ବାପୁନୁ ଘର ଭିତରେ ରହି ପାଟି କରୁଛି । ବାଡେଇ ପିଟି ହୋଇ ଥରୁଛି । ଏଣୁ ତେଣୁ ଗପ ଆରମ୍ଭ କରି ଦେଇଛି । ତାକୁ ମାଡି ବସି ଧରିଛନ୍ତି ତା’ର ବାପା ବୋଉ । ଆଖିରେ ଆଖିଏ ଲୁହ ପିଲାଟାର ହଠାତ୍ ଏପରି କାହିଁକି ହେଲା? ପିଲାଟା କେଉଁଠି ଡରିଲା କି? ଦୁଇ ଚାରି ଦିନ ତଳେ ଗାଁ ସେମୁଣ୍ଡ ନାରଙ୍ଗୀ ମରି ଥିଲା । ତା ଭୂତ ଆଉ ତା ଦେହରେ ସବାର ହେଲା କି? ବାପା ମାଆ ମନ । କେତେ...
Category - କାହାଣୀ
ନଟ ବୁଢାର ବଗିଚାଟା ଥାଏ ଗ୍ରାମର ପୂର୍ବ ଦିଗରେ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ସେହି ବଗିଚାରେ ତାର ରଶ୍ମି ବିଛାଇ ଦିଏ କିନ୍ତୁ ଯୂର୍ଯ୍ୟ ରଶ୍ମି ବୃକ୍ଷ ଭେଦ କରି ବଗିଚା ମଧ୍ୟରେ ପ୍ରବେଶ କରି ପାରେ ନାହିଁ । ତେଣୁ ସେହି ବଗିଚା ଭିତରେ ସବୁ ବେଳେ ଅନ୍ଧାର ଦେଖା ଯାଏ । ଗ୍ରାମର କେହି ଛୁଆଟିଏ ଅଝଟ ହେଲେ ତାଙ୍କ ମାଆମାନେ ନଟ ବୁଢା ବଗିଚା ଆଡେ ହାତ ଦେଖାଇ ନିଜ ଛୁଆକୁ...
ପାଖନ ପୁର ଗାଁ ପାଖରେ ଗୋଟିଏ ବଡ ପୋଖରୀ ଥିଲା । ଗାଁଠାରୁ ସେହି ପୋଖରୀଟି ପ୍ରାୟ ପାଂଚ ଶହ ମିଟର ଦୂର ହେବ । ପୋଖରୀଟି ଦେଖିବାକୁ ଖୁବ୍ ପୁରାତନ । କାହିଁ କେଉଁ କାଳରୁ ସେ ପୋଖରୀ ଟାକୁ କିଏ ଖୋଳି ଥିଲା । ପଚାରିଲେ ଗାଁର ପୁରୁଣା ଲୋକ କେଇଟା କୁହନ୍ତି ତାଙ୍କ ଗୋସେଇଁ ବାପା ଏହି ପୋଖରୀ ଖୋଳା ଦେଖି ନଥିଲେ କିନ୍ତୁ ସେତେବେଳେ ରାଜା ରାଜୁଡା ଶାସନ କାଳରେ କୁଆଡେ ଏହି...
ସତୁରା ଗାଁ ପାଖ ସାହିକୁ ପ୍ରତିଦିନ ଟିଉସନ୍ ହେବାକୁ ଯାଏ । ସକାଳୁ ଉଠି ସ୍କୁଲ୍ରେ ଯାହା ପାଠ ଦିଆ ଯାଇ ଥାଏ ତାକୁ ସେ ଶେଷ କରେ । ଗଣିତ କସେ । ଜ୍ୟାମିତି କରେ । ପାଠ ପଢୁ ପଢୁ ଆସି ଘଂଟାରେ ବାଜି ଯାଏ ନଅଟା । ତାପରେ ସେ ଉଠି ପଡି ରୁଟିନ୍ ଅନୁସାରେ ବହି ଖାତା ସବୁ ସଜାଡି ବ୍ୟାଗ୍ରେ ରଖି ଦିଏ । ଗାଧୁଆ ପାଧୁଆ ସାରି ତାକୁ ତା ମାଆ ଯାହା ଦିଅନ୍ତି ତାହାକୁ ସେ ମନ...
କିଟ୍ମିଟ୍ ଅନ୍ଧକାର । ଆଖିକୁ ମଧ୍ୟ କିଛି ଦିଶୁନି । ରହି ରହି ସେ ଜଙ୍ଗଲ ମଧ୍ୟରୁ ଶୃଗାଳର ହୁକ ହୋ ଶବ୍ଦ ମଝିରେ ମଝିରେ ଶୁଭୁଛି । ମଶାଣୀ ପାଖ ବର ଗଛ ମୂଳେ ଜୁଇ କେତେ ବେଳୁ ଜଳି ଜଳି ଲିଭି ଯାଉଛି । ହେଲେ ସେହି ଜୁଇ ଭିତରେ ଗୋଟେ ଚିରୁଗୁଣୀ ପଶି ତା ପାଟି ମେଲେଇ ଦେଲେ ତା’ ଭିତରେ ନିଆଁ ଦେଖା ଯାଉଛି । ପାଟି ବନ୍ଦ କରି ଦେଲେ ଧପ୍ କରି ନିଆଁ ଲିଭି ଯାଉଛି । ଅଜୟ...
ସଦା ହାଟରୁ ଫେରୁ ଥାଏ । ସାଇକେଲ୍ ହ୍ୟାଣ୍ଡଲ୍ରେ ଦୁଇଟି ବ୍ୟାଗ୍ ପରିବା ଭର୍ତ୍ତି । ଆଉ ଘର ସଉଦା ବସ୍ତାରେ ପୁରାଇ ପଛ କେରିଅଲ୍ରେ ରଖି ଦେଇ ଥାଏ । ଆଠ ଦିନରେ ଥରେ ହାଟ ଗହଳି ପରିବାର । ସବୁ ଦରକାରୀ ସମଗ୍ରୀ ଧରି ସଦା ସେହି ହାଟରୁ ନିଜ ଘରକୁ ଫେରୁ ଥାଏ । ଗାଁ ଆଉ ଅଳ୍ପବାଟ ଅଛି ଗାଁକୁ ଯିବା ବାଟରେ ଗୋଟେ ତୋଟା ପଡେ ରାତି କଥା ଛାଡ ଦିନରେ ସେହି ତୋଟାଟା ମଧ୍ୟ...
ଚାରି ଆଡେ ଶୁନ୍ ଶାନ୍ । ସହର ଠାରୁ କିଛି ଦୂରରେ ଠିଆ ହୋଇଛି ସେହି ପୁରାତନ ଘର । ପ୍ରାୟ ଦୁଇ ଏକର ଜାଗା ମଝିରେ କାହିଁ କେଉଁ ବ୍ରିଟିସ୍ ଅମଳରୁ ମୁଣ୍ଡ ଟେକି ଠିଆ ହୋଇଛି ସେହି ପ୍ରାସାଦଟି । କେଉଁ ରାଜା ରାଜୁଡା ସେ ଘର ତିଆରି କରିଥିଲେ କେଜାଣି । ବର୍ତ୍ତମାନ ତା ମଧ୍ୟରେ କମିସନର ସାହେବ୍ ନିଜେ ରହୁଛନ୍ତି । ଘର ଗୁଡିକ କେବଳ ରଙ୍ଗ ବୋଳା ହୋଇ ଆଧୁନିକ ଦେଖା ଯାଉ...
ସେଦିନ ଆମେ ଯେତେବେଳେ ବସ୍ରୁ ଅବତରଣ କଲୁ ରଣପୁର ବଜାର ଉପରେ, ସମୟ ସେତେବେଳକୁ ପ୍ରାୟ ସାଢେ ପାଂଚଟା ହେବ । ଶୀତୁଆ ସଂନ୍ଧ୍ୟା ସୂର୍ଯ୍ୟ ଦେବଙ୍କ ନାଲିଆ କିରଣ ଚାରି ଆଡେ ବିଛାଡି ହୋଇ ପଡି ଥାଏ । ରଣପୁର ଥାନା ସାମ୍ନାରେ ଠିଆ ହୋଇ ମୁଁ ସୂର୍ଯ୍ୟ ଦେବଙ୍କୁ ଲକ୍ଷ୍ୟ କଲି । ସତେ ଅବା ମଣିନାଗ ପାହାଡ ଉପରେ ସିନ୍ଦୁର ଟୋପାଏ କିଏ ଲଗାଇ ଦେଇଛି । ସେହି ସମୟରେ ପ୍ରକୃତିର...
ସେଦିନ ଥିଲା ଶୀତୁଆ ସଂନ୍ଧ୍ୟା । ଶୀତର ପ୍ରକୋପ ସଂନ୍ଧ୍ୟାଠାରୁ ଆସ୍ତେ ଆସ୍ତେ ବଢି ବଢି ଚାଲି ଥାଏ । ତାସାଙ୍ଗକୁ କାକର ପଡିବା ମଧ୍ୟ ଆରମ୍ଭ କରି ଥାଏ । ଗଛ ପତ୍ରର ଉପରେ କାକର ଟପ୍ ଟପ୍ ହୋଇ ପଡୁ ଥାଏ । ନିଛାଟିଆ ଜଙ୍ଗଲିଆ ଯାଗାରେ ଭୟାକୁଳ ପରିସ୍ଥିତି ସୃଷ୍ଟି କରୁଥାଏ । ସେଦିନ ଦେବ ବାବୁ ଶେଷ ଗାଡିରେ ପ୍ରାୟ ସାଢେ ସାତଟା ସଂନ୍ଧ୍ୟା ସମୟରେ ବାହାରି ପଡିଲେ...
ଚାରିଆଡେ ଶାଳ ବଣ । ମଝିରେ ଗୋଟିଏ ବିରାଟ ବଡ ପାହାଡ । ନିଧୁମୁ ଖରା ବେଳେ ମଧ୍ୟ ଜଙ୍ଗଲ ଭିତରେ ସୂର୍ଯ୍ୟ ରଶ୍ମି ପଡିବା ବିରଳ । ସେହି ପାହାଡଟି ମଧ୍ୟ କଂଟା ଝଂଟା ଗଛର ଡାଳ ଛନ୍ଦା ଛନ୍ଦିରେ ଆବଦ୍ଧ । ପାହାଡ ଦେହରୁ ସାପ ଲମ୍ବିଲା ପରି ଝରଣା ଟାଏ କୁଳୁ କୁଳୁ ହୋଇ ତଳକୁ ଆସି ବହି ଯାଇଛି । କାହିଁ କେତେ ଦୂରକୁ । ସେ ଜଙ୍ଗଲ ମଧ୍ୟରେ ଭର୍ତ୍ତି ହୋଇଛନ୍ତି ଜଙ୍ଗଲି...
ଥରେ ମହାଦେବ ଓ ବିଷ୍ଣୁ ସେମାନଙ୍କ ଭକ୍ତମାନଙ୍କ ପାଖକୁ ବୁଲିଯିବାକୁ ବିଚାର କଲେ । ତେବେ ପ୍ରଥମେ କାହା ଭକ୍ତଙ୍କ ପାଖକୁ ଯିବେ? ଶେଷରେ ଦୁହେଁ ବିଚାର କଲେ ଯେ ମହାଦେବଙ୍କ ଭକ୍ତଙ୍କ ପାଖରୁ ଭ୍ରମଣ ଆରମ୍ଭ କରିବେ । ତେଣୁ ଦେବତା ରୂପ ଛାଡି ସେମାନେ ଗରିବ ବ୍ରାହ୍ମଣ ବେଶ ଧାରଣ କଲେ ଓ ଭକ୍ତଙ୍କ ଘର ଆଡେ ଚାଲିଲେ । ମହାଦେବଙ୍କ ଭକ୍ତମାନେ ଥିଲେ ଅପେକ୍ଷାକୃତ ଧନଶାଳୀ...
ଗୁରୁକୁଳ ଆଶ୍ରମରେ ଅନେକ ଶିଷ୍ୟ ଜୀବନ ଭିତିକ ଶିକ୍ଷାଲାଭ କରୁଥାନ୍ତି । ବହୁ ବିଜ୍ଞ ଲୋକ ସେମାନଙ୍କ ପିଲାମାନଙ୍କୁ ସେହି ଆଶ୍ରମକୁ ଛାଡୁଥିଲେ । ଶିକ୍ଷାଦାନ କରୁଥିବା ଋଷି ଥିଲେ ମହାନ ଜ୍ଞାନୀ, ପରମତ୍ୟାଗୀ ଓ ଅତ୍ୟନ୍ତ ଛାତ୍ରବବତ୍ସଳ । ନିଜର ଆଦର୍ଶ ବଳରେ ସେ ତାଙ୍କ ଛାତ୍ରମାନଙ୍କୁ ବହୁ ନୂଆ ନୂଆ କଥା କାହାଣୀ ପ୍ରଦାନ କରୁଥିଲେ । ସେଠାକାର ଦିନଚର୍ଯ୍ୟା ଥିଲା...
ଇଣ୍ଡିଆର ମୁକ୍ତି ଆନ୍ଦୋଳନରେ ଅନେକ ଦେଶପ୍ରେମୀ ବାଳକଙ୍କ ବିଶେଷ ସ୍ଥାନ ରହିଛି ଯାହାକି ଆମ ପାଇଁ ଗର୍ବ ଓ ଗୌରବ । ଯେପରି ଆମ ଓଡିଶାର ବାଜି ରାଉତ ଆମମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ଓ ଇତିହାସ, ଠିକ୍ ସେହିପରି ପଞ୍ଜାବ ପ୍ରଦେଶର ସାତ ବର୍ଷର ପିଲାଟିଏ । ସେ ଅଭିମନ୍ୟୁ ପରି ବୀର ବାଳକର ମାନ୍ୟତା ପାଇଛି । ଗୁରୁ ରାମ ସିଂହଙ୍କର ଅନେକ ଶିଷ୍ୟ ଥିଲେ । ସେହି ଶିଷ୍ୟମାନେ...
କୃଷ୍ଣ ପ୍ରସାଦ ଗାଁରେ ନରିଆ ବୋଲି ଚାଷୀଟିଏ ଥାଏ । ନିଇତି ଦୁଃଖ କରି ସେ ତା ପେଟ ପୋଷେ । ଛଣ ଛାଉଣୀ ଘର ହିଁ ତା’ର ସ୍ୱର୍ଗ, ଟହୁ ବାସନର ପଖାଳ ତା’ ପାଇଁ ଅମୃତ ସମାନ । କର୍ମ ହିଁ ତାର ଆନନ୍ଦ । ହେଲେ ଏ ସବୁ ସୁଖ ଭିତରେ ବି ଥାଏ ତାର ଗୋଟିଏ ଦୁଃଖ । ଘରେ ଅଳି କରିବାକୁ ତାର ତ ପିଲାଟିଏ ବି ନାଇଁ । ସବୁ ସୁଖ ଭିତରେ ଏଇ ବକଟେ ଦୁଃଖ ତାକୁ ଯେମିତି ପାହାଡ ପରି ଲାଗେ...
ଆଶିଷ୍ ଖୁବ୍ ଭଲ ପଢେ । ତେଣୁ ଶ୍ରେଣୀରେ ସଦାବେଳେ ସେ ପ୍ରଥମ ହୁଏ । କେବଳ ପାଠ ନୁହେଁ ନାଚ, ଗୀତ, ଚିତ୍ର, କୁଇଜ୍, ବକ୍ତୃତା ଓ ରଚନା ଲେଖାରେ ମଧ୍ୟ ସେ ଖୁବ୍ ଭଲ କରେ । ସେ ଗୋଟିଏ ଭଲ ପିଲା ବୋଲି ସାଇପଡିଶା, ଗୁରୁଜୀ ଗୁରୁମା ସମସ୍ତେ ତାକୁ ବେଶ ଆଦର କରନ୍ତି । ସେ ଆଶିଷ୍ ସଦାବେଳେ ଶ୍ରେଣୀ ପରୀକ୍ଷାପରି ସପ୍ତମ ବୋର୍ଡ ପରୀକ୍ଷାରେ ବି କିପରି ପ୍ରଥମ ହେବ ସେହି...


