ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ

ସେତେବେଳେ ଇଣ୍ଡିଆ ପରାଧୀନ ଥିଲା । ସ୍ୱାମୀ ବିବେକାନନ୍ଦ ଆମେରିକା ଯାଇଥାନ୍ତି । ସେଠାରେ ତାଙ୍କର ଜଣେ ଆମେରିକୀୟ ବନ୍ଧୁ ସ୍ୱାମିଜୀଙ୍କୁ ପଚାରିଲେ, “ସ୍ୱାମିଜୀ! ଆପଣଙ୍କ ଦେଶର ଲୋକ ବହୁତ ଭଲ । ସେମାନେ ଅପରାଧ କରନ୍ତି ନାହିଁ । ପ୍ରାୟତଃ ହିଂସ୍ରୁକ ନୁହଁନ୍ତି । ଇଣ୍ଡିଆ ଏହି ହିସାବରେ ନିଶ୍ଚୟ ଏକ ଭାଗ୍ୟଶାଳୀ ରାଷ୍ଟ୍ର ।”                 ଏକଥା ଶୁଣି...

Read More

ଦୁଇ ବିରଳ ବିପ୍ଳବୀ

ଓଡିଶାମାଟିର ଦୁଇ ବିରଳ ବିପ୍ଳବୀ – ଜଣେ ବୀର ସୁରେନ୍ଦ୍ର ସାଏ ଓ ଆଉ ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଜଣେ ସମ୍ବଲପୁର ଆଦିବାସୀ ମେଳିର ନାୟକ – ବୀର ସୁରେନ୍ଦ୍ର, ତ ଆଉ ଜଣେ ଆଜାଦ୍ ହିନ୍ଦ୍ ଫୌଜର ମହାନାୟକ – ନେତାଜୀ ସୁଭାଷ ।                 ସୁରେନ୍ଦ୍ର ଥିଲେ ପଲ୍ଲୀ ପରିବେଶର ପୂଜାରୀ । ଗାଁରୁ ଗାଁକୁ ଯାଇ ନିରୀହ ଆଦିବାସୀମାନଙ୍କୁ ମେଳିକରି ସେ ସେମାନଙ୍କର...

Read More

ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ

ଥରେ ଏକ ବିଦ୍ୟାଳୟ ପରିଦର୍ଶନରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ଉପ-ପରିଦର୍ଶକ ଯାଇଥାନ୍ତି । ବିଦ୍ୟାଳୟରେ ପରିଦର୍ଶକଙ୍କ ଏଭଳି ଅଚାନକ ପହଁଚିବା ଦେଖି ସେଠାକାର ଶିକ୍ଷକମାନେ ହଠାତ୍ ଛାନିଆ ହୋଇଗଲେଣି । ଟିକିଏ ଏପଟ ସେପଟ ହୋଇଗଲେ ଚାକିରି ବି ଚାଲିଯାଇପାରେ ।                 ପରିଦର୍ଶକ ବିଦ୍ୟାଳୟ ହତାରେ ପ୍ରବେଶ କରୁ କରୁ ପ୍ରଧାନଶିକ୍ଷକ ତାଙ୍କୁ ପାଛୋଟି...

Read More

ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର

“ପଢାଇଲା ବେଳେ ଢୁଳାଇବା ଥିଲା ଗୁରୁଜୀଙ୍କ ନିତିଦିନିଆକଥା ଏକଥା ଦେଖିବି ନିରବରେ ପିଲା ବସି ରହୁଥିଲେ ନୁଆଁଇ ମଥା । ହେଲେ ଜଣେ ପିଲା ଏଭଳି ଅନ୍ୟାୟ ସହିନପାରି ଖୋଲିଲା ତା’ ପାଟି ବଡ ହେଲା ପରେ ମଧୁ ବାରିଷ୍ଟର ନାମେ ହେଲା ଖ୍ୟାତ ସେଇ ପିଲାଟି ।” ଅନେକ ବର୍ଷ ତଳର କଥା । ଆଜିକାଲି ପରି ଆଗ କାଳରେ ତ ଆଉ ସ୍କୁଲ ନଥିଲା । ପିଲାମାନେ ଚାଟଶାଳୀରୁ ହିଁ ପାଠପଢା ଆରମ୍ଭ...

Read More

ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ

ଆଦିବାସୀ କନ୍ଧ ପିଲାଟିଏ । ଦାରିଦ୍ର୍ୟ ହେତୁ ସେ ମାଲିକର ଗାଈ ଚରାଇବା କାମରେ ନିୟୋଜିତ ହୋଇଥାଏ । ସୁତରାଂ ନିତି ବଣକୁ ଯାଇ ସେ ଗାଈ ଚରାଇ ଠିକ୍ ସଂଧ୍ୟାବେଳକୁ ଘରକୁ ଫେରିଆସେ । ଦିନସାରା ବଣରେ ବୁଲିବୁଲି ତା’କୁ ଭୋକ ଲାଗିଲେ ଝରଣାପାଣି ପେଟେ ପିଇଦେଇ ସେ ତା’ ଭୋକ ମାରେ ।                 ସଂଜବେଳେ ମାଲିକଙ୍କ ଘରେ ନୀତିବାଣୀ ଚର୍ଚ୍ଚା ହୁଏ । ପିଲାଟି ତାକୁ ମନ...

Read More

ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା

୧୮୯୭ ମସିହା ଜାନୁୟାରୀ ୨୩ ତାରିଖ ଦିନ କଟକ ସହରର ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ସୁଭାଷଚନ୍ଦ୍ର ବୋଷ । ତାଙ୍କ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଆଶାକରୁଥିଲେ, “ବାଳକଟି ପରୋପକାରୀ, ସତ୍ୟବାଦୀ ଓ ଖ୍ୟାତିସମ୍ପନ୍ନ ହେଉ ।” ସତକୁ ସତ ତାହାହିଁ ଘଟିଥିଲା ସୁଭାଷଙ୍କ ଜୀବନରେ । ସୁଭାଷ ବହୁତ ଭଲ ପାଠ ପଢୁଥିଲେ । ପାଠ ପଢା ସହିତ ସମାଜସେବା ବି ସେ କରୁଥିଲେ ।...

Read More

ସାନପିଲାଟିର ବୁଦ୍ଧି ସରସ

    “ପାଂଚ ବରଷର ପିଲାଟିଏ ଦିନେ ପଡିଶା ଘରକୁ ଦଉଡି ଯାଇ     ମାଆ କହିଛନ୍ତି ଚୁଲି ଜାଳିବାକୁ ନିଆଁ ଟିକେ ଦେଲେ ଯିବି ମୁଁ ନେଇ ।     ପଡୋଶୀ କହିଲେ ଟିକି ହାତେ ତୋର ନିଆଁରଡ ନେଇ ପାରିବୁ ନାହିଁ     ପିଲାଟି ହାତରେ ବାଲି କିଛି ରଖି ନିଆଁ ପାଇଁ ଦେଲା ହାତ ପତେଇ ।”                 ପାଂଚ ବରଷର ପିଲାଟିଏ, ସ୍କୁଲ ଦୁଆର ମାଟି ବି ସେ ମାଡିନି, ହେଲେ ତାର...

Read More

ଭାଗ୍ୟ ବୋଲିଭି କିଛି ଅଛି

କଥାରେ ଅଛି “ଭାଗ୍ୟରେ ଥିଲେ ଅବାଂଛିତ ଫଳ ମିଳେ” – ଏହି ଉକ୍ତିଟି ନିରାଟ ସତ୍ୟ । ଏହା ଡକ୍ଟର ହରେକୃଷ୍ଣଙ୍କ ଜୀବନରେ ବେଶ୍ ପ୍ରମାଣିତ ହୋଇଛି  ଯିଏ କି ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିପାରିଥିଲେ । ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ବାଲେଶ୍ୱର ଜିଲ୍ଲା ଆଗରପଡା ଗାଁର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା...

Read More

ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ

    “ରାଜା ହେବି ନାହିଁ, ମନ୍ତ୍ରୀ ବି ହେବିନି, ହେବି ଜନସେବୀ ବାବାଜୀ ଜଣେ     ନ ଥିବ ମୋ’ ଘର ସଂସାର ଜଞ୍ଜାଳ ଲାଗି ଥିବି ସଦା ଅନ୍ୟର କାମେ ।     ଏହିକଥା ତା’ର ବାପାଙ୍କୁ ପିଲାଟି କହୁଥାଏ ବୋଲି ଦୁଃଖରେ ପିତା     ଥିଲେ ବି ପୁଅର ପାଠପଢା ଦେଖି ଭାବନ୍ତି ହେବ ସେ ଜଗତଜିତା ।     ସତକୁ ସତ ସେ ପିଲା ହେଲା ଦିନେ ଦୁଃଖୀରଙ୍କୀଙ୍କର ଦୁଃଖର ସାଥୀ     ବଡ...

Read More

ବଗୁଲିଆ ପିଲା ଲେଖକ ହେଲା

“ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭିତରେ ବଗୁଲିଆ ପିଲା ଥାଆନ୍ତି କେତେ     ସେଥିରୁ କେତେବି ହୁଅନ୍ତି ଆଦର୍ଶ ଗୁରୁଙ୍କ ପ୍ରଭାବବଳରେ ସତେ ।     ଏହିଭଳି ଏକ ବଗୁଲିଆ ପିଲା ହୋଇଥିଲା ଦିନେ ବଡମଣିଷ     ସିଏ ଥିଲେ ପଂଚସଖାରୁ ଜଣିଏ ତାଙ୍କ କଥା ବାରେ ଶୁଣିବା ଆସ ।”                 କଥାଟି ଅନେକ ଦିନ ତଳର । ପୁରୀ ଜିଲ୍ଲା ସ୍କୁଲ କଥା । ସେତେବେଳେ ସେଠାକାର...

Read More

ହସରେ ହସରେ ଚାପୁଡା

“କାହା ସାଥେ ଯୁଦ୍ଧ କରିବାକୁ ହାତେ ନ ଥିଲା ତାଙ୍କର ଗୁଳିକମାଣ     କଥାରେ କଥାରେ ଗୀତରେ ଗୀତରେ ହସିହସି କହୁଥିଲେ ବଚନ ।     ସେତିକିରେ କଥା ସରିଯାଉଥିଲା ବୁଝାପଡିବାରୁ ମରମ କଥା     ଫେଡୁଥିଲେ ରାଜା ସେହି ଗଣକବି ବୈଷ୍ଣବ ପାଣିଙ୍କ ସକଳ ବ୍ୟଥା ।”                 ଗଣକବି ବୈଷ୍ଣବ ପାଣି ତ ଅନେକ ଗୀତିନାଟ୍ୟ ରଚନା କରିଥିଲେ । ଏହାକୁ ଯାତ୍ରା ମାଧ୍ୟମରେ...

Read More

ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ

କଥାଟି ଥିଲା ୧୯୨୪ ମସିହାର । ଥରେ କଟକ ମ୍ୟୁନିସପାଲଟି ପଡିଆରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଥାଏ । ଏହାର ଆୟୋଜକ ଥାଆନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଏହାକୁ ପରିଚାଳନା କରିବା ପାଇଁ ବାରିଷ୍ଟର ମଧୁସୂଦନ ଦାସ, ଜନନେତା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ସର୍ବୋଦୟ ସେବକ ଗୋପବନ୍ଧୁ ଚୌଧୁରୀ ଆଦି ନେତୃବୃନ୍ଦ ନିଯୁକ୍ତ...

Read More

ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା

    ସ୍ୱାମୀ ରାମତୀର୍ଥ ବିଦେଶଗସ୍ତରେ ଯାଉଥାନ୍ତି ଜଳ ଜାହାଜରେ     ଲେଖାରେ ପଢାରେ ବ୍ୟସ୍ତଥିବା ଜଣେ ବୃଦ୍ଧଙ୍କୁ ସେଠାରେ ଦେଖିଦେଲେ ।     ପଚାରିଲେ ଆଜ୍ଞା ଏ ବୃଦ୍ଧ ବୟସେ କି ଲାଭ ମିଳିବ ଲେଖିପଢି     ବୃଦ୍ଧ କହିଦେଲେ ଜୀବଥିଲାଯାଏଁ ପାଠ ସରିବନି ପଢାପଢି ।     ସମୟ ଅଯଥା ନଷ୍ଟ କରିବାକୁ ବଳୁନାହିଁ ଯେଣୁ ମୋର ମନ     ତେଣୁ ମୁଁ ପାଠକୁ ମଲାଯାଏଁ ସଦା...

Read More

ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି

ଶୁଣିଲେ ଚକିତ ଲାଗିବ ନିଶ୍ଚୟ ରାଷ୍ଟ୍ରପତି ଜଣେ ଗରିବ ଅତି     ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ ତୁମକୁ ଶୁଣିଲେ ତାଙ୍କର ଚଳଣି ନିତି ।     ଦେଶର ମୁଖିଆ ଜମିଚାଷ କରି ରହନ୍ତି ତାଙ୍କର କୁଡିଆ ଘରେ     ନିପୀଡିତ ଜନେ ଦାନ କରିଥାନ୍ତି ତାଙ୍କର ଦରମା ପାଇଲା ପରେ ।     ଉରୁଗୁଏ ଦେଶ ରାଷ୍ଟ୍ରପତି ଏବେ “ଜୋସ୍ ମୁଜିକା” ନାମକୁ ବହି     ଦେଶକୁ ଶାସନ କରନ୍ତି ସିନା ସେ...

Read More

ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା

    ଧର୍ମର ମହିମା ବଖାଣି ଦେଶବିଦେଶେ     ହିନ୍ଦୁଧର୍ମ ଭାଗବତ୍ ଗୀତା ଗ୍ରନ୍ଥକୁ ରଖିଲେ ସବୁଠୁ ଶୀର୍ଷେ ।     ଦେଶପ୍ରେମ ଦୀପ ଜାଳି ଦେଇଥିଲେ ଦେଶବାସୀଙ୍କର ମନରେ ଦିନେ     ସିଏ ଥିଲେ ସ୍ୱାମୀ ବିବେକାନନ୍ଦ ଯେ ପଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।                 ସ୍ୱାମୀ ବିବେକାନନ୍ଦ କେବଳ ଆମ ଇଣ୍ଡିଆ କାହିଁକି ସମଗ୍ର ବିଶ୍ୱରେ ଜଣେ ଅପ୍ରତିଦ୍ୱନ୍ଦୀ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ