ସେଠ୍ଜୀ ରୋଗରେ ପଡି ଥିଲେ, ଭଲ ଭଲ ନାମଯାଦା ବୈଦ୍ୟ, ଡାକ୍ତର ମାନଙ୍କର ଔଷଧ ଦେଉ ଥିଲେ କିନ୍ତୁ ରୋଗ ଭଲ ହେବ କ’ଣ ଓଲଟି ବଢି ବଢି ଚାଲି ଥିଲା । ଯେତେ ବେଳେ ବୈଦ୍ୟ ମାନେ ଔଷଧ ଦେଇ ଦେଇ ଥକି ଗଲେ ସେତେ ବେଳେ ଦିନେ ସେମାନେ ସେଠ୍ଜୀଙ୍କୁ ସଫା ସଫା କହି ଦେଲେ କି – ଆପଣଙ୍କ ରୋଗ ଆଉ କେବେ ଭଲ ହେବ ନାହିଁ । ଔଷଧ ପତ୍ର ସବୁ ଆପଣଙ୍କ ରୋଗ ନିମନ୍ତେ ବୃଥା ହେଉଛି । ତେଣୁ...
Category - କାହାଣୀ
ସଂନ୍ଧ୍ୟା ହେବା ଆଗରୁ କଳା ହାଣ୍ଡିଆ ମେଘ ବର୍ଷିବାକୁ ଲାଗିଲା । ଚାରି ଆଡେ ପାଣି ହିଁ ପାଣି । ଏହି ସମୟରେ ଜଙ୍ଗଲରେ ଛେଳି ଚରାଇବାକୁ ନେଇ ଥିବା ଛେଳି ଚରାଳି ବ୍ୟସ୍ତ ହୋଇ ଗଲା ଯେ ସେ କିଭଳି ଛେଳି ମାନଙ୍କୁ ନେଇ ଗାଁରେ ପହଁଚିବ । ସେ ଚିନ୍ତା କରୁ କରୁ ଜଙ୍ଗଲ ମଧ୍ୟରେ ଗୋଟିଏ ଗୁମ୍ଫା ନିକଟରେ ପହଁଚି ଗଲା । ଗୁମ୍ଫା ଭିତରେ ପ୍ରବେଶ କରିବା ପରେ ସେ ଦେଖିଲା ଯେ...
ଗୋଟିଏ କାଉ ଗୋଟିଏ ମାଂସ ଟୁକୁଡା ନେଇ ଗୋଟିଏ ଗଛ ଡାଳରେ ବସିଲା । ଗଛ ତଳେ ଗୋଟିଏ ବିଲୁଆ କାଉକୁ ଦେଖିଲା ଆଉ ତା’ର ମାଂସ ଟୁକୁଡା ପ୍ରତି ଲୋଭ ହେଲା । ଯେମିତି ହେଉ କାଉ ଥଂଟରୁ ଏହି ମାଂସ ଟୁକୁଡା ଖଣ୍ଡିକ ଆଣିବ ଆଉ ତାକୁ ସେ ଖାଇବ । ସେଥି ପାଇଁ ବିଲୁଆଟି ଏକ ଉପାୟ ପାଂଚିଲା । ଚିନ୍ତା କରୁ କରୁ ତା’ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ସେ କାଉକୁ ଦେଖି କହିଲା ବାଃ...
ଗଧିଆଟିଏ ଏପଟ– ସେପଟ ଚକ୍କର ମାରୁଥିବା ସମୟରେ ଗୋଟିଏ ପୁରୁଣା କୂଅ ଭିତରକୁ ଖସି ପଡିଲା । ସେ ବହୁତ ଛାଟି ପିଟି ହେଲା କୂଅରୁ ବାହାରିବା ପାଇଁ । ବହୁତ ଚେଷ୍ଟା କରି କରି ଶେଷରେ ସେ ଥକି ପଡିଲା । ଆଉ କୂଅରୁ ବାହାରକୁ ବାହାରି ପାରିଲା ନାହିଁ । ସେ କେବଳ ଗୋଟିଏ କଥା ଚିନ୍ତା କଲା କିଭଳି କୂଅରୁ ବାହାରକୁ ବାହାରିବ ବୋଲି । ଏହି ସମୟରେ ଗୋଟିଏ...
ଗଧିଆ ଆଉ ବଗ ମଧ୍ୟରେ ଘନିଷ୍ଠ ମିତ୍ରତା ସ୍ଥାପିତ ହେଲା । ଦିନେ ଗଧିଆଙ୍କ ଘରେ ଭୋଜି ହେଲା । ସେ ବଗକୁ ନିମନ୍ତ୍ରଣ କରି କହିଲା କାଲି ଆମ ଘରେ ଭୋଜି ତଥା ଖିଆ ପିଆର ବ୍ୟବସ୍ଥା ହେଉଛି ତମେ ନିଶ୍ଚିତ ଆମ ଘରକୁ ଆସିବ । ତା’ ପରଦିନ ବଗ ଗଧିଆ ଘରକୁ ଗଲା ନିମନ୍ତ୍ରଣ ରକ୍ଷା କରିବା ଉଦ୍ଧେଶ୍ୟରେ । ତାକୁ ଦେଖି ଗଧିଆ ଗୋଟିଏ ବଡ ଚଉଡା ଥାଳୀରେ କିଛି କ୍ଷୀରି ନେଇ ଆସିଲା...
କୁକୁର ଆଉ ଗଞ୍ଜା କୁକୁଡ଼ା ଭିତରେ ଘନିଷ୍ଠ ବନ୍ଧୁତ୍ୱ ଗଢି ଉଠି ଥିଲା । ଦିନେ ଦୁଇ ଜଣ ବୁଲୁ ବୁଲୁ ଜଙ୍ଗଲ ଭିତରେ ପହଁଚି ବହୁତ ଗପ କରିବାକୁ ଲାଗିଲେ । ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା । ତା’ପରେ ରାତି ମଧ୍ୟ ହୋଇ ଆସିଲା । ଦୁଇ ଜଣ ବ୍ୟସ୍ତ ହୋଇଗଲେ ବର୍ତ୍ତମାନ କ’ଣ କରିବା? ସେମାନେ କଥାବାର୍ତ୍ତାରେ ଏତେ ଭୋଳ ହୋଇ ଯାଇ ଥିଲେ ଯେ କେତେ ବେଳେ ସୂର୍ଯ୍ୟ ବୁଡି...
ଗୋଟିଏ ବେପାରୀ ପାଖରେ ଗୋଟିଏ ଘୋଡା ଥିଲା ତା ସହିତ ଗୋଟିଏ ଗଧ ମଧ୍ୟ ଥିଲା । ସେ ଘୋଡାରେ ଚଢି ତଥା ଗଧ ଉପରେ ବୋଝ ଲଦି ଗାଁ କୁ ଗାଁ ବୁଲି ବୁଲି ସାଲ୍ ସବୁ ବିକୁ ଥିଲା । ମାଲିକ ଘୋଡାକୁ ବହୁତ ସ୍ନେହ ଶ୍ରଦ୍ଧା କରିବା ସଂଗେ ସଂଗେ ତା’ର ଖାଦ୍ୟାପେୟର ଉପଯୁକ୍ତ ଯତ୍ନ ନେଉ ଥିଲା । କିନ୍ତୁ ଗଧ କଥା ଟିକିଏ ବି ଚିନ୍ତା କରୁ ନଥିଲା । ଏକଦା ବେପାରୀ ଜଣକ ଘୋଡା ଉପରେ...
ଦୁଇ ସାଙ୍ଗ ମଦନ ଓ ପଦନ । ଦୁଇ ଜଣ ସହରକୁ ଯାଉ ଥିଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେମାନେ କଥା ବାର୍ତ୍ତା ହୋଇ ହୋଇ ଯାଉ ଯାଉ ବାଟରେ ଗୋଟିଏ ବିରାଟ କାୟ ଭାଲୁକୁ ସେମାନେ ଦେଖିଲେ । ଯଦି ଭାଲୁ ସେମାନଙ୍କୁ ଆକ୍ରମଣ କରେ ତେବେ ସେମାନେ କ’ଣ କରିବେ? ନିଜ ନିଜର ପ୍ରାଣକୁ କିଭଳି ରକ୍ଷା କରିବେ? ବର୍ତ୍ତମାନ ଭାଲୁ ଆସି ଆମ ଦୁଇ ଜଣଙ୍କୁ ଆକ୍ରମଣ କରିବ ଆଉ ଆମ ଦୁଇ...
ଏକଦା ସିଂହଟିଏ ବହୁତ ଦୁଃଖରେ ଥିଲା । ଦିନେ ସେ ଈଶ୍ୱରଙ୍କ ପାଖରେ ଯାଇ ପହଁଚିଲା ଏବଂ କହିଲା ପ୍ରଭୋ ! ମୋ ଶରୀରରେ ବଳ, ପରାକ୍ରମ, ସାହସ, ଆଉ ସୌନ୍ଦର୍ଯ୍ୟ ଭର୍ତ୍ତି ହୋଇ ରହିଛି । ଦାନ୍ତ ଆଉ ନଖ ମୋର ଏତେ ଶକ୍ତି ଶାଳୀ ଯେ ଯାହାକୁ ମୁଁ ଥରେ ଧରେ, ସେ ପ୍ରାଣୀ ମୋ କବ୍ଜାରୁ ଆଉ ଚାଲି ଯାଇ ପାରେ ନାହିଁ । ଉକ୍ତ ସବୁ କାରଣରୁ ମୁଁ ବଣର ଏକ ଛତ୍ରବାଦୀ ରାଜା ହୋଇ ବୁଲୁଛି...
ଗୋଟିଏ ମୂଷା ଆଉ ବେଙ୍ଗ ଭିତରେ ଏକଦା ଗୋଟିଏ ପୋଖରୀ କୂଳରେ ଦେଖା ହୋଇ ଗଲା । ସେହି ଥରେ ଦେଖାରେ ହିଁ ଦୁଇ ଜଣ ଯାକ ଘନିଷ୍ଟ ମିତ୍ର ଭାବେ ପରିଣତ ହୋଇ ଗଲେ । ଏକଦା ମୂଷା ବେଙ୍ଗକୁ କହିଲା ଚାଲ ଏହି ଠାରୁ ପଳାଇ ବିଦେଶକୁ ଚାଲି ଯିବା । କାରଣ ବିଦେଶରେ ପ୍ରଚୁର ଖାଇବାକୁ ମିଳିବ । ଆନନ୍ଦରେ ଆମେ ସେଠାରେ ଭୋଜନ କରିବା ଆଉ ସୁଖରେ ରହିବା । ବେଙ୍ଗ ମୂଷା କଥା ଶୁଣି କହିଲା...
ବର୍ଷା ଋତୁ ହୋଇ ଥିବାରୁ ନଈରେ ବନ୍ୟା ଆସି ଥିଲା । ନଈରେ ଭରପୂର ପାଣି ଥିବା ସତ୍ୱେ ଗୋଟିଏ ଗଧିଆ ସାହସ କରି ପାଣି ଭିତରକୁ ଡିଆଁ ମାରିଲା ନଈର ସେପଟକୁ ଯିବ ବୋଲି । ଯେତେ ବେଳେ ଗଧିଆ ପହଁରି ପହଁରି ମଝି ନଈରେ ଆସି ପହଁଚିଲା ସେତେ ବେଳେ ପାଣିର ପ୍ରବଳ ଭଉଁରୀରେ ତାକୁ ତଳ ଆଡକୁ ଭିଡିଲା । କିନ୍ତୁ ସେ ହିମ୍ମତ୍ ହାରିଲା ନାହିଁ ସେ ଲଗାତାର ତା’ର ଗୋଡ ହଲେଇ ହଲେଇ...
ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି...
ଗୋଟିଏ ରାଜ୍ୟରେ ଜଣେ କୃପଣ ମହାଜନ ରହୁ ଥିଲା । ସେ ନ ଖାଇ ନ ପିଇ କେବଳ ଧନ ଜମା କରିବାରେ ବ୍ୟସ୍ତ ଥାଏ । ପେଟ କାଟି କାଟି ଧନ ଜମା ରଖୁ ଥିଲା । ଧୀରେ ଧୀରେ ତା’ଘରେ ଧନ ଜମା ହେବାକୁ ଲାଗିଲା । ଏତେ ଧନ ହୋଇ ଗଲା ଯେ ତା’କୁ ରଖିବାକୁ ତା’ପାଖରେ ଜାଗା ନ ଥିଲା । କାରଣ ସେତେ ବେଳେ ତ ଆଜି କାଲି ଭଳିଆ ବ୍ୟାଙ୍କ ନଥିଲା । ତେଣୁ ଯାହା ଧନ ସମ୍ପତ୍ତିକୁ ହିଁ କେବଳ ଘର...
ବଙ୍ଗଳାର କୃଷ୍ଣ ନଗରରେ ରାଜତ୍ୱ କରୁ ଥାନ୍ତି ମହାରାଜା କୃଷ୍ଣ ଚନ୍ଦ୍ର ରାୟ । ଗୋପାଳଙ୍କର ପୂର୍ବ ପୁରୁଷ ସେହି କୃଷ୍ଣ ନଗରର ଘୂର୍ଣ୍ଣି ନାମକ ଗ୍ରାମରେ ବାସ କରୁ ଥାଆନ୍ତି । ସେମାନେ ଓଡିଶାରୁ ଯାଇ ବ୍ୟବସାୟ କରୁ କରୁ ରହି ଯାଇ ଥାଆନ୍ତି । କ୍ରମେ କ୍ରମେ ସେମାନଙ୍କର ଭାଷା ମଧ୍ୟ ବଙ୍ଗଳା ହୋଇ ଗଲା । କିନ୍ତୁ ସେମାନେ ବୃତ୍ତିରେ ଥିଲେ ନାପିତ । ଓଡିଆ ଏମିତି...
ରାଜ୍ୟର ଜଣେ ଧନୀ ଲୋକ ତାଙ୍କ ଘରେ ମହୋତ୍ସବ କରୁ ଥାନ୍ତି । ବହୁ ମାନ୍ୟ ଗଣ୍ୟ ଲୋକ ସେଥିରେ ଆମନ୍ତ୍ରିତ ହୋଇ ଯୋଗ ଦେଇ ଥାଆନ୍ତି । ମହାରାଜା କୃଷ୍ଣ ଚନ୍ଦ୍ର ଆମନ୍ତ୍ରିତ ହୋଇ ସେହି ମହୋତ୍ସବରେ ଯୋଗ ଦେଲେ । ମହାରାଜା ଯେଉଁ ଆଡେ ଯାଉ ଥାନ୍ତି ସାଥିରେ ଗୋପାଳ ରହି ଥାନ୍ତି । କେତେକ ଲୋକ ସହ୍ୟ କରି ପାରୁ ନଥାନ୍ତି । କାରଣ ରାଜା ତାଙ୍କୁ ବେଶୀ ଭଲ ପାଉ ଥାନ୍ତି ଓ...


