇଁ ଜାତିଭାଇଙ୍କ ପ୍ରତି...
ପଡିଆରେ ଚରୁଥିବା ଷଣ୍ଢମାନଙ୍କୁ ଗୋଟିଏ ସିଂହ ଆଖେଇଥାଏ । ମାତ୍ର ଯେତେବେଳେ ସେ ସିଂହ ଗୋଟାଏ ଷଣ୍ଢକୁ ଧରିବାକୁ ଯାଏ, ସେତେବେଳେ ସବୁ ଷଣ୍ଢମାନେ ମିଶି ତା’ର ତଥା ସେ ସିଂହର ଉଚିତ୍ ମୁକାବିଲା କରନ୍ତି । ଏସବୁ ଦେଖି ଷଣ୍ଢଙ୍କ ଏକତା ଭାଙ୍ଗିବାକୁ ସେ ସିଂହ ଗୋଟାଏ ଚକ୍ରାନ୍ତ କଲା । ପ୍ରତ୍ୟେକ ଷଣ୍ଢ ପାଖକୁ ସେ ସିଂହ ଶାନ୍ତ ଭାବରେ ଯାଇ କହିଲା – ତୁ ଯେଉଁମାନଙ୍କୁ...
ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ? ଯାହାର...
ଜଣେ ବୁଢୀ ଗୋଟିଏ କୁକୁଡା ପୋଷିଥାଏ । ଆଉ ସେ କୁକୁଡାଟି ପ୍ରତିଦିନ ଗୋଟିଏ ଅଣ୍ଡା ଦିଏ । ବୁଢୀ ସେ ଅଣ୍ଡାକୁ ଭାଜି ବେଶ୍ ଆନନ୍ଦରେ ଜଳଖିଆ କରେ । ଥରେ ବୁଢୀ ଭାବିଲା, କୁକୁଡାକୁ ଅଧିକା ଦାନା ଦେଲେ ସେ ଦିଟା ଅଣ୍ଡା ଦିଅନ୍ତା । ସେପରି ହେଲେ ତା’ର ଜଳଖିଆଟା ଖୁବ୍ ଜମନ୍ତା । ତାପରଦିନ ସକାଳୁ ବୁଢୀ କୁକୁଡାକୁ ଅଧିକା ଦାନା ଦେଲା । ପେଟେ ଲେଖା ଖାଇ କୁକୁଡା ମୋଟେଇଲା...
ଗୋଟିଏ ବୁଢୀର ଥରେ ଆଖି ଖରାପ ହେଲା । ତା’ପରେ ଚିକିତ୍ସା ପାଇଁ ସେ ବୁଢୀ ଜଣେ ଡାକ୍ତର ପାଖକୁ ଗଲା । ଡାକ୍ତର ସହିତ ଚୁକ୍ତି ହେଲା ଯେ, ମାସକ ଭିତରେ ଆଖି ଭଲ କରିଦେଲେ ସେ ଡାକ୍ତରକୁ ଯଥେଷ୍ଟ ପାରିଶ୍ରମିକ ମିଳିବ । ମାତ୍ର ଭଲ ନ କଲେ ସେ ଡାକ୍ତରକୁ କିଛି ବି ମିଳିବ ନାହିଁ । ଏଥିରେ ସେ ଡାକ୍ତର ଜଣକ ରାଜି ହୋଇଗଲେ । ତା’ପରେ ଡାକ୍ତର ସେ ବୁଢୀ...
ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ । ଗଞ୍ଜା ନ ଥିବାରୁ କାଳେ ସେ...
ଥରେ ସିଂହର ପେଟ ଖାଲି ଭୋକରେ ଜଳୁଥାଏ । କେଉଁଠି କିଛି ଶିକାର ନ ପାଇ ସେ ସିଂହ ରାସ୍ତାକଡ ଗଛମୂଳେ ଛପିକରି ବସିଥାଏ । ହଠାତ୍ ସେ ସିଂହଟି ଦେଖିଲା ଘୋଡାଟାଏ ଦଉଡି ଦଉଡି ଆସୁଚି । ତେଣୁ ସେ ତା’ ମନେ ମନେ ଭାବିଲା ଭଲ ଭୋଜନଟାଏ ମିଳିଗଲା । ଘୋଡାକୁ ଦେଖି ସିଂହ ଡାକିଲା-ଆରେ, ମୁଁ ଗୋଟାଏ ଭଲ ଡାକ୍ତର । ତୋର କିଛି ବେମାରି ଅଛି? ...
ବାର୍ହା ଗୋଟିଏ ଗଛ ଗଣ୍ଡିରେ ତା ଲମ୍ବା ଦାନ୍ତକୁ ଘଷି ପଜଉଥାଏ । କୋକୀ ଆଖିରେ ଅଚାନକ ଏ ଦୃଶ୍ୟ ପଡିଲା । କୋକୀ ଭାବିଲା, ବର୍ତ୍ତମାନ ତ କିଛି ବି ବିପଦ ନାହିଁ ବା ଲଡେଇ ବି ଲାଗିନି । ହେଲେ ଏ ବାର୍ହା ତା’ଦାନ୍ତ କାହିଁକି ପଜୋଉଛି ଏଇକଥା କୋକୀ ସେ ବାର୍ହାକୁ ପଚାରି ଦେଲା । ତାପରେ ସେ ବାର୍ହା ଉତ୍ତର ଦେଲା – ଆରେ ବୁଝୁନୁ ! ଯୁଦ୍ଧବେଳେ...
ଗୋଟିଏ ହରିଣକୁ ମାରିବାକୁ ଶିକାରୀମାନେ ଗୋଡାଉଥିଲେ । ଦୌଡି ଦୌଡି ସେ ହରିଣ ଯାଇ ପ୍ରାଣ ବିକଳରେ ଶେଷରେ ଏକ ଅଙ୍ଗୁର ଲତା ଗହଳରେ ଲୁଚିଗଲା । ଶିକାରୀମାନେ ତାକୁ ଖୋଜି ଖୋଜି ନ ପାଇ ସେଠାରୁ ଫେରି ଯାଉଥିଲେ । ଏଣେ ଏ ହରିଣ ଭାବିଲା, ସେ ଏଥର ନିରାପଦ । ଆରାମରେ କଅଁଳିଆ ଅଙ୍ଗୁରପତ୍ର ଛିଣ୍ଡେଇ ଖାଇଲା । ଜଣେ ଶିକାରୀ ପତ୍ରର ଖସ୍ ଖସ୍ ଶବ୍ଦ ଶୁଣି ହରିଣକୁ ଦେଖିଦେଲା ।...


