ବାର୍ଷିକ ପରୀକ୍ଷା ପରେ ଖରାଛୁଟି ଆରମ୍ଭ ହୋଇଗଲା । ବିନୟ ତା ପଢାବହି ସବୁ ଝାଡିଝୁଡି କରି ଦିନଟା ସାରା ସେ ଖାଲି ବୁଲାବୁଲିରେ ମନ ଦେଲା । ଟିଭିରୁ କାର୍ଟୁନ୍ ସୋ, ଖେଳ ଓ ଫିଲ୍ମ ସେ ଦେଖିଲା । ମା’ ଯେତେ କରି କହିଲେ ବି ପରୀକ୍ଷା ସରିଛି ବୋଲି କହି ସେ ବିନୟ ଖାସେ ବୁଲିଲା । ଦିନକୁ ଦିନ ବୁଲାବୁଲି, ଖେଳାଖେଳି କରୁଥିବାରୁ ବିନୟର ବାପା ମା’ଙ୍କର ଚିନ୍ତା ବଢିଗଲା ।...
Category - କାହାଣୀ
ଆଠ ଦଶ ବର୍ଷର ଝିଅଟିଏ ରୀମା । ବିଦ୍ୟାଳୟରେ ସେ ଖୁବ୍ ଭଲ ପାଠ ପଢେ । ସେଥିପାଇଁ ସମସ୍ତଙ୍କର ସେ ଥିଲା ଅତି ପ୍ରିୟ । ବାପାମାଆ ମଧ୍ୟ ଖୁବ୍ ଭଲ ପାଆନ୍ତି ତାକୁ । ରୀମା ଜମାରୁ ସମୟ ନଷ୍ଟ କରେ ନାହିଁ । ସଞ୍ଜ ବେଳେ ସେ ଟମି ସହିତ କିଛି ସମୟ ଖେଳାଖେଳି କରି କାଟେ । ରାତିରେ ପଢା ସାରି ସେ ରୀମା ତା ବାପାଙ୍କ ବାଟକୁ ଚାହିଁଥାଏ । ବାପା କିନ୍ତୁ ସଦାବେଳେ ବେଳ ଉଚ୍ଛୁର...
ଯେତେବେଳେ ଧୃତରାଷ୍ଟ୍ରଙ୍କ ପ୍ରଥମ ପୁତ୍ର ଜନ୍ମ ହେଲା, ଅନ୍ଧ ପିତା ନିଜର ଜନ୍ମିତ ପୁତ୍ରକୁ କୋଳରେ ଧରିବାକୁ ଅତ୍ୟନ୍ତ ଇଚ୍ଛା କଲେ । ରାଜା ଧୃତରାଷ୍ଟ୍ରଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କ ମନ୍ତ୍ରୀ ତଥା ଦୂରଦର୍ଶୀ ବିଦୁର ପୁଅକୁ ଆଣି ରାଜାଙ୍କ କୋଳରେ ଧରାଇ ଦେଲେ । ତାପରେ ମନ୍ତ୍ରୀ ରାଜାଙ୍କୁ କହିଲେ, ମହାରାଜ! ଏ ପୁଅ ବଡ ଲକ୍ଷ୍ମୀବନ୍ତ ହେବ । ରାଜାଙ୍କ ଭିତରେ...
ବରପାଟରା ଗାଁରେ ପିଲା କୁଟୁମ୍ବ ଧରି ରହି ଆସୁଥିଲା ବାସୁଆ । ତେଜରାତି ଦୋକାନରେ ଗୁମାସ୍ତାଗିରି କରି ସେ ତା ପାଂଚ ପ୍ରାଣୀ କୁଟୁମ୍ବ ପୋଷୁଥିଲା । ଗାଁର ମନମତାଣିଆ ପରିବେଶ ସାଙ୍ଗକୁ ନିଜର କର୍ମରେ ସେ ଖୁବ୍ ସନ୍ତୁଷ୍ଟ ରହୁଥିଲା । ସେ ତାର ତିନୋଟି ଝିଅକୁ ଗାଁ ସ୍କୁଲରେ ପଢାଉଥିଲା । ହେଲେ ତା; ମନରେ ପୁଅଟିଏ ପାଇବାର ପ୍ରବଳ ଇଚ୍ଛା ସଦାବେଳେ ଘାରୁଥିଲା । ନିଇତି...
ଓଡିଶା ପରି ରାଜସ୍ଥାନ ମଧ୍ୟ ଅପୂର୍ବ ବୀରତ୍ୱ ଗୁଣାବଳୀ ଯୋଗୁଁ ଖୁବ୍ ଜଣାଶୁଣା ସମସ୍ତଙ୍କ ପାଖରେ । ଡଙ୍ଗରପୁର ସହର ନିକଟ ଗାଁ ଟିଏ, ନାଁ ତାର ରାସ୍ତାପାଲ । ସେ ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଥାଏ । ଆଖପାଖ ଦୁଇ ତିନି ଖଣ୍ଡ ଗାଁର ପିଲାଏ ସେଠାରେ ପଢନ୍ତି । ସେ ଗାଁର ତଥା ସେ ପାଠଶାଳାର ପରିବେଶ ଅତ୍ୟନ୍ତ ଚମତ୍କାର । ସତେ ଯେମିତି ପବନ ମାଟି ମାଆର ଜୟଗାନ କରୁଛି ।...
ଟିଟୁ ପଶୁପକ୍ଷୀମାନଙ୍କୁ ପୋଷିବାକୁ ଖୁବ୍ ଭଲପାଏ । ତାଙ୍କ ଘରେ ଗାଈ, ଗୋରୁତ ଚାଷବାସ ପାଇଁ ଥାଆନ୍ତି ତା’ ସହ ପିଲାଙ୍କର ଖେଳଣା କିଣାଯିବା ପରି ବାପା କେତେବେଳେ ଶୁଆଟିଏ, ତ କେବେ ଶାରୀଟିଏ ପୁଣି କେବେ ନେଉଳଟିଏ ଆଣିଦିଅନ୍ତି । ଟିଟୁ ତାର ସେଇ ନୂଆ ନୂଆ ସାଥୀମାନଙ୍କ ସହିତ ଧୀରେ ଧୀରେ ଖେଳୁ ଖେଳୁ ଏକଦମ ସେମାନଙ୍କର ସାଥୀ ବନିଯାଏ । ଏବେ ସେ ଟିଟୁର ଚିଡିଆଖାନାରେ...
ଆସନ୍ତା ରବିବାର ଦିନ ବନ ବିହାର । ତେଣୁ ଗୁରୁଜୀ ସବୁ ପିଲାମାନଙ୍କୁ ସୂଚନା ଦେଲେ । ପିଲାମାନେ କେତେବେଳେ ବିଦ୍ୟାଳୟରେ ପହଁଚିବେ । ସାଙ୍ଗରେ କ’ଣ କ’ଣ ସବୁ ଆଣିବେ । ବିଦ୍ୟାଳୟରୁ କେବେ ବନବିହାର ଗାଡି ବାହାରିବ ଏପରି କେତେ ସୂଚନା ଦେଲେ । ସବୁ ପିଲାମାନଙ୍କ ପରି ଗୌରବର ମନ ମଧ୍ୟ ଅତିଶୟ ଅଧୀର ହେଉଥାଏ । ଆଉ ଦୁଇଦିନ ପରେ ପତୁଡି ଜଳପ୍ରପାତ ଠାରେ ବନବିହାର ହେବ ।...
ଶ୍ରେଣୀ କକ୍ଷକୁ ଗୁରୁଜୀ ପ୍ରବେଶ କଲେ । ହାତରେ ମୁଣାଧରି ଆସି ଟେବୁଲ୍ ପାଖରେ ଥୋଇଦେଲେ । ଗୁରୁଜୀଙ୍କ ଆଗମନରେ ସବୁ ପିଲାଏ ଗୁରୁଜୀଙ୍କୁ ଠିଆହୋଇ ଅଭିବାଦନ ଜଣାଇଲେ । ଗୁରୁଜୀ ମଧ୍ୟ ପ୍ରତି ଅଭିବାଦନ ଜଣାଇ ସମସ୍ତ ପିଲାମାନଙ୍କୁ ବସିବାକୁ କହିଲେ । ପିଲାମାନେ ବସିଲେ ସିନା ହେଲେ ସମସ୍ତଙ୍କ ନଜର କିନ୍ତୁ ଲାଗି ରହିଥାଏ ସେ ଗୁରୁଜୀଙ୍କ ମୁଣା ଉପରେ । ଗୁରୁଜୀ କ’ଣ...
ସବୁଦିନ ପରି ମଦନ ସକାଳୁ ଉଠି, ତାର ଗୋରୁଗାଈଙ୍କୁ ଘାସ, ନଡା, କୁଣ୍ଡା, ତୋରାଣୀ ଖାଇବାକୁ ଦେଲା । ଗୁହାଳୁ ଗୋବର ଉଠେଇଲା । ଗାଈ ବଳଦଙ୍କୁ ହାତରେ ଆଉଁସୀ କାମ ପାଇଁ ପ୍ରସ୍ତୁତ ହେବାର ସୂଚନା ବି ମଦନ ଦେଲା । ଗୃହପାଳିତ କୁକୁର ରିଙ୍କି ମଧ୍ୟ ଭୋ, ଭୋ ରାବ କରି ସକାଳର ସୂଚନା ଦେଲା । ମଦନର ସ୍ତ୍ରୀ ଗାଧୋଇପାଧୋଇ, ପୂଜାପାଠ କରିସାରି ଚୁଲି ଲଗେଇଲା । ତାଉଆ ବସାଇ...
ଦିନକର କଥା ବୁଦ୍ଧଦେବ ନିଜର ଶିଷ୍ୟମାନଙ୍କ ସହିତ ପରିଭ୍ରମଣ କରୁଥାନ୍ତି । ଠିକ୍ ସେହି ସମୟରେ ଜଣେ ଶିଷ୍ୟ ବୁଦ୍ଧଦେବଙ୍କୁ ପ୍ରଶ୍ନ ଛଳରେ କହିଲେ, ଗୁରୁଦେବ ଏହି ପୃଥିବୀରେ ଶ୍ରେଷ୍ଠ ବ୍ୟକ୍ତି କିଏ? ଟିକିଏ ହସି ଦେଇ ବୁଦ୍ଧଦେବ କହିଲେ ଏହି ପୃଥିବୀରେ ଚାରିପ୍ରକାର ବ୍ୟକ୍ତି ଅଛନ୍ତି । ପ୍ରଥମ ବ୍ୟକ୍ତି :- ଯେଉଁମାନେ କି ନିଜର ମଙ୍ଗଳ ଚିନ୍ତା କରନ୍ତି ନାହିଁ ବା...
ମାଆଙ୍କର ଏକ ସୁନ୍ଦର ମନ୍ଦିର । ତାହା ଭକ୍ତି ଓ ବିଶ୍ୱାସର ପ୍ରତୀକ । ପ୍ରତିଦିନ ସେଠାରେ ବହୁ ଲୋକଙ୍କ ଭିଡ ଲାଗି ରହିଥାଏ, କେବଳ ମା’ଙ୍କ ଦର୍ଶନ ପାଇଁ । ମନ୍ଦିର ବାହାରେ ଭିକାରୀମାନଙ୍କର ବି ଭିଡ, ଭିକ ଗଣ୍ଡାକ ପାଇବା ପାଇଁ । ମନ୍ଦିରକୁ ପ୍ରତିଦିନ ଯାଉଥିବା ଭକ୍ତମାନଙ୍କୁ ଭିକ ପାଇଁ ହାତ ପତାଉଥାନ୍ତି ସେହି ଭିକାରୀମାନେ । କିନ୍ତୁ ଏ କ’ଣ ଏଠାରେ ବି ବ୍ୟତିକ୍ରମ...
ଦିନକର କଥା । ଜଣେ ଭଦ୍ରବ୍ୟକ୍ତି ନିଜର ଦଶ ବର୍ଷର ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁଅ ନଦୀରେ ଗାଧେଇଲା ଓ ପରେ ସେଇ ନଦୀ ବାଲିରେ ସେ ଖେଳିବାକୁ ଲାଗିଲା । ନଦୀ ବାଲିରେ ସେ ପୁଅଟି ଏକ ସୁନ୍ଦର ଘର ତିଆରି କରୁଥିଲା । ଠିକ୍ ଏତିକି ବେଳେ ସେ ପିଲାଟିର ବାପା ନଦୀରୁ ଗାଧୋଇ ସାରି ଆସି ତାଙ୍କ ପିଲାଟିକୁ ଘରକୁ ଯିବାକୁ ଡାକିଲେ । ଘର ତିଆରିରେ ବ୍ୟସ୍ତ ଥିବା...
କୌଣସି ଏକ ରାଜ୍ୟରେ ଜଣେ ରାଜା ଥିଲେ । ନୂଆ ନୂଆ ଘର କରିବା, ସେ ରାଜାଙ୍କ ଏକ ସଉକ୍ । ଦିନକର କଥା, ଏକ ଘର କରିବା ପାଇଁ ଜାଗା ନିର୍ବାଚନ କରାଗଲା । ଘରର ନକ୍ସା ତିଆରି ପରେ ଜାଗାଟିଏ ମାପଚୁପ କରାଗଲା । ଜାଗାଟିଏ ମାପଚୁପ ବେଳେ ଦେଖାଗଲା ଯେ ସେହି ଜାଗାଟିରେ ଜଣେ ଗରିବ ନିରାଶ୍ରୟା ବିଧବା ବୁଢୀ କୁଡିଆଟିଏ କରି ରହିଛି । ରାଜା ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଲେ ।...
ଥରେ ତିନିଜଣ ମୁସଲମାନ ନମାଜ ପଢୁଥିଲେ । ପ୍ରଥମ ଜଣକ ନମାଜ ପଢିବା ଭିତରେ କିଛି କଥା କହିଲା । ଏହା ଦେଖି ଦ୍ୱିତୀୟ ଜଣକ କହିଲା, ଭାଇ ନମାଜ ପଢିବା ବେଳେ ତୁମେ କଥା କହୁଛ, ଏଥର ଜାଣ ଯେ, ତୁମ ନମାଜ ନଷ୍ଟ ହୋଇଗଲା । ତାଙ୍କ ଦେଖାଦେଖି ତୃତୀୟ ଜଣକ ଟିକେ ହସି ଦେଇ ଦ୍ୱିତୀୟ ଜଣକୁ କହିଲା, ତୁମେ ବି ତ କଥା କହିଲ, ତାହେଲେ ତୁମର ମଧ୍ୟ ନମାଜ ନଷ୍ଟ ହୋଇଗଲା । ଜଣେ ଭଦ୍ର...
ଜଣେ ଗୁରୁଙ୍କର ଶିଷ୍ୟ ଦିନେ ତାଙ୍କ ଗୁରୁଙ୍କୁ କହିଲା ଗୁରୁଦେବ ଋଷି ଅଗସ୍ତ୍ୟ ଆପଣଙ୍କଠାରୁ ବହୁତ ବଡ ଯୋଗୀ ଥିଲେ । ଏକଥା ଶୁଣି ସେ ଗୁରୁ ତାଙ୍କ ଶିଷ୍ୟକୁ ଅନାଇ ଟିକେ ହସିଲେ ଓ କହିଲେ ତୁମେ କିପରି ଜାଣିଲ? ତହୁଁ ସେ ଶିଷ୍ୟ କହିଲା, ଗୁରୁଦେବ ଋଷି ଅଗସ୍ତ୍ୟ ତ ସମୁଦ୍ରକୁ ପିଇ ଯାଇଥିଲେ । ଗୁରୁ କହିଲେ, ବୁଝିଲୁ ମୁଁ ମଧ୍ୟ ସମୁଦ୍ରକୁ ପିଇଯିବି । ଶିଷ୍ୟଟି ଏହା ଶୁଣି...


