ପ୍ରକୃତ ବନ୍ଧୁ

ବନ୍ଧୁତା ମନୁଷ୍ୟ ଭିତରେ ଥିବା ମହତ୍ ଗୁଣାବଳୀମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ବସୁଧାକୁ ଗୋଟିଏ ପରିବାର ବୋଲି ମନେ କରୁଥିବା ବ୍ୟକ୍ତିମାନେ ହିଁ ସର୍ବଦା ଉତ୍ତମ ବନ୍ଧୁ ଲାଭ କରିଥା’ନ୍ତି । ଜୀବନ ତ ସଦାସର୍ବଦା ସମତଳ ପଥରେ ଗତିକରି ନଥାଏ । ସୁଖ, ଦୁଃଖ, ଉତ୍ଥାନ, ପତନ, ଘାତ, ପ୍ରତିଘାତ, ହର୍ଷ, ବିଷାଦ ଭିତରେ ଆମେ ବଂଚିବାକୁ ସଂଗ୍ରାମ କରିଥାଉ । ଆପଣା ମନ ମଧ୍ୟରେ...

Read More

ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା

ଏକଦା ଦୈତ୍ୟରାଜ ପ୍ରହ୍ଲାଦ ରାଜସିଂହାସନରେ ବସିଥିବା ସମୟରେ ମହା ତେଜସ୍ୱୀ ଚ୍ୟବନ ଋଷି ତାଙ୍କ ରାଜ ଦରବାରରେ ଆସି ଉପସ୍ଥିତ ହେଲେ । ରାଜା ଋଷିଙ୍କୁ ଆସୁଥିବାର ଦେଖି ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣି ଯଥା ସ୍ଥାନରେ ନେଇ ବସାଇଲେ । ରାଜାଙ୍କର ଏପରି ବ୍ୟବହାରରେ ସନ୍ତୁଷ୍ଟ ହୋଇ ଋଷି ପଚାରିଲେ, ‘ମହାରାଜ ! ଆପଣଙ୍କ ରାଜ୍ୟ ଭଲରେ ଚାଲିଛି ତ?’                ...

Read More

ଆଦର୍ଶ ଗୁରୁଭକ୍ତ କଠ

ପ୍ରାଚୀନ କାଳର କଥା ।                 ସେ ସମୟରେ ଶିଷ୍ୟମାନେ ଗୁରୁ ଆଶ୍ରମରେ ରହି ଶିକ୍ଷା ଅର୍ଜନ କରୁଥିଲେ । ଏମିତି ପ୍ରଥା ଦୀର୍ଘଦିନ ପର୍ଯ୍ୟନ୍ତ ଚଳି ଆସିଥିଲା । ସେ ସମୟରେ ଶିଷ୍ୟମାନଙ୍କୁ ଶିକ୍ଷା ଆରମ୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ଗୁରୁଙ୍କ ଆଶ୍ରମରେ ହିଁ ରହିବାକୁ ପଡୁଥିଲା । ଶିକ୍ଷାକାଳ ଶେଷ ହେଲେ ଶିଷ୍ୟମାନେ ଗୁରୁଙ୍କୁ ଯଥାର୍ଥ ଦକ୍ଷିଣା ଦେଇ ଘରକୁ ଫେରି...

Read More

ଆଜ୍ଞାବହ ଆରୁଣୀ

ପୂର୍ବ କାଳରେ ବିଦ୍ୟାର୍ଥୀମାନେ ଗୁରୁ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରିବାର ପରମ୍ପରା ରହିଥିଲା । ପିଲାମାନେ ପାଂଚ ବର୍ଷ ବୟସରେ ଉପନୀତ ହେବା ପରେ ତାଙ୍କ ପିତାମାତା ମାନେ ସେମାନଙ୍କୁ ନେଇ ଗୁରୁ ଆଶ୍ରମରେ ଛାଡି ଦେଇ ଆସୁଥିଲେ । ସେହି ପିଲାମାନେ ସେଠାରେ ରହି ଗୁରୁଙ୍କ ସେବା କରିବା ସହିତ ଆଶ୍ରମରେ ରହିଥିବା ଗୋରୁ ଗାଈଙ୍କ ସେବା, କୃଷିକ୍ଷେତ୍ରରେ କୃଷିକାର୍ଯ୍ୟ...

Read More

ଗୁରୁଦକ୍ଷିଣା

ପୁରାଣ ଯୁଗର କଥା ।                 ବାଳକ ଶ୍ରୀକୃଷ୍ଣ ତାଙ୍କର ବଡଭାଇ ବଳରାମଙ୍କ ସହିତ ଶିକ୍ଷାଲାଭ କରିବା ପାଇଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ଯାଇ ପହଁଚିବା ପରେ ମୁନି ଓ ମୁନିପତ୍ନୀ ଦୁହେଁ ଖୁବ୍ ଆଗ୍ରହର ସହିତ ସେମାନଙ୍କୁ ଗ୍ରହଣ କଲେ । ସେତେବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଯାଇ ଋଷିମାନଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେମିତି...

Read More

ଗୁରୁ ଆଶୀର୍ବାଦ

ଗୁରୁ ଧୈମ୍ୟ ମୁନିଙ୍କ ଆଶ୍ରମର ଜଣେ ଶିଷ୍ୟ ଥିଲେ ଉପମନ୍ୟୁ । ସେ ଥିଲେ ଗୁରୁ ଆଶ୍ରମର ଗାଈମାନଙ୍କୁ ପାଳନ କରିବାର ଦାୟିତ୍ୱରେ । ଦିନ ତମାମ୍ ସେ ସେହି ଗାଈମାନଙ୍କ ସେବାରେ ବ୍ୟସ୍ତ ରହୁଥିଲେ । ଦିନରେ ଏହି କାର୍ଯ୍ୟ କରିସାରି ରାତିରେ ସେ ଭିକ୍ଷା ମାଗିବା ପାଇଁ ଯାଉଥିଲେ । ଗୁରୁଦେବ ଥରେ ଉପମନ୍ୟୁଙ୍କର ଐକାନ୍ତିକ ଗୁରୁଭକ୍ତିକୁ ପରୀକ୍ଷା କରିବା ଲାଗି ଚିନ୍ତା କଲେ ।...

Read More

ଗୁରୁ ରାମାନନ୍ଦଙ୍କ ଉପଦେଶ

ଏମିତି ଅନେକ ଗୁରୁକୁଳ ଆଶ୍ରମ ମଧ୍ୟରେ ଗୁରୁ ରାମାନନ୍ଦଙ୍କର ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମର ଚତୁଃପାଶ୍ୱର୍ରେ ଅନୁପମ ପରିବେଶ । ବିଶାଳ ବୃକ୍ଷ ସବୁ ସୁସ୍ୱାଦୁ ଫଳରେ ପରିପୂର୍ଣ୍ଣ । ବଗିଚାଟି ରଙ୍ଗ ବେରଙ୍ଗର ସୁଗନ୍ଧିତ ପୁଷ୍ପରାଜିରେ ପରିଶୋଭିତ । ପୁନଃଶ୍ଚ ତାଙ୍କ ଆଶ୍ରମ ନିକଟରେ ଏକ ସୁବିସ୍ତୀର୍ଣ୍ଣ ସ୍ୱଚ୍ଛ ନୀରଯୁକ୍ତ ପୁଷ୍କରିଣୀ । ଏସବୁ ସତ୍ତ୍ୱେ ଗୁରୁ...

Read More

ମାତୃଭକ୍ତ ପରଶୁରାମ

ପ୍ରାଚୀନ କାଳର କଥା ।                 ଋଷି ଜମଦଗ୍ନିଙ୍କର ପାଂଚଜଣ ପୁତ୍ର ଥିଲେ । ସମସ୍ତଙ୍କ ଭିତରେ ରାମ ଥିଲେ ସବୁଠାରୁ ସାନ । ସେ ବୁଦ୍ଧିରେ ଯେମିତି ଧୁରନ୍ଧର, ଜ୍ଞାନରେ ମଧ୍ୟ ସେମିତି ତୀକ୍ଷ୍ନ ଥିଲେ । ହେଲେ ସେ ଭାରି ଦୁଷ୍ଟ ଥିଲେ । ସେ ପିଲା କାଳରୁ ମାତୃଭକ୍ତ ଥିବା ହେତୁ ମାଆଙ୍କୁ ଗଭୀର ଭକ୍ତି କରୁଥିଲେ । ତାଙ୍କ ନିକଟରେ ମାଆଙ୍କ କଥା ହିଁ ସବୁଠାରୁ ବଡ...

Read More

ପିତୃଭକ୍ତିର ପରାକାଷ୍ଠା

ପ୍ରାଚୀନ କାଳର କଥା । ମହର୍ଷି ଜମଦଗ୍ନି, ପତ୍ନୀ ରେଣୁକା ଏବଂ ତାଙ୍କର ପୁତ୍ରମାନଙ୍କ ସହିତ ଯେଉଁଠି ଆଶ୍ରମ ନିର୍ମାଣ କରି ରହୁଥିଲେ, ସେହି ଆଶ୍ରମ ପାଖରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ସହିତ ଆଶ୍ରମବାସୀ ଖୁବ୍ ପରିଚିତ ହୋଇ ଉଠିଲେ । ସେତେବେଳେ ସେଠାକାର ରାଜା ଥିଲେ ସହସ୍ର ବାହୁ । ସେ ଅତ୍ୟନ୍ତ ବଳବାନ ତଥା ଅହଙ୍କାରୀ ରାଜା ଥିଲେ । ଅତଏବ ସେ...

Read More

ଅଗ୍ରପୂଜ୍ୟ ଗଣେଶ

ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ବସି ଥାଆନ୍ତି । ତାଙ୍କ ପାଖରେ ଥିଲେ ମାତା ପାର୍ବତୀ । ଏମତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିତାମାତାଙ୍କ ଗହଣରେ ଦୁଇପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ...

Read More

ପୁଣ୍ଡରିକଙ୍କ ପିତୃମାତୃ ସେବା

ଥରେ ଗୋଟିଏ ସହରର ରାଜ ରାସ୍ତାରେ ଜଣେ ସାଧୁ ଚାଲି ଚାଲି ଯାଉଥିଲେ । ହଠାତ୍ ସେ ଦେଖିବାକୁ ପାଇଲେ କି ସମ୍ମୁଖକୁ ଥିବା ଛକ ପାଖରେ ଗୁଡାଏ ଗାଡି ଅଟକି ରହିଛି । ତା ପାଖରେ ଜଣେ ଯୁବକ ମଧ୍ୟ ଅଟକି ଛିଡା ହୋଇଛି । ସାଧୁ ଜଣକ ସେ ଯୁବକଟିର ପାଖକୁ ଯାଇ ପଚାରିଲେ, ‘ବାବୁ ! ଏଠାରେ ଛିଡା ହୋଇଛନ୍ତି କାହିଁକି?’ ତହୁଁ ସେ ଯୁବକ ଜଣକ ଉତ୍ତର ଦେଲେ, ‘ମହାରାଜ ! ଗାଡି ମଟର...

Read More

ଆଶୀର୍ବାଦ ହିଁ ବିଜୟ

ମହାଭାରତ ଯୁଦ୍ଧ ପାଇଁ କୌରବ ଆଉ ପାଣ୍ଡବମାନଙ୍କ ଭିତରେ ପ୍ରସ୍ତୁତି ଚାଲିଥାଏ । କୌରବ ପକ୍ଷର ମୁଖ୍ୟ ଯୁବରାଜ ଦୁର୍ଯ୍ୟୋଧନ ଏଥିପାଇଁ ବ୍ୟାପକ ଆୟୋଜନ କରି ସାରିଥାଆନ୍ତି । ବହୁ ରାଜ୍ୟର ରାଜାମାନେ କୌରବଙ୍କ ପକ୍ଷ ସମର୍ଥନ କରି ହସ୍ତୀନା ନଗରୀରେ ଆସି ପହଁଚୁଥାଆନ୍ତି । ଏସମସ୍ତ ଖବର ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିରଙ୍କର ହସ୍ତଗତ ହେଉଥାଏ । କୌରବଙ୍କ...

Read More

ଯୁଧିଷ୍ଠିରଙ୍କ ଅତିଥି ସେବା

ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ ଲାଭ କରି ସାରିବା ପରେ ସେମାନେ ରାଜସୂୟ ଯଜ୍ଞ କରିବା ପାଇଁ ଆୟୋଜନ କଲେ । ଯଜ୍ଞ ମଧ୍ୟ ଆରମ୍ଭ ହେଲା ଠିକ୍ ମୁହୂର୍ତ୍ତରେ । ସମ୍ରାଟ ଯୁଧିଷ୍ଠିରଙ୍କ ଆଦେଶରେ ଦାନ ପାଇଁ ଭଣ୍ଡାର ଘରକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦିଆ ଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦାନ ଗ୍ରହୀତାମାନେ ଭୋଜନ ସାରି ନିଜ ନିଜର ଦାନ ନେଇ ଫେରି...

Read More

ଗୁରୁ ସନ୍ଦିପନୀ

ପ୍ରାଚୀନ କାଳର କଥା ।                 ମହାଭାରତର ନାୟକ ଶ୍ରୀକୃଷ୍ଣଙ୍କ ଶିକ୍ଷା ଗୁରୁ ଥିଲେ ସନ୍ଦିପନୀ ମୁନି । ସେହି ମୁନି ସନ୍ଦିପନୀଙ୍କ ପିଲାଦିନର କଥା । ଗୁରୁ ଆଶ୍ରମରେ ଥିବା ସମୟରେ ସେ ଥିଲେ ଜଣେ ଆଜ୍ଞାବହ ଶିଷ୍ୟ । ସେ ସଦାବେଳେ ତାଙ୍କ ଗୁରୁଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଗୁରୁଦେବ ଯେତେବେଳେ ଯେଉଁ ନିର୍ଦେଶ ଦେଉଥିଲେ, ସେଥିରେ ସେ...

Read More

ବିଷ୍ଣୁଭକ୍ତ ଗଜରାଜ

ତ୍ରିକୂଟ ନାମକ ଏକ ପର୍ବତରେ ଏକ ବିଶାଳ ଉଦ୍ୟାନ ଥିଲା । ଏହା ଯେତିକି ସୁନ୍ଦର ସେତିକି ମନ ମୁଗ୍ଧକର ମଧ୍ୟ ଥିଲା । ଫଳରେ ସେଠାକୁ ସବୁଦିନ ସ୍ୱର୍ଗରୁ ଅପ୍ସରା ଓ ଅପ୍ସରୀ ମାନେ ଆସି କିଛି ସମୟ ଅତିବାହିତ କରୁଥିଲେ । ପୁନଃଶ୍ଚ ସେହି ଉଦ୍ୟାନ ମଧ୍ୟରେ ଏକ ବିଶାଳ ପୁଷ୍କରିଣୀ ବି ଥିଲା । ଯେଉଁଠି ସେହି ଅପ୍ସରା, ଅପ୍ସରୀମାନେ ସମୟେ ସମୟେ ଜଳକ୍ରୀଡା କରି ଆନନ୍ଦରେ ନିଜ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ