ଗୋଟିଏ କୁକୁର କୌଣସି ଏକ ଘରେ ପଶି ଗଲା ଆଉ ତାକୁ ସେଠାରୁ ଅଧା ରୋଟି ଖଣ୍ଡିଏ ମିଳି ଗଲା । ବାସ୍ ସେ ତାକୁ ମୁହଁରେ ଧରି ଖୁବ୍ ଜୋର୍ରେ ନଦୀ ଆଡକୁ ଧାଇଁ ଗଲା । ସେ ନଦୀ ପାଖକୁ ଧାଇଁଲା କାରଣ ସେଠାରେ ତାକୁ ଖାଇବାକୁ କେହି ବାଧା ଦେଇ ପାରିବେ ନାହିଁ । ସେ ଗୋଟିଏ ବୁଦା ମୂଳରେ ବସି ଆରାମ୍ରେ ଏକୁଟିଆ ରୋଟିର ସ୍ୱାଦ ଚାଖି ଚାଖି ଖାଇବ । କୁକୁରଟି ଦୌଡି ଦୌଡି ନଦୀର...
Category - କାହାଣୀ
ଗୋଟିଏ ଗଧ ଜଙ୍ଗଲ ଭିତରେ ଏପଟ ସେପଟ ହୋଇ ବୁଲୁ ଥିଲା । ରାସ୍ତାରେ ସେ ଗୋଟିଏ ବାଘର ଛାଲ ପଡିଥିବା ଦେଖିଲା । ସେ ବାଘ ଛାଲ ଦେଖି ବହୁତ ଖୁସି ହୋଇ କହିଲା ଏହି ଛାଲ ନେଇ ମୁଁ କ’ଣ କରିବି? ଏହି ଭଳି ଭାବୁ ଭାବୁ ଗଧ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ସେ ବାଘ ଛାଲ ପରିଧାନ କରି ନେଲା । ଆଉ ନିଜକୁ ନିଜେ ବାଘ ହୋଇଗଲା ବୋଲି ଭାବିଲା । ଏଥର ମୁଁ ଜଙ୍ଗଲର ରାଜା ହୋଇ ଗଲି...
ସକାଳ ହେବା ସଂଗେ ସଂଗେ ଛେଳି ଘାସ ଚରିବାକୁ ଜଙ୍ଗଲକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଗଲା । ଯିବା ସମୟରେ ସେ ନିଜ ଛୁଆଙ୍କୁ କହିଲା – ଛୁଆ ମାନେ କବାଟ କିଳି କରି ଦିଅ । ଯେମିତି କେହି କବାଟ ଖୋଲି କରି ବାହାରକୁ ନ ଆସେ । ଯଦି କବାଟ ପାଖରେ କେହି ଆସି ତୁମକୁ ଡାକେ ଏବଂ କହେ ଗଧିଆଙ୍କ ବଂଶ ନାଶ ହେଉ, ତେବେ ତୁମେ ଯାଇ ତା’ ସହିତ ମିଳା ମିଶା କରିବ ଏବଂ ତାକୁ ତୁମର...
ଗୋଟିଏ ବଣ ମଇଁଷୀ ନଈରୁ ପାଣି ପିଇଲା ବେଳେ ତାହାର ପ୍ରତିଚ୍ଛବି ପାଣିରେ ପଡିଥିବା ଦେଖି ସେ ନିଜର ବିରାଟ କାୟ ଆକୃତି ବିଷୟରେ ଜାଣି ବହୁତ ଖୁସି ହେଲା । ସେ ମନକୁ ମନ କହିବାକୁ ଲାଗିଲା – ଆହାଃ ! ଭଗବାନ ମୋତେ କେତେ ସୁନ୍ଦର କରି ଗଢିଛନ୍ତି ସତେ । ମୋ ମୁହଁକୁ ଗଢିଲା ବେଳେ ଭଗବାନ୍ ମୋତେ ଗୋଟିଏ ଅତି ସୁନ୍ଦର ଛାଂଚରେ ଗଢିଛନ୍ତି । ତାହା ଉପରେ ବିରାଟକାୟ...
ବଣ ଭିତରେ କାହାର ଅଧିକାର ବେଶୀ, ସେ ନେଇ ଦୁଇ ଗୋଷ୍ଠୀ ଭିତରେ ସର୍ବଦା ବିବାଦ ଲାଗି ରହି ଥାଏ । ପଶୁ ମାନଙ୍କ ମଧ୍ୟରେ ଲଢେଇରେ ଭାଗ ନେଇ ଥାନ୍ତି, ବାଘ, ସିଂହ, ଭାଲୁ ତଥା ହାତୀ । ପକ୍ଷୀ ମାନଙ୍କ ଭିତରେ ଭାଗ ନେଇ ଥାନ୍ତି ଗରୁଡ, ଚିଲ, ଶାର୍ଗୁଣା, କାଉ, ପେଚା ଇତ୍ୟାଦି । କେତେ ବେଳେ ପଶୁ ମାନେ ବିଜୟଲାଭ କରୁ ଥିଲେ ତ କେତେ ବେଳେ ପକ୍ଷୀ ଗୋଷ୍ଠୀ ବିଜୟ ଲାଭ କରୁ...
ମେଣ୍ଢା ମାନଙ୍କ ପଛରେ ଗୋଟିଏ, ଗୋଟିଏ ମା’ଗଧିଆ ମାନେ ବହୁତ ଦିନ ହେଲା ଲାଗି ରହି ଥିଲେ, ପରନ୍ତୁ ମେଣ୍ଢା ମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁ ନଥିଲେ । ତଥାପି ମେଣ୍ଢା ମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁ ଥିଲେ ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁ ଥିଲେ । ଏହି ଭଳି ବହୁତ ଦିନ ଅତିବାହିତ ହୋଇ ଗଲା, ମେଣ୍ଢା ମାନେ...
ଗୋଟିଏ ଚୋର ବହୁତ ଚାଲାକ୍ ଥିଲା । ଦିନେ ଗୋଟିଏ ରାତିରେ ଗୋଟିଏ ଗୃହସ୍ଥିଙ୍କ ଘରେ ଚୋରି କରିବାକୁ ଗଲା । ଗୃହସ୍ଥ ଗୋଟିଏ କୁକୁର ପାଳି ଥିଲେ । କୁକୁରଟି ବହୁତ ପ୍ରଭୁ ଭକ୍ତ ଥିଲା । ସେ ରାତି ରାତି ଅନିଦ୍ରା ରହି ଘରକୁ ସୁରକ୍ଷା ପ୍ରଦାନ କରୁ ଥିଲା । ଚୋରକୁ ଦେଖିବା ମାତ୍ରେ କୁକୁରଟି ଜୋର୍ରେ ଭୁକିବାକୁ ଲାଗିଲା । ଏଥର ଚୋର ଯାଏ କୁଆଡେ । ସେ...
ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ ସେବା କଲେ ମଧ୍ୟ ସିଂହରାଜାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରୁ ଥିଲା । ନା...
ଜଙ୍ଗଲରେ ଶିକାରୀ ବିଛେଇ ଥିବା ଜାଲରେ ଦିନେ ଗୋଟିଏ ବିଲୁଆ ଫଶି ଗଲା । ଯେତେ ଚେଷ୍ଟା କଲେ ମଧ୍ୟ ସେହି ବିଲୁଆଟି ଶିକାରୀର ଜାଲ ମଧ୍ୟରୁ ଖସି ପାରିଲା ନାହିଁ । ତେଣୁ ବହୁତ ଛାଟି ପିଟି ହେଲା ସେ । କିନ୍ତୁ ସବୁ ପ୍ରକାର ଚେଷ୍ଟା ବିଫଳ ହେଲା ତାର । ଏହି ସମୟରେ ଜାଲ ବିଛେଇ ଥିବା ଶିକାରୀ ପହଁଚି ଦେଖିଲା ଯେ ଜାଲ ମଧ୍ୟରେ ଗୋଟିଏ ବିଲୁଆ ଧରା ପଡିଛି । ସେ ସଂଗେ ସଂଗେ...
ଜଣେ ମେଷ ପାଳକର ଅନେକ ମେଷ (ମେଣ୍ଢା) ଥିଲା । ତାଙ୍କୁ ଦେଖା ଶୁଣା କରିବା ଲାଗି ଅନେକ ଗୁଡିଏ କୁକୁର ମଧ୍ୟ ଥିଲେ । ସେମାନେ ମେଣ୍ଢା ମାନଙ୍କୁ ଦିନ ସାରା ଜଙ୍ଗଲରେ ଘାସ ଚରାଉ ଥିଲେ ଆଉ ସଂଜ ନଇଁବା ଆଗରୁ ସେମାନଙ୍କୁ ନେଇ ସେହି ଗୋଠରେ ପହଁଚାଇ ଦେଉ ଥିଲେ । ଗୋଠରେ ପହଁଚାଇବା ପରେ କବାଟ କିଳି ଦେଉ ଥିଲେ । ତା’ପରେ ମାଲିକ ସେମାନଙ୍କର କୌଣସି ପ୍ରକାର ଖବର ଅନ୍ତର ନେଉ...
ଏକଦା ବଣ ମଧ୍ୟରେ ପଶୁ ମାନଙ୍କର ଏକ ବୈଠକ ବସିଲା । ସେଥିରେ ଆଲୋଚନା ଆରମ୍ଭ ହେଲା କି କିଏ ସବୁ ଠାରୁ ବେଶୀ ଛୁଆ ଜନ୍ମ କରି ପାରନ୍ତି? ଭାଲୁ କହିଲା – ମୁଁ ଏକାଥରେ ଦୁଇଟି ଛୁଆ ଜନ୍ମ କରେ । ବିଲୁଆ କହିଲା – ମୁଁ ଏକାଥରେ ଚାରି ଚାରିଟି ଛୁଆ ଜନ୍ମ କରେ । ଘୁଷୁରି କହିଲା ମୁଁ ଏକାଥରକେ ଆଠଟି ଛୁଆ ଜନ୍ମ କରେ । ସିଂହୀ ଚୁପ୍ ଚାପ୍ ବସି ଥିଲା । ଯେଭଳି ମନେ ହେଉଥିଲା...
ଥରେ ଦେହର ସବୁ ଅଂଗ ଗୋଡ, ହାତ, ମୁହଁ, ଦାନ୍ତ ଆଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପେଟକୁ କହିଲେ – କ’ଣ ଭାଈ ପେଟ! କିଛି କାମ କରୁଛ ନା ନାହଁ । କେବଳ ବସି ବସି ଖାଉଛ । ଆମକୁ ଦେଖ ଆମେ ଦିନ ରାତି କାମ କରୁ କରୁ ଥକି ପଡୁଛୁ ଆଉ ତୁମେ ଅଛ କେବଳ ବସି ବସି ଖାଉଛ, ଥକି ପଡୁ ନାହଁ । ନାଁ ଭାଈ! ଏହି ଭଳି କାମ ଚଳିବ ନାହିଁ । ଏହାର ଗୋଟିଏ ପ୍ରତିକାର ଆମର ଦରକାର । ନ ହେଲେ...
ଜଙ୍ଗଲ ଭିତରେ ସିଂହ ରାଜା ଥରେ ସେଠାରେ ଥିବା ପୁରୁଷ ମଈଁଷି କୁ ଦେଖି ତା’ର ଜିଭରେ ପାଣି ଆସି ଗଲା । ସେ ଭାବିଲା ଯେଣ ତେଣ ଉପାୟରେ ସେହି ମଈଁଷିର ମାଂସକୁ ସେ ଖାଇବ । କିନ୍ତୁ ସେ ଆକାରରେ ଏତେ ବଡ ଥିଲା ଯେ ସିଂହ ପକ୍ଷରେ ତା’କୁ ଶିକାର କରିବା କଷ୍ଟକର ପାଠ ହୋଇ ପଡି ଥିଲା । ସେ ଚିନ୍ତା କଲା ମୁଁ ଯଦି ତାକୁ ଆକ୍ରମଣ କରି ଦେବି; ଯଦି ସେ ମୋତେ ତାର ବିରାଟକାୟ...
ସିଂହ ଶକ୍ତିଶାଳୀ ଥିଲା, ସେହି ପରି ଚିତା ମଧ୍ୟ ଶକ୍ତିଶାଳୀ ଥିଲା । ସିଂହ ଚିତାକୁ ଡରୁ ନଥିଲା କି ଚିତା ମଧ୍ୟ ସିଂହକୁ ଡରୁ ନଥିଲା । ଦୁହେଁ ନିଜ ନିଜ ଶକ୍ତିରେ ବଳବାନ୍ ଥିଲେ । ଏକଦା ସେମାନେ ଦୁଇଜଣ ଏକା ସାଙ୍ଗରେ ଶିକାର ପାଇଁ ବାହାରିଲେ । ଶିକାର ଖୋଜି ଖୋଜି ସେମାନଙ୍କ ନଜର ଗୋଟିଏ ହରିଣ ଉପରେ ପଡି ଗଲା । ତେଣୁ ଦୁଇ ଜଣ ଯାକ ତାକୁ ଚାରି ପଟୁ ଘେରି ଗଲେ ।...
ତୁଳସୀପୁର ବୋଲି ଏକ ଗାଁରେ ଗୋଟିଏ ଧୋବା ଗୋଟିଏ ଗଧ ଓ ଆଉ ଗୋଟିଏ ଛେଳି ପାଳୁ ଥିଲେ । ଗଧ ପିଠିରେ ବୋଝ ଲଦି ସେ ନଈକୁ ନେଇ ଯାଏ ତାର ଲୁଗା ସଫା କରିବାକୁ । ସେଥି ପାଇଁ ସେ ଗଧର ଉପଯୁକ୍ତ ଧ୍ୟାନ ନେବାକୁ ଯାଇ ତାକୁ ଦାନା, ପାଣି, ଘାସ ଇତ୍ୟାଦି ଖାଇବାକୁ ଦଉ ଥିଲା । ଏ ସବୁ ଛେଳି ଦେଖି ଗଧ ଉପରେ ତା’ର ହିଂସା ହେଉ ଥିଲା । ସେ ଚାହୁଁ ଥିଲା କିଭଳି...


