ଖରାଦିନେ ସକାଳୁ ବୁଦାମୂଳେ ବସି କେତୋଟି ଝିଂଟିକା ମନ ଖୁସିରେ ଝିଂଝିଂ ସୁର ଛାଡିଥିଲେ । ଠିକ୍ ଏହି ସମୟରେ ଗୋଟାଏ ଗଧ ସେଠାରେ ପହଁଚି କାନ ଡେରି ଶୁଣିଲା । ତାକୁ ଏ ଝିଂଟିକାଙ୍କ ଗୀତ ଭାରି ମିଠା ଲାଗିଲା । ତେଣୁ ସେ ଗଧ ପଚାରିଲା ତମେମାନେ କିପରି ଏତେ ସୁନ୍ଦର ଗାଇ ପାରୁଛ? ଏ ଝିଂଟିକାମାନେ ତ ବହୁ ଆଗରୁ ଜାଣିଥିଲେ ଯେ ଗଧ ଗୋଟିଏ ବୋକା । ତେଣୁ ତାକୁ କହିଲେ – ଏଇ...
Category - କାହାଣୀ
ଗୋଟିଏ କୋକୀ ତା’ଜୀବନରେ କେବେ ବି ସିଂହ ଦେଖି ନଥିଲା । ତେଣୁ ପ୍ରଥମ ଥର ସେ କୋକୀ ଯେବେ ସିଂହ ଦେଖିଲା ଭୟରେ ଖାଲି ଥରିଲା । ଦ୍ୱିତୀୟ ଥର ସିଂହକୁ ହାବୁଡି ଯିବାରୁ ଦୌଡିଯାଇ ସେ କୋକୀ ଗାତରେ ପଶିଗଲା । ମାତ୍ର ତୃତୀୟଥର ସିଂହକୁ ଦେଖି କୋକୀ ତା’ ମନରେ ଖୁବ୍ ସାହସ ବାନ୍ଧିଲା । ଆଉ ସିଂହ ପାଖକୁ ଯାଇ କୋକୀ କହିଲା – ଓଳଗି ମଣିମା ! ହଠାତ୍ ଏକଥା ଶୁଣି ସିଂହ...
ଗୋଟିଏ ଗାଁରେ ଦୁଇଜଣ ଭାଇ ଭଉଣୀ ରହୁଥିଲେ । ଭାଇର ନାମ ଅୟୁତା ଓ ଭଉଣୀଟିର ନାମ ଆଦାମା । ଭାଇ ସାନ, ଆଉ ଭଉଣୀ ବଡ । ସେ ପିଲା ଦୁଇଟିଙ୍କର ବାପ, ମା ହଠାତ୍ ରୋଗରେ ପଡି ମରିଗଲେ । ଏତେବଡ ଦୁନିଆଁରେ ସେମାନଙ୍କର ଆଉ କେହି ବି ସାହା ଭରସା ରହିଲେ ନାହିଁ । ଏ ଅନାଥ ପିଲା ଦୁଇଟିଙ୍କୁ ଗରିବ ଗ୍ରାମବାସୀ ବା କି ସାହାଯ୍ୟ କରି ପାରିବେ? ତେଣୁ ଦିନେ ସେ...
ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ...
ଅନେକ ଦିନ ତଳେ ଥରେ ଦୁର୍ଭିକ୍ଷ ପଡିଥିଲା । ପଶୁପକ୍ଷୀମାନେ ଖାଇବାକୁ ନ ପାଇ ଦୁର୍ବଳ ହେଲେ । ବାଘ ସିଂହଙ୍କ ପରି ବଡ ପଶୁଙ୍କ କଥା ତ କହିଲେ ନ ସରେ । ଶିକାର କରିବେ କ’ଣ ଚାଲିବାକୁ ମଧ୍ୟ ସେମାନଙ୍କର ଆଉ ବଳ ପାଇଲା ନାହିଁ । ଛୋଟବଡ ସବୁ ପଶୁ ଝଡି ଯାଉଥାନ୍ତି କିନ୍ତୁ କଇଁଚ ଓ ତାର ସ୍ତ୍ରୀ ପିଲା ପୂର୍ବ ପରି ଚିକଣିଆ ଥାଆନ୍ତି । ଏହାର ରହସ୍ୟ...
ଆବିଓଲା ଯେମିତି ସୁନ୍ଦରୀ ସେମିତି ଗୁଣର ଝିଅ । ଘର କାମରେ ମଧ୍ୟ ଧୁରନ୍ଧର । ଅନେକ ଯୁବକ ସେ ଆବିଓଲାକୁ ବିବାହ କରିବାକୁ ଇଚ୍ଚାକଲେ । କିନ୍ତୁ ଝିଅ ଯଦି ବାହା ହୋଇଯାଏ, ତେବେ ଘରକାମ କିଏ ତୁଲାଇବ? ଏହିକଥା ଭାବି କୃପଣ ବାପ ତା’ଝିଅ ଆବିଓଲାକୁ ମୋଟେ ବାହା ଦେଉନଥିଲା । ଧୀରେ ଧୀରେ ସେ ଆବିଓଲାର ସବୁ ସାଙ୍ଗ ଝିଅମାନେ ବାହା ହୋଇଗଲେ । କୃପଣ ବୁଢାର ଢଙ୍ଗ ଦେଖି...
ଦିନେ ସକାଳୁ ନିଦରୁ ଉଠି ଠେକୁଆ ଦେଖିଲା ଯେ, ତା’ଘରେ ଖାଇବାକୁ କିଛି ବି ନାହିଁ । ତା’ ପିଲାମାନେ ଭୋକରେ ଖାଲି ଆଉଟୁପାଉଟୁ ହେଉଛନ୍ତି । ପିଲାଙ୍କ ବିକଳ ଆଉ ସହି ନପାରି ଠେକୁଆ କିଛି ଖୋଜିବାକୁ ବାହାରି ପଡିଲା । ବାଟରେ ସେ ଦେଖିଲା ଗୋଟିଏ ବଡ ଗଛ । ଗଛ ଗଣ୍ଡିରେ କୋରଡ ଅଛି । ଭାବିଲା କୋରଡ ଭିତରେ ଯଦି ମହୁମାଛିମାନେ ଫେଣା କରିଥାନ୍ତି? ତେବେ ତ ବଢିଆ କଥା ।...
ଗୋଟିଏ ଗାଁରେ ଇକସ୍ ନାମରେ ଜଣେ ଲୋକ ଥିଲା । ତାର ଗୋଟିଏ ଛୋଟ ଝିଅ । ନାଆଁ ତାର ଇବାନ୍ । ବାପାମାଆଙ୍କର ସେ ବଡ ଗେହ୍ଲା । ସୁନ୍ଦରିଆ ଝିଅଟିଏ । ଇବାନ୍ର ବାପା ପ୍ରତିଦିନ ସକାଳୁ କ୍ଷେତକୁ ବାହାରି ଯାଏ । ଏଣେ ମାଆ ଝିଅ ଘରେ ରହି ଘର କାମ ସବୁ ତୁଲାନ୍ତି । ଓପରଓଳି ମାଆ କ୍ଷେତକୁ ଯାଏ । ଆଉ ଏ ବାପଝିଅ ଘରେ ରହନ୍ତି । ବାପା ଝିଅକୁ ଲୁଗାବୁଣା...
ରାଇଜର ନାଁ ସପନପୁରୀ, ସେଠାକାର ରାଜାଙ୍କ ନାଁ ବିକ୍ରମଜିତ୍ । ସେ ଥିଲେ ବଡ ପରାକ୍ରମୀ ରାଜା । ତାଙ୍କ ରାଇଜଟା ବଣ ମୁଲକରେ ଭରା ଥିଲା । ରାଜା ବିକ୍ରମଜିତ୍ ଡେଙ୍ଗୁରାଦେଇ ଶିକାର କରିବା ଓ ଗଛ କାଟିବାକୁ ନିଷେଧ କରିଥିଲେ । ଫଳରେ ସେଠାକାର ବୃକ୍ଷଲତା ଓ ପଶୁ – ପକ୍ଷୀଙ୍କ ସଂଖ୍ୟା ଅବାଧରେ ବଢି ଚାଲିଥିଲା । ସେମାନଙ୍କ ସୁଖ ସଂସାର ଦେଖି ରାଜା ବି ବହୁତ ଖୁସି...
ପ୍ରତିଦିନ ପିଲାମାନେ ସ୍କୁଲ୍କୁ ଯାଇ ପ୍ରାର୍ଥନା କରନ୍ତି, “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ; ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।” ପିଲାମାନେ ବୋଲୁଥିବା ପଦ୍ୟର ଏହି ଅର୍ଥକୁ ସେମାନେ ସଠିକ୍ ବୁଝିନଥା’ନ୍ତି । ପ୍ରାର୍ଥନା ବିଦ୍ୟାଳୟର ଏକ ନିୟମିତ ଧାରା ହୋଇଥିବାରୁ ଛାତ୍ରଛାତ୍ରୀମାନେ ହାତଯୋଡି, ଆଖି ବୁଜି ଗୋଟିଏ ଧାଡିରେ ଛିଡାହୋଇ ଏହାକୁ ଆବୃତି କରିବାକୁ...
ଜୀବ ଥିବା ଯାଏଁ ଲୋଭ ସମସ୍ତଙ୍କୁ ଗ୍ରାସ କରେ । ମାୟାର ମୋହରେ ବାନ୍ଧି ହୋଇପଡେ ମଣିଷ । ସବୁ ଜାଣି ସୁଦ୍ଧା ସେ ଅଜ୍ଞ ହୋଇଯାଏ । ଆଖିଥାଇ ଅନ୍ଧ ଏବଂ କାନ ଥାଇ ବଧିର ବି ସେ ପାଲଟେ । ଶିଶୁଟିଏ ଜନ୍ମ ହେବାପରେ ସେ କ୍ରନ୍ଦନ କରେ । ସେହି ସମୟରୁ ହିଁ ତାକୁ ମାୟାର ବନ୍ଧନ କବଳିତ କରେ । ମୋହର ଜାଲରେ ଛନ୍ଦି ହୋଇ ଶେଷରେ ସେ ଅଣନିଃଶ୍ୱାସୀ ହୁଏ । ତାର ଯେତେ ବୟସ ବଢୁଥାଏ...
ଦୁନିଆରେ ଜୀବନ ପାଇ ବଂଚିଥିବା ଯେତେ ଜୀବଜନ୍ତୁ ରହିଛନ୍ତି, ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅନ୍ୟତମ । ତା’ ମଧ୍ୟରେ ଅନେକ ଉପାଦାନ ଭର୍ତ୍ତିକରି ପୃଥିବୀ (ପୃଥିବୀରେ ମିଳୁଥିବା ଉପାଦାନ ମାନଙ୍କ ଦ୍ୱାରା ହିଁ ଜୀବନ ସୃଷ୍ଟି ସମ୍ଭ ହୋଇଛି) ତାକୁ ଏ ପ୍ରକୃତିରେ ସୃଷ୍ଟି କରିଛି । ପିଲାଟିଏ ଜନ୍ମହେବା ସଙ୍ଗେ ସଙ୍ଗେ ତା ସହିତ ବହୁତ ଗୁଣ ଓ ଦୋଷର ବି ଜନ୍ମ ହୋଇଥାଏ ।...
କ୍ରୋଧର ଅନ୍ୟନାମ ରାଗ । ନିଜ ଉପରେ ରାଗିବା, ଅନ୍ୟମାନଙ୍କ ଉପରେ ରାଗିବା – ଏହା ଏକ ଦୈନନ୍ଦିନ ଘଟଣା । ଏହା ଯେ କେବଳ ମଣିଷମାନଙ୍କଠାରେ ରହିଛି ତାହା ନୁହେଁ; ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତଙ୍କଠାରେ ମଧ୍ୟ ଏହି କ୍ରୋଧାବସ୍ଥା ରହିଛି । କିନ୍ତୁ ମଣିଷର ଅଧିକ ବୌଦ୍ଧିକ ଶକ୍ତି ଥିବାରୁ ଏହି ଅବସ୍ଥାକୁ ଅତି ସହଜରେ ଧରିହୁଏ । ସାପ ଉପରେ ଗୋଡ ପଡିଗଲେ ସେ ହଠାତ୍ ଫଁ...
ବିଦ୍ୟାକୁ ଜ୍ଞାନ ଓ ଶକ୍ତି କୁହାଯାଏ । ଏହା ଅମୂଲ୍ୟ । ମଣିଷମାନଙ୍କ ପ୍ରତି ସୃଷ୍ଟିର ଏହା ହେଉଛି ଏକ ଶ୍ରେଷ୍ଠ ବରଦାନ । ପାଠ ପଢିଲେ ଆମେ ଅନେକ ଜାଣିନଥିବା କଥା ବି ଜାଣିପାରୁ । ଶିଖି ନଥିବା କଥା ମଧ୍ୟ ଶିଖିଥାଉ । ଯେତେ ଅଧିକ ପଢୁ, ଆମର ସେତେ ବେଶି ଜାଣିବାକୁ ଉତ୍ସାହ ବଢିଥାଏ । ଯେଉଁମାନେ ପାଠପଢି ନଥା’ନ୍ତି, ବିଦ୍ୟାର୍ଜ୍ଜନ କରନ୍ତି ନାହିଁ, ସେମାନେ ଅଜ୍ଞାନ ।...
ଶିକ୍ଷା ଲାଭକଲେ ଶିକ୍ଷିତ ହୁଅନ୍ତି । ବହୁତ ଅଜଣା ପଦାର୍ଥ ବିଷୟରେ ଜ୍ଞାନଲାଭ ହୁଏ । ଦେଶବିଦେଶ କଥା ଶିକ୍ଷିତ ଲୋକ ସହଜରେ ଜାଣିପାରନ୍ତି । ଶିକ୍ଷାରୁ ଜନ୍ମନିଏ ସଭ୍ୟତା ଏବଂ ସଭ୍ୟତାରୁ ସଂସ୍କୃତିର ଆତ୍ମପ୍ରକାଶ କରେ । ତେଣୁ ସଭ୍ୟତା ଓ ସଂସ୍କୃତି ପରସ୍ପର ନିର୍ଭରଶୀଳ ଓ ପରିପୂରକ । ସାମାଜିକତା ମଣିଷର ସହଜାତ ପ୍ରବୃତ୍ତି । ସମାଜର ବ୍ୟତିରେକେ...


