ଉପଯୁକ୍ତ ବରପାତ୍ର

ଥରେ ଜଣେ ସାଧୁ ଏକ ନଦୀରେ ସ୍ନାନ କରୁଥାନ୍ତି । ପ୍ରତିଦିନ ସ୍ନାନ କରିସାରିବା ପରେ ସେ ସାଧୁ ଜଣକ ଈଶ୍ୱରଙ୍କୁ ଧ୍ୟାନ କରନ୍ତି । ସାଧୁ ଜଣକ ଧ୍ୟାନ କରିବା ସମୟରେ ହିଁ ଗୋଟିଏ ଲାଲ୍ ବେଙ୍ଗୁଲି ଜୋର୍ରେ ରାବ କରେ । ତେଣୁ ସେ ସାଧୁଙ୍କ ଧ୍ୟାନ ଭଗ୍ନ ହୋଇଯାଏ । ଦିନେ ସାଧୁ ଠିକ୍ କଲେ ସେ ଲାଲ୍ ବେଙ୍ଗୁଲିକୁ ଧରି ଉପଯୁକ୍ତ ଶିକ୍ଷା ଦେବେ ।                 ଏପରି...

Read More

ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ

ଅନେକ ବର୍ଷ ତଳର କଥା । ସୁବର୍ଣ୍ଣପୁର ରାଜ୍ୟରେ ଏକ ପାବନୀ ହ୍ରଦ ଥିଲା । ଆଉ ସେହି ହ୍ରଦର ପାଣି ଭାରି ଲୁଣିଆ ଥିଲା । ଲୁଣି ପାଣି ଯୋଗୁଁ ସେହି ପାବନୀ ହ୍ରଦକୁ କେହି ବି ଯାଆନ୍ତି ନାହିଁ । ଦିନକୁ ଦିନ ସେହି ହ୍ରଦପାଣି ବିଷାକ୍ତ ହୋଇଗଲା । ସେହି ହ୍ରଦରେ ଏକ ବିଷାକ୍ତ ନାଗସାପ ପରିବାର ରହିବାକୁ ଲାଗିଲେ । ସେ ବିଷାକ୍ତ ନାଗସାପ ଭୟରେ ସେହି ହ୍ରଦକୁ କେହି ବି...

Read More

ପ୍ରକୃତ ପୂଜକ

ରାମପୁର ଗାଁରେ ଦୁଇଜଣ ପୂଜକ ରହୁଥିଲେ । ସେ ପୂଜକମାନଙ୍କ ନାଁ ଥିଲା ଆର୍ତ୍ତ ଓ ତ୍ରାଣ । ପୂଜକ ଆର୍ତ୍ତ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ ଓ ପୂଜକ ତ୍ରାଣ ଆଉ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ । ସେ ଗାଁ ଠାରୁ ବହୁ ଦୂରରେ ତ ଗୋଟିଏ ନଈ ବହିଯାଉଥିଲା । ପ୍ରତି ପୂର୍ଣ୍ଣିମାରେ ସେ ଦୁଇ ପୂଜକ ସେହି ନଈରୁ ପାଣି ଆଣି ଦୁଇ ମନ୍ଦିରରେ ଭଗବାନଙ୍କର ଜଳାଭିଷେକ କରୁଥିଲେ ।...

Read More

ଦୁଷ୍ଟ ଚିଲ ଓ ଚତୁର କଙ୍କଡା

ଗୋଟିଏ ପଦ୍ମ ପୋଖରୀରେ ବହୁତ ପ୍ରକାରର ମାଛ ରହୁଥିଲେ । ଆଉ ସେହି ପୋଖରୀର ପାଣି ବି ଭାରି ମିଠା । ଗୋଟିଏ ବଗ ସବୁଦିନ ସକାଳୁ ଆସି ପୋଖରୀ କୂଳେ କୂଳେ ବୁଲି ଛୋଟ ଛୋଟ ମାଛ ଖାଏ । ସେହି ପୋଖରୀକୁ ଲାଗି ଏକ ବଡ ବରଗଛ ଥିଲା । ସେହି ବରଗଛ ଉପରେ ଆସି ଏକ ଚିଲ ବସାକଲା । ଦିନେ ସେ ଚିଲକୁ ବହୁତ ଶୋଷ ଲାଗିଲା । ତେଣୁ ସେ ଯାଇ ପଦ୍ମ ପୋଖରୀରୁ ପାଣି ପିଇଲା । ଭାବିଲା ଏହି...

Read More

ସାପ ଓ ନେଉଳ

ପୂର୍ବରୁ ସାପଗୁଡିକ ଆଦୌ ବିଷାକ୍ତ ନ ଥିଲେ । ବହୁତ ସରଳ ଜୀବଟିଏ ଥିଲା ସାପ । ସାପକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ତାକୁ ମାରି ଖାଇଦଉଥିଲେ । ତେଣୁ ସାପଗୁଡିକ ଅତ୍ୟନ୍ତ ଭୟରେ ଦିନ କଟାଉଥିଲେ । ଦିନକର କଥା । ଗୋଟିଏ ସାପକୁ ବହୁତ ଗୁଡିଏ ବଣୁଆ ପଶୁ ଗୋଡାଇଲେ ମାରିବାକୁ । ତେଣୁ ସାପଟି ଭୟରେ ଏକ ନେଉଳ ଗାତ ମଧ୍ୟରେ ପଶିଗଲା । ନେଉଳ ସ୍ୱଭାବରେ ମଧ୍ୟ...

Read More

ଶ୍ରେଷ୍ଠ ଉପହାର

ବହୁତ ଦିନ ତଳର କଥା । ଗୋଟିଏ ଆଶ୍ରମରେ ଜଣେ ସାଧୁ ରହୁଥିଲେ । ଆଉ ସେହି ସାଧୁଙ୍କର ଅନେକ ଗୁଡିଏ ଶିଷ୍ୟ ଥିଲେ । ସେ ଶିଷ୍ୟମାନଙ୍କ ଭିତରେ ଏକ ଶବର ପିଲା ବି ଥିଲା । ସେ ଶବର ପିଲାଟି ସାଧୁଙ୍କ ଠାରୁ ସମସ୍ତ ଯୁଦ୍ଧବିଦ୍ୟା କଳା ବି ଶିଖିଥିଲା । ସେ ସାଧୁଙ୍କ ଆଶ୍ରମରେ ଜାତି ଭେଦ ଭାବ ଏମିତି କିଛି ବି ନ ଥିଲା । ଯେ କୌଣସି ଜାତିର ପିଲା ସେ ସାଧୁଙ୍କ ଶିଷ୍ୟତ୍ୱ ଗ୍ରହଣ...

Read More

ମୃତ୍ୟୁ ମହାରାଜ ଓ କେଉଟ ପୁଅ

ବହୁ ବର୍ଷ ତଳର କଥା । ଗୋଟିଏ କେଉଟ ପୁଅ ନଦୀମାନଙ୍କରୁ ବିଭିନ୍ନ ପ୍ରକାରର ମାଛ ଧରି ବଜାରରେ ବିକି ଦୁଇ ପଇସା ଭଲ ରୋଜଗାର କରେ । ଦିନେ ଯମ ମହାରାଜ ପୃଥିବୀ ଭ୍ରମଣରେ ଆସି ଗୋଟିଏ ନଈ ନିକଟରେ ପହଁଚିଲେ । ନଈରେ ସେ କେଉଟ ପୁଅ ମାଛ ମାରୁଥିବାର ଦେଖି ତାଙ୍କର ତଥା ସେ ଯମରାଜାଙ୍କର ହଠାତ୍ ବହୁତ ରାଗ ହେଲା । ଭାବିଲେ କେତେ ହିଂସ୍ର ଏ ପିଲାଟା । ହୃଦୟରେ ତା’ର ଟିକେ ବି...

Read More

କେଳା ଝିଅ ଓ ଶହେ ଡକାୟତ

ବୀରମହାରାଜପୁର ବୋଲି ଗୋଟିଏ ଛୋଟିଆ ଗାଁ ଥିଲା । ସେହି ଗାଁରେ ଗୋଟିଏ ସାପୁଆ କେଳାର ପରିବାର ରହୁଥିଲା । ସାପୁଆ କେଳା ରାସ୍ତା ଘାଟରେ ସାପ ଖେଳ ଦେଖାଇ ଯାହା ପଇସା ଆଣେ ସେତିକି ପଇସାରେ ତା ଘର ଚଳେ । ସେ ସାପୁଆ କେଳାର ଗୋଟିଏ ସୁନ୍ଦର ଝିଅ ଥିଲା । ତେଣୁ ସେ ସାପୁଆ କଳା ସର୍ବଦା ତା ଝିଅର ବାହାଘର କଥା ଭାବି ଚିନ୍ତା କରୁଥିଲା । ଦିନକର କଥା । ଗାଁ ଜମିଦାରଙ୍କ ଘରେ...

Read More

ମାଛଖିଆ ଭୂତ

ଅନ୍ତପୁର ନାମରେ ଗାଆଁଟିଏ । ତା’ ଆଖପାଖରେ ଯେତେ ଗାଆଁ ଅଛି ଅନ୍ତପୁର ଗାଆଁଟି ସବୁଠୁ ବଡ ଗାଆଁ । ସେ ଗାଆଁଟିରେ ପ୍ରାୟତଃ ସବୁ ବୃତ୍ତିର ଲୋକ ବାସ କରିଥା’ନ୍ତି । ସମସ୍ତେ ପୃଥକ୍ ପୃଥକ୍ ଭାବରେ ରହିଥା’ନ୍ତି ସାହିମାନଙ୍କ ମଧ୍ୟରେ । ଯେପରିକି ଯେଉଁଠି ପୂଜାରୀମାନେ ଥାଆନ୍ତି, ତା ନାଁ ପୂଜାରୀ ସାହି । ଠିକ୍ ସେହିପରି ଯୋଧ୍ୟା ସାହିରେ କେବଳ ଯୋଧ୍ୟା ମାନଙ୍କର ଘର...

Read More

ଭୂତ କୋଠି

କୈଳାସର ଏକମାତ୍ର ଝିଅ । ସେହି ଝିଅଟିର ନାଆଁ ସୁରମା । ସୁରମାକୁ ଦଶ ବାର ବର୍ଷ ବୟସ ବେଳେ ତା’ ମାଆ ତ ମରି ଯାଇଥା’ନ୍ତି । କୈଳାସର ‘ସ୍ତ୍ରୀ’ ମରିଯିବା ପରେ ସେ ଗାଆଁର ଭିଟାମାଟି ତଥା ଜମିବାଡି ଯାହାଥିଲା ସେସବୁ ବିକ୍ରୟ କରି କୈଳାସ ସହରକୁ ଚାଲିଆସିଲା । ସହରରେ ଘରଭଡା ନେଇ ବାପ ଝିଅ ତ ବେଶ୍ ସୁଖରେ ଥାଆନ୍ତି । କୈଳାସ ସହରରେ ବେପାର ବଣିଜ କରେ । ଝିଅ ସୁରମା ଘରେ...

Read More

ବୁଦ୍ଧିଆ ମହାଜନ

ଅନେକ ବର୍ଷ ତଳର କଥା । ଗୋଟିଏ ଗାଆଁରେ ଜଣେ ମହାଜନ ଥିଲେ । ତାଙ୍କର ତିନୋଟି ପୁଅ ଥିଲେ । ତନ୍ମଧ୍ୟରୁ ବଡ ପୁଅର ନାମ ସୁରେଶ, ମଝିଆଁ ପୁଅର ନାମ ଦିନେଶ ଏବଂ ସାନ ପୁଅର ନାମ ଅବିନାଶ । ସେ ମହାଜନଙ୍କର ପୁଣି ଅଚଳାଚଳ ଧନ ସମ୍ପତ୍ତି ଥିଲା । ଗୋରୁ ଗାଈ, ଘୋଡା, ଛେଳି ସବୁ ମହାଜନ ପାଳିଥିଲେ । କିନ୍ତୁ, ଅତି ଦୁଃଖର ବିଷୟ ଯେ, ସେ ତିନି ଭାଇମାନଙ୍କ ମଧ୍ୟରେ କାହାର ବି...

Read More

କିଏ ଭଲ କିଏ ଅସଲ ଭେଲ?

ବହୁବର୍ଷ ତଳର କଥା । ଦଶପଲ୍ଲାର ଘୋର ଜଙ୍ଗଲରେ ଭାଲୁଟିଏ ବାସ କରୁଥିଲା । ତା’ର ନାମ ବିଲୁ । ସେ ଭାଲୁଟି ଅତ୍ୟନ୍ତ ସାଧାରଣ ଓ ଦୟାଳୁ ଥିଲା । ଏକଦା ସେ ଭାଲୁ ବିଲୁ ମହୁ ଖାଇବାକୁ ଭାରି ଇଚ୍ଛା କଲା । ତେଣୁ ଭାଲୁ ବିଲୁ ଜଙ୍ଗଲରେ ଏଣେ ତେଣେ ଘୂରି ବୁଲିଲା ମହୁ ଖୋଜିବାରେ । ଜଙ୍ଗଲରେ ବୁଲୁ ବୁଲୁ ଜଙ୍ଗଲ ମଝିରେ ସେ ଭାଲୁ ବିଲୁ ଦେଖିଲା ସୁନ୍ଦର ଫୁଲ ବଗିଚାଟିଏ । ଆଉ...

Read More

ଅଂଶୁଘାତ ବୁଢା ଭିକାରି

ଭିକାରି ବୁଢାଟିଏ । ଗାଆଁ ଗାଆଁ ଭିକ ମାଗି ଚଳେ । ରୁଗ୍ଣ ଶରୀର, ଅସ୍ଥିସାର କଙ୍କାଳ । ପରିଧେୟ ମଇଳା ଗଞ୍ଜି ସାଙ୍ଗକୁ ସାତସିଆଁ ଧୋତି, ଆଖି ଉପରେ କଳା ରଙ୍ଗର ଶସ୍ତା ଚଷମା । ମୁଣ୍ଡରେ ବର୍ଷ ବର୍ଷ ଧରି ତେଲ ଟୋପାଏ ବି ବାଜି ନାହିଁ । ସେ ଭିକାରି ବୁଢାଟିର ଘର ସ୍ୱର୍ଣ୍ଣପୁର ଗାଆଁରେ । ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନାହିଁ । ଝିଅକୁ ଦି’ ବରଷ ବେଳେ...

Read More

ମଲାପୁଅ ବଂଚିଲା

ଅନେକ ବର୍ଷ ତଳର କଥା । ଭଗବାନପୁର ଗାଆଁରେ ଭଜନା ସାହୁ ଭଳି ହରି ଭକ୍ତ ସେ ଗାଆଁରେ ପ୍ରାୟ ଆଉ କେହି ବି ନଥିଲେ । ନିଜ ଗାଆଁରେ କହାର ପୁଅ କିମ୍ବା ଝିଅ ଜନ୍ମ ହେବାର ଖୁସିରେ ଏକୋଇଶା ଦିନ ଭଜନ ସମାରୋହର ଆୟୋଜନ ହେଲେ ସେ ଭଜନାକୁ ଆଗ ନିମନ୍ତ୍ରଣ ରହେ । ତହୁଁ ସେ ଭଜନା ମୃଦଙ୍ଗକୁ ନିଜ କାନ୍ଧରେ ପକାଇ ତା’ ସାଙ୍ଗରେ ଭଜନ ଗାୟକମାନଙ୍କୁ ସାଙ୍ଗରେ ଧରି ସେ ଜାଗାରେ...

Read More

ସବୁ ମାୟାରେ ବାୟା

ଲକ୍ଷ୍ମୀ, ନାରାୟଣଙ୍କର ଆଳାପ ଚାଲିଛି ଅଳକାପୁରୀରେ । ଏହି ସମୟରେ ଅତର୍କିତ ଭାବରେ ଦେବର୍ଷି ନାରଦ ସେଠାରେ ପହଁଚିଗଲେ । ଦେଖିଲେ ଲକ୍ଷ୍ମୀ, ନାରାୟଣଙ୍କର ଯୁଗଳ ମୂରତି । ଉଭୟେ ଖୁସି ଗପ ହେଉଛନ୍ତି । ନାରାୟଣ, ନାରାୟଣ ନାରଦ କହିଲେ, ପ୍ରଭୁ, ସବୁଠି ଦେଖିଲି ସବୁ ମାୟାରେ ବାୟା । ବାୟା ନୁହେଁ କେବଳ ଏ ଦେବର୍ଷି ନାରଦ । ନାରଦଙ୍କ ମନରେ ଅହଂକାର ଆସିଛି । ଏହି କଥା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ