ଦାସିଆ ବାଉରୀ

ଅନେକ ବର୍ଷ ତଳର କଥା । ପୁରୀ ଜିଲ୍ଲାର ରତ୍ନଚିରା ନଦୀ ତଟରେ ରହିଛି ଗାଆଁଟିଏ । ଆଉ ସେ ଗାଆଁଟିର ନାମ ବାଲିଗାଁ । ଅନେକ ବର୍ଷ ତଳେ ସେଇ ଗାଆଁରେ ଦାସିଆ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ । ଜାତିରେ ସେ ଥିଲେ ଖଦାଳ – ବାଉରୀ ତନ୍ତୀ । ଲୁଗା ବୁଣିବା ଥିଲା ତାଙ୍କର ବେଉସା । ଲୁଗା ବିକ୍ରି କରି ଯାହା ଦୁଇ ପଇସା ଲାଭ କରନ୍ତି ସେତିକିରେ ଦୁଃଖେ ସୁଖେ ତାଙ୍କ ପରିବାର...

Read More

ନିରିମାଖି ଝିଅର ଭାଗ୍ୟ

କାଶୀନାଥ ବାବୁଙ୍କର ପୁଅଟିଏ ଓ ଝିଅଟିଏ । ପୁଅ ବଡ ଆଉ ଝିଅ ସାନ । ପୁଅଟିର ନାମ ପ୍ରଭାକର । ଝିଅଟିର ନାମ ପ୍ରମିଳା । ପ୍ରମିଳା ତା’ ବାପାଙ୍କର ଅତି ଅଲିଅଳି ଝିଅ । ପ୍ରମିଳାକୁ ଜନ୍ମ ଦେଇ ତା’ ମାଆ ଚିରଦିନପାଇଁ ଏ ସଂସାର ଛାଡି ଚାଲିଗଲେ । ତାପରେ ସେ କାଶୀନାଥ ବାବୁ ପିଲା ଦୁହିଁଙ୍କୁ ସରକାରୀ ସ୍କୁଲ୍ରେ ପାଠ ପଢାଇଲେ । ବେଶ୍ ଆରାମ୍ରେ ପିଲାମାନେ ବି ଥାଆନ୍ତି ।...

Read More

ମାଛ କଡେଇରେ ଶଗଡିଆର ଆଶା

ଆଜିକୁ ପ୍ରାୟ ଦୁଇଶହ ବର୍ଷ ତଳର କଥା । ସେ ସମୟରେ ଆଉ ଆଜିକାଲି ଭଳି ଟ୍ରକ୍, ମଟର, ବସ୍ ଆଦି ଯାନବାହନ ନଥିଲା । ତେଣୁ ଲୋକେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଶଗଡ ବଳଦ ଗାଡିରେ ଯାଉଥିଲେ । ଯେଉଁଠି ରାତି ହେଉଥିଲା ସେଇଠି ହିଁ ବିଶ୍ରାମ ନେଉଥିଲେ । ଶଗଡ ଚାଳକକୁ ତ ଶଗଡିଆ କହନ୍ତି । ହରିସାମନ୍ତପୁର ନାମକ ଏକ ଗାଆଁରେ ଅଧିକାଂଶ ଲୋକଙ୍କର ଶଗଡ ଖଣ୍ଡେ ଲେଖାଏଁ ଅଛି ।...

Read More

ଚନ୍ଦରା ଚନ୍ଦିରୀ ଫାର୍ସ

ସ୍ୱାମୀ ସ୍ତ୍ରୀ ଦୁଇ ଜଣ । ସ୍ୱାମୀ ନାଆଁ ଚନ୍ଦରା, ଓ ସ୍ତ୍ରୀ ନାଆଁ ଚନ୍ଦିରୀ । ଚନ୍ଦରା ବିଲ ବାଡିରେ କାମ ଧନ୍ଦା କରେ । କେବଳ ଏକମାତ୍ର କୃଷି ହିଁ ତା’ର ଜୀବିକା । ଧାନ, ମୁଗ, ବିରି ଆଦି ବିଭିନ୍ନ ଫସଲ କରି ଚନ୍ଦରା ସେ ଫସଲରୁ ଯାହାବି କିଛି ଉପାର୍ଜନ କରନ୍ତି ଆନନ୍ଦରେ ଚଳି ଯାଆନ୍ତି । କିଏ ବା ତାଙ୍କର ଅଛି ଖାଇବାକୁ? ମାମୁ ମାଇଁ ଦୁଇ ପ୍ରାଣୀ । ହଡା ମଲେ...

Read More

ମର୍ତ୍ତ୍ୟ ବୈକୁଣ୍ଠ

ଶ୍ୟାମସୁନ୍ଦର ନାୟକ ଜଣେ ଅତି ଧର୍ମପରାୟଣ ବ୍ୟକ୍ତି ଥିଲେ । ମୁଣ୍ଡଝାଳ ତୁଣ୍ଡରେ ମାରି ବିଲ ବାଡିରେ କଠିନ ପରିଶ୍ରମ କରନ୍ତି । ଚାଷରୁ ଯାହା ଆୟ କରନ୍ତି, ନିଜର ପରିବାର ପ୍ରତିପୋଷଣ କରନ୍ତି । ଶ୍ୟାମସୁନ୍ଦର ଅତ୍ୟନ୍ତ ସାଧୁ ସ୍ୱଭାବର ମଣିଷ । ନୀତି ନିୟମର ମଣିଷ । ସେ ସମସ୍ତଙ୍କୁ ହୃଦୟର ସହିତ ଅତ୍ୟନ୍ତ ଭଲ ପାଉଥିଲେ ।                 ଦିନକର ଘଟଣା ।...

Read More

ପରିବର୍ତ୍ତନ

ରାଜୁ ଓ ବିଜୁ ଦୁଇ ସାଙ୍ଗ । ସେ ଦୁହେଁ ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି । ଶ୍ରେଣୀ ଗୃହରେ ପାଖାପାଖି ହୋଇ ମଧ୍ୟ ବସନ୍ତି । ଦୁଇଜଣଙ୍କର ଗୋଟିଏ ମନ । ଖାଇବା, ଶୋଇବା, ସମୟତକ ଛାଡି ସବୁବେଳେ ସେମାନେ ଏକାଠି ଖେଳନ୍ତି ଓ ବୁଲନ୍ତି । ରାଜୁ ଓ ବିଜୁ ଦୁଇ ଜଣଙ୍କ ମଧ୍ୟରେ ବିଜୁ ଅତ୍ୟନ୍ତ ଦୁଷ୍ଟ । ୟା’ ତା’ ବାଡିରେ ପଶି ପିଜୁଳି କାକୁଡି ଆମ୍ବ ପ୍ରଭୃତି ଚୋରି କରେ ।...

Read More

ଏମିତି ଭାଇ ଜଗତେ ନାହିଁ

ଜଗାର ଏକମାତ୍ର ଭଉଣୀ ସୁଭଦ୍ରା । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଭାଇ ଭଉଣୀ ଦୁହେଁ ଦୁଃଖେ ସୁଖେ ରହିଥା’ନ୍ତି । ଜଗା, ସୁଭଦ୍ରାକୁ ଖୁବ୍ ଭଲ ପାଏ । ଜଗାର ସ୍ତ୍ରୀ ଜାନକୀ ମଧ୍ୟ ସୁଭଦ୍ରାକୁ ଖୁବ୍ ଭଲ ପାଆନ୍ତି । ଭାଇ ଭାଉଜଙ୍କ ଶ୍ରଦ୍ଧାରେ ସେ ସୁଭଦ୍ରା ଅତ୍ୟନ୍ତ ଖୁସିରେ ଥାଏ ।                 ଜଗାର ଭାରି ଇଚ୍ଛା ସୁଭଦ୍ରାକୁ ଭଲ ପାତ୍ରଟିଏ ଦେଖି ବିବାହ...

Read More

ନାନ୍ଦୁରା କାନ୍ଦୁରା ଚନ୍ଦରା

ଗାଆଁଟିର ନାମ ନବରଙ୍ଗପୁର । ଆଉ ସେହି ନବରଙ୍ଗପୁର ଗାଆଁରେ ତିନିଭାଇ ଥିଲେ । ବଡ ଭାଇ ନାଆଁ ନାନ୍ଦୁରା, ମଝିଆଁ ଭାଇ ନାଆଁ କାନ୍ଦୁରା ଓ ସବା ସାନ ଭାଇ ନାଆଁ ଚନ୍ଦରା । ନାଆଁ ଅନୁସାରେ ତିନି ଭାଇଙ୍କ ନାମରେ କିଛି ବି ଫରକ୍ ନଥିଲା, ନାମ ବି ଯେମିତି କାମ ବି ସେମିତି । ବଡ ଭାଇ ନାନ୍ଦୁରାର ନନ୍ଦର – ପନ୍ଦର କଥା ଗାଲ – ମାଲୁ କଥାଗୁଡା ଗପେ । ମିଛ ବ୍ୟତୀତ ସେ...

Read More

ବିଚିତ୍ର ଏ ଦୁନିଆ

ଅଫିସ୍ ବାରଣ୍ଡାରେ ଶଶୀକାନ୍ତ ନାୟକ ଅନେକ ସମୟ ଧରି ଅପେକ୍ଷା କରିଛି । ହଠାତ୍ ଅଫିସ୍ ଭିତରକୁ ପଶି ଆସିଲେ ଦେବକାନ୍ତ ପଟ୍ଟନାୟକ । ତାଙ୍କୁ ଦେଖି ହଠାତ୍ ଚମକି ପଡି ଶଶୀକାନ୍ତ କହିଲା, ଆଜ୍ଞା ନମସ୍କାର । ନମସ୍କାରର ପ୍ରତି ନମସ୍କାର ବି ଜଣାଇଲେ ଦେବକାନ୍ତ ପଟ୍ଟନାୟକ । ଶଶୀକାନ୍ତ ନାୟକ କୋଡିଏ ଏକୋଇଶି ବର୍ଷ ବୟସର ଶାନ୍ତ, ସରଳ ସୁନ୍ଦର ଯୁବକ । ଦେବକାନ୍ତ ପଟ୍ଟନାୟକ...

Read More

ବୁଦ୍ଧିମତୀ ରାଜକୁମାରୀ

କମଳ ଦେଶର ରାଜକୁମାରୀ କମଳ କୁମାରୀ, ଅତ୍ୟନ୍ତ ବୁଦ୍ଧିମତୀ ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଦ୍ୟାରେ ମଧ୍ୟ ଧୂରନ୍ଧର ଥିଲେ । ରାଜା ତାଙ୍କ ଝିଅ କମଳ କୁମାରୀଙ୍କୁ ବିବାହ ଦେବାକୁ ଚାହିଁଲେ । ଝିଅ କମଳ କୁମାରୀଙ୍କୁ ବିଦ୍ୟା ଓ ବୁଦ୍ଧିରେ ଯେଉଁ ରାଜକୁମାର ଜିତିଯିବ ସେ ସେହି ରାଜକୁମାରଙ୍କୁ ହିଁ ବିବାହ କରିବେ । ରାଜା ବି ତାଙ୍କ ଝିଅ କଥାରେ ସମ୍ମତି...

Read More

ମମତା ମାଗେ ମୂଲ

ପୁରସ୍ତମପୁର ନାମରେ ଗାଆଁଟିଏ । ଆଉ ସେ ପୁରସ୍ତମପୁର ଗାଆଁରେ କୁବେର ନାୟକ ନାମରେ ଜଣେ ଯୁବକ, ନିହାତି ଗରିବ, ବିଧବା ମାଆଙ୍କର ଏକମାତ୍ର ସନ୍ତାନ । ତା’ ବାପ ମରିଯିବା ପରେ ମାଆ ପର ଘରେ ଦୁଃଖ କରି ଖୁବ୍ ଆଦର ଯତ୍ନରେ କୁବେରକୁ ପାଳି ପୋଷି ବଡ କରିଥିଲେ । ନିଜେ ପରିଶ୍ରମ କରି କୁବେରକୁ ଯଥାସମ୍ଭବ ସୁଖି ରଖିବାପାଇଁ ଚେଷ୍ଟା କରନ୍ତି ମାଆ । ତେଣୁ ମାଆ ଅତି ଗେହ୍ଲା...

Read More

ଭଲ ବ୍ୟବସାୟ ରାଜନୀତି

ଆଜିକାଲି ଘରବର ଦେଖା କୁଣିଆ ଆଗକାଳପରି ଜମିବାଡି କେତେ କ’ଣ ଅଛି ପଚାରୁ ନାହାଁନ୍ତି, କି ବାଡିପଟ ପାଳଗଦାର ଉଚ୍ଚତା ମାପୁ ନାହଁନ୍ତି କି ଗୁହାଳର ଗୋରୁ ଖୁଂଟ ଗଣୁ ନାହାଁନ୍ତି । ସେମାନେ ଦାଣ୍ଡର କୁଣିଆ ଦାଣ୍ଡରୁ ଆସିଲେ, ଦାଣ୍ଡ ଘରେ ବସିଲେ, ଜ୍ୱାଇଁ କ’ଣ କରୁଛି? ଚାକିରି କରିଛି ନା ବ୍ୟବସାୟ କରୁଛି? ପଚରା ଉଚରା କଲେ । ଜ୍ୱାଇଁର ରୂପ ଦେଖିଲେ, ଗୁଣ ଦେଖିଲେ...

Read More

ବାପ, ପୁଅ ଓ ଗଧ

ଦିନେ ବୁଢାବାପ ଓ ତାର ପୁଅ ତାଙ୍କ ଗଧକୁ ସାଙ୍ଗରେ ନେଇ ବଜାରକୁ ଗଲେ । ଗଧ ଚାଲିଥାଏ, ବାପ, ପୁଅ ଦୁଇଜଣ ବି ଚାଲିଥାନ୍ତି । କିଛି ଦୂର ଗଲାପରେ ବାଟରେ ଗୋଟିଏ ଲୋକ ହସି ହସି କହିଲା “ଏ ବୁଢା କେଡେ ବୋକା, ଗଧଟା ତ ଖାଲିରେ ଚାଲିକିରି ଯାଉଚି, ପୁଅକୁ ସେ ଗଧ ଉପରେ ବସାଇ କାହିଁକି ନେଉନାହିଁ”?                 ବୁଢା ଏହା ଶୁଣି ତା’ପୁଅକୁ ସେ ଗଧ ଉପରେ ବସାଇ ତାଙ୍କ...

Read More

ବୁଢୀ ଓ ତା’ର କୁକୁଡା

ଗୋଟିଏ ବଗିଚାରେ ଜଣେ ବୁଢୀ ରହୁଥିଲା । ଆଉ ସେ ବଗିଚାରେ କାମ କରିବା ପାଇଁ ବହୁତ ଚାକର ବାକର ବି ଥିଲେ । ସେମାନଙ୍କୁ ସକାଳୁ, ଉଠାଇ ସେ ବୁଢୀ କାମ କରାଏ । ସେ ବୁଢୀର ଗୋଟିଏ କୁକୁଡା ବି ଥାଏ, କୁକୁଡା ଭୋରରୁ ଡାକିଲେ ବୁଢୀର ନିଦ ହଠାତ୍ ଭାଙ୍ଗିଯାଏ ଏବଂ ତାପରେ ସେ ତା’ ଚାକରମାନଙ୍କୁ ଉଠାଏ । ଦିନେ ସେ ଚାକରମାନେ ଭାବିଲେ ଏ କୁକୁଡା ଭୋରୁ ବୁଢୀକୁ ଉଠାଉଛି ବୋଲି...

Read More

ପୁରୁଣା ଅଭ୍ୟାସ

ଗୋଟିଏ ବିଲେଇର ଗୋଟିଏ ସୁନ୍ଦର ଯୁବକକୁ ବାହାହେବାକୁ ଭାରି ଇଚ୍ଛାହେଲା, ତେଣୁ ସେ ଠାକୁରଙ୍କୁ ପ୍ରାର୍ଥନା କଲା, “ମୋତେ ଗୋଟିଏ ଝିଅ କରିଦିଅ, ଯେମିତିକି ମୁଁ ସେ ଲୋକକୁ ବାହା ହୋଇ ପାରିବି” । ଠାକୁର ସେ ବିଲେଇର ପ୍ରାର୍ଥନା ଶୁଣି ସେ ବିଲେଇକୁ ତୁରନ୍ତ ଗୋଟିଏ ଝିଅ କରିଦେଲେ ଏବଂ ତାପରେ ସେ ଝିଅ ଯୁବକକୁ ବାହାହୋଇ ଅତ୍ୟନ୍ତ ଆରାମ୍ରେ ରହିଲା ।                ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ