ଧାର୍ ଆଣିବା

ଥରେ ତେନାଲୀରାମାଙ୍କର ପତ୍ନୀଙ୍କର ଦେହ ଭୀଷଣ ଖରାପ ହେଲା । ତେଣୁ ତେନାଲୀରାମା ରାଜାଙ୍କଠାରୁ ଏକ ଶହ ସ୍ୱର୍ଣ୍ଣମୁଦ୍ରା ଧାର୍ ଆଣିଲେ । ପତ୍ନୀ ଆରୋଗ୍ୟ ହେବା ପରେ ରାଜା ଯେତେବେଳେ ତେନାଲୀରାମାଙ୍କୁ ଧାର୍ ଆଣିଥିବା ପଇସା ଚୁକ୍ତି କରିବାକୁ କହିଲେ, ତେନାଲୀରାମା ସେ କଥା ମୋଟେ ଶୁଣିଲେ ନାହିଁ ।                 ତେଣୁ ରାଜା ଭାବିଲେ, “ତେନାଲୀରାମାଙ୍କ ମୁଣ୍ଡ...

Read More

ତେନାଲୀରାମାଙ୍କ ଚତୁରତା

ଏଣେ ସେ ତେନାଲୀରାମା ତ’ ରାଜଗୁରୁଙ୍କ ବ୍ୟବହାର କଦାପି ନିଜ ମନରୁ ଭୁଲି ପାରୁ ନଥାଆନ୍ତି । ତେଣୁ ମନେ ମନେ ସ୍ଥିର କରିଥାନ୍ତି ଦିନେ ନା ଦିନେ ସେ ରାଜଗୁରୁଙ୍କ ପ୍ରତି ଉପଯୁକ୍ତ ପ୍ରତିଶୋଧ ନିଶ୍ଚୟ ନେବେ ।                 ତେନାଲୀରାମା ତ ପ୍ରତିଶୋଧ ନେବାପାଇଁ ଖାଲି ସୁଯୋଗ ଖୋଜୁଥାଆନ୍ତି । ତେନାଲୀରାମା ଜାଣିପାରିଲେ ଯେ ରାଜଗୁରୁ ପ୍ରତିଦିନ ଭୋରୁ ଉଠି ନଗରଠାରୁ...

Read More

ମତ୍ସ୍ୟ ସୁନ୍ଦରୀ

ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା । ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା । ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ । ଏସବୁ ଦେଖି କେହି ତ କେବେବି ବିଶ୍ୱାସ...

Read More

ମହା ଗଧ

ଗୁରୁଦେବ ସ୍ୱାମୀ ନିତ୍ୟାନନ୍ଦ ସରସ୍ୱତୀ କେବଳ ମହିମାଗଡ ନୁହଁ, ବରଂ ତା’ଆଖପାଖ ଦଶଖଣ୍ଡ ରାଜ୍ୟର ପୂଜ୍ୟ ଗୁରୁଦେବ । ତାଙ୍କର ମଧୁର ବ୍ୟବହାର, ଶାନ୍ତ ସ୍ୱଭାବ, ବଳିଷ୍ଠ ବ୍ୟକ୍ତିତ୍ୱପାଇଁ ରାଜାଙ୍କଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅତୀବ ଭକ୍ତି କରୁଥିଲେ, ପ୍ରେମ ବି କରୁଥିଲେ । ତେଣୁ ସବୁଠି ଖାଲି ସ୍ୱାମୀ ନିତ୍ୟାନନ୍ଦଙ୍କର ଭୁରି ଭୁରି ପ୍ରଶଂସା । ସ୍ୱାମୀ...

Read More

ଅନ୍ଧ ରାଇଜ

ଏଇ ରାଇଜର ନାଁ ଅନ୍ଧ ରାଇଜ । ସେଠିକାର ରାଜା ଚିତାକଟା ସିଂହ । ମନ୍ତ୍ରୀ ଚିକଣିଆ ମହାବଳବନ୍ତ ରାୟ । କଟୁଆଳ ଭଡଭଡିଆ ବଇରି ଗଞ୍ଜନ । ଆଉ ଅନ୍ୟମାନଙ୍କ ନାଁ କ’ଣ ଲେଖିଲେ ଅନେକ ସମୟ ଲାଗିବ । ଏଇଥିରୁ ଆପଣମାନେ ଅନୁମାନ କରିବେ । ରାଜ୍ୟ ଶାସନ କିପରି ଚାଲିଥିବ?                 ରାଜା ଚିତାକଟା ସିଂହ ବଡ ନ୍ୟାୟ ପ୍ରିୟ । ପ୍ରତ୍ୟେକ ପ୍ରଜାକୁ ସେ ସମାନ ମଣୁଥିଲେ ।...

Read More

ସଚ୍ଚା ପ୍ରେମୀ

ଗତକାଲି ଲାଜ କ’ଣ ଜାଣି ନ ଥିବା ରାଜକୁମାରୀ ବନ୍ଦନା, ଆଜି ସଖିମାନଙ୍କ ଟାହିଟାପରା କଥାରେ ଲାଜେଇ ଯାଇଛନ୍ତି । କୌଣସି ଏକ ରାଜକୁମାରଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ତାଙ୍କ ମନର ଆଗ୍ରହ ବଢିଯାଇଛି । ନିରୋଳାରେ ଉଆସର ଛାତ ଉପରେ ବୁଲି ଗୀତ ଗାଇବା, ଗୋଧୁଳିର ଶାନ୍ତ-ସ୍ନିଗ୍ଧ ଲଗ୍ନରେ ଘୋଡାଗାଡିରେ ବୁଲିବା ଏଣିକି ତାଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ...

Read More

ରାଜକନ୍ୟା ଓ ବଣୁଆ ରାଜା

ହଜାରେ ବର୍ଷ ତଳର କଥା । ସେତେବେଳେ ବ୍ରହ୍ମପୁତ୍ର ନଦୀ କୂଳରେ ଏକ ବନପ୍ରଦେଶ ଥିଲା । ସେହି ବନପ୍ରଦେଶରେ ଜଣେ ବଣୁଆ ରାଜା ଶାସନ କରୁଥାଆନ୍ତି । ବଣ ଜଙ୍ଗଲ ପରିପୂର୍ଣ୍ଣ ହୋଇଥିବାରୁ ସେହି ରାଜ୍ୟ ଉପରେ ଅନ୍ୟ କୌଣସି ଦେଶର ରାଜା ଆକ୍ରମଣ କରିବା ପାଇଁ କଦାପି ମଧ୍ୟ ସାହସ କରନ୍ତି ନାହିଁ । ଏହି ବଣୁଆ ରାଜାଙ୍କ ସେନାରେ ବଣୁଆ ହାତୀ, ବଣୁଆ କୁକୁର, ସାପ ଆଦି ଜୀବଜନ୍ତୁ...

Read More

ଚୋର ହେଲେ ରାଜା

ପୁରୁଷୋତମପୁର ରାଜ୍ୟରେ ତିନି ଜଣ କୁଖ୍ୟାତ ଚୋର ରହୁଥିଲେ । ଚୋରି ବିଦ୍ୟାରେ ଏହି ତିନି ଚୋର ଏପରି ମହାରଥୀ ହାସଲ କରିଥିଲେ ଯେ, ଖାସ୍ ସେଇଥିପାଇଁ ହିଁ ସେମାନେ ବିଖ୍ୟାତ । ସେମାନଙ୍କ ଚୋରିର ପ୍ରଭାବ ଏପରି ଥିଲା ଯେ ସେ ରାଜ୍ୟର ପ୍ରଜାଗଣ ରାତି ଅନିଦ୍ରା ରହି ନିଜ ଘର ଜଗୁ ଥିଲେ । କାହିଁକିନା ସେହି ଚୋରମାନଙ୍କର ଅଭ୍ୟାସ ଥିଲା ଚୋରିକରିବା କେବଳ ଚୋରିକରିବା ।...

Read More

କାଠୁରିଆ ପୁଅ ଓ ଦୁଇ ଭୂତୁଣୀ

ସମସ୍ତିପୁର ବୋଲି ଗୋଟିଏ ଗାଁ ଥିଲା । ସେ ଗାଁରେ ଜଣେ କାଠୁରିଆ, ତା’ ସ୍ତ୍ରୀ ଓ ସେମାନଙ୍କର ଏକ ବାରବର୍ଷର ପୁଅ ଦିପୁ ବି ରହୁଥିଲେ । କାଠୁରିଆ ସେ ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଏ । ତା’ର ସେହି କାର୍ଯ୍ୟରେ ତା’ର ସ୍ତ୍ରୀ ମଧ୍ୟ ତାକୁ ସାହଯ୍ୟ କରିଥାଏ । ଖୁବ୍ ଛୋଟ ଦିନରୁ ଦିପୁ ବି ତା ବାପାମା’ଙ୍କ ସହିତ ସେ ଜଙ୍ଗଲ ମଧ୍ୟକୁ...

Read More

ବିଚିତ୍ର ସ୍ୱପ୍ନ

ବହୁତ ବର୍ଷ ତଳର କଥା । ସୁମେରୀୟ ରାଜା ମାଡୁସା ଏକ ଅଜବ ପ୍ରକାର ରାଜା ଥିଲେ । ତାଙ୍କର ବିଚିତ୍ର କାର୍ଯ୍ୟ ପାଇଁ ପ୍ରଜାମାନେ ସର୍ବଦା ହଇରାଣ ଓ ଦୁଃଖ କଷ୍ଟ ବି ପାଉଥିଲେ । ପ୍ରଜାମାନେ ଯେତିକି ଦୁଃଖ ପାଉଥିଲେ ରାଜା ମାଡୁସା ସେତିକି ଆନନ୍ଦ ପ୍ରାପ୍ତି କରୁଥିଲେ । ପ୍ରଜାମାନଙ୍କ ଉପରେ ଏହି ଅତ୍ୟାଚାର କେବଳ ସେନାପତି, ମହାମନ୍ତ୍ରୀ, ରାଜବୈଦ୍ୟ ଓ ରାଜଜ୍ୟୋତିଷ ହିଁ...

Read More

ପରିଶ୍ରମ ହିଁ ଶ୍ରେଷ୍ଠ

ବହୁତ ଦିନ ତଳର କଥା । ଗାନ୍ଧାର ଦେଶରେ ଜଣେ ଗରିବ କୃଷକ ଓ ତା’ର ପରିବାର ଏକ ପାହାଡ ଗୁମ୍ଫାରେ ରହୁଥିଲେ । ଗରିବ ହେଲେ ମଧ୍ୟ ସେ କୃଷକ ଜଣକ କର୍ମଠ, ଦାୟିତ୍ୱବାନ ଓ ପରିଶ୍ରମୀ ଥିଲା । ତା’ର ପାଖରେ ଦୁଇତିନି ଖଣ୍ଡ ପାହାଡିଆ ଜମି ଥିଲା । ପାହାଡିଆ ଜମି ଯୋଗୁଁ ମାଟି ଆଦୌ ଉର୍ବର ନଥିଲା । ସେଥିପାଇଁ ଫସଲ ବି ଭଲ ହଉନଥିଲା । ତେଣୁ ସେ ପରିବାରର ଅନ୍ୟ ସଦସ୍ୟମାନେ ଏହି...

Read More

ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା

ଅନେକ ଦିନ ତଳର କଥା । ଉଗ୍ରସେନ ନାମକ ଜଣେ ରାଜା ପ୍ରତାପଗଡରେ ଶାସନ କରୁଥିଲେ । ତାଙ୍କର ଏକ ବିଶାଳ ସେନା ଥିଲା । ଏହି ଶକ୍ତିଶାଳୀ ସେନା ବଳରେ ରାଜା ଉଗ୍ରସେନ ଅନେକ ରାଜ୍ୟ ଜୟ କରିଥିଲେ । ତଥାପି ରାଜାଙ୍କର ଯୁଦ୍ଧଖୋର ପ୍ରକୃତି ଯୋଗୁଁ ସେ ଅଧିକରୁ ଅଧିକ ରାଜ୍ୟ ଜୟ କରିବାକୁ ଚାହିଁଲେ । ସେ ରାଜାଙ୍କ ଶକ୍ତିଶାଳୀ ସେନାରେ ବିଚିତ୍ର ମୋହନ ନାମକ ଏକ ସୈନ୍ୟ ଥିଲା ।...

Read More

ଦୁଇ ଜ୍ୟୋତିଷ ଓ ସୁଲତାନ

ବହୁତ ଦିନ ତଳର କଥା । ସେତେବେଳେ ତ ସେ ଆରବ ଦେଶରେ ସୁଲତାନ୍ ଆବ୍ରାହମ ରାଜୁତି କରୁଥିଲେ । ସେ ବହୁତ କଠୋର ଓ ନିର୍ଦ୍ଦୟ ବି ଥିଲେ । ଦୋଷ ଥାଉ କି ନଥାଉ, ଯଦି କେଉଁ ପ୍ରଜାର ଦୋଷ ସେ ବିଚାର କରୁଥିଲେ ତ ତା’ର ମୁଣ୍ଡକାଟି ଦେଉଥିଲେ । ସେହି ସୁଲତାନଙ୍କ ଦରବାରରେ ଦୁଇଜଣ ଜ୍ୟୋତିଷ ମଧ୍ୟ ଥିଲେ । ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ଆରବ ଦେଶର ଜ୍ୟୋତିଷ । ତାଙ୍କର ସହାୟକ...

Read More

ତିନି ସାଧୁ ଓ ଭଗବାନ

ବହୁତ ଦିନ ତଳର କଥା । କାଂଚିପୁରମ୍ ରାଜ୍ୟରେ ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମରେ ତିନି ଜଣ ସାଧୁ ରହୁଥିଲେ । ତନ୍ମଧ୍ୟରୁ ପ୍ରଥମ ସାଧୁଙ୍କ ନାଁ ଥିଲା ସାଧୁ ରାମାନନ୍ଦ । ଦ୍ୱିତୀୟ ସାଧୁଙ୍କ ନା ସାଧୁ ଆତ୍ମାନନ୍ଦ ଓ ତୃତୀୟ ସାଧୁଙ୍କ ନାମ ଥିଲା ସାଧୁ ଦୟାନନ୍ଦ । ସାଧୁ ରାମାନନ୍ଦ ଓ ସାଧୁ ଆତ୍ମାନନ୍ଦ ସବୁବେଳେ ଖାଲି କଳି ଝଗଡା କରୁଥିଲେ । ସାଧୁ ରାମାନନ୍ଦ କହୁଥିଲେ...

Read More

ଓଟ ଓ ବିଲୁଆ

ଗୋଟିଏ ମରୁଭୂମିରେ ଗୋଟିଏ ଓଟ ରହୁଥିଲା । ସେ ବହୁତ ସରଳ ବିଶ୍ୱାସୀ ଥିଲା । ହଠାତ୍ ତା ଶରୀର ଓ ମନ ଧିରେ ଧିରେ ଖରାପ ହେବାକୁ ଲାଗିଲା । ଭାବିଲା ଏ ମରୁଭୂମିରେ ମୁଁ ବା ଆଉ କେତେଦିନ ରହିବି । କେତେ ଦିନ ବଂଚିବି । ଜୀବନରେ ନା ଭଲ କରି ଟିକେ ଖାଇ ପାରିଲି ନା ଏ ମରୁଭୂମି ଛଡା ମୁଁ ଅନ୍ୟତ୍ର କିଛି ବି ଦେଖିପାରିଲି । ଏକଥା ଭାବୁ ଭାବୁ ସେ ନିଶ୍ଚୟ କଲା କାଲି ସକାଳ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ