ଦୁର୍ଯ୍ୟୋଧନଙ୍କର ମାମୁଁ ଶକୁନି ଗାନ୍ଧାର ଦେଶର ରାଜା ସୁବଳଙ୍କ ପୁତ୍ର ଥିଲେ । ଗାନ୍ଧାରୀ ଉଆଁସୀ କନ୍ୟା ଥିବାରୁ ତାକୁ ବିବାହ କରିବାକୁ କେହିବି ରାଜି ହେଉ ନଥିଲେ । ତେଣୁ ତାଙ୍କ ପିତା ତାଙ୍କୁ ପ୍ରଥମେ ଗୋଟିଏ ମେଣ୍ଢା ସହିତ ବିବାହ ଦେଲେ; ମେଣ୍ଢା ମରିଯିବାରୁ ଧୃତରାଷ୍ଟ୍ରଙ୍କ ସହିତ ତାଙ୍କୁ ବିବାହ ଦେଲେ । ତେବେ ତଦ୍ୱାରା ତାଙ୍କର ଗ୍ରହର ଖରାପ ଅଂଶ କଟିଗଲା ।...
Category - କାହାଣୀ
ଜଣେ ନବାବ୍ ଥିଲେ । ତାଙ୍କର ସୁନ୍ଦରୀ କନ୍ୟାଟିଏ ଥିଲେ । ଖାଲି ସୁନ୍ଦରୀ ନୁହେଁ, ସେ ଯୁଦ୍ଧ ବିଦ୍ୟାରେ, ଘୋଡା ଚଢିବାରେ, ତୀର ଚାଳନାରେ ବି ଧୁରନ୍ଧର ଥିଲେ । ନବାବ୍ଙ୍କର ପୁଅ ନଥିଲେ ବୋଲି ପୁଅପିଲା ଯେଉଁ ସବୁ ବିଦ୍ୟା ଶିଖିବା ସ୍ୱାଭାବିକ, କନ୍ୟା ବା ଶାହ୍ଜାଦୀ ସେସବୁ ଶିଖି ନେଇଥିଲେ । ଶାହ୍ଜାଦୀଙ୍କ ବିଭା ହେବା ବୟସ ହେଲା । ନବାବ୍ ପାତ୍ର ଖୋଜିଲେ । ଶାହ୍ଜାଦୀ...
କଂଚନପୁରର ଧନୀ ବ୍ୟବସାୟୀ ବିଶାଳଙ୍କର ଏକମାତ୍ର ପୁତ୍ର ବିଶୁ ତା’ ପିଲାଟିଦିନରୁ ବଡ ଆଦରରେ ମଣିଷ ହୋଇଥାଏ । ତା’ର ଯେତିକି ଇଚ୍ଛା ସେ ସେତିକି ପଢେ, ତାକୁ କେହିବି ଗାଳି ଦିଅନ୍ତି ନାହିଁ । ଏମିତି ସବୁଥିରେ ଅତ୍ୟଧିକ ସ୍ୱାଧିନତା ପାଇ ସେ ସରଳ ଭାବରେ ବଢୁଥାଏ । କ୍ରମେ ଯୁବକ ବୟସ ହେବାରୁ ତା’ର ପିତା ତାକୁ ବ୍ୟବସାୟରେ ରଖିବାକୁ ଚାହିଁଲେ । ହେଲେ ବିଶୁର ସାଂସାରିକ...
ବୀରସିଂହ ଯେତିକି ଯେତିକି ଅଧିକ ଅତ୍ୟାଚାର କରୁଥାଏ, ବସନ୍ତର ନେତୃତ୍ୱରେ ଦଳେ ଯୁବକ ସେତିକି ଦୃଢ ଭାବରେ ତା’ର ପ୍ରତିରୋଧ କରୁଥାନ୍ତି । ଏହା ଭିତରେ ଆତ୍ମଗୋପନ କରି ରହିଥିବା ରାଜା ଶାନ୍ତିଦେବ ତାଙ୍କ ଶିଶୁପୁତ୍ର ଜୀବିତ ଥିବା କଥା ଜାଣି ଯାଇଥିଲେ । ତା’ପରେ… ଦିନ ଗଡି ଚାଲିଥାଏ । ଅମୃତପୁର ଏବଂ ତା’ପରେ ଅନ୍ୟାନ୍ୟ ରାଜ୍ୟ ଜୟ କରିବା ନିମନ୍ତେ ବୀରସିଂହର...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନ...
ପୁରୁଣା କାଳର କଥା । ଶକୁରା ନାମକ ଏକ ଗ୍ରାମୀଣ ବ୍ୟକ୍ତି କାମ ଖୋଜିବାକୁ ରାଜଧାନୀ ସହରକୁ ଆସିଲା । ସେ ଏହା ଚାହୁଁଥିଲା ଯେ ଯଦି ନବାବ୍ଙ୍କ ଦରବାରରେ ତାକୁ ଛୋଟିଆ କାମଟିଏ ମିଳିଯା’ନ୍ତା, ତେବେ ସେ ଭଲରେ ଚଳିଯା’ନ୍ତା । କିନ୍ତୁ ବହୁତ ଚେଷ୍ଟା କରି ସେ ବିଫଳ ହେଲା । ଚାକିରୀ ପାଇଁ ଯେଉଁ ଆବେଦନ ପତ୍ର ସେ ଲେଖେ ସେଗୁଡିକ ରାଜାଙ୍କ ପର୍ଯ୍ୟନ୍ତ ଯାଏ ନାହିଁ ।...
ଗୋଟିଏ ଗ୍ରାମରେ ଶମ୍ଭୁ ନାମକ ଜଣେ ଦରିଦ୍ର ଓ ବଡ ଧାର୍ମିକ ସ୍ୱଭାବର ବ୍ୟକ୍ତି ଥିଲା । ତା’ର ସ୍ତ୍ରୀର ନାମ ସୁମତି । ଗ୍ରାମରେ ଅକାଳ ପଡିଲା, ଖାଇବାକୁ ମିଳିଲା ନାହିଁ, ଗୋରୁମହିଷି ସବୁ ମରିଗଲେ । କାମ କରିବାକୁ ଚାହିଁଲେ ମଧ୍ୟ ମିଳିଲା ନାହିଁ । ଦୁଇଚାରି ଦିନରେ ଥରେ କୌଣସି ମତେ ଖାଦ୍ୟ କପାଳରେ ଜୁଟେ । ଏପରି ଅବସ୍ଥାରେ ଦିନେ ସୁମତି ଶମ୍ଭୁକୁ କହିଲା, “ଏତେ କଷ୍ଟ...
ଗୁମ୍ଫା ଦ୍ୱାରରୁ ରକ୍ତଧାରା ନିର୍ଗତ ହେବାର ଦେଖି ସୁଗ୍ରୀବ ଭାବିଲେ କି ବାଳୀଙ୍କର ମୃତ୍ୟୁ ହୋଇଛି । ତେଣୁ ସେ ଭୀଷଣ ଦୁଃଖ ଓ ଭୟରେ ସେ ଗୁମ୍ଫାଦ୍ୱାର ବନ୍ଦ କରିଦେଇ କିସ୍କିନ୍ଧ୍ୟାକୁ ଲେଉଟି ଆସିଲେ । କିନ୍ତୁ ପ୍ରକୃତରେ ବାଳୀ ସେ ମାୟାବୀକୁ ମାରିଥିଲେ ଓ କିଛିଦିନ ପରେ କିସ୍କିନ୍ଧ୍ୟାକୁ ସେ ଫେରି ଆସିଲେ । ସୁଗ୍ରୀବ ବାଳୀଙ୍କୁ ଜୀବିତ ଅବସ୍ଥାରେ ଦେଖି ଆନନ୍ଦ ଓ...
କୌଣସି ଏକ ଗ୍ରାମରେ ଜଣେ ଦୁଷ୍ଟ ଜମିଦାର ଥିଲା । ସେ କୌଣସି ଭୀକାରୀକୁ ତା’ ଘର ନିକଟକୁ ଆସିବାକୁ ମଧ୍ୟ ଦେଉ ନଥିଲା; ଯଦି କେହି ଭୁଲ୍ରେ ଆସିଯାଏ ତ ତାକୁ କୁକୁର ଲଗାଇ ସେ ତଡି ଦେଉଥିଲା । ଥରେ ସେ ଅଂଚଳରେ ଦୁର୍ଭିକ୍ଷ ପଡିଲା । ସେ କରାଳ ଦୁର୍ଭିକ୍ଷ ସମୟରେ ଅନେକ ମଣିଷ, ଗୋରୁଗାଈ ମଲେ । ଲୋକେ ଜାଣିଥିଲେ ଯେ ଜମିଦାରର ଭଣ୍ଡାର ଘରେ ବହୁତ ଧାନ...
ଗୋଟିଏ ଗ୍ରାମରେ ଏକ ଜମିଦାର ଥା’ନ୍ତି । କିଛିଦିନ ପାଇଁ ସେ ସହର ଯାଇ ଫେରିଥା’ନ୍ତି । କିନ୍ତୁ ବାହାରେ ଘୋଷଣା କଲେ କି “ମୁଁ ହିମାଳୟ ଯାଇ ଜଣେ ସାଧୁଙ୍କଠାରୁ ଚିକିତ୍ସାବିଧି ଶିକ୍ଷା କରି ଆସିଛି । ଯଦି କେହି କୌଣସି ପୁରୁଣା ରୋଗରୁ ଭୋଗୁଥିବେ ତେବେ ଆସି ମୋତେ କୁହ ମୁଁ ଭଲ କରିଦେବି ।” “ଏ ଚିକିତ୍ସାରେ ରୋଗୀମାନଙ୍କୁ ପରୀକ୍ଷା କରିବା କିଛି...
ସୁଶୀଳ ଦେଶର ରାଜା ସର୍ବୋତ୍ତମ ଥିଲେ । ଥରେ ତାଙ୍କର ସନ୍ଦେହ ହେଲା କି ନିଜର ପ୍ରିୟ ସେବକମାନଙ୍କ ମଧ୍ୟରୁ କେହି ଗୁପ୍ତଚର ଅଛି । କାରଣ ଅନ୍ତଃପୁରରେ ଯାହା ଘଟୁଛି ତାହା ତୁରନ୍ତ କିପରି ପଡୋଶୀ ରାଜ୍ୟର ରାଜା ନିଦ୍ରାପ୍ରିୟଙ୍କୁ ଜଣାପଡୁଛି? ଶତ୍ରୁକୁ ନିଜ ରାଜ୍ୟ ବିଷୟରେ ଖବର ଦେବା ଏକ ବିଶ୍ୱାସଘାତକତାର କାର୍ଯ୍ୟ । ଏହାକୁ ଅତିଶୀଘ୍ର ବନ୍ଦ କରିବାକୁ ହେବ । କାରଣ...
ଜମିଦାର ପ୍ରତାପ ବର୍ଦ୍ଧନଙ୍କ ଧୋବା ଆସି ଟଙ୍କା ଥଳିଟିଏ ଧରାଇଦେଇ କହିଲା, “ହଜୁର୍! ଆପଣଙ୍କ କୁର୍ତା ମୁଣିରେ ଏ ଥଳି ଥିଲା । ଠିକ୍ ପାଣିରେ ବୁଡାଇବାକୁ ଯାଉଛି, ମୋ ହାତରେ ଏସବୁ ଲାଗିଲା ।” ଜମିଦାର ସଙ୍ଗେ ସଙ୍ଗେ ସେହି ଥଳୀଟି ଖୋଲି ଦେଖିଲେ । ସେଥିରେ କୋଡିଏଟି ଟଙ୍କା ଥିଲା । ତାଙ୍କର ମନେ ପଡିଲା ଗତ ରାତ୍ରିରେ କୁର୍ତା ମୁଣିରୁ ସେ ଟଙ୍କା...
କରୁଣା ତିନି ଚାରିବର୍ଷ ବୟସରେ ନିଜ ମା’କୁ ହରାଇଥିଲା । ତା’ ବାପା ନିଜ ଗାଁ ମଙ୍ଗଳପୁର ଓ ସହର ମଝିରେ ଥିବା ଗୋଟିଏ କାଚ କାରଖାନାରେ କାମ କରୁଥାନ୍ତି । କରୁଣା ଟିକି ଝିଅଟିଏ ହେଲେ ମଧ୍ୟ କ’ଣ ହେଲା, ସେ ତା’ ବାପାର ଏପରି ତତ୍ତ୍ୱ ନେଉଥାଏ, ସତେ ଅବା ସେ ଗୋଟିଏ ଟିକି ମା! କରୁଣା ତା’ ଘର ପାଖରେ ଥିବା ଗୋଟିଏ ଚାହାଳିରେ ପାଠ ପଢେ । ସେ ଯେତିକି...
ଅମରପୁରୀ ରାଜ୍ୟର ତିନିଜଣ ପ୍ରହରୀ ରାଜ୍ୟ ସୀମାନ୍ତରେ ପ୍ରହରା ଦେଉଥିବା ବେଳେ ଜଣେ ଗୁପ୍ତଚରକୁ ଧରି ପକାଇଲେ । ସେ ପଡୋସୀ ଜୟନଗର ରାଜ୍ୟର ଚର । ସେତେବେଳେ ସେ ଦୁଇ ରାଜ୍ୟ ଭିତରେ ଭୀଷଣ ଶତ୍ରୁତା ଥାଏ । ସେମାନେ ଗୁପ୍ତଚରକୁ ବାନ୍ଧି ପକାଇ ରାଜଧାନୀ ଅଭିମୁଖେ ଚାଲିଲେ । ରାଜଧାନୀ ବହୁତ ବାଟ । ସେମାନଙ୍କୁ ଥକ୍କା ଲାଗିଲା । ଗୋଟିଏ ବଣ କଡରେ ବିଶାଳ...
ପରଦିନ ଧୀରସିଂହ ଆସି ରାଜକୁମାରୀ ସୁଲୋଚନାଙ୍କୁ ପୁନର୍ବାର ସାକ୍ଷାତ୍ କଲେ । ରାଜକୁମାରୀ ତାଙ୍କୁ ଅଭିବାଦନ ଜଣାଇ କହିଲେ, “ଆପଣ ମୋର ତିନିଗୋଟି ପ୍ରଶ୍ନର ଉତ୍ତର ଦେବାରେ ଯେପରି ସଫଳ ହେଲେ, ତାହା ଆପଣଙ୍କର ଅସାଧାରଣ ସାହସ, ଧୈର୍ଯ୍ୟ ଓ ବୁଦ୍ଧିର ପରିଚୟ ବହନ କରେ । ଆପଣ ଏତେ କଷ୍ଟ ସହିବା ପରେ ଆହୁରି ପ୍ରଶ୍ନ ପଚାରିବାକୁ ମୋର ହୃଦୟ କହୁନାହିଁ । କିନ୍ତୁ ନିଜ...