“ପିଲାଟିକୁ ଦିନେ କହିଥିଲେ ମାଆ ବାବୁ ରଖିଥିବୁ ମନ ଅନ୍ୟର କଥାକୁ ବିଚାର କରିବୁ ଭୁଲି ନିଜ ସୁଖମାନ ତାହାହିଁ ପାଳନ କରିଛି ସର୍ବଦା ଜୀବନଟା ସାରା ମୁହିଁ ଆମେରିକା ରାଷ୍ଟ୍ରପତି ଆବ୍ରାହମ୍ ଏହି କଥା ଥିଲେ କହି ।” ଏକ ଦରିଦ୍ର ପରିବାରରେ ଆବ୍ରାହମ୍ ଲିଙ୍କନ୍ ଜନ୍ମଗ୍ରହଣ କରିଥିଲେ । ଅଭାବ ଓ ଅନାଟନ ଭିତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ତାଙ୍କର ଅସାଧାରଣ...
Category - କାହାଣୀ
“ପର ଉପକାରେ ଅଂଟା ଭିଡି ଠିଆ ହେବା ହିଁ ମଣିଷ ବଡପଣିଆ ଏହି ଗୁଣ ରହିଥାଏ ଯା’ ପାଶରେ ଜଗତରେ ଖ୍ୟାତ ହୁଏ ତା’ ନାଆଁ । ଜର୍ଜ ୱାଶିଂଟନ୍ ଥିଲେ ସେହିଭଳି ଅତି ସାଧାରଣମଣିଷ ଜଣେ ସରଳ, ବିନୟ ଗୁଣ ତାଙ୍କୁ ଦିନେ ବସାଇଲା ରାଷ୍ଟ୍ରପତି ଆସନେ ।” ଜଣେ ସଫଳ ରାଷ୍ଟ୍ରପତି ଭାବରେ ଜର୍ଜ ୱାଶିଂଟନ୍ ଥିଲେ ବେଶ୍ ଜଣାଶୁଣା । ଏହି ପଦବୀରେ...
“ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଲୀଳାବତୀ ଥିଲେ ବୁଦ୍ଧିମତୀ ସୁନ୍ଦରୀ ଜଣେ ବିବାହ ବନ୍ଧନେ ବାନ୍ଧିହେଲେ ସିନା ଦୁର୍ଯୋଗକୁ ହେଲେ ବିଧବା ଦିନେ । ଦେଇପାରିଲାନି ଦୁଃଖ ଏ ଘଟଣା ବରଂ ଜୀବନରେ ଆସିଲା ସୁଖ ବାପଝିଅ ଦୁହେଁ ବସିଗଲେ ଲେଖି ଗାଣିତିକ ସୂତ୍ରମାନ ଅସଂଖ୍ୟ । ଆଜି ତାହା ଲୀଳାବତୀ ସୂତ୍ର ରୂପେ ଲଭିଅଛି ଖ୍ୟାତି ଗଣିତଶାସ୍ତ୍ରେ ଧନ୍ୟ ସେହି...
ଜଣେ ଇହୁଦୀ ଡାକ୍ତରଙ୍କ ଝିଅ, ନାଁ ତା’ର ସିମୋନୀ ୱଲ୍ । ୧୯୦୯ ମସିହାରେ ପ୍ୟାରିସ୍ ସହରରେ ତାଙ୍କର ଜନ୍ମ ହୋଇଥିଲା । ସେ ଝିଅଟିକୁ ବାଇଶ ବର୍ଷ ହେଲା ବେଳକୁ ସେ ଦର୍ଶନଶାସ୍ତ୍ରରେ ଉଚ୍ଚ ଡିଗ୍ରୀ ହାସଲ କରିଗଲାଣି । ପାଠପଢା ଶେଷ ହେଉ ହେଉ ଗୋଟିଏ କଲେଜରେ ପ୍ରଫେସର ଚାକିରି ବି ତାକୁ ମିଳିଗଲା । ହେଲେ ସେ ଝିଅ ମନରେ ଆଦୌ ଖୁସି ନ ଥାଏ । ତା’ର ମନର ଭାବନା ବି କେହି...
ଦିନେ ଗୋଟେ ବିଦ୍ୟାଳୟକୁ ଜଣେ ପରିଦର୍ଶକ ଆସିଥାନ୍ତି । ସେ ପ୍ରତ୍ୟେକ ଶ୍ରେଣୀ ବୁଲି ପିଲାଙ୍କର ପାଠ ପରୀକ୍ଷା କରୁଥାନ୍ତି । ସେତେବେଳେ ତ ଗୋଟିଏ ଶ୍ରେଣୀରେ ପରୀକ୍ଷା ଚାଲିଥାଏ । ଶିକ୍ଷକ ବି ପରିଦର୍ଶକଙ୍କ ସାଥିରେ ଥାଆନ୍ତି । ହଠାତ୍ ପରିଦର୍ଶକଙ୍କର ପଛ ବେଂଚ ଆଡକୁ ନଜର ପଡିଗଲା । ସେଠାରେ ଗୋଟିଏ ପିଲା ବସି ଖୁଜୁରୁ ମୁଜୁରୁ ହେଉଛି । ପାଖ ପିଲାଙ୍କ ସହିତ...
ତେଗ୍ସୁଗନ୍ ନାମରେ ଜଣେ ସନ୍ଥ ଥିଲେ । ତେର ବର୍ଷ ବୟସରୁ ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ସେ ବୁଦ୍ଧଙ୍କ ବାଣୀ ପ୍ରତ୍ୟେକ ଲୋକ ପାଖରେ ପହଁଚାଇବା ପାଇଁ ବଦ୍ଧପରିକର ଥିଲେ । ଏଥିଲାଗି ପୁସ୍ତକମାନ ଛାପି ବାଂଟିବାପାଇଁ ସେ ସ୍ଥିର କଲେ । ମାତ୍ର ଏହି କାର୍ଯ୍ୟ ପାଇଁ ପ୍ରଚୁର ଟଙ୍କାର ଆବଶ୍ୟକତା ପଡିଲା । ଏଥର ତେଗ୍ସୁଗନ୍ ମନରେ ଦୃଢସଂକଳ୍ପ ନେଲେ...
ଆମେରିକାର ନ୍ୟୁୟର୍କ ସହରର ଘଟଣା । ସେଠାକାର ବଡ ବିସ୍ମୟ ହେଲା – ବ୍ରୁକ୍ଲିନ୍ ପୋଲ । ଏହି ପୋଲଟି ନ୍ୟୁୟର୍କରୁ ଲଙ୍ଗ୍ ଥାଇଲାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି । ସେହି ପୋଲ ନିର୍ମାଣ ଏକ ସ୍ୱପ୍ନସଦୃଶ ଥିଲା । ଏହାକୁ ନିର୍ମାଣ କରିବା ପାଇଁ ନାନା ବାଧାବିଘ୍ନର ସମ୍ମୁଖୀନ ହେବା ସହିତ କଠୋର ପରିଶ୍ରମ ବି କରିବାକୁ ପଡିଥିଲା । ୧୮୮୩ ମସିହାରେ ଜନ୍...
ଆଣ୍ଡ୍ରେମାଲ୍ରୋ ନାମକ ଜଣେ ବ୍ୟକ୍ତି ପ୍ୟାରିସ୍ରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଦୁଃସ୍ଥିତି ଏବଂ କୁସଙ୍ଗରେ ପଡି ସେ ବାଳକ ଆଣ୍ଡ୍ରେ ଚୋରି କାର୍ଯ୍ୟରେ ଲିପ୍ତ ରହିଲେ । ଦିନକର କଥା । ଆଣ୍ଡ୍ରେମାଲ୍ରୋ ଏକ ଘଟଣାରେ ଧରାପଡି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ତତ୍ସହିତ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ...
ଜର୍ମାନୀ ଦେଶରେ ଜଣେ ଜଣାଶୁଣା ଓକିଲ । ତାଙ୍କରି ଘରେ ୧୮୧୮ ମସିହାରେ ପୁଅଟିଏ ଜନ୍ମ ହେଲା । ତା’ର ପିଲାଦିନର ନାମଥିଲା “କାର୍ଲ ହେନରିକ୍ ମାର୍କ୍ସ” । ପିଲାଟିଦିନୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ସେ ହାଇସ୍କୁଲ ପାଠ ଶେଷ କଲାବେଳକୁ ପ୍ରାଚୀନ ଭାଷା, ସାହିତ୍ୟ, ଗଣିତ ଓ ଇତିହାସ ଆଦିରେ ତାଙ୍କର ବେଶ୍ ଦକ୍ଷତା ଆସିଯାଇଥିଲା । ଏହା ପରେ ସେ ବନ୍ ବିଶ୍ୱବିଦ୍ୟାଳୟରେ...
ବିଶ୍ୱରେ ବିଭିନ୍ନ ସମୟରେ ଅନେକଥର ଯୁଦ୍ଧ ସଂଘଠିତ ହୋଇଥିବା କଥା ଇତିହାସ ପୃଷ୍ଠାରୁ ହିଁ ଜଣାପଡେ । ସେଥି ମଧ୍ୟରୁ ଟ୍ରଫଲ୍ଗାର୍ ନାମକ ଯୁଦ୍ଧ ବେଶ୍ ପ୍ରଖ୍ୟାତ ଥିଲା । ଏହି ଯୁଦ୍ଧ ହୋଇଥିଲା ୧୮୦୫ ମସିହା ଅକ୍ଟୋବର ୨୧ ତାରିଖରେ । ଏହି ଯୁଦ୍ଧରେ ନେପୋଲିୟନ୍ ବୋନାପାର୍ଟ ପରାସ୍ତ ହୋଇଯିବାରୁ ତାଙ୍କର ଇଂଲଣ୍ଡ ବିଜୟ କରିବାର ଲକ୍ଷ୍ୟ ଧୂଳିସାତ ହୋଇଗଲା । ଏହି ଯୁଦ୍ଧରେ...
ଏକଦା ରୁଷ ଦେଶର ଜନନେତା ଲେନିନ୍ ଶତ୍ରୁପକ୍ଷର ଆକ୍ରମଣରେ ଆହତ ହୋଇ କ୍ଷତାକ୍ତ ହୋଇଥାନ୍ତି । ତେଣୁ ସେ ଡାକ୍ତରଖାନାରେ ଅନେକ ଦିନ ହେଲା ଚିକିତ୍ସିତ ହେଉଥାନ୍ତି । ତଥାପି ମଧ୍ୟ ଚାଲିବାକୁ ତାଙ୍କ ଦେହରେ ବଳ ମୋଟେ ନଥାଏ । ଦିନେ ହଠାତ୍ ସେହି ଡାକ୍ତରଖାନାରେ ଥାଇ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ରେଳପଥ ଭାଙ୍ଗିଗଲା । ଏହି ଦୁଃସମ୍ବାଦ...
“ଆମେରିକା ଦେଶ ରାଷ୍ଟ୍ରପତି ପଦେ ରହିଥାନ୍ତି ଆବ୍ରାହମ୍ ଲିଙ୍କନ୍ ସେବେଳର ଏକ ଘଟଣାରୁ ଜଣାପଡେ ସିଏ ଥିଲେ କେତେ ମହାନ୍? ଅସହାୟ ଜନେ ହେଉଥିଲେ ସାହା ବୋଲିଥିଲେ ଜନପ୍ରିୟ ସବୁରି ଆଜି ସେ ନାହାଁନ୍ତି ଆମ ପାଶେ ସିନା ଅଛନ୍ତି ସଭିଙ୍କ ହୃଦେ ଆମରି ।” ସେତେବେଳେ ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦରେ ଥାଆନ୍ତି । ଏହା ସେହି ସମୟର ଘଟଣା । ବିଭିନ୍ନ ଦେଶର...
“ବ୍ରିଟେନର ରାଜା ନ୍ୟାୟାଳୟେ ଥରେ ଅପରାଧୀ ହୋଇଗଲେ ସାବ୍ୟସ୍ତ କି’ ଦଣ୍ଡ ବିଧାନ ହେବ ତାଙ୍କ ଲାଗି ନ୍ୟାୟାଧୀଶ ହେଲେ ଅତ୍ୟନ୍ତ ବ୍ୟସ୍ତ । ଶେଷରେ ଅଦ୍ଭୁତ ଦଣ୍ଡ ମିଳିଗଲା ମୁକୁଟ ବିହୀନ ତାଙ୍କର ମୁଣ୍ଡ ଦେଶର ମୁଦ୍ରା ଓ ଡାକ ଟିକଟରେ ରହିବ ଘୋଷଣା ହୋଇଲା ଦଣ୍ଡ ।” ଏକଦା ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସେ ଦେଶର ସମ୍ରାଟ୍ ସପ୍ତମ ଏଡ୍ୱାର୍ଡ ନିଜେ ଅପରାଧୀ...
ନବୀ ମହମ୍ମଦ ତ ପ୍ରତ୍ୟେକ ମଣିଷଙ୍କୁ ଭାରି ଭଲ ପାଉଥିଲେ । ପ୍ରତ୍ୟେକ ଜାତି ବା ଧର୍ମ ତାଙ୍କ ପାଖରେ ସମାନ ଥିଲା । ବିଶେଷତଃ ଅତିଥି ଚର୍ଚ୍ଚାରେ ବହୁତ ପୁଣ୍ୟ ମିଳେ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା । ଥରେ କେତେଜଣ ବ୍ୟକ୍ତି ମହମ୍ମଦଙ୍କ ନିକଟରେ ଯାଇ ପହଁଚିଗଲେ । ସେତେବେଳକୁ ତ ସଂଧ୍ୟା ସମୟ । ତେଣୁ ରାତିଟା ସେମାନେ ମହମ୍ମଦଙ୍କ ଘରେ ଆଶ୍ରୟ...


